« ୨୦୨୨ ୨୦୨୩ ୨୦୨୪ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ

ସମ୍ପାଦନା

ପ୍ରସୂତ

ଉଚ୍ଚାରଣ: Prasūta
ସ୍ତ୍ରୀ: ପ୍ରସୂତା
ଶବ୍ଦ ବିନ୍ୟାସ: ପ୍ର+ସୂ ଧାତୁ+କର୍ମ. ତ
ସଂସ୍କୃତ - ବିଶେଷ୍ୟ - ପୁଂ.

  1. ସଂଜାତ; ଉତ୍ପନ୍ନ; ଜନ୍ମଗ୍ରହଣ କରିଥିବା

ଫେବୃଆରୀ

ସମ୍ପାଦନା

ମାର୍ଚ୍ଚ

ସମ୍ପାଦନା

ଗୋଇଠି

ଉଚ୍ଚାରଣ: Goiṭhi
ଶବ୍ଦ ବିନ୍ୟାସ: ସଂସ୍କୃତ- ଘୂଟିକା=ବଳାଗଣ୍ଠି; ଗୋହିର=ଗୋଇଠି
ଦେଶଜ - ବିଶେଷ୍ୟ

  1. ପାଦମୂଳ; ପାଦତଳର ଯେଉଁ ଅଂଶ ଠିକ୍ ପାଦ ଗଣ୍ଠିର ତଳେ ଥାଏ

ଅପ୍ରେଲ

ସମ୍ପାଦନା

ନିରକ୍ଷାନ୍ତର

ଉଚ୍ଚାରଣ: Nirakshāntara
ଶବ୍ଦ ବିନ୍ୟାସ: [ଭୂଗୋଳ ପରିଭାଷା]: ନିରକ୍ଷ+ଅନ୍ତର
ସଂସ୍କୃତ - ବିଶେଷ୍ୟ

  1. ବିଷୁବରେଖାଠାରୁ ପୃଥିବୀର କୌଣସି ଗୋଟିଏ ସ୍ଥାନର ଦୂରତ୍ୱ

[ଦ୍ରଷ୍ଟବ୍ୟ —ଏହି ସ୍ଥାନ ବିଷୁବରେଖାର ଉତ୍ତରରେ ହେଲେ ଉତ୍ତର ନିରକ୍ଷାନ୍ତର ଓ ଦକ୍ଷିଣରେ ହେଲେ ଦକ୍ଷିଣ ନିରକ୍ଷାନ୍ତର ପରିଗଣିତ ହୁଏ]

ସଂହାର

ଉଚ୍ଚାରଣ: Saṁhāra
ଶବ୍ଦ ବିନ୍ୟାସ: ସମ୍+ହୃ ଧାତୁ= ହରଣ କରିବା; ବିନାଶ କରିବା +ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. ଧ୍ୱଂସ; ବିନାଶ
  2. ଆହରଣ; ସଂଗ୍ରହ; ସଂକଳନ

ନିର୍ଜ୍ଜନ

ଉଚ୍ଚାରଣ: Nirjjana
ଶବ୍ଦ ବିନ୍ୟାସ: ବହୁବ୍ରୀହି; ନିର୍+ଜନ
ସଂସ୍କୃତ - ବିଶେଷଣ

  1. ଜନହୀନ; ନିଭୃତ

ପଣିକିଆ

ଉଚ୍ଚାରଣ: Paṇikiā
ଦେଶଜ - ବିଶେଷ୍ୟ

  1. ପଣ ସମ୍ୱନ୍ଧୀୟ ଗଣିତ

[ଦ୍ରଷ୍ଟବ୍ୟ —ଗଣିତ ଗୁଣନ ଓ ହିସାବ ମୁଖସ୍ଥ କରିବାର ନାନାପ୍ରକାର ପଣିକିଆ ଅଛି ଯଥା— ସାଧା ପଣିକିଆ; ପାହି ପଣିକିଆ; କଡ଼ାଗଣ୍ଡା ପଣିକିଆ]

ସେପ୍ଟେମ୍ବର

ସମ୍ପାଦନା

ଶେଣା

ଉଚ୍ଚାରଣ: Ṡeṇā
ଶବ୍ଦ ବିନ୍ୟାସ: ସଂସ୍କୃତ - ଶ୍ରେଣୀ ବା ସେଚନୀ
ଦେଶଜ - ବିଶେଷ୍ୟ

  1. ଜଳ-ସେଚନାର୍ଥ ବ୍ୟବହୃତ ବାଉଁଶର ବଡ଼ ପାତ୍ର ବିଶେଷ

[ଦ୍ରଷ୍ଟବ୍ୟ —ଖୁବ୍ ଗଭୀର ସ୍ଥାନରୁ ଜଳ ଉଠାଇବା ପାଇଁ ଦରକାର ହେଲେ, ଶେଣା ନ ଲଗାଯାଇ ତେଣ୍ଡା ବ୍ୟବହାର କରାଯାଏ । ସମୋଚ୍ଚ ସ୍ଥାନରୁ ପାଣି ବୁହାଇବା ପାଇଁ ଶେଣାଠାରୁ ଛୋଟ ଏବଂ ଜଣେ ବ୍ୟକ୍ତିର ହାତଦ୍ୱାରା ଚାଳିତ କାଠର ଶେଢୁଆ ବ୍ୟବହାର କରାଯାଏ ।]

ଅକ୍ଟୋବର

ସମ୍ପାଦନା

ବସୁଦେବ

ଉଚ୍ଚାରଣ: Basudeba
ଶବ୍ଦ ବିନ୍ୟାସ: ପୁଲିଙ୍ଗ; ବସୁ=ଧନ+ଦିବ୍ ଧାତୁ=କ୍ରୀଡ଼ା କରିବା +କର୍ତ୍ତୃ. ଅ; (ଯେ ଧନରେ କ୍ରୀଡ଼ା କରେ)
ସଂସ୍କୃତ - ବିଶେଷଣ

  1. ଧନୀ
  2. ଉଜ୍ଜ୍ୱଳ କାନ୍ତିବିଶିଷ୍ଟ

ନଭେମ୍ବର

ସମ୍ପାଦନା

ଗୌଡ଼ିଆ ବଇଷମ

ଉଚ୍ଚାରଣ: Gauṟḍ̠iā baishama
ଶବ୍ଦ ବିନ୍ୟାସ: ସଂସ୍କୃତ - ଗୌଡ଼ୀୟ ବୈଷ୍ଣବ
ଗ୍ରାମ୍ୟ - ବିଶେଷ୍ୟ

  1. ଚୈତନ୍ୟମତାବଲମ୍ୱୀ ବୈଷ୍ଣବ

[ଦ୍ରଷ୍ଟବ୍ୟ —ଏମାନଙ୍କ ବେକରେ ମାଳା ଓ ମୁଣ୍ଡରେ ଚଇତନ ଚୁରୁକୀ ଥାଏ । ଚୈତନ୍ୟ ଦେବଙ୍କ ଦେହତ୍ୟାଗ ପରେ ତଦୀୟ ଭକ୍ତମଣ୍ଡଳଦ୍ୱାରା ଏ ସଂପ୍ରଦାୟ ଗଠିତ ହୋଇଥିଲା । ଉଜ୍ଜ୍ୱଳାଖ୍ୟ ମଧୁର ରସ ସାଧନା ସେମାନଙ୍କର ଚରମ ଲକ୍ଷ୍ୟ । ଶୌଚ, ନାମଳପ, ନିର୍ମଳରାସ ଓ ସହଜ ଭଜନ ପନ୍ଥାଦ୍ୱାରା ଭକ୍ତିସାଧନହିଁ ଏମାନଙ୍କର ଲକ୍ଷ୍ୟ ।]

ଡିସେମ୍ବର

ସମ୍ପାଦନା