« ୨୦୧୪ ୨୦୧୫ ୨୦୧୬ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ ସମ୍ପାଦନା

ଚପଳ

ଉଚ୍ଚାରଣ: Chapaḻa
ସ୍ତ୍ରୀ: ଚପଳା
ଶବ୍ଦ ବିନ୍ୟାସ: ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ୱା କିମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ
ସଂସ୍କୃତ - ବିଶେଷଣ

  1. କ୍ଷଣିକ
  2. ଚଞ୍ଚଳ; ତରତରିଆ
  3. ରୋଗ ଉତ୍ପାଦନକାରୀ ରାକ୍ଷାସବିଶେଷ

କ୍ରିୟା - ବିଶେଷଣ

  1. ଶୀଘ୍ର; ଚଞ୍ଚଳ

ଫେବୃଆରୀ ସମ୍ପାଦନା

ଟାକରା

ଉଚ୍ଚାରଣ: Ṭākarā
ଦେଶଜ - ବିଶେଷ୍ୟ

  1. ତାଳୁ
  2. ତାଳୁ ଓ ଜିଭଦ୍ୱାରା କୃତ ଅବ୍ୟକ୍ତ ଟକ୍ଟକ୍ ଶବ୍ଦ

[ଦ୍ରଷ୍ଟବ୍ୟ —ଗୋରୁଙ୍କୁ ଅଡ଼ାଇବା ସମୟରେ ଏ ଶବ୍ଦ ଉଚ୍ଚାରିତ ହୁଏ]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ

  1. ମୁଣ୍ଡର ଚନ୍ଦା ବା କେଶହୀନ ସ୍ଥଳ

ମାର୍ଚ୍ଚ ସମ୍ପାଦନା

ପଞ୍ଚାକ୍ଷର

ଉଚ୍ଚାରଣ: Pan̄chākshara
ସ୍ତ୍ରୀ: ପଞ୍ଚାକ୍ଷରୀ
ଶବ୍ଦ ବିନ୍ୟାସ: ବହୁବ୍ରୀହି; ପଞ୍ଚ+ ଅକ୍ଷର
ସଂସ୍କୃତ - ବିଶେଷଣ

  1. ପାଞ୍ଚଟି ଅକ୍ଷରଯୁକ୍ତ (ମନ୍ତ୍ର)

[ଦ୍ରଷ୍ଟବ୍ୟ —ଶିବ ପଞ୍ଚାକ୍ଷର ମନ୍ତ୍ରଃ—ନମଃ ଶିବାୟ, ବିଷ୍ଣୁ ପଞ୍ଚାକ୍ଷର— ବିଷ୍ଣବେ ନମଃ]
ସଂସ୍କୃତ - ବିଶେଷ୍ୟ

  1. ପଞ୍ଚ ଅକ୍ଷରବିଶିଷ୍ଟ ପ୍ରତିଷ୍ଠା ନାମକ ବୃତ୍ତ

ଅପ୍ରେଲ ସମ୍ପାଦନା

ପଞ୍ଜି

ଉଚ୍ଚାରଣ: Pan̄ji
ଶବ୍ଦ ବିନ୍ୟାସ: ପିନ୍‌ଜ ଧାତୁ = ସଂପୃକ୍ତ ହେବା+ଇ. ଈ
ସଂସ୍କୃତ - ବିଶେଷ୍ୟ

  1. ପାଞ୍ଜି; ଦିବସ ଓ କାଳଜ୍ଞାପକ ଗ୍ରନ୍ଥ; ପାଞ୍ଚାଙ୍ଗ ପଞ୍ଜିକା
  2. ହିସାବ ଖାତା
  3. ପ୍ରତ୍ୟେକ ଶବ୍ଦର ବ୍ୟାଖ୍ୟାଯୁକ୍ତ ନୋଟ

ବିଳାସୀ

ଉଚ୍ଚାରଣ: Biḻāsī
ସ୍ତ୍ରୀ: ବିଳାସିନୀ
ଶବ୍ଦ ବିନ୍ୟାସ: ବିଳାସିନ୍; ବି+ଲସ୍ ଧାତୁ = କ୍ରୀଡ଼ା କରିବା +କର୍ତ୍ତୃ. ଇନ୍
ସଂସ୍କୃତ - ବିଶେଷଣ - ପୁଲିଙ୍ଗ

  1. ବିଳାସପରାୟଣ; ବ୍ୟସନ ଓ ବିଳାସରତ
  2. ରସିକ; ମଉଜି

ଦେଶଜ - ବିଶେଷଣ

  1. ଆଗ୍ରହୀ

[ଦ୍ରଷ୍ଟବ୍ୟ —ବଡ଼ଦେଉଳ ଅଗ୍ରତରେ ଗୁଣ୍ଡିଚାରଥ ଯେ ଦେଖିଛି ତରକ, ବିଲୋକନେ ବିଳାସୀ ସର୍ବଲୋକ— ଭଞ୍ଜ. ବୈଦେହୀଶବିଳାସ]

ପ୍ରଧାନ

ଉଚ୍ଚାରଣ: Pradhāna
ସ୍ତ୍ରୀ: ପ୍ରଧାନା
ଶବ୍ଦ ବିନ୍ୟାସ: ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ
ସଂସ୍କୃତ - ବିଶେଷ୍ୟ

  1. ଆଦ୍ୟାପ୍ରକୃତି; ସୃଷ୍ଟି ବା ବିକାଶପୂର୍ବରୁ ବିଦ୍ୟମାନା ପ୍ରକୃତି

ଦେଶଜ - ବିଶେଷ୍ୟ

  1. କ୍ଷତ୍ରିୟ ଓ ଶୂଦ୍ରଙ୍କ ବଂଶୋପାଧିବିଶେଷ
  2. ଉତ୍କଳର ସ୍ୱାଧୀନ ରାଜଙ୍କ ସମୟରେ ଗ୍ରାମଶାସନ ପାଇଁ ଗଠିତ ଗ୍ରାମପଞ୍ଚର ବା ଗ୍ରାମ ସଭାର ସଭାପତିଙ୍କ ଉପାଧିବିଶେଷ

ନଗଦ

ଉଚ୍ଚାରଣ: Nagada
ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍‌ଦ)

  1. ଗଚ୍ଛିତ ଟଙ୍କା; ରୋକଡ଼; ମୁଦ୍ରାରୂପୀ ଧନ
  2. ସଙ୍ଗେ ସଙ୍ଗେ ଟଙ୍କା ଆଦାନ ପ୍ରଦାନ

[ଦ୍ରଷ୍ଟବ୍ୟ —ସିଦ୍ଧେଶ୍ୱରପୁର ଦେଶଶାସନ ମକଦମ ନଗଦ ଗଣାଇଲା— ଶିଶୁ ହସ୍ତାକ୍ଷର ଲିପି]
ବିଶେଷଣ

  1. ଅତି ଅଳ୍ପ କାଳ ହେଲା ଘଟିଥିବା

ବ୍ୟବହାର

ଉଚ୍ଚାରଣ: Byabahāra
ଶବ୍ଦ ବିନ୍ୟାସ: ବି+ଅବ+ହୃ ଧାତୁ=ହରଣ କରିବା+କରଣ. ଅ
ସଂସ୍କୃତ - ବିଶେଷ୍ୟ

  1. କାରବାର; ବ୍ୟବସାୟ; ବାଣିଜ୍ୟ; ବେପାର
  2. ଆଚରଣ
  3. ବେଭାର; ଲୌକିକତା; ସାମାଜିକ ନିୟମ ଅନୁସାରେ ଦେୟ ଉପଢୌକନ

[ଦ୍ରଷ୍ଟବ୍ୟ —ଓଡ଼ିଆ ବେଭାର ଶବ୍ଦ ଏଥିରେ ଅପଭ୍ରଂଶ]

ସେପ୍ଟେମ୍ବର ସମ୍ପାଦନା

ଶାର୍ଦ୍ଦୂଳ

ଉଚ୍ଚାରଣ: ṡārddūḻa
ସ୍ତ୍ରୀ: ଶାର୍ଦ୍ଦୂଳୀ
ଶବ୍ଦ ବିନ୍ୟାସ: ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଦୂଳ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ

  1. ବ୍ୟାଘ୍ର; ବାଘ
  2. ରାକ୍ଷସ

ସଂସ୍କୃତ - ବିଶେଷ୍ୟ - (ଲକ୍ଷଣାର୍ଥ)

  1. ଶ୍ରେଷ୍ଠ

[ଦ୍ରଷ୍ଟବ୍ୟ —ଶ୍ରେଷ୍ଠତା ବୁଝାଇବା ପାଇଁ ଏହା ନର ପ୍ରଭୃତି ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ନରଶାର୍ଦ୍ଦୂଳ]
ଦେଶଜ - ବିଶେଷ୍ୟ

  1. ଶାର୍ଦ୍ଦୂଳ ନାମଧାରୀ ରାକ୍ଷସ

ଅକ୍ଟୋବର ସମ୍ପାଦନା

ରାକ୍ଷସ

ଉଚ୍ଚାରଣ: Rākshasa
ସ୍ତ୍ରୀ: ରାକ୍ଷସୀ
ଶବ୍ଦ ବିନ୍ୟାସ: ରକ୍ଷ ଧାତୁ+ଅପାଦାନେ ଅସ୍; ଯେଉଁମାନଙ୍କ ଆକ୍ରମଣରୁ ବା କବଳରୁ ଯଜ୍ଞୀୟ ହକି ଆଦିକୁ ରକ୍ଷା କରାଯାଏ, କିମ୍ୱା ରକ୍ଷସ୍+ସ୍ୱାର୍ଥେ. ଅ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ

  1. କୁବେରଙ୍କ ଧନରକ୍ଷକ ଭୃତ୍ୟ ବା ଜୀବବିଶେଷ; ଯକ୍ଷ
  2. ନିଶାଚର; ଅସୁର
  3. ନରଖାଦକ ବ୍ୟକ୍ତି

ଦେଶଜ - ବିଶେଷ୍ୟ

  1. ପକ୍ଷୀ

[ଦ୍ରଷ୍ଟବ୍ୟ —ବଳହିମନ୍ତ ପର୍ବତ, ପ୍ରବଳ ବାତଜନିତ, ହେବାରୁ ସାଞ୍ଜୁ ଓଢ଼ିତ, ରାକ୍ଷସ ବଂଶେ - ଭଞ୍ଜ, ବୈଦେହୀଶବିଳାସ]

ନଭେମ୍ବର ସମ୍ପାଦନା

ଭୂମିଜ

ଉଚ୍ଚାରଣ: Bhūmija
ସ୍ତ୍ରୀ: ଭୂମିଜା
ଶବ୍ଦ ବିନ୍ୟାସ: ଭୁମି+ଜନ୍+ଅ
ସଂସ୍କୃତ - ବିଶେଷଣ

  1. ଭୂମିରୁ ଉତ୍ପନ୍ନ
  2. କ୍ଷେତ୍ର ଜାତ; କୃଷିଜାତ

ପ୍ରାଦେଶିକ - ଦେଶଜ

  1. ଭୁଇଁଆ ଜାତିର ଭାଷା (ସିଂହଭୂମ, ବୀରଭୂମ, ମୟୂରଭଞ୍ଜ ଅଞ୍ଚଳରେ ପ୍ରଚଳିତ)

ଡିସେମ୍ବର ସମ୍ପାଦନା

ଗଣନାଥ

ଉଚ୍ଚାରଣ: Gaṇanātha
ଶବ୍ଦ ବିନ୍ୟାସ: ୬ଷ୍ଠୀ ତତ୍; ଗଣ+ନାଥ
ସଂସ୍କୃତ - ବିଶେଷ୍ୟ

  1. ଗଣେଶ; ମହାଦେବଙ୍କ କନିଷ୍ଠା ପୁତ୍ର; ପ୍ରଥମ ଗଣର ସେନାଧ୍ୟକ୍ଷ
  2. ମହାଦେବ
  3. ଅନେକ ବ୍ୟକ୍ତିଙ୍କର କର୍ତ୍ତା ବା ସ୍ୱାମୀ ବା ନାୟକ

[ଉଦାହରଣ —ସେ ଯୁଦ୍ଧେ କାହାକୁ ନ ଦେଖି ଗଣନାଥ ଭାଜିଲେ ଦେବସୈନ୍ୟ ଛାଡି ଯୁଦ୍ଧପଥ କୃଷ୍ଣସିଂହ । ମହାଭାରତ - ବନ]