ଶାର୍ଦ୍ଦୂଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶାର୍ଦ୍ଦୂଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଦୂଳ) ସମ୍ପାଦନା

୧. ବ୍ୟାଘ୍ର; ବାଘ —୧. Tiger.
୨. ରାକ୍ଷସ —୨. Demon.
୩. ଶରଭ; ଅଷ୍ଟପାଦ କାଳ୍ପ— ନିକ ମୃଗବିଶେଷ —୩. A fabled deer having ୮ legs.
୪. ପକ୍ଷ ବିଶେଷ —୪. A kind of bird.
୫. ଯଜୁର୍ବେଦର ଏକ ଶାଖା (ହିନ୍ଦୀ - ଶ) —୫. Name of a branch of the J̄ajurbeda.
୬. ଚିତ୍ରକ ବୃକ୍ଷ (ହିନ୍ଦୀ - ଶ) —୬. Plumbago Zeylanica

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶାର୍ଦ୍ଦୂଳ ନାମଧାରୀ ରାକ୍ଷସ —Name of a demon

[ଦ୍ରଷ୍ଟବ୍ୟ —ପ୍ରଥମରେ ରାମଚନ୍ଦ୍ର ମର୍କଟ ଓ ଭଲ୍ଲୁକ ସେନାମାନଙ୍କ ସଙ୍ଗରେ ଯେତେବେଳେ ଲଙ୍କାରେ ଅବସ୍ଥାନ କଲେ, ଶୁକ ଓ ସାରଣ ନାମକ ଦୁଇ ମନ୍ତ୍ରୀଙ୍କୁ ଶ୍ରୀରାମଙ୍କ ସୈନ୍ୟ କଳିବାକୁ ରାବଣ ପଠାଇଲା ସେମାନେ ଲଙ୍କାକୁ ଫେରି ଯାଇ ରାମଙ୍କର ଅସଂଖ୍ୟ ସୈନ୍ୟ ଥିବା କଥା ରାବଣକୁ କହିବାରୁ ରାବଣ ସେମାନଙ୍କ କଥାରେ ଅବିଶ୍ୱାସ କରି ଏହି ରାକ୍ଷସର ପୁଣି ଥରେ ସୈନ୍ୟ କଳିବାକୁ ପଠାଇଲା ଏହି ରାକ୍ଷସର ବିଶେଷତ୍ୱ ଏହି ଯେ, ସେ ବିଧାତାଙ୍କଠାରୁ ଗୋଟିଏ ଅଞ୍ଜନ ପାଇଥିଲା, ସେହି ଅଞ୍ଜନକୁ ଆଖିରେ ଲଗାଇଲେ ସେ ସହସ ଯୋଜନ ଦୂରରେ ଥିବା ପଦାର୍ଥ ଦେଖି ପାରୁ— ଥିଲା ଶାର୍ଦ୍ଦୂଳ ଉକ୍ତ ଅଞ୍ଜନ ଲଗାଇ ଲଙ୍କା ପ୍ରାଚୀରରେ ଚଢ଼ି ରାମଚନ୍ଦ୍ରଙ୍କର ସୈନ୍ୟ କଳାନା କରିଥିଲା]

ସଂସ୍କୃତ - ବିଶେଷ୍ୟ - (ଲକ୍ଷଣାର୍ଥ) ସମ୍ପାଦନା

ଶ୍ରେଷ୍ଠ —Chief.

[ଦ୍ରଷ୍ଟବ୍ୟ —ଶ୍ରେଷ୍ଠତା ବୁଝାଇବା ପାଇଁ ଏହା ନର ପ୍ରଭୃତି ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା—ନରଶାର୍ଦ୍ଦୂଳ ]