« ୨୦୧୮ ୨୦୧୯ ୨୦୨୦ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ ସମ୍ପାଦନା

ବିପ୍ରବର

ଉଚ୍ଚାରଣ: Biprabara
ଶବ୍ଦ ବିନ୍ୟାସ: ୭ମୀ ତତ୍; ବିପ୍ର+ବର
ସଂସ୍କୃତ - ବିଶେଷ୍ୟ

  1. ଦ୍ୱିଜୋତ୍ତମ; ବ୍ରାହ୍ମଣ-ଶ୍ରେଷ୍ଠ

ଫେବୃଆରୀ ସମ୍ପାଦନା

ସଂଶୟ

ଉଚ୍ଚାରଣ: Saṁṡaya
ଶବ୍ଦ ବିନ୍ୟାସ: ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. ସନ୍ଦେହ; ସନ୍ଦେହାତ୍ମକ ଜ୍ଞାନ
  2. ବିଷମ ସମସ୍ୟା; ହଁ କି ନାଁ, ଏହିପରି ଦୋଘାଇ; ଧୋକା

ମାର୍ଚ୍ଚ ସମ୍ପାଦନା

ସଂହିତା

ଉଚ୍ଚାରଣ: Saṁhitā
ଶବ୍ଦ ବିନ୍ୟାସ: ସମ୍+ଶ୍ରି ଧାତୁ=ସେବା କରିବା, ପାଇବା, ଅବଲମ୍ୱନ କରିବା+କର୍ମ. ଅ
ସଂସ୍କୃତ - ବିଶେଷ୍ୟ

  1. ନାନା ସ୍ଥଳରୁ ସଂଗୃହୀତ ବା ସଂକଳିତ ଗ୍ରନ୍ଥ
  2. ବେଦର ଶାଖା ବିଶେଷ

ଅପ୍ରେଲ ସମ୍ପାଦନା

ବ୍ୟଭିଚାର

ଉଚ୍ଚାରଣ: Byabhichāra
ଶବ୍ଦ ବିନ୍ୟାସ: ବି+ଅଭି+ଚର୍ ଧାତୁ+ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. ନିୟମର ବତିକ୍ରମ; ନିପାତନ
  2. (ନ୍ୟାୟ ମତରେ) ହେତୁଦୋଷ ବିଶେଷ; ଯୁକ୍ତିରେ ଏ ଶବ୍ଦକୁ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରିବା ଦୋଷ

ମୃଣ୍ମୟ

ଉଚ୍ଚାରଣ: Mṛuṇmaya
ସ୍ତ୍ରୀ: ମୃଣ୍ମୟା
ଶବ୍ଦ ବିନ୍ୟାସ: ମୃଦ୍=ମାଟି+ବିକାରାର୍ଥେ. ମୟ
ସଂସ୍କୃତ - ବିଶେଷଣ (ପୁଲିଙ୍ଗ)

  1. ମୃତ୍ତିକାନିର୍ମିତ

ବିଦଗ୍ଧ

ଉଚ୍ଚାରଣ: Bidagdha
ସ୍ତ୍ରୀ: ବିଦଗ୍ଧା
ଶବ୍ଦ ବିନ୍ୟାସ: ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ
ସଂସ୍କୃତ - ବିଶେଷଣ

  1. ରସିକ
  2. ପଟୁ; ନିପୁଣ

ଠିକିରି‌

ଉଚ୍ଚାରଣ: Ṭhikiri
ଦେଶଜ - ବିଶେଷ୍ୟ

  1. ତାସ୍‌ଖେଳରେ ନାଲିରଙ୍ଗ ଚତୁଷ୍କୋଣ ଆକାରର ତାସ୍; ରୁହିତନ୍

ସେପ୍ଟେମ୍ବର ସମ୍ପାଦନା

ଝଞ୍ଜା

ଉଚ୍ଚାରଣ: jhan̄jā
ଶବ୍ଦ ବିନ୍ୟାସ: ଝମ୍, ଅନୁକରଣ ଶବ୍ଦ+ଜନ୍ ଧାତୁ+ଅ+ସ୍ତ୍ରୀ. ଆ
ସଂସ୍କୃତ - ବିଶେଷ୍ୟ

  1. ବତାସ; ଝଡ଼ି; ଝଡ଼; ତୋଫାନ

[ଉଦାହରଣ —ପରସ୍ପରେ ଦୁଇ ସେନାଏ ପୀଡ଼ା ପାଇ ଝଞ୍ଜାବଜା ଲଚିକା ପ୍ରୟୋଗ ଗଲେ ହୋଇ- କୃଷ୍ଣସିଂହ. ମହାଭାରତ, ଶଲ୍ୟ]

ଅକ୍ଟୋବର ସମ୍ପାଦନା

ଫତୁରି

ଉଚ୍ଚାରଣ: Phaturi
ଶବ୍ଦ ବିନ୍ୟାସ: ଆ ଫତୁର୍=ଉପଦ୍ରବ, ହାନି, ବିକାର, ବିଘ୍ନ
ବୈଦେଶିକ - ବିଶେଷ୍ୟ

  1. ମିଥ୍ୟା; ମିଛକଥା

ନଭେମ୍ବର ସମ୍ପାଦନା

ଧଣ୍ଡା

ଉଚ୍ଚାରଣ: Dhaṇḍā
ଶବ୍ଦ ବିନ୍ୟାସ: ସଂସ୍କୃତ - ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ୱ ଦେଖା ଯିବାରୁ
ଦେଶଜ - ବିଶେଷ୍ୟ

  1. ପ୍ରସାଦୀ ମାଳା; ଦେବତାଙ୍କ ବେକରେ ଲମ୍ୱିତ ପୁଷ୍ପମାଳା; ଯାହା ଦେବତାଙ୍କଠାରୁ କଢ଼ା ଯାଇ ଭକ୍ତକୁ ଦିଆ

ଡିସେମ୍ବର ସମ୍ପାଦନା

ଧଡ଼ିଆ

ଉଚ୍ଚାରଣ: Dhaṟḍ̠iā
ଶବ୍ଦ ବିନ୍ୟାସ: ସଂସ୍କୃତ - ଧଟୀ; ଡୋରକ
ଦେଶଜ - ବିଶେଷ୍ୟ

  1. ମସ୍ତକର କେଶରେ ବାନ୍ଧିବା ଡୋରି ବା ପାଟଫୁଲି