• ସୂର୍ଯ୍ୟ; ସୌର ଜଗତର କେନ୍ଦ୍ର; ଗ୍ରହେଶ୍ଵର
  • ଅର୍କବୃକ୍ଷ
  • ନାୟକ
  • ରକ୍ତାଶୋକ ବୃକ୍ଷ
  • ନିଃଶ୍ଵାସ ବାୟୁ ଯିବା ଆସିବା କରିବା ଶରୀରର ଦକ୍ଷିଣ ନାଡୀ
  • ରବିବାର
  • ରବିକବି; ଚମ୍ପୁରଚୟିତା ଉତ୍କଳୀୟ କବିସୂର୍ଯ୍ୟ ରାୟଗୁରୁ
  • ରବୀନ୍ଦ୍ରଆଦିଙ୍କର ଡାକ ନାମ
  • ରବି ଫସଲରବି

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - (ରୁ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ର ମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ)

ସମ୍ପାଦନା
୧. ସୂର୍ଯ୍ୟ; ସୌର ଜଗତର କେନ୍ଦ୍ର ଗ୍ରହେଶ୍ୱର —୧. The sun.

(ଉ—ରବି ତେର ଦିନ ନକ୍ଷତ୍ର କରେ ଭୋଗ କୃଷ୍ଣସିଂହ, ମହାଭାରତ.ବନ)

. [ଦ୍ରଷ୍ଟବ୍ୟ —ରବି ବା ସୂର୍ଯ୍ୟ ସୌର ଜଗତର କେନ୍ଦ୍ର ଏହାଙ୍କ ଚାରି ଦିଗରେ ଗ୍ରହମାନେ ଘାଉଁରି ଖାଉ ଅଛନ୍ତି ଏହାହିଁ ହିନ୍ଦୁ ଜ୍ୟୋତିଷୀ ଓ ପାଶ୍ଚାତ୍ୟ ଜ୍ୟୋତିଷୀ— ମାନଙ୍କର ସିଦ୍ଧାନ୍ତ ସବୁ ଗ୍ରହଙ୍କ ମଧ୍ୟରେ ଏ ପ୍ରଧାନ ବୋଲି ଏହାଙ୍କ ନାମ ଗ୍ରହେଶ୍ୱର, ସବୁ ଗ୍ରହଙ୍କର ଆଦି ବୋଲି ଆଦିତ୍ୟ ଏ ବସ୍ତୁ ମାନଙ୍କରୁ ତାପଦ୍ୱାରା ରସ ଶୋଷଣ କରନ୍ତି ହିନ୍ଦୁ ଜ୍ୟୋତିଷ ଅନୁସାରେ ଏ ପାପ ଗ୍ରହ ପୃଥିବୀର ଲୋକଙ୍କୁ ଏ ଦୀପ୍ତି, ଆରୋଗ୍ୟ, କ୍ଷମତା, ସମ୍ମାନ ପ୍ରଦାନ କରନ୍ତି ଯୌବନ କାଳରେ (୨୩: ବର୍ଷ ଠାରୁ ୪ ବର୍ଷ ପର୍ଯ୍ୟନ୍ତ) ଏ ଗ୍ରହ ମାନବ ଜୀବନର ଅଧିପତି ଓ ନିୟନ୍ତା ଜନ୍ମ କାଳରେ ରବି ଅନୁକୂଳ ହୋଇଥିଲେ ମନୁଷ୍ୟ ବିଚକ୍ଷଣ, ପରାକ୍ରମ— ଶାଳୀ, ମହଦନ୍ତଃକରଣ, ଦୟାଳୁ, ନରପତି ଓ କ୍ଷମତାଶାଳୀ ହୁଏ ରତି ପ୍ରତିକୂଳ ହୋଇଥିଲେ ରୋଗୀ, ଅହଙ୍କାରୀ, ଅପବ୍ୟୟୀ, ପ୍ରଗଳ୍ଭ , ତ୍ରୂରକର୍ମରତ ଓ ପୈତୃକ ସମ୍ପତ୍ତି ବିନାଶକ ହୁଏ ମାଣିକ୍ୟ ଓ ବୈଦୁର୍ଯ୍ୟ ରବିଙ୍କର ପ୍ରିୟ ରତ୍ନ ରବିଙ୍କ ବର୍ଣ୍ଣ ଜବାକୁସୁମ ପରି ରକ୍ତବର୍ଣ୍ଣ ରବି ୩୬୫: ଦିନ ୧୫: ଦଣ୍ଡ ୩୧: ପଳ ୩୧: ବିପଳ ଓ ୨୪: ଅନୁପଳ ସମୟରେ ପୃଥିବୀରେ ଚାରି ପାଖରେ ବୁଲନ୍ତି, ଅର୍ଥାତ୍ ପୃଥିବୀ ରବିଙ୍କ ଚାରିପାଖରେ ବୁଲିବାକୁ ପ୍ରାୟ ୩୬୫: ଦିନ ୬ ଘଣ୍ଟା ଲାଗେ ପୃଥିବୀରୁ ପର୍ଯ୍ୟବେକ୍ଷଣ କଲେ ରବିଙ୍କ ଗତିରେଖା ବୃତ୍ତାକାର ନ ହୋଇ ବୃତ୍ତାଭାସ (Eliptical) ଅଟେ ଜ୍ୟୋତିଷୋକ୍ତ ଦ୍ୱାଦଶ ରାଶିରେ ରବି ଏକ ଏକ ମାସ ଅବସ୍ଥାନ କରନ୍ତି, ଏହା ସୌରମାସ ବୈଶାଖରେ (ମେଷରେ), ଜ୍ୟେଷ୍ଠରେ (ବୃଷରେ) ଆଷାଢ଼ରେ (ମିଥୁନରେ), ଶ୍ରାବଣରେ(କର୍କଟରେ),ଭାଦ୍ରବରେ(ସିଂହରେ),ଆଶ୍ୱିନରେ (କନ୍ୟରେ), କାର୍ତ୍ତିକରେ (ତୁଳାରେ) ମାର୍ଗଶିରରେ(ବିଛାରେ) ପୁଷରେ (ଧନୁରେ), ମାଘରେ (ମକରରେ), ଫାଲ୍ଗୁନରେ

(କୁମ୍ଭରେ) ଓ ଚୈତ୍ରରେ(ମୀନରେ) ରବି ଅବସ୍ଥାନ କରନ୍ତି ରବି ଏକ ରାଶିରୁ ଅନ୍ୟ ରାଶିକୁ ଯିବା ସମୟ ସଂକ୍ରମଣ ବା ସଂକ୍ରାନ୍ତି ଅଟେ ପ୍ରତ୍ୟେକ ସୌର ମାସରେ ଦୈର୍ଘ୍ୟ ଠିକ୍୩ ଦିନ ହୋଇ କମ୍ ବେଶି ହୁଏ 

ବର୍ଷଯାକ ଦିବା ପରିମାଣ ଓ ରାତ୍ରି ପରିମାଣ ସମାନ ନୁହେଁ କୌଣସି ଦିବସ ୩ ଦଣ୍ଡରୁ ବେଶି ଓ କେଉଁ କେଉଁ ଦିବସ ୩ ଦଣ୍ଡରୁ କମ ସାଧାରଣତଃ ଶୀତ ଦିନେ ଦିନେ ଛୋଟ ଓ ରାତି ବଡ଼ ହୁଏ ଏବଂ ଖରାଦିନେ ରାତି ଛୋଟ ଓ ଦିନ ବଡ଼ ହୁଏ ବର୍ଷରେ ଦୁଇଟି ଦିନ ଦିବା ରାତ୍ରି ସମାନ ହୁଏ

ଆଶ୍ୱିନ ୮ (ସେପ୍ଟେମ୍ୱର ୨୩: ) ଦିନ ଦିନରାତି ସମାନ ଥାଏ ଓ ସେହି ସମୟରୁ ଦିନ କମିଯାଏ ଓ ରାତି ବଢ଼େ ଏହିପରି ବଢ଼ି ବଢ଼ି ପୌଷ ମାସ ୯ (ଡିସେମ୍ୱର ୨୧: ବା ୨୨: ) ଦିନରେ ପରିମାଣରେ ୨୭: ଦଣ୍ଡ ହୋଇଯାଏ ଓ ରାତିରେ ପରିମାଣ ୩୩: ଦଣ୍ଡ ହୁଏ ପୁଣି ସେହି ଦିନଠାରୁ ଦିନ ବଢ଼ିବାକୁ ଆରମ୍ଭ କରି ଚୈତ୍ର ମାସ ୮ (ମାର୍ଚ୍ଚ ୨୧: )ରେ ଦିନ ରାତି ସମାନ ହୁଏ ଓ ପୁଣି ଦିନ ବଢ଼ି ବଢ଼ି ଆଷାଢ଼ ୮ (ଜୁନ୍ ୨୧: ) ଦିନରେ ପରିମାଣ ୩୩: ଦଣ୍ଡ ଓ ରାତିର ପରିମାଣ ୨୭: ଦଣ୍ଡ ହୋଇଯାଏ ସେହି ଦିନଠାରୁ ଦିନ କମେ କମେ ଓ ରାତି ବଢ଼େ ଏବଂ ଆଶ୍ୱିନ ୮(ସେପ୍ଟେମ୍ୱର ୨୨: ବା ୨୩: ) ଦିନରାତି ସମାନ ହୁଏ ପୁଣି ଦିନ କମିବାକୁ ଆରମ୍ଭ କରେ ଅତଏବ ଦେଖାଯିବ ଯେ ବର୍ଷକ ମଧ୍ୟରେ କେବଳ ୨ଟି ଦିନ [ଯେଉଁ ଦିନ ସୂର୍ଯ୍ୟ ଠିକ୍ ବିଷୁବ ରେଖା ଉପରେ ଥାଆନ୍ତି] ଚୈତ୍ର ଓ ଅଶ୍ୱିନରେ ଦିବା ଓ ରାତିର ପରିମାଣ ସମାନ, ଅର୍ଥାତ ୩ ଦଣ୍ଡ ଲେଖାଏଁ ହୁଏ ବର୍ଷକରେ ଗୋଟିଏ ଦିନ [ଆଷାଢ଼ରେ] ଦିନ ୩୭: ଦଣ୍ଡ ଓ ରାତି ୨୩: ଦଣ୍ଡ ହୁଏ ସେହିପରି ମଧ୍ୟ ବର୍ଷକରେ ଆଉ ଥରେ [ପୌଷରେ] ଦିନ ୨୭: ଦଣ୍ଡ ଓ ରାତି ୩୩: ଦଣ୍ଡ ହୋଇଯାଏ

ମୀନ ସଂକ୍ରାନ୍ତିରେ ବସନ୍ତକାଳର ସମ ଦିବାରାତ୍ରି ହୁଏ (ମୀନ ବା ଚୈତ୍ର ମାସ ୮, ମାର୍ଚ୍ଚ୨୧:କୁ —Vernal or spring equinox ବୋଲାଯାଏ)

କନ୍ୟ ସଂକ୍ରାନ୍ତି ପରେ ଶରତ୍କାଳରେ ସମ ଦିବା ରାତ୍ରି ହୁଏ (କନ୍ୟ ଓ ଆଶ୍ୱିନ ମାସ ୮=ସେପ୍ଟେମ୍ୱର ୨୨: ବା ୨୩:କୁ Autumnal equinox ବୋଲାଯାଏ)

ଧନୁ ସଂକ୍ରାନ୍ତିରେ ଶୀତକାଳରେ ଅତି ଛୋଟ ଦିନ ଓ ଅତି ବଡ଼ ରାତି ହୁଏ (ଧନୁ ବା ପୌଷ ମାସ ୮= ଡ଼ିସମ୍ୱର ୨୧: ବା ୨୨:କୁ Winter solstice ବୋଲାଯାଏ)

ମିଥୁନ ସଂକ୍ରାନ୍ତି ଓ ଗ୍ରୀଷ୍ମକାଳର ଅତି ବଡ଼ ଦିନ ଓ ଅତି ଛୋଟ ରାତି (ମିଥୁନ ବା ଆଷାଢ଼ ମାସ ୮=ଜୁନ ୨୧: )କୁ Summer solstice ବୋଲାଯାଏ

ଆଶ୍ୱିନ ମାସରେ ସୂର୍ଯ୍ୟ ପୃଥିବୀରେ ବିଷୁବରେଖାରେ ଠିକ୍ ଊର୍ଦ୍ଧ୍ୱରେ ଥିବାରୁ ଦିନ ରାତି ସମାନ ହୁଏ (Autumnal equinox). ସେହିଠାରୁ ସୂର୍ଯ୍ୟ ଦକ୍ଷିଣକୁ ଗତି କରି କରି ପୌଷ ମାସ ମକର ସଂକ୍ରାନ୍ତି (Tropic of Capricon) ପର୍ଯ୍ୟନ୍ତ ଆସନ୍ତି ଓ ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କର ଦକ୍ଷିଣ ଗତିର ଶେଷ ସୀମା; (ସେ ଦିନ ଛୋଟ ଓ ରାତି ବଡ଼; Winter solstice) ସେହି ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟ ଆଉ ଦକ୍ଷିଣକୁ ନଯାଇ ଉତ୍ତର ଆଡ଼କୁ ଫେରନ୍ତି (ଏଥିପାଇଁ ମାଘ ମାସର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ବୋଲାଯାଏ); ଉତ୍ତରକୁ ଆସି ଆସି ବିଷୁବ ରେଖା ଉପରେ ଚୈତ୍ର ସୁଦ୍ଧା ପହଞ୍ଚନ୍ତି ସେ ସମୟରେ ଦିନ ରାତି ସମାନ ହୁଏ (vernal euqinox) ଓ ବିଷୁବରେଖାକୁ ଟପି ପୁଣି ଉତ୍ତରଦିଗକୁ ଗତି କରି ଆଷାଢ଼ ମାସ ସୁଦ୍ଧା କର୍କଟ କ୍ରାନ୍ତି (Tropic of Cancer) ପର୍ଯ୍ୟନ୍ତ ଆସନ୍ତି କର୍କଟ କ୍ରାନ୍ତି ସୂର୍ଯ୍ୟଙ୍କ ଉତ୍ତର ଗତିରେ ଶେଷ ସୀମା ସେ ଦିନ ଦିନ ବଡ଼ ଓ ରାତି ଛୋଟ (summer solstice). ସେହି କର୍କଟ ସଂକ୍ରାନ୍ତିଠାରୁ ସୂର୍ଯ୍ୟ ଆଉ ଉତ୍ତରକୁ ନଯାଇ ଦକ୍ଷିଣ ଆଡ଼କୁ ଫେରନ୍ତି (ଏଥିପାଇଁ ଶ୍ରାବଣ ସଂକ୍ରାନ୍ତିକୁ ଦକ୍ଷିଣାୟନ ସଂକ୍ରାନ୍ତି ବୋଲାଯାଏ) ସୂର୍ଯ୍ୟ ଦକ୍ଷିଣକୁ ଗତି କରି କରି ଆଶ୍ୱିନ ମାସ ସୁଦ୍ଧା ବିଷୁବ ରେଖାରେ ପହଞ୍ଚନ୍ତି ଆଶ୍ୱିନ ମାସର ଶେଷ ଓ କାର୍ତ୍ତିକ ମାସର ଆରମ୍ଭରେ ସୂର୍ଯ୍ୟ ବିଷୁବରେଖା ଉପରେ ଥିବାରୁ କାର୍ତ୍ତିକ ସଂକ୍ରାନ୍ତିକୁ ଜଳ ବିଷୁବସଂକ୍ରାନ୍ତି ବୋଲାଯାଏ ପୁଣି ଚୈତ୍ର ମାସ ଶେଷ ଓ ବୈଶାଖ ଆରମ୍ଭରେ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ବୈଶାଖ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି ବୋଲାଯାଏ

ହିନ୍ଦୁ ଜ୍ୟୋତିଷ ମତରେ ରବିଗ୍ରହଙ୍କ ପୁତ୍ର ଶନି ଫଳିତ ଜ୍ୟୋତିଷ ମତରେ ରବିବାରରେ ଜନ୍ମ ହେବା ବ୍ୟକ୍ତି ଅତ୍ୟନ୍ତ ଧାର୍ମିକ, ତୀର୍ଥସେବୀ, ସହିଷ୍ଣୁ, ପ୍ରିୟମ୍ୱଦ ଓ ସାମାନ୍ୟ ଧନରେ ଧନୀ ବୋଲି ଖ୍ୟାତି ଲାଭ କରେ ବ୍ୟକ୍ତିର ଜନ୍ମକାଳରେ ରବି ଯେଉଁ ରାଶିରେ ଉଦୟ ହୋଇଥାଆନ୍ତି ସେହି ରାଶି ଜାତକର 'ଲଗ୍ନ' ବୋଲି ଧରାଯାଏ ଜାତକରେ ରବି ଶୁଭଗ୍ରହଯୁକ୍ତ ହୋଇ ଲଗ୍ନରେ ଥିଲେ ଉକ୍ତ ବ୍ୟକ୍ତି ଶୈଶବରେ ପୀଡ଼ିତ, ନେତ୍ରରୋଗୀ, ନୀଚ- ସେବାନୁରତ, ଦୀନ, ବିକଳମୂର୍ତ୍ତି ଓ ପୁତ୍ରକୁଳତ୍ରହୀନ ହୁଏ ରବି ଶୁଭଗ୍ରହଦୃଷ୍ଟ ହୋଇ ଲଗ୍ନର ଦ୍ୱାତୀୟ ବା ଧନ ସ୍ଥାନରେ ଥିଲେ ଉକ୍ତ ବ୍ୟକ୍ତି ସଂସାରତ୍ୟାଗୀ ଓ ଧନହୀନ ହୁଏ

ରବି ୩ୟ ବା ସୋଦର ସ୍ଥାନରେ ଥିଲେ ଉକ୍ତ ବ୍ୟକ୍ତି ଭ୍ରାତୃହନ୍ତା ପୁତ୍ରକଳତ୍ରବାନ୍, ପ୍ରିୟଜନହିତକାରୀ, ସହିଷ୍ଣୁ ଓ ନାରୀପ୍ରିୟ ହୁଏ

ରବି ୪ର୍ଥ ବା ବନ୍ଧୁ ସ୍ଥାନରେ ଥିଲେ ବନ୍ଧୁନାଶ ଓ ସନ୍ତାପୀ ରବି ୫ମ ବା ପୁତ୍ର ସ୍ଥାନରେ ଥିଲେ ପ୍ରଥମ ପୁତ୍ର ନଷ୍ଟ ହୁଏ ଓ ଧନହୀନତା ଘଟେ

ରବି ୬ଷ୍ଠ ବା ରିପୁ ସ୍ଥାନରେ ଥିଲେ ମନୁଷ୍ୟ ସୁଖୀ, ଶତ୍ରୁ ହନ୍ତା, ବିଖ୍ୟାତ ଓ ନିର୍ଭୀକ ହୁଏ


ରବି ୭ମ ବା ଜାୟା ଗୃହରେ ଥିଲେ ଜୟାନାଶ ଘଟେ

ରବି ୮ମ ବା ନିଧନ ସ୍ଥାନରେ ଥିଲେ ମନୁଷ୍ୟ ଅତି କ୍ରୋଧୀ, ଶକ୍ରୁ ଯୁକ୍ତ ଓ କଷ୍ଟମୃତ୍ୟୁ ହୁଏ

ରବି ୯ମ ବା ଧର୍ମ ସ୍ଥାନରେ ଥିଲେ ମନୁଷ୍ୟ ଭାଗ୍ୟହୀନ ଓ ରୋଗୀ ହୁଏ

ରବି ୧ ମ ବା କ୍ରମ ସ୍ଥାନରେ ଥିଲେ ମନୁଷ୍ୟ ନୃତ୍ୟ— ଗୀତାନୁରକ୍ତ, ସୁବୁଦ୍ଧିବାନ୍, ତେଜସ୍ୱୀ, କୁଳଶ୍ରେଷ୍ଠ ଧନୀ ଓ ରାଜା ହୁଏ

ରବି ୧୧ଶ ବା ଆୟ ସ୍ଥାନରେ ଥିଲେ ମନୁଷ୍ୟ ବହୁଧନୀ, ରାଜା ବା ରାଜାନୁଗୃହୀତ ଓ ଗୃହମେଧୀ ହୁଏ

ରବି ୧୨ଶ ବା ବ୍ୟୟ ସ୍ଥାନରେ ଥିଲେ ନେତ୍ରହାନି ବା ନେତ୍ରପୀଡ଼ା, ଜଡ଼ବୁଦ୍ଧି, ରୋଗୀ ଓ ଦୁଃଖୀ

ଏ ସମ୍ୱନ୍ଧେ ନାନା ମୁନି ମଧ୍ୟ ନାନା ମତ ଓ ଫଳ ଲେଖି ଅଛନ୍ତି

ଜାତକରେ ରବିଗ୍ରହ କେନ୍ଦ୍ରସ୍ଥ (ଅର୍ଥାତ୍ ଲଗ୍ନର ୪ର୍ଥ)— ବନ୍ଧୁସ୍ଥାନ, ସ୍ଥାନ ୭ମ—ଜାୟାସ୍ଥାନ, ୧ମ ବା କର୍ମ ସ୍ଥାନରେ ଥିଲେ ଉକ୍ତ ବ୍ୟକ୍ତି କ୍ରୂର, ହିଂସ୍ର, ନୀଚତ୍ରିୟ ଓ ପାପୀ ହୁଏ

ଜାତକରେ ରବିଗ୍ରହ ତୁଙ୍ଗସ୍ଥ ହୋଇଥିଲେ (ମେଷ ରାଶି ରବିର ଉଚ୍ଚ ସ୍ଥାନ ଥିବାରୁ, ରବି ମେଷ ରାଶିରେ ଅବସ୍ଥାନ କରୁଥେଲେ) ମନୁଷ୍ୟ ଶାସ୍ତ୍ରାଜ୍ଞ, ଧାର୍ମିକ, ଦାତା, ସୁଖୀ, ନୃପତୁଲ୍ୟ, ଲୋକପାଳକ ଓ ମଣ୍ଡଳେଶ୍ୱର ହୁଏ ଜାତକରେ ଲଗ୍ନରେ ରବି ସଙ୍ଗେ ଏକ ବା ଏକାଧିକ ଅନ୍ୟଗ୍ରହଯୁକ୍ତ ଥିଲେ ଫଳିତ ଜ୍ୟୋତିଷମତରେ ଭିନ୍ନ ଭିନ୍ନ ଫଳଘଟିବା ଲେଖାଅଛି କୌଣସି କୌଣସି ଯୋଗ ଶୁଭକର ଓ କେହି କେହି ଅଶୁଭକର (ୟଥା—ରବି ଓ ବୁଧ ଏକ ଗୃହରେ ଥିଲେ ଉକ୍ତ ବ୍ୟକ୍ତି ଯଶସ୍ୱୀ, ଉଦାର ଓ ବିଦ୍ୱାନ୍ ହୁଏ ଏହାକୁ ରବିବୁଧା ଯୋଗ କହନ୍ତି]

ଜନ୍ମ କାଳରେ ଯେଉଁ ନକ୍ଷତ୍ରରେ ଥାଆନ୍ତି ତହିଁରୁ ଆରମ୍ଭ କରି ଜାତକର ଚକ୍ର ଅଙ୍କିତ କରାଯାଏ ଏହି ଚକ୍ରକୁ ଜାତ ଚକ୍ର ବା ଡିମ୍ଭଚକ୍ର ବୋଲାଯାଏ ଉକ୍ତ ଚକ୍ରକୁ ଗୋଟିଏ ମନୁଷ୍ୟ ଆକାରରେ ଅଙ୍କିତ କରି ଉକ୍ତ ମନୁଷ୍ୟର ଭିନ୍ନ ଭିନ୍ନ ଅଙ୍ଗରେ ୨୭:ଟି ନକ୍ଷତ୍ର ସ୍ଥାପନ କରି ତଦନୁସାରେ ମନୁଷ୍ୟର ପରମାୟୂ ଓ ଜୀବନର ଶିଭାଶୁଭ ଫଳ ନିର୍ଣ୍ଣୟ କରାଯାଏ ଜନ୍ମକାଳରେ ଚନ୍ଦ୍ରାଶିତ ନକ୍ଷତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ନକ୍ଷତ୍ର ନିର୍ଣ୍ଣିତ ହୁଏ ଜନ୍ମକାଳରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରୁଥାଆନ୍ତି ତାହାହିଁ ଜାତକର ଜନ୍ମରାଶି ଓ ସୂର୍ଯ୍ୟ ଯେଉଁ ରାଶିରେ ଉଦୟ ହୋଇ ଥାଆନ୍ତି ତାହାହିଁ ଜାତକରେ ଲଗ୍ନ ଅଟେ ରବି ଦଶା, ରବି ଗୋଚର ଓ ରବି ଶୁଦ୍ଧି ଆଦି ଯଥା ସ୍ଥାନରେ ଦିଆଯିବା

ଜ୍ୟୋତିଷ ଗଣନା ମତରେ ପତି ବର୍ଷ ପୃଥିବୀରେ (ରାହୁ ଓ କେତୁ ଛଡ଼ା) ଗୋଟିଏ ଲେଖାଏଁ ଗ୍ରହ ଗଣକ, ରାଜା, ମନ୍ତ୍ରୀ, ପୁରୋହିତ, ପରୀକ୍ଷା, କରଣ, ଡଗର, ଜ୍ୟୋତିଷ, ତାଡ଼ନୀୟ ଅର୍ଥରକ୍ଷକ, ଆସ୍ଥାନରକ୍ଷକ ସଂଗ୍ରାମଧିପ, ଶସ୍ୟାଧିପ, ଧାନ୍ୟାଧିପ, ଅର୍ଘ୍ୟାଧିପ, ମେଘାଧିପ, ରସାଧିପ, ନିରସାଧିପ ଓ ପାଳାକାଧିପ ହୁଅନ୍ତି ଓ ଭିନ୍ନ ଭିନ୍ନ ଗ୍ରହମାନେ ତତ୍ତତ୍ ସ୍ଥାନରେ ଅଧିପତି ହେଲେ ପୃଥିବୀରେ ଶୁଭାଶୁଭ ଫଳ ଘଟେ ଉଦାହରଣସ୍ୱରୂପ— ରବି ରାଜା ହେଲେ—ଦେଶରେ ଉଦସ୍ରକ; ମନ୍ଦବୃଷ୍ଟି, ବାତ ଓ ନେତ୍ରରୋଗ ଘଟେ

ରବି ମନ୍ତ୍ରୀ ହେଲେ—ମତ୍ସ୍ୟଦେଶରେ ଦୁର୍ଭିକ୍ଷ ଓ ମଗଧରେ ରାଜବିଦ୍ରୋହ ଘଟେ

ରବି ପୁରୋହିତ ହେଲେ—ଶସ୍ୟହାନି, ଅପଘାତ ଓ ଅମଙ୍ଗଳ ହୁଏ

ରବି ପରୀକ୍ଷା ହେଲେ—ପୂର୍ବଦେଶରେ ଦରିଦ୍ରତା ବାତ— ବୃଷ୍ଟିଭୟ ଓ ଚୌରପୀଡ଼ା ହୁଏ

ରବି କରଣ ହେଲେ—ମନ୍ଦବୃଷ୍ଟି ଓ ଯୁଦ୍ଧଭୟ

ରବି ଡ଼ଗର ହେଲେ—ରାଜାଙ୍କର ଅସୁସ୍ଥତା, ଗୃହେ ଗୃହେ ଶସ୍ତ୍ରଘାତ ଓ ମନ୍ଦବୃଷ୍ଟି

ରବି ଜ୍ୟୋତିଷ ହେଲେ—ମନ୍ଦବୃଷ୍ଟି ଓ ନୃପମାନଙ୍କ ଉପରେ ଶସ୍ତ୍ରଘାତ

ରବି ତାଡ଼ନୀୟ ହେଲେ—ପୃଥିବୀ ନିବୀର୍ଯ୍ୟ ଓ ଲୋକ ମାନେ ଦୁବୁତ୍ତିଜୀବୀ

ପ୍ରାଚୀନ ସତ୍ୟତାପନ୍ନ ଜାତିମାନେ ରବି ବା ସୂର୍ଯ୍ୟଙ୍କୁ ଦେବତାରୂପେ ପୂଜା କରୁଥିଲେ ଓ ହିନ୍ଦୁମାନଙ୍କର ବେଦ ସୂର୍ଯ୍ୟଙ୍କର ସ୍ତବରେ ପୂର୍ଣ୍ଣ ଓ ବେଦରେ ନାରାୟଣ ସବିତୃମଣ୍ଡଳ ମଧ୍ୟବର୍ତ୍ତୀ ବୋଲି କଳ୍ପିତ ହୋଇଅଛନ୍ତି ସୂର୍ଯ୍ୟଙ୍କର ରଥ ଏକ ଚକ୍ର ବିଶିଷ୍ଟ ଓ ସପ୍ତାଶ୍ୱଯୋଜିତ ଥିବାର କଳ୍ପିତ ହୋଇ ଅଛି ରବିଙ୍କ ପତ୍ନୀ ଓ ସଂଜ୍ଞା; ପୁତ୍ର ଶନି, ସୁଗ୍ରୀବ, ଯମ, ସାବର୍ଣ୍ଣିମନ ଓ ବୈବସ୍ୱତମନୁ; କନ୍ୟା ଯମୁନା ଏହାଙ୍କର ପ୍ରିୟଧାତୁ ତାମ୍ର ଓ ରତ୍ନ ମାଣିକ୍ୟ ଏହାଙ୍କଠାରୁ ଭାରତର ସୂର୍ଯ୍ୟବଂଶୀୟ ରାଜାଙ୍କ ଉତ୍ପତ୍ତି

ରବିଙ୍କର ନାମାନ୍ତର ଯଥା— ଅଂଶୁମାଳି, ଅଂଶୁମାନ , ଅରଣି ଅର୍କ ଅର୍ଯମା, ଅହସ୍କର ଆଦିତ୍ୟ ଉଷ୍ଣଗୁ, ଏକଚକ୍ରରଥ, କଳିଙ୍ଗ, କଶ୍ୟପାତ୍ମଜ, କେଶଶୟକର ଖଗ, ଗଭସ୍ତିହସ୍ତ, ଗ୍ରହେଶ୍ୱର, ଚଣ୍ଡାଂଶୁ, ଚିତ୍ରଭାନୁ, ଛନ୍ଦୋଶ୍ୱ, ତପନ, ତମିସ୍ରହା ତମୋତି, ତରଣି ତାପନ ତାର୍କ୍ଷ୍ୟବାହନ, ତୀବ୍ରାଶୁଂ ତ୍ରିଲୋକେଶ, ଦିକ୍ପତି ଦିବାକର ଦିବାନାଥ ଦିର୍ନିରୀକ୍ଷ, ଦୈତ୍ୟହା, ଦ୍ୟୁମଣ ଦ୍ୱାଦଶତ୍ମା, ଧର୍ମରଶ୍ମି, ଧର୍ମାଧର୍ମପ୍ରକାଶକ, ପଦ୍ମିନୀନାଥ, ପାପହର୍ତ୍ତା, ପୂଷା, ପ୍ରଭାକର, ବ୍ରଧ୍ନ, ଭୟନାଶନ, ଭାନୁ ଭାନୁମାନ ଭାସ୍କର ଭାସ୍ୱାନ୍, ମନ୍ଦୋହରି, ମାର୍ତ୍ତଣ୍ଡ, ମିତ୍ର ମିହିର ରବି ଲୋକଚକ୍ଷୁ,ଲୋକସାକ୍ଷୀ, ବିବର୍ତ୍ତନ ବିବସ୍ୱାନ, ବିଭାବସୁ, ବିଶ୍ୱକର୍ତ୍ତା, ବିଶ୍ୱକରମା ବିଶ୍ୱରୂପ ବୃଷାକପି ବେଦବଦ୍ୟ, ଶାଶ୍ୱତ ଶୁଚି, ଶ୍ରୀମାନ୍, ଲୋକ


ଅନୁବାଦ

ସମ୍ପାଦନା

ତ୍ରୟାଶ୍ରୟ ସପ୍ତହୟ, ସପ୍ତାଶ୍ୱବାହାନ, ସପ୍ତାଶ୍ୱବାହନ, ସହସ୍ରାଂଶୁ, ସହସ୍ରର୍ଚ୍ଚିଃ, ସମୁହ, ସୂର୍ଯ୍ୟ, ହଂସ, ହରି, ହରି ଦଶ୍ୱ, ହେଳିକ, ସ୍ୟୂନ, ସ୍ୟୋନ

ତୁଳନା କରି ସଂସ୍କୃତ -ରେ ସ୍ୟୂନ, ସ୍ୟୋନ, ସୁର, ହେଳିକା ଇଂରାଜୀ -ରେ —Sum (ସନ୍)

ପ୍ରାଚୀନ ଇଂରାଜୀ -ରେ —Sunna (ସନ୍ନା) Sunne (ସନ୍ନେ)

ପ୍ରାଚୀନ ସାକ୍ସନ୍ରେ —Sunna (ସନ୍ନା)

ପ୍ରାଚୀନ ଜର୍ମାନ୍ —Sunna (ସୁନ୍ନା)

ପ୍ରାଚୀନ ଗଥିକ୍ —Sunna (ସୁନ୍ନା) , Sunno (ସୁନ୍ନୋ)

ଜର୍ମାନ୍ —Sunne (ସୁନ୍ନେ)

ଓଲନ୍ଦାଜ —Zon (ଝୋନ) Sonne (ସୋନ୍ନୋ)

ଲାଟିନ୍ —Sol ସୋଲ୍ ,Solis(ସୋଲିସ୍)

ଫ୍ରେଞ଼୍ଚ୍ —Solei(ସାଲେଇ)

ଲେଟ୍ଟ୍ —Saule(ସଲ୍)

ଡାନିସ୍ —Soel (ସୋଏଲ୍) , Sol(ସୋଲ)

ଆଧୁନିକ ଗଥିକ୍ —Sanil (ସାନିଲ୍)

ଗ୍ରୀକ୍ —Helios(ହେଲଓସ୍)

ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନବେତ୍ତାମାନେ ଗହେଷଣାଦ୍ୱାରା ସ୍ଥିର କରି ଅଛନ୍ତି ଯେ ସୂର୍ଯ୍ୟ ଗୋଟିଏ ଘୃର୍ଣ୍ଣାୟମାନ ଅତି ଉଷ୍ଣ ଧାତୁ ଜାତ ବାଷ୍ପ ମଣ୍ଡଳ ଓ ତାହା ଘୁରିବାବେଳେ ତହିଁରୁ ଖଣ୍ଡଖଣ୍ଡ ଅଂଶ ଛିଣ୍ଡି ଯାଇ ଭିନ୍ନ ଭିନ୍ନ ଗ୍ରହର ସୃଷ୍ଟି ହୋଇଅଛି ଓ ସୂର୍ଯ୍ୟ ସୌର ଜଗତର ସମସ୍ତ ଗ୍ରହଙ୍କୁ ଅକର୍ଷଣ କରିବାରୁ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ତାରିପାଖରେ ଘୁରୁ ଅଛନ୍ତି]

୨. ଅର୍କବୃକ୍ଷ —୨. A plant; Calotpiors Gigantea; the swallow-wort.
୩. ନାୟକ — ୩. Hero of a drama or novel.
୪. ରକ୍ତା— ଶୋକ ବୃକ୍ଷ —୪. The Asoka tree (Jaenesia Asoka).
୫. ନିଃଶ୍ୱାସ ବାୟୁ ଯିବା ଆସିବା କରିବା ଶରୀରରେ ଦକ୍ଷିଣ ନାଡ଼ୀ —୫. Name of the right canal in the body for the passage of the vital air.
୬. ରବିବାର —୬. Sunday.

[ଉ—ରବି ଦଶଘଡ଼ି ସୋମ ଚଉଠା ବାର ମଙ୍ଗଳ ପଣ୍ଡିତ ଷଠା ଗୁରୁ ଚଉଦ ମନ୍ତ୍ରୀ ଆଠ ଉଦୟ ଅସ୍ତ ଶନିର ଘାଟ— ଡାକ ଋଷିବଚନ]

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ରବିରବି; ଚମ୍ପୂରଚୟିତା ଉତ୍କଳୀୟ କବିସୂର୍ଯ୍ୟ ରାୟଗୁରୁ ୧. Name of an Oriya classical poet.
୨. ରବୀନ୍ଦ୍ର୍ଆଦିଙ୍କର ଡାକ ନାମ — ୨. Name for calling Rabīndra etc.

ବୈଦେଶିକ - ବି—(ଆରବୀ - ରବି=ବସନ୍ତ ଋତୁ)

ସମ୍ପାଦନା

ରବି ଫସଲ (ଦେଖ) - Rabī phasala (See)