ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଧନ ରତ୍ନ
  • ଧନ ରତ୍ନ ପରି ପ୍ରିୟ ବସ୍ତୁ
  • ଧନ ରତ୍ନ ପରି ମନୁଷ୍ୟର ପ୍ରିୟତମ ବ୍ୟକ୍ତିକୁ ଧରତ୍ନ ନାମରେ ସମ୍ବୋଧନ କରାଯାଏ
  • ପାଣ୍ଠି; ସଞ୍ଚିତ ଧନ
  • ବାଣିଜ୍ୟାଦିରେ ମୂଳ ଧନ; ମୂଳ ପାଣ୍ଠି
  • ଏକମାତ୍ର ଭରସାର ସ୍ଥାନସଙ୍ଖାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଧନ ରତ୍ନ —୧. Riches and gems.

[ଉ—ଘରେ ଯାହା ସଙ୍ଖାଳିମାନ ରଖିଥିଲେ— କୃଷ୍ଣସିଂହ. ମହାଭାରତ. ବନ]

୨. ଧନ— ରତ୍ନ ପରି ପ୍ରିୟ ବସ୍ତୁ —୨. One's beloved or prized article.

[ଉ—ନିମିଷକରେ ଜ୍ୱାଳା, ଜନ୍ମାଏ ଜିଣି ହାଳାହଳକୁ ଯେ ସଙ୍ଖାଳି ମହାନାଗେ— କବିସୂର୍ଯ୍ୟ. ଚମ୍ପୂ]

୩. ଧନରତ୍ନ ପରି ମନୁଷ୍ୟର ପ୍ରିୟତମ ବ୍ୟକ୍ତି; ଜୀବନସର୍ବସ୍ୱ —୩. One's dearest person.

[ଉ—ସଙ୍ଖାଳି ହରାଇ ପ୍ରାଣର ହେବି—ରାଧାନାଥ]

[ଦ୍ରଷ୍ଟବ୍ୟ —ଆପଣାର ପ୍ରିୟତମ ବ୍ୟକ୍ତିକୁ ଧନରତ୍ନ ନାମରେ ସମ୍ୱୋଧନ କରାଯାଏ ଯଥା—ଧନ, ରତନ, ମାଣିକ, ମଣି ଏହି ସ୍ଥଳରେ ମଧ୍ୟ ସଙ୍ଖାଳି ପ୍ରୟୋଗ କରାଯାଏ ଯଥା—ନ ବିହର ଗୋପ— ସଙ୍ଖାଳି ଏ ପାପ ଗହନରେ କିଛି ଦିନ—କବିସୂର୍ଯ୍ୟ. କିଶୋରୀଚନ୍ଦ୍ରାନନ୍ଦଚମ୍ପୂ ଙ ଗୀତ ଏଠାରେ 'ଗୋପ— ସଙ୍ଖାଳି'ର ଅର୍ଥ ଗୋପବାସୀଙ୍କର ଜୀବନସର୍ବସ୍ୱ ବା ପ୍ରିୟତମ ବ୍ୟକ୍ତି]

୪. ପାଣ୍ଠି; ସଞ୍ଚିତ ଧନ —୪. A hoard.
୫. ବାଣିଜ୍ୟାଦିରେ ମୂଳ ଧନ; ମୂଳ ପାଣ୍ଠି —୫. The capital or stock in trade.
୬. [ମନୁଷ୍ୟ ସଂଚିତ ଧନଦ୍ୱାରା ଭବିଷ୍ୟତରେ ଆପଣାର ଜୀବନ ରକ୍ଷା କରିବାକୁ ଆଶା କଲା ଭଳି, ମନୁଷ୍ୟ (ପିତା ମାତା) ଯାହା (ପୁତ୍ର)ଦ୍ୱାରା ଭବିଷ୍ୟତରେ ପୋଷି ହେବା ପାଇଁ ପୂର୍ଣ୍ଣ ଆଶା ରଖିଥାଏ; ଏକମାତ୍ର ଭରସାର ସ୍ଥାନ —୬. One by whom a person hopes to be maintained in future; one in whom another's future hopes are centred.

[ଉ—ଧୋବା ମଳିକ, ସଙ୍ଖାଳି କରିଛି ଝିଅ ହଳିକ—ଢଗ]