ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ବଞ୍ଛା; ମନୋରଥ; ମନୋବାଞ୍ଛା; ଇଚ୍ଛା; ଅଭିପ୍ରାୟ
  • ମନରେ କରାଯାଇଥିବା ପ୍ରତିଜ୍ଞା
  • ଧର୍ମକର୍ମ ଓ ବ୍ରତାଦି କରିବା ପୁର୍ବରୁ ମନରେ ଯେଉଁ ଫଳବାଞ୍ଛା କରାଯାଏ
  • ବ୍ରତ ଓ ପୁଜାଦି କରିବା କର୍ତ୍ତା ସଂକଳିତ ଉଦ୍ଦେଶ୍ୟ ସଂବଳିତ ଯେଉଁ ମନ୍ତ୍ରାଦି ବା ବଚନ ଉଚ୍ଚାରଣ କରନ୍ତିସଂକଳ୍ପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍କଳ୍ପ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+କୃପ୍ ଧାତୁ=କଳ୍ପନା କରିବା+ଭାବ. ଅ) ସମ୍ପାଦନା

୧. ବାଞ୍ଛା; ମନୋରଥ; ମନୋବାଞ୍ଛା; ଇଚ୍ଛା; ଅଭିପ୍ରାୟ —୧. Wish; desire, volition.
୨. ମନରେ କରାଯାଇଥିବା ପ୍ରତିଜ୍ଞା — ୨. Mental determination; resolve.
୩. ଧର୍ମକର୍ମ ଓ ବ୍ରତାଦି କରିବା ପୂର୍ବରୁ ମନରେ ଯେଉଁ ଫଳ— ବାଞ୍ଛା କରାଯାଏ —୩. The wished-for aim for which any religious rite is performed.
୪. ବ୍ରତ ଓ ପୂଜାଦି କରିବା କର୍ତ୍ତା ସଂକଲିତ ଉଦ୍ଦେଶ୍ୟ ସଂକଳିତ ଯେଉଁ ମନ୍ତ୍ରାଦି ବା ବଚନ ଉଚ୍ଚାରଣ କରନ୍ତି —୪. An avowal or utterance of the formula embodying the object and nature of the rite perfomed by a Hindu.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଉଦ୍ଦେଶ୍ୟ, ପୂଜା, ହୋମ, ବ୍ରତାଦି କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ସଂକଳ୍ପ ବାକ୍ୟ ଉଚ୍ଚାରଣ କରିବାକୁ ହୁଏ ଏଥିରେ ପ୍ରଥମେ ବିଷ୍ଣ ଆଦି ଦେବତାଙ୍କ ନାମ ସ୍ମରଣ ଓ ତୀର୍ଥମାନଙ୍କୁ ଆବାହନ କରି ବ୍ରତାଦି ଅନୁଷ୍ଠାନ କରା ଯାଉଥିବା ସ୍ଥାନ ଓ ବର୍ଷ, ମାସ, ତିଥି, ବାର, ନକ୍ଷତ୍ରଦିର ନାମୋଲ୍ଲେଖ, ତତ୍ପରେ ସଂକଳ୍ପ କରିବା ବ୍ୟକ୍ତିଙ୍କର ଗୋତ୍ର ଓ ନାମ, କି ଉଦ୍ଦେଶ୍ୟରେ ବା

କି ଅଭୀଷ୍ଟଲାଭ ପାଇଁ ବ୍ରତାଦି ଅନୁଷ୍ଠିତ ହେଉଅଛି ଓ କି ବ୍ରତ, ପୂଜା, ପ୍ରାୟଶ୍ଚିତ୍ତ ବା ହୋମାଦି ହେଉଅଛି, ତାହା ସବୁ ସଂସ୍କୃତ ଭାଷାରେ ବୋଲିବାକୁ ହୁଏ ସଂକଳ୍ପୃ— ବାକ୍ୟର ଉଚ୍ଚାରଣ ପରେ ଅନୁଷ୍ଠିତ କର୍ମ ଆରମ୍ଭ କରାଯାଏ ଦୁର୍ଗାପୂଜା, ଶିବପୂଜା, ବିଷ୍ଣୁପୂଜା, ହୋମ, କାର୍ତ୍ତିକ ବ୍ରତ, ପ୍ରାୟଶ୍ଚିତ୍ତ, ତୀର୍ଥସ୍ନାନ, ଶ୍ରାଦ୍ଧ, ଜଳାଶୟାଦି ପ୍ରତିଷ୍ଠା ପ୍ରଭୃତି ପାଇଁ ଭିନ୍ନ ଭିନ୍ନ ସଂକଳ୍ପ ବାକ୍ୟ ଅଛି ଶାସ୍ତ୍ରରେ ଅଛି ଯେ, ବିନା ସଂକଳ୍ପରେ କରାଯିବା କାର୍ଯ୍ୟର ଫଳ ବୃଥା; ତାଦ୍ଦ୍ୱାରା ଧର୍ମର କ୍ଷୟ ହୁଏ ହାତରେ ତାମ୍ରପାତ୍ର ଧରି ତହିଁ ମଧ୍ୟରେ ଜଳ, କୁଶତ୍ରୟ, ଦୂର୍ବା, ପୁଷ୍ପ, ଫଳ, ତିଳ ରଖି ପୂର୍ବମୁଖ ବା ଉତ୍ତରମୁଖ ହୋଇ ସଂକଳ୍ପ ବାକ୍ୟ ଉଚ୍ଚାରଣ କରିବା ଓ ଉକ୍ତ ଜଳକୁ ପାତ୍ରରୁ ଡାଳି ଦେବା ବିଧିକୁ ସଂକଳ୍ପ ବୋଲାଯାଏ ]