ଶବର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶବରୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଶବ=ମୃତଦେହ+ରା ଧାତୁ=ଗ୍ରହଣକରିବା+ କର୍ତ୍ତୃ. ଅ) ସମ୍ପାଦନା

୧. କିରାତ; ବ୍ୟାଧ —୧. A hunter.

(ଉ—ଶବରଶରରେ ତ୍ରସ୍ତହେବାକାଳେ କପଟରେ ଗୋପନାଥ—କବିସୂର୍ଯ୍ୟ. ସଙ୍ଗୀତ)

[ଦ୍ରଷ୍ଟବ୍ୟ — ଶବରମାନେ ପାହାଡ଼ୀ ଜଙ୍ଗଲ ଜାତି, ଅମଟୀକାକାର ଲେଖିଅଛନ୍ତି ଯେ ମୟୁରପୁଚ୍ଛ ପରିଧାନକାରୀ ମ୍ଲେଚ୍ଛଜାତି ନିରାତ ଓ ପତ୍ରପରିଧାନକାରୀ ଜାତି ଶବର—(ବିଶ୍ୱକୋଷ) ଏମାନେ ପ୍ରାଚୀନକାଳରୁ ଭାରତରେ ବାସ କରୁଅଛନ୍ତି ଆଜିକାଲି ମଧ୍ୟପ୍ରଦେଶ, ଓଡ଼ିଶା, ଗଡ଼ଜାତ ଓ ଛୋଟନାଗ— ପୁରରେ ଏ ଜାତି ଅଛନ୍ତି ଓ ଏମାନଙ୍କୁ ଶଅର (ବଙ୍ଗାଳୀ - ଶବର, ହିନ୍ଦୀ - ସୌର)ବୋଲାଯାଏ, ଏମାନେ ଜଙ୍ଗଲରୁ ଜାଳକାଠ, ଖଲିପତ୍ର ଓ ବନ୍ୟଦିବ୍ୟମାନ ଆଣି ସହରରେ ବିକ୍ରି କରି ଜୀବିକାନିର୍ବାହ କରନ୍ତି. ବହୁପ୍ରାଚୀନ କାଳରୁ ଏମାନେ ଭାରତରେ ବାସ କରୁଥିବାରୁ ପ୍ରମାଣ ମିଳେ ଐତରେୟ ବ୍ରାହ୍ମଣରେ ଏମାନଙ୍କୁ ବିଶ୍ୱାମିତ୍ରଙ୍କର ଏକ ଅଭିଶପ୍ତ ସନ୍ତାନହ୍କ ବଂଶଧର ବୋଲା ଯାଇଅଛି ଶାଙ୍ଖାୟନଶ୍ରୋତପୁତ୍ର, ମହାଭାରତ ଓ ଭାଗବତରେ ଏମାନଙ୍କ ଉଲ୍ଲେଖ ଅଛି ପାଶ୍ଚାତ ପ୍ରାଚୀନ ଐତିହାସିକ ଟଲେମୀ Sabarae ସବରଗଣ ଓ ପ୍ଲିନି Suari (ସୁଆରଗଣ) ବୋଲି ଏମାନଙ୍କର ଉଲ୍ଲେଖ କରି ଅଛନ୍ତି. ଏହି ଶବରମାନେ ବିନ୍ଧ୍ୟବାସିନୀଙ୍କ ପୂଜା କରୁଥିଲେ ଏକ ଶବର ଜଗନ୍ନାଥଙ୍କ ପୂଜକ ଥିଲା (ବିଶ୍ୱକୋଷ)

୨. ଶିକାରଦ୍ୱାରା ଜୀବିକା ନିର୍ବାହକାରୀ ପାର୍ବତ୍ୟ ଜାତି ବିଶେଷ; ଶବର —୨. A caste of mountaineer tribes living mainly on hunting.
୩. ଶବର ଚନ୍ଦନ (ଦେଖ) - —୩. Ṡabara chandana (See)
୪. ଶିବ; ମହାଦେବ (ବିଶ୍ୱକୋଷ) —୪. Ṡiba.
୫. ଶାସ୍ତ୍ର ବିଶେଷ (ବିଶ୍ୱକୋଷ) —୫. Name of a science.
୬. ଜଳ —୬. Water.
୭. ହସ୍ତ (ବିଶ୍ୱକୋଷ) —୭. The hand.
୮. ଶବର ସ୍ୱାମୀ; ମୀମାଂସା ସୂତ୍ରର ପ୍ରସିଦ୍ଧ ଭାଷ୍ୟ ରଚୟିତା ପଣ୍ଡିତଙ୍କ ନାମ — ୮. Name of an author of a key to the Mīmāṁsā philosophy.
୯. ବିଶାକାପାଟଣା ମାଳ ଅଞ୍ଚଳର ଅଧିବାସୀ ଅନାର୍ଯ୍ୟ ଜତିବିଶେଷ — ୯. A class of aborigines in the agencies of vizāgāpāṭaṇā.
୧. ପ୍ରାକୃତ ଭାଷାବିଶେଷ୍ୟ; ଶାବରୀ ଭାଷା —୧୦. A kind of vernacular language.
୧୧. ଲୋଧ ବୃକ୍ଷ —୧୧. Simplocus Racemosus (tree).

ସଂସ୍କୃତ - ବିଶେଷଣ - ସମ୍ପାଦନା

ଛାମଛାପତିଆ (ହିନ୍ଦୀ - ଶ) —Moteled.