ବିଶେଷ୍ୟ (ଦେଶଜ) ସମ୍ପାଦନା

  • ବିଶିଷ୍ଟ ବନ୍ଧୁବାନ୍ଧବଙ୍କ ନିକଟକୁ ବିବାହାଦି ଉତ୍ସବ ଉପଲକ୍ଷେ ପ୍ରେରିତ ସବିଧି ନିମନ୍ତ୍ରଣ
  • ବନ୍ଧୁବାନ୍ଧବଙ୍କୁ ବିବାହାଦି ଉପଲକ୍ଷେ ନିମନ୍ତ୍ରଣ
  • ଝିଅ, ବୋହୁ ଓ ବନ୍ଧୁବାନ୍ଧବଙ୍କ କୁଶଳାଦିର ତତ୍ତ୍ଵ ନେବାପାଇକ୍ଷ୍ ପ୍ରେରିତ ଦ୍ରବ୍ୟ ସମ୍ଭାର
  • ଶାଶୁଘରେ ଥିବା ଝିଅ ନିକଟକୁ ପିତା ମାତାଙ୍କ ନିକଟରୁ ପଠାଯିବା ତତ୍ତ୍ଵ ବା ବୋଝ ଓ ବସ୍ତ୍ରାଦି
  • ପିତ୍ରାଳୟକୁ ଯାଇଥିବା ବଧୁ ନିକଟକୁ ଶାଶୁ ଶଶୁରଙ୍କ ଘରୁ ପଠାଯିବା ତତ୍ତ୍ଵ ଓ ବସ୍ତ୍ରାଦି
  • କୌଣସି ବ୍ୟକ୍ତିର କୁଶଳ ପ୍ରଶ୍ନ କରଣ
  • ଆଦର; ଅଭ୍ୟର୍ଥନା

ବିଶେଷଣ (ଦେଶଜ) ସମ୍ପାଦନା

  • ବିବାହାଦିକୁ ନିମନ୍ତ୍ରିତଶଙ୍ଖୁଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - ବି— (ସଂସ୍କୃତ - ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ୟକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍କ ବଜାଇ ଯାଉଥିବା ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କୁ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି)

୧. ବିଶିଷ୍ଟ ବନ୍ଧୁବାନ୍ଧବଙ୍କୁ ନିକଟକୁ ବିବାହାଦି ଉତ୍ସବ ଉପଲକ୍ଷେ ପ୍ରେରିତ ସବିଧ ନିମନ୍ତ୍ରଣ —୧. Formal or ceremonial invitation sent to particular relatives (e, g. meternal uncle, sister's son, son-in -law on occaasions of marriage etc.
୨. ବନ୍ଧୁବାନ୍ଧବଙ୍କୁ ବିବାହାଦି ଉପଲକ୍ଷେ ନିମନ୍ତ୍ରଣ —୨. Invetation sent to relatives on cermonial occasions.

ଅନୁବାଦ ସମ୍ପାଦନା

୩. ଝିଅ, ବୋହୁ ଓ ବନ୍ଧୁବାନ୍ଧବଙ୍କ କୁଶଳାଦିରେ ତତ୍ତ୍ୱ ନେବାପାଇଁ ପ୍ରେରିତ ଦ୍ରବ୍ୟ ସମ୍ଭାର —୩. Presnts sent along with formal enquiries to one's relatives.
୪. ଶାଶୁଘରେ ଥିବା ଝିଅ ନିକଟକୁ ପିତା ମାତାଙ୍କ ନିକଟକୁ ପଠାଯିବା ତତ୍ତ୍ୱ ବା ବୋଝ ଓ ବସ୍ତ୍ରାଦି —୪. Presents sent by the parents to the daughter who has gone to her husband's house.
୫. ପିତ୍ରାଳୟକୁ ଯାଇଥିବା ବଧୁନିକଟକୁ ଶାଶୁ ଶଶୁରରଙ୍କ ଘରୁ ପଠାଯିବା ତତ୍ତ୍ୱ ଓ ବସ୍ତ୍ରାଦି —୫. Presents sent by the husband's family for making enquiries a bout the health of the daughter-in-law who has gone to her father's house-

ଅନୁବାଦ ସମ୍ପାଦନା

୬. କୌଣସି ବ୍ୟକ୍ତିର କୁଶଳ ପ୍ରଶ୍ନ କରଣ — ୬. Enquiry about a person's health etc.
୭. ଆଦର; ଅଭ୍ୟର୍ଥନା —୭. Regard.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ବିବାହାଦିକୁ ନିମନ୍ତ୍ରିତ (ବନ୍ଧୁ) — Invited to a social occasion.

[ଦ୍ରଷ୍ଟବ୍ୟ —ଜୋଇଁଙ୍କ ଘରକୁ ଓ ବଧୁ ପିତୃଗୃହରେ ଥିବା ସମୟରେ ତା ସ୍ୱାମୀଙ୍କ ଘଦରୁ ତା ପିତୃଗୃହକୁ ପଠାଯିବା ତତ୍ତ୍ୱକୁ ସାଧାରଣତଃ ଶଙ୍ଖୁଳା ବୋଲାଯାଏ ଏଥିର ଉଦ୍ଦେଶ୍ୟ ସେଠାରେ ଥିବା ଆପଣାର ଜୋଇଁ ବା ଝିଅ ବା ବୋହୁଙ୍କ କୁଶଳସମ୍ୱଦ ବୁଝିବା ଝିଅ ବା ବୋହୁଙ୍କ ଠାକୁ ବଟା ହଳଦୀ, ଫୁଲମାଳ, ସିନ୍ଦୁର, ପାନିଆ, ଶାଢ଼ୀ, ମେଥିଗୁଣ୍ଡା, ଶୁଖୁଆ, ଫୁରୁଆ ଆଦି ଓ ନାନା ପ୍ରକାର ମୁଆଁ (ବର୍ତ୍ତମାନ ସଭ୍ୟତାରୀତ୍ୟନୁସାରେ ଲାଭେଣ୍ଡର୍, ଏସେନ୍ସ, ସାବୁନ, ବାସନା ତେଲ ଓ ମିଠାଇ ଆଦି) ପ୍ରଭୃତି ସ୍ତ୍ରୀ—ବ୍ୟବହାର୍ଯ୍ୟ ପଦାର୍ଥମାନ ପଠାଯାଏ ଜୋଇଁ ଘରକୁ ପାନ ଗୁଆ, ମାଛ, ଲଗାଯୋଡ଼ି ଆଦି ପୁରୁଷ—ବାହ୍ୟହାର୍ଯ୍ୟ ପଦାର୍ଥମାନ ପଠା— ଯାଏ ଝିଅ ପ୍ରଥମେ ଶାଶୁଘରକୁ ଯିବାର କେତେ ଦିନପରେ ତା ବାପ ଘରୁ ଶଙ୍ଖୁଳା ପଠାଯାଏ ଓ ବିବାହପରେ ନବବଧୁ କେତେକ ଦିନ ଶାଶୁଘରେ ରହି ବାପ ଘରକୁ ଫେରି ଯିବାର କେତେକ ଦିନପରେ ଶାଶୁଘରୁ ବଧୁ ନିକଟକୁ ବଧୁର ପିତ୍ରାଳୟକୁ ଶଙ୍ଖୁଳା ପଠାଯାଏ ଏ ଶଙ୍ଖୁଳା ପଠାଯିବା ଗୋଟିଏ ଲୌକିକ ଆଚାର ଅଟେ କୌଣସି ସ୍ତ୍ରୀ ଗର୍ଭବତୀ ହେଲେ ଗୋଟିଏ ଗର୍ଭସଞ୍ଚାରର ୮୯: ମାସ ପରେ ପିତ୍ରାଳୟରୁ ଓ ବନ୍ଧୁବାନ୍ଧବମାନଙ୍କ ଘରୁ ପଠାଯିବା ଶଙ୍ଖୁଳାକୁ 'ଚିତଉ— ଖିଆ' (ବଙ୍ଗଳା—'ସାଦ') ବୋଲାଯାଏ ଝଅର ଉଦ୍ଦେଶ୍ୟରେ ପଠାଯିବା ବୋଝକୁ 'ଝିଅ—ଶଙ୍ଖ ଳା' ବୋଲାଯାଏ ଏହିପରି ବୋହୁ—ଶଙ୍ଖୁଳ ଓ ଜୋଇଁ ଶଙ୍ଖୁଳା ଶବ୍ଦମାନ ବ୍ୟବହୃତ ହୁଏ]