ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ଚିହ୍ନ; ଦାଗ
  • ଭାବଗତି
  • ସ୍ଵରୂପ
  • ନାମ
  • ସୌଭାଗ୍ୟ
  • ଶ୍ରୀ; ଶୋଭା
  • ସଂଜ୍ଞା
  • ବିଶିଷ୍ଟତା; ବିଶିଷ୍ଟ ଚିହ୍ନ
  • ପ୍ରଧାନ ବ୍ୟକ୍ତି
  • ସାରସ
  • ସୁମିତ୍ରା ଗର୍ଭଜାତ ଦଶରଥ ପୁତ୍ର; ରାମଚନ୍ଦ୍ରଙ୍କର ବୈମାତ୍ରେୟ କନିଷ୍ଠ ଭ୍ରାତା ଓ ବନବାସର ସହଚର
  • ଲକ୍ଷ୍ମଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) ସମ୍ପାଦନା

୧. ଚିହ୍ନ; ଦାଗ — ୧. Mark; sign; token speck; spot (Apte)
୨. ଭାବଗତି —୨. Deportment; conduct.
୩. ସ୍ୱରୁପ —୩. Actual form
୪. ନାମ —୪. Name.
୫. ସୌଭାଗ୍ୟ —୫. Prosperity.
୬. ଶ୍ରୀ; ଶୋଭା —୬. Beauty; grace.

(ଉ—ବିଧବା ନାରୀ ସମାନ ଦିଶେ ସେ ଲକ୍ଷ୍ମଣହୀନ ରାମ ରଙ୍ଗ ହୋଇବାରୁ ଦୁର—ଭଞ୍ଜ ବୈଦେହୀଶବିଳାସ)

୭. ସଂଜ୍ଞା —୭. Definition (Apte).
୮. ବିଶିଷ୍ଟତା; ବିଶିଷ୍ଟ ଚିହ୍ନ —୮. Characteristic (Apte).
୯. ପ୍ରାଧାନ ବ୍ୟକ୍ତି —୯. The chief or principal person.
୧. (ପୁଂ) ସାରସ —୧୦. A kind of crane.
୧୧. (ପୁଂ) ସୁମିତ୍ରା ଗର୍ଭଜାତ ଦଶରଥ ପୁତ୍ର; ରାମଚନ୍ଦ୍ରଙ୍କର ବୈମାତ୍ରେୟ କନିଷ୍ଠ ଭାତା ଓ ବନବାସରେ ସହଚର —୧୧. A son of King Daṡaratha by Sumitrā, who accompanied Rāmachandra and Sītā to the forest.

[ଦ୍ରଷ୍ଟବ୍ୟ —ପୁତ୍ରେଷ୍ଟି ଯଜ୍ଞର ଚରୁକୁ ଦୁଇ ଭାଗ କରି ଦଶରଥ କୌଶଲ୍ୟା ଓ କୈକେୟୀଙ୍କୁ ଦେଲେ; ସେ ଦୁଇ ରାଣୀ ଆପଣାର ଭାଗରୁ ଗୋଟିଏ ଲେଖାଏଁ ଅଂଶ ତୃତୀୟା ରାଣୀ ସୁମିତ୍ରାଙ୍କୁ ଦେଲେ ତହିଁ ଫଳରେ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ ଦୁଇଟି ଯମଜ ପୁତ୍ର ଜନ୍ମିଲେ ବାଲ୍ୟକାଳରୁ ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ଆଜ୍ଞାବହ ଓ ଧନୁ—

ର୍ବିଦ୍ୟାରେ ବିଶେଷ ପାରଦର୍ଶୀ ଥିଲେ ପରେ ଏ ମହା ବୀର ଓ ରଣକୁଶଳ ରୂପେ ଖ୍ୟାତିଲାଭ କଲେ ୧୪: ବର୍ଷ ବୟସରେ ଏ ରାମଙ୍କ ସଙ୍ଗେ ବିଶ୍ୱାମିତ୍ର ଋଷିଙ୍କୁ ଆଶ୍ରମକୁ ଯାଇଥିଲେ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ ବଳା ଓ ଏହାଙ୍କୁ ଅତିବଳା ନାମକ ଅସ୍ତ୍ରବିଦ୍ୟାରେ ଦୀକ୍ଷିତ କଲେ ବିଶ୍ୱାମିତ୍ରଙ୍କ ତପୋବନରେ ରାମ ଓ ଲକ୍ଷ୍ମଣ ତାଡ଼କାପ୍ରମୁଖ ଅନେକ ରାକ୍ଷସଙ୍କୁ ବଧ କରି, ସେଠାରୁ ମିଥିଳାର ଜନକ ରାଜାଙ୍କ ପାଳିତାକନ୍ୟା ସୀତାଙ୍କ ସ୍ୱୟମ୍ୱରସଭାକୁ ଗଲେ ସେଠାରେ ରାମଚନ୍ଦ୍ର ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ଓ ଲକ୍ଷ୍ମଣ ଉର୍ମ୍ମିଳାନାମ୍ନୀ ଜନକନ୍ୟାଙ୍କୁ ବିବାହ କଲେ ତତ୍ପରେ ଅଯୋଧ୍ୟାକୁ ଫେରି ଆସି ୧୨: ବର୍ଷ କାଳ ସୁଖରେ ରହିବା ପରେ ବିମାତାଙ୍କ ଚକ୍ରାନ୍ତରେ ରାମଚନ୍ଦ୍ର ୧୪: ବର୍ଷ ବନବାସ କରିବାକୁ ବାହାରିବା ସମୟରେ ତାଙ୍କୁ ସଙ୍ଗେ ସୀତା ଓ ଲକ୍ଷ୍ମଣ ବନଚାରୀ ହେଲେ ଏହି ବନବାସ କାଳରେ ଲକ୍ଷ୍ମଣ ବ୍ରହ୍ମଚର୍ଯ୍ୟ— ବ୍ରତ ଧାରଣ କରି ଦିନରାତି ଉନ୍ନିଦ୍ର ରହି ରାମଚନ୍ଦ୍ର ଓ ସୀତାଙ୍କ ସେବା କରୁଥାଆନ୍ତି ଓ ସେମାନଙ୍କୁ ଜଗିଥାଆନ୍ତି ପଞ୍ଚବଟୀରେ ଥିବା ଅବସ୍ଥାରେ ରାବଣର ଭଉଣୀ ସୂର୍ପଣଖା ରାମଙ୍କ ପ୍ରଣୟାଭିଳାଷିଣୀ ହୋଇ ସୀତାଙ୍କୁ ଗିଳିଦେବାକୁ଼ ଉଦ୍ୟତା ହେବାରୁ ଲକ୍ଷ୍ମଣ ତାହାର ନାକକାନ କାଟି ପକାଇଲେ ଓ ତାହାରି ପ୍ରରୋଚନାରେ ରାବଣ ଆସି ମାରୀଚ ନାମକ ରାକ୍ଷସକୁ ମାୟାରେ ସ୍ୱର୍ଣ୍ଣମୃଗ କରାଇ ସୀତାଙ୍କୁ ପ୍ରଲୋଭିତା ଥିଲା ସୀତାଙ୍କ ଅନୁରୋଧକ୍ରମେ ରାମଚନ୍ଦ୍ର ଉକ୍ତ ମାୟାମୃଗକୁ ମାରିବାକୁ ଗଲେ ଓ ଲକ୍ଷ୍ମଣଙ୍କୁ ସୀତାଙ୍କ ନିକଟରେ ଜଗାଇ ଦେଇ ଗଲେ ଏହି ସମୟରେ ଉକ୍ତ ମାୟାମୃଗ ରାମଚନ୍ଦ୍ରଙ୍କ ଗଳାର ସ୍ୱରକୁ ଅନୁକରଣ କରି ତ୍ରାହି ଲକ୍ଷ୍ମଣ (ହେ ଲକ୍ଷ୍ମଣ! ମୋତେ ରକ୍ଷାକର) ବୋଲି ଡ଼ାକିବାରୁ, ସେହି ଡ଼ାକକୁ ସୀତା ରାମଚନ୍ଦ୍ରଙ୍କର ଆର୍ତ୍ତସ୍ୱର ବୋଲି, ବିଚାରି, ଲକ୍ଷ୍ମଣଙ୍କୁ ତାଙ୍କ ଅନିଚ୍ଛା ଓ ନିଷେଧସତ୍ୱେ ରାମଚନ୍ଦ୍ରଙ୍କ ଅନ୍ୱେଷଣ କରିବାକୁ ଅରଣ୍ୟକୁ ପଠାଇଲେ ଏହି ଅବସରରେ ସୀତାଙ୍କ ରକ୍ଷକହୀନା ଦେଖି ରାବଣ ଆସି ଛଳ ଓ ବଳପୂର୍ବକ ସୀତାଙ୍କୁ ହରିନେଲା 

ରାମ ଲକ୍ଷ୍ମଣ ଉକ୍ତ ମୃଗକୁ ମାରି ଫେରି ଆସି ସୀତାଙ୍କ ନ ପାଇ ଅନେକ ଖୋଜି ଖୋଜି ପରେ ଜଟାୟୁ ନାମକ ଗୁଧ୍ରଠାରୁ ସୀତାଙ୍କୁ ରାବଣ ଘେନି ଯାଇଥିବା ସମ୍ୱାଦ ପାଇଲେ ପରେ ରାମଚନ୍ଦ୍ର ବାନରରାଜ ସୁଗ୍ରୀବଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ କଲେ ରାମ ଓ ଲକ୍ଷ୍ମଣ କପି ଓ ଭଲ୍ଲୁକମାନଙ୍କଦ୍ୱାରା ସମୁଦ୍ରକୁ ରାମେଶ୍ୱରଠାରେ ବନ୍ଧାଇ କପି— ସୈନ୍ୟସହ ଲଙ୍କାଙ୍କୁ ଆକ୍ରମଣକଲେ ଏହି ଯୁଦ୍ଧରେ ରାବଣ— ପୁତ୍ର ଇନ୍ଦଜିତ୍ ପ୍ରଥମେ ଲକ୍ଷ୍ମଣଙ୍କ ନାଗପାଶରେ ବଦ୍ଧ କଲା ଶେଷରେ ଲକ୍ଷ୍ମଣ ଇନ୍ଦ୍ରଜିତ୍କୁ ବଧ କରିବାରୁ, ରାବଣ ଶକ୍ତି ଭେଦ କରି ଲକ୍ଷ୍ମଣଙ୍କୁ ସଂଜ୍ଞାହୀନ କଲା ରାମଚନ୍ଦ୍ର ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କଲେ ଓ ସୀତା ଅଗ୍ନି ପରୀକ୍ଷାଦ୍ୱାରା ନିଜର ସତୀତ୍ୱର ପ୍ରମାଣ ଦେଲେ ଓ ରାମ ଲକ୍ଷ୍ମଣ ସଙ୍ଗେ ଅଯୋଧ୍ୟକୁ ଫେରିଲେ କେତେକାଳ ପରେ ସୀତାଙ୍କ ଲଙ୍କାବାସ ଯୋଗୁଁ ତାଙ୍କ ସତୀତ୍ୱ ସମ୍ୱନ୍ଧେ ପ୍ରଜା— ମାନେ ସନ୍ଦେହ କରୁଥିବା ଜନରବ ଶୁଣି ପ୍ରଜାରଞ୍ଜନାର୍ଥ ସୀତାଙ୍କୁ ଅରଣ୍ୟରେ ଛାଡ଼ିଦେଇ ଆସିବାକୁ ରାମ ଲକ୍ଷଣଙ୍କୁ ଆଦେଶ ଦେଲେ ବାଲ୍ମୀକି ମୁନିଙ୍କ ତପୋବନରେ ସୀତାଙ୍କ ଗର୍ଭରୁ ଲବ କୁଶ ନାମକ ଦୁଇଟି ଯମଜ ପୁତ୍ର ଜାତ ହେଲେ କେତେକାଳ ପରେ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞର ଆୟୋଜନ କରି ମୁକ୍ତ ଯଜ୍ଞାଶ୍ୱକୁ ଜଗିବା ଭାର ଲକ୍ଷ୍ମଣଙ୍କଠାରେ ଅର୍ପଣ କଲେ ସେହି ଅଶ୍ୱକୁ ଲବ କୁଶ ଧରି ରଖିବାରୁ ଲକ୍ଷ୍ମଣଙ୍କ ସଙ୍ଗେ ଲବ କୁଶଙ୍କର ବିବାଦ ହେଲା ପରେ ଲ୍ମୀକି ଆସି ଏ ବାଳକଦ୍ୱୟଙ୍କୁ ବୋଧସୋଧ କରାଇ ଯଜ୍ଞାଶ୍ୱକୁ ମୁକ୍ତ କଲେ ତତ୍ପରେ ସୀତାଙ୍କୁ ଆହୁରି ଥରେ ନିଜର ସତୀତ୍ୱର ପରୀକ୍ଷାପାଇଁ ଅଗ୍ନିପରୀକ୍ଷା ଦେବା ନିମନ୍ତେ ରାମଚନ୍ଦ୍ର କହିବାରୁ ସୀତା ଏଥିରେ ଆସମ୍ମତା ହେଲେ ଓ ସୀତାଙ୍କ ପ୍ରାର୍ଥନାକ୍ରମେ ପୃଥୀବୀ ଦୁଇଫାଳ ହୋଇ ଫାଟିଗଲା ଓ ସୀତା ଭୁଗର୍ଭରେ ଲୀନା ହେଲେ ଏହା ପରେ ରାମଚନ୍ଦ୍ରଙ୍କ ଆଦେଶରେ ଲକ୍ଷ୍ମଣଙ୍କର ଦୁଇପତ୍ର ଅଙ୍ଗଦ ଓ ଚନ୍ଦ୍ରକେତୁ ଦୁଇଟି ସ୍ୱାଧୀନ ରାଜ୍ୟର ରାଜା ହେଲେ ଇତି ମଧ୍ୟରେ ଦିନେ ରାମଚନ୍ଦ୍ର 'କାଳପୁରୁଷ' ସଙ୍ଗେ ନିର୍ଜନରେ କଥା ବାର୍ତ୍ତା କରିବା ସମୟରେ ଲକ୍ଷ୍ମଣଙ୍କୁ ଦ୍ୱାରରକ୍ଷକ ରୂପେ ନିଯୁକ୍ତ କରିଥିଲେ କାଳପୁରୁଷ ସଙ୍ଗେ କଥାବାର୍ତ୍ତା ହେଉଥିବା ସମୟରେ ଯେଉଁ ଲୋକ ସେଠାରେ ଯାଇ ପହଞ୍ଚିବ ତାକୁ ରାମଚନ୍ଦ୍ର ତ୍ୟାଗ କରିବେ ବୋଲି କାଳପୁରୁଷ ରାମଙ୍କୁ ସତ୍ୟ କରାଇଥିଲା ଏହି ସମୟରେ ଦୁର୍ବାସା ଉପସ୍ଥିତ ହେଇ ରାମଚନ୍ଦ୍ରଙ୍କ ସଙ୍ଗେ ଦେଖା କରିବାକୁ ବହିବାରୁ ଲକ୍ଷ୍ମଣ ତାଙ୍କୁ ପ୍ରଥମେ ମନା କଲେ ପରେ ଋଷି ଅଭିଶାପ ଦେବାକୁ ଉଦ୍ୟତ ହେବାରୁ ଅଗତ୍ୟା ଲକ୍ଷ୍ମଣ ଯାଇ ରାମଚନ୍ଦ୍ରଙ୍କୁ ଦୁର୍ବାସାଙ୍କ ଆଗମନ ବିଷୟ ଜଣାଇଲେ ରାମଚନ୍ଦ୍ର ସତ୍ୟ ପାଳନ କରି ଲକ୍ଷ୍ମଣଙ୍କୁ ତ୍ୟାଗ କଲେ ଲକ୍ଷ୍ମଣ ଅଯୋଧ୍ୟା ପରିତ୍ୟାଗ କରି ସରଯୁ ନଦୀରେ ଯୋଗା— ବଲମ୍ୱନପୂର୍ବକ ତନୁତ୍ୟାଗ କଲେ ରାମାୟଣରେ ବର୍ଣ୍ଣିତ ଲକ୍ଷ୍ମଣଙ୍କର ଭାତୃଭକ୍ତି ଅତୁଳନୀୟ ଓ ଆଜିପର୍ଯ୍ୟନ୍ତ ଭ୍ରାତ ଭକ୍ତିର ଆଦର୍ଶରୂପେ ଭାରତରେ କଳ୍ପିତ]

୧୨. (ନାମ) (ଫୁ) ଦୁର୍ଯୋଧନଙ୍କ ଏକ ପୁତ୍ର — ୧୨. Name of a son of Durjyodhan.

[ଦ୍ରଷ୍ଟବ୍ୟ —ମହାଭାରତ ଯୁଦ୍ଧର ତ୍ରୟୋଦଶ ଦିବସରେ ଏ ଅର୍ଜୁନତନୟ ଅଭିମନ୍ୟୁଙ୍କଦ୍ୱାରା ହତ ହୋଇଥିଲେ]

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ଶୋଭାଯୁକ୍ତ (ହିନ୍ଦୀ - ଶ) — ୧. Beautiful.
୨. ଚିହ୍ନଯୁକ୍ତ —୨. Having marks (Apte)
୩. ଶ୍ରୀ ବା ସମ୍ପତ୍ତି ଯୁକ୍ତ — ୩. Prosperous; thriving. (Apte).


୪. ଶୁଭସୂଚକ —୪. Auspicous (Apte).
୫. ଭାଗ୍ୟବାନ୍ —୫. Fortunate (Apte).
୬. ପ୍ରଧାନ; ଶ୍ରେଷ୍ଠ (ବ୍ୟକ୍ତି) —୬. Chief principal person). (Apte)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଲୋକଙ୍କ ନାମ — A name given to a males.