ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • କୋପ; କ୍ରୋଧ
  • ବିରାଗ; ବିରକ୍ତି
  • ମାତ୍ସର୍ଯ୍ୟ; ଦ୍ଵେଷ
  • ବର୍ଣ୍ଣ; ରଙ୍ଗ
  • ରକ୍ତିମା; ଲୋହିତବର୍ଣ୍ଣ; ନାଲି ରଙ୍ଗ
  • ଆସକ୍ତି; ଅନୁରାଗ; ସ୍ନେହ; ମମତା; ମାୟା
  • ମନର ଉଦବେଗ
  • କ୍ଳେଶ
  • ଲାକ୍ଷା; ଲାଖ
  • ମାନସିକ ଭାବ
  • ଇଚ୍ଛା
  • ବିଷୟ ସ୍ପୃହା; ବିଷୟେଚ୍ଛା
  • ରଞ୍ଜକ ଦ୍ରବ୍ୟ; ବସ୍ତୁ ଆଦିକୁ ରଙ୍ଗ କରିବା ପଦାର୍ଥ
  • ରଞ୍ଜନ; ରଙ୍ଗାଇବା
  • ଉତ୍ସାହ
  • ଚନ୍ଦ୍ର
  • ସୂର୍ଯ୍ୟ
  • ନୃପତି; ରାଜା
  • ଲାଳସା; ଅତ୍ୟାକାଙକ୍ଷା
  • ରଜୋଗୁଣ
  • ତୀବ୍ରତା; ପ୍ରାଖର୍ଯ୍ୟ
  • ପ୍ରେମ; ପ୍ରୀତି
  • ସନ୍ତୋଷ
  • ସଙ୍ଗୀତର ସ୍ଵରର ବା ଧ୍ଵନିର ପ୍ରକାରଭେଦ

ବିଶେଷ୍ୟ (ଦେଶଜ) ସମ୍ପାଦନା

  • କଟୁସ୍ଵାଦ; ଦ୍ରବ୍ୟର ସ୍ଵାଦ ବିଶେଷ
  • କଟୁତା; କଡାଗୁଣ
  • ଦୁଃସହତା

ବିଶେଷଣ (ଦେଶଜ) ସମ୍ପାଦନା

  • କଟୁସ୍ଵାଦ ଯୁକ୍ତ
  • ଦୁଃସହ; ତୀବ୍ର
  • ରାଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ରନ୍ଜ ଧାତୁ=ରଙ୍ଗାଇବା, ରଞ୍ଜିତ କରିବା+କର୍ତ୍ତୃ. ଅ) ସମ୍ପାଦନା

୧. କୋପ; କ୍ରୋଧ (Apte); (ଏହା ମନୁଷ୍ୟର ମୁଖ ଓ ଚକ୍ଷୁକୁ ରକ୍ତାକ୍ତ କରେ ବୋଲି) —୧. Anger; indignation.
୨. ବିରାଗ; ବିରକ୍ତି —(Apte) ୨. Displeasure; annoyance.
୩. ମାତ୍ସର୍ଯ୍ୟ; ଦ୍ୱେଷ —୩. Envy; malice; grudge.
୪. ବର୍ଣ୍ଣ; ରଙ୍ଗ —୪. Colour; hue; tint; dye.
୫. ରକ୍ତିମା; ଲୋହିତବର୍ଣ୍ଣ; ନାଲି ରଙ୍ଗ —୫. Red colour.
୬. ଆସକ୍ତି; ଅନୁରୋଗ; ସ୍ନେହ; ମମତା; ମାୟା —୬. Fondness; attachment; affection; passion.
୭. ମନର ଉଦ୍ୱେଗ —୭. Anxiety; solicitude.
୮. କ୍ଳେଶ —୮. Suffering; hardship; distress.
୯. ଲାକ୍ଷା; ଲାଖ —୯. Lac; red animal dye.
୧. ମାନସିକ ଭାବ ===

(ଯଥା—କ୍ଳେଶ, ମନୋଦୁଃଖ, ସ୍ନେହ) —୧୦. Mental affectation.

୧୧. ଇଚ୍ଛା —୧୧. Desire.
୧୨. ବିଷୟ ସ୍ପୃହା; ବିଷୟେଚ୍ଛା — ୧୨. Fondness or attachment towards worldly matters.
୧୩. ରଞ୍ଜକ ଦ୍ରବ୍ୟ; ବସ୍ତୁ ଆଦିକୁ ରଙ୍ଗ କରିବା ପଦାର୍ଥ —୧୩. A paint, dye.
୧୪. (+ଭାବ ଅ) ରଞ୍ଜନ; ରଙ୍ଗାଇବା —୧୪. Painting; colouring, dying.
୧୫. ଉତ୍ସାହ —୧୫. Energy.
୧୬. (ରଞ୍ଜ ଧାତୁ+କର୍ତ୍ତୃ. ଅ) ଚନ୍ଦ୍ର — ୧୬. The moon.
୧୭. ସୂର୍ଯ୍ୟ —୧୭. The sun.
୧୮. (ପ୍ରଜାଙ୍କୁ ସନ୍ତୁଷ୍ଟ କରିବାରୁ) ନୃପତି; ରାଜା — ୧୮. King; sovereign.
୧୯. ଲାଳସା; ଅତ୍ୟାକାଙ୍କ୍ଷା —୧୯. Greediness; cupidity; hankering.
୨. ରଜୋଗୁଣ —୨୦. The quatily of worldly passions.
୨୧. ତୀବ୍ରତା; ପ୍ରାଖର୍ଯ୍ୟ —୨୧. Sharpness; acuteness; keenness.
୨୨. ପ୍ରେମ; ପ୍ରୀତି —୨୨. Love.
୨୩. ସନ୍ତୋଷ —୨୩. Satisfaction; contentment.
୨୪. ସଙ୍ଗୀତର ସ୍ୱରର ବା ଧ୍ୱନିର ପ୍ରକାରଭେଦ (ଯେଉଁ ସ୍ୱର ବା ଧ୍ୱନି ଶ୍ରୋତାର ଚିତ୍ତକୁ ରଞ୍ଜନ କରେ) — ୨୪. A mode or tune in music.

[ଦ୍ରଷ୍ଟବ୍ୟ — ସାଧାରଣତଃ ଏହା ୬ ଗୋଟି, ଯଥା—ଭୈରବ, ମାଳବ, ଶ୍ରୀରାଗ, ହିନ୍ଦୋଳ, ବସନ୍ତ, ଦୀପକ ବା ମେଘ

ନାନା ମୁନି ଏହି ୬ଟି ରାଗର ଭିନ୍ନ ଭିନ୍ନ ନାମ ଦେଇଅଛନ୍ତି ଭିନ୍ନ ଭିନ୍ନ ଋତୁରେ ଓ ଦିବା ରାତ୍ରିର ସମୟରେ ଓ ଉପଲକ୍ଷରେ ଭିନ୍ନ ଭିନ୍ନ ରାଗ ବ୍ୟବହୃତ ହୁଏ

ବ୍ରହ୍ମାଙ୍କ ମତରେ ରାଗ ୬ ପ୍ରକାର, ଯଥା— ୧ ଶ୍ରୀ (ଶୀତଋତୁରେ ଗେୟ), ୨ ବସନ୍ତ (ବସନ୍ତରେ), ୩ ପଞ୍ଚମ (ଗ୍ରୀଷ୍ମରେ), ୪ ଭୈରବ (ଶରତ୍ରେ), ୫ ମେଘ (ବର୍ଷାରେ), ୬ ନାଟନାରାୟଣ (ହେମନ୍ତରେ)

ଭରତ ଓ ହନୁମାନଙ୍କ ମତରେ— ୧ ଭୈରବ, ୨ ମାଳବକୋଶ, ୩ ହିନ୍ଦୋଳ, ୪ ଦୀପକ, ୫ ଶ୍ରୀ, ୬ ମେଘ

ସୋମେଶ୍ୱରଙ୍କ ମତରେ— ୧ ଭୈରବ, ୨ ମାଳବ, ୩ ଶ୍ରୀ, ୪ ହିନ୍ଦୋଳ ୫ ଦୀପକ, ୬ ମେଘ

ମତାନ୍ତରରେ— ୧ ବସନ୍ତ, ୨ ବୃହନ୍ନଟ, ୩ ମଲ୍ଲାର, ୪ ମାଳବ, ୫ ପ୍ରଦୀପ, ୬ କୌଶିକ

ମତାନ୍ତରେ— ୧ ଭୌରବ, ୨ ମାଳବ, ୩ ସାରଙ୍ଗ, ୪ ହିନ୍ଦୋଳ, ୫ ଦୀପକ, ୬ ମେଘ

ପ୍ରତ୍ୟେକ ରାଗର ୬ଟି ଲେଖାଏଁ ରାଗିଣୀ ବା ପତ୍ନୀ କଳ୍ପିତ ହୋଇଅଛନ୍ତି ରାଗିଣୀର ସଂଖ୍ୟା ୩୬: ଗୋଟି

ପୁରାଣରେ ରାଗର ଉତ୍ପତ୍ତି ସମ୍ୱନ୍ଧେ କଥିତ ଅଛି ଯେ—ଏକଦା ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କୈଳାସଶିଖରରେ ବସି ସୃଷ୍ଟି ବିଷୟରେ କଳ୍ପନା କଳ୍ପନା କରୁଥିବା ଅବସ୍ଥାରେ ସହସା ସେଠାରେ ଆଦ୍ୟାଶକ୍ତି ବା ପରାପ୍ରକୃତି ଆବିର୍ଭୂତା ହେଲେ ଦେବତାରାଣ ତାଙ୍କ ରୂପଲାବଣ୍ୟରେ ଚଳିତ ଓ ମୁଗ୍ଧ ହୋଇ ରହିଲେ ଦେବଦେବ ମହାଦେବ ତାଙ୍କୁ ପ୍ରସନ୍ନା କରିବାପାଇଁ ସ୍ତବ ଆରମ୍ଭ କଲେ ଆଦ୍ୟାଶକ୍ତି ମହାଦେବଙ୍କ ଆଗ୍ରହାତିଶଯ୍ୟ ଦେଖି କହିଲେ, ଯେବେ ତୁମ୍ଭେ ମୋତେ ପାଇବାକୁ ଇଚ୍ଛା କର ତେବେ ଏ ଦେବତାମାନଙ୍କ ସମ୍ମୁଖରେ ତାଣ୍ଡବନୃତ୍ୟ ବା ଉଦ୍ଧତ— ଭାବରେ ନୃତ୍ୟ କର ପରାପ୍ରକୃତିଙ୍କ ମୁଖରୁ ଏହି ଆଦେଶ ଶ୍ରବଣ କରି ମହାଦେବ ଅତି ଉଦ୍ଧତାଭାବରେ ତାଣ୍ଡବନୃତ୍ୟ ଆରମ୍ଭ କଲେ ଓ ଗୀତ ଗାଇ ଏବଂ ତାଳେ ତାଳେ ପଦ— ବିକ୍ଷେପ କରି ଓ ଡମରୁ ବଜାଇ ସ୍ୱର୍ଗ—ମର୍ତ୍ତ୍ୟ—ପାତାଳକୁ କମ୍ପିତ କଲେ ଏହି ତାଣ୍ଡବ ଅଭିନୟକାଳରେ ମହାଦେବଙ୍କ ଜଟାଭାର ସ୍ଖଳିତ ହେଲା ଓ ଭଗବାନ ବିଷ୍ଣୁ ସେହି ନୃତ୍ୟଦର୍ଶନ ଓ ଗୀତବାଦ୍ୟ ଶୁଣି ଦ୍ରବୀଭୁତ ହେଲେ


ଏବଂ କୌଳାସଶିଖର ସେହି ଜଳରେ ପ୍ଳାବିତ ହେଲା ଦେବୀଙ୍କ ଇଙ୍ଗିତରେ ବ୍ରହ୍ମା ଆପଣା କମଣ୍ଡଳୁ ମଧ୍ୟରେ ସେହି ନିର୍ମଳ ବାରିକୁ ପୂରାଇଲେ ମହାଦେବ ନୃତ୍ୟା— ବସାନରେ ୧୪: ଥର ଡମରୁଧ୍ୱନି କରିଥିଲେ ଓ ଉକ୍ତ ଧ୍ୱନିରୁ 'ଅନୁସ୍ୱାର' ଓ 'ବିସର୍ଗ' ସହିତ ଚତୁର୍ଦ୍ଦଶ 'ସ୍ୱର— ବର୍ଣ୍ଣ'ର ଉତ୍ପନ୍ନ ହେଲା ଉକ୍ତ ସ୍ୱରବର୍ଣ୍ଣମାନ ୩୩:ଟି 'ବ୍ୟଞ୍ଜନ' ସଙ୍ଗେ ଯୁକ୍ତ ହୋଇ ଭାଷା ସୃଷ୍ଟି କଲା 'ଅନୁସ୍ୱାର' ଓ 'ବିସର୍ଗ' ସ୍ୱରବର୍ଣ୍ଣ ନ ହେଲେହେଁ ସ୍ୱରବର୍ଣ୍ଣ ମଧ୍ୟରେ ପରିଗଣିତ ହୁଅନ୍ତି ଏହପରି ସଙ୍ଗୀତବିଦ୍ୟାର ସୃଷ୍ଟି ହେଲା ଓ ସରସ୍ୱତୀ ଏଥିର ଅଧିଷ୍ଠାତ୍ରୀଦେବୀ ହେଲେ ପ୍ରଥମେ ସନକାଦି ଋଷିମାନେ ସେହି ସଙ୍ଗୀତବିଦ୍ୟାକୁ ପ୍ରାପ୍ତ ହେଲେ, ପରେ ମୁନିମାନେ ତପୋବଳରେ ଏହା ପ୍ରାପ୍ତ ହୋଇ ଜଗତରେ ପ୍ରକାଶ କଲେ ପୁରାଣମତରେ ମହାଦେବ ସଂଙ୍ଗୀତବିଦ୍ୟାର ସ୍ରଷ୍ଟା ଓ ତାଙ୍କଠାରୁ ବ୍ରହ୍ମା ଉପଦେଶ ପାଇଁ ସଙ୍ଗୀତବିଦ୍ୟାର ଚର୍ଚ୍ଚା କଲେ ବ୍ରହ୍ମା ପ୍ରଥମରେ ୫ ଜଣ ଶିଷ୍ୟଙ୍କୁ ଏ ବିଦ୍ୟା ଶିଖାଇଲେ ସେମାନଙ୍କ ନାମ ଯଥା—ଭାରତ, ନାରଦ, ରମ୍ଭା, ହୁହୁ ଓ ତୁମ୍ୱୁର ତତ୍ପରେ ଶିଷ୍ୟାନୁଶିଷ୍ୟକ୍ରମେ ସଙ୍ଗୀତବିଦ୍ୟା ପୃଥିବୀରେ ବ୍ୟାପିଥିବା କଥିତ ଅଛି (ନାରଦପୁରାଣ, ଗନ୍ଧର୍ବରହସ୍ୟ, ସଙ୍ଗୀତରତ୍ନାକର ଆଦି ଗ୍ରନ୍ଥରେ ଏଥିସମ୍ୱନ୍ଧେ ଅନ୍ୟାନ୍ୟ ଜ୍ଞତବ୍ୟ ବିଷୟ ସନ୍ନିବେଶିତ ହୋଇଅଛି)

ପୂର୍ବେ ଭାରତବର୍ଷରେ ଶୁଦ୍ଧ ସ୍ୱର ଅବଲମ୍ୱନପୂର୍ବକ ସଙ୍ଗୀତ ଗାନ ହେଉଥିଲା ନବ୍ୟ ଆଚାର୍ଯ୍ୟମାନେ ସଙ୍ଗୀତ ବିଜ୍ଞାନର କୌଣସି ନୂତନ ବୀଜ ସୃଷ୍ଟି କରି ନାହାନ୍ତି କେବଳ ପୂରାତନ ସଙ୍ଗୀତ ବିଦସାକୁ ନାନା ଅଳଙ୍କାରରେ ଭୂଷିତ କରିଅଛନ୍ତି ବର୍ତ୍ତମାନ ଯେଉଁପରି ତାଳ, ଯମକ, ସ୍ୱରର କମ୍ପନ, ମୁର୍ଚ୍ଛନା (ଏକ ସ୍ୱରରୁ ସ୍ୱରାନ୍ତରକୁ ଗତି), କୋମଳ, ତୀବ୍ର ପ୍ରଭୃତି ନାନା ଅଳଙ୍କାର ବିଭୂଷିତ ହୋଇ ଗୀତ ବୋଲା ଯାଉଅଛି, ପୂର୍ବରେ ଏପରି ନ ଥିଲା ଶୁଦ୍ଧ ସ୍ୱରକୁ ବିକୃତ କରି ନୂତନ ନୂତନ ଆକାରମାନ କରା ଯାଇଅଛି ଇଉରୋପୀୟ ସଙ୍ଗୀତ ଓ ବୈଦିକ ସଙ୍ଗୀତ ଶୁଦ୍ଧ ସ୍ୱର ଅବଲମ୍ୱନପୂର୍ବକ ଗୀତ ହେଉଥିଲା ଇଉରୋପୀୟମାନେ ସଙ୍ଗୀତର ଉନ୍ନତିସାଧନ କରିଅଛନ୍ତି; କିନ୍ତୁ ଆମ ଦେଶରେ ବୈଦିକ ଗାନର ଅଉ ଉନ୍ନତି ହୋଇ ନାହିଁ କେବଳ ଲୌକିକ ଗାନ ଉନ୍ନତିଲାଭ କରିଅଛି

କେହି କେହି କହନି ଯେ ବୈଦିକ ୩ ସ୍ୱରରୁ ଆଧୁନିକ ୭ ସ୍ୱର ବାହାରି ଅଛି ଉଦାତ୍ତରୁ ନି, ଗ, ଅନୁଦାତ୍ତରୁ ରି, ଧ; ସ୍ୱରିତରୁ ସା, ମ, ପ ଉତ୍ପନ୍ନ କେହି କେହି ଏହା ସ୍ୱୀକାର କରନ୍ତି ନାହିଁ

ବେଦ ଗାନରେ ୩ଟି ମାତ୍ରସ୍ୱର ବ୍ୟବହୃତ ହୁଏ ଯଥା—ଉଦାତ୍ତ (ଉଚ୍ଚସ୍ୱର), ଅନୁଦାତ୍ତ (ନିମ୍ନସ୍ୱର) ଓ ସ୍ୱରିତ (ମଧ୍ୟମ ସ୍ୱର); କିନ୍ତୁ ଲୌକିକ ଗାନରେ ୭ ଗୋଟି ସ୍ୱର ଯଥା ===

୧. . ସା (ଷଡ଼ଜ, ମୟର ସ୍ୱର); ୨. ରି (ଋଷଭ, ଷଣ୍ଢର ସ୍ୱର); ୩. ଗା (ଗାନ୍ଧାର, ଛେଳିର); ୪. ମା (ମଧ୍ୟମ, କ୍ରୌଞ୍ଚର); ୫. ପା (ପଞ୍ଚମ, ବୀଣାର ଓ କୋକିଳର); ୬. ଧା (ଧୈବତ, ଘୋଡ଼ାର); ୭. ନି (ନିଷାଦ; ହାତୀର)

ଏହି ୭ଟି ସ୍ୱରର ଆପେକ୍ଷିକ କମ୍ପନ (vibration) ଯଥା ===

ଉଦାରା 'ସା'କୁ ଯଦି '୧' ଧରାଯାଏ ତେବେ 'ସା' ୨୪: କମ୍ପନ (Vibration) ହେଲା

ରି—୯/୮=୨୭: ; ଗା—୫/୪=୩: ;

ମା—୪/୩=୩୨: ; ପା—୩/୨=୩୬: ;

ଧା—୫/୩=୪: ; ନି—୧୫/୮=୪୫:

ମୁଦାରା 'ସା'କୁ ଯଦି ୨ ଧରାଯାଏ ତେବେ 'ସା' ୨X ୨୪=୪୮: କମ୍ପନ ବା (Vibration) ହେଲା

ରି—୯/୪=୫୪: ; ଗା—୫/୨=୬: ,

ମା—୮/୩=୬୪: ; ପା—୩=୭୨: ,

ଧା—୧/୩=୮: , ନି—୧୫/୪=୯:

ତାରା 'ସା'କୁ ଯଦି ୪ ଧରାଯାଏ ତେବେ 'ସା' ୪x ୨୪=୯୬: କମ୍ପନ (Vibration) ହେଲା

ରି—୯/୨=୧୮: ; ଗ୍ରା—୫=୧୨:

ମା—୧୬/୩=୧୨୮: ; ପ—୬=୧୪୪:

ଧା—୨/୩=୧୬: ; ନି—୧୫/୨=୧୮:

'ସା' ସ୍ୱରର ଆପେକ୍ଷିକ କମ୍ପନ (Vibration) ପ୍ରତି ସେକଣ୍ଡରେ ଭିନ୍ନ ଭିନ୍ନ ଦେଶର ପଣ୍ଡିତମାନେ ଭିନ୍ନ ଭିନ୍ନ ସଂଖ୍ୟା କଳ୍ପନା କରିଅଛନ୍ତି; ଯଥା—ଇଂଲଣ୍ଡୀୟ—୨୫୬: , ଜର୍ମାନି—୨୬୪: ଓ ଫ୍ରାନ୍ସ—୨୬:

ବର୍ତ୍ତମାନ ଆମ୍ଭେ ମାନେ ଯାହାକୁ 'ଉଦାରା'; 'ମୁଦାରା' ଓ 'ତାରା' କହୁଁ ତାହା ବୈଦିକ ଉଦାତ୍ତ, ଅନୁଦାତ୍ତ ଓ ସ୍ୱରିତ ବୋଲି ଅନୁମାନ କରାଯାଏ ବୈଦିକ ସଙ୍ଗୀତରେ ଯେଉଁପରି ୩ ଗୋଟି ସ୍ୱର ଦେଖାଯାଏ, ଇଉ— ରୋପୀୟ ସଙ୍ଗୀତରେ ସେହିପରି ୩ଟି ସ୍ୱର (Tone) ଦେଖାଯାଏ ଯଥା—ଉଦାତ୍ତ —Major tone (ଉଦାରା), ଅନୁଦାତ୍ତ —Minor tone. (ମୁଦାରା) ସ୍ୱରିତ —Semitoneor half tone.[ତାରା]

ଉକ୍ତ ସପ୍ତସ୍ୱରରୁ କ୍ରମେ ୧୨: ଗୋଟି ବିକୃତସ୍ୱର ସୃଷ୍ଟି ହେଲା

ମନୁଷ୍ୟର ସ୍ୱରକୁ Standard [ଆଦର୍ଶ] ('ସା ଯାହା ମୟୂରସ୍ୱର) କରି ଧଇଲେ ଉକ୍ତ ସପ୍ତସ୍ୱରର ଆପେକ୍ଷିକ ଧ୍ୱନି (Comparative modulation) ସ୍ଥିର କରା ଯାଇ ପାରିବ

ଯେଉଁପରି ସିତାରରେ ବା ବଂଶୀରେ କରାଘାତ ବା ବାୟୁ ଆଘାତଦ୍ୱାରା ଶବ୍ଦ ଉତ୍ପନ୍ନ ହୁଏ ଓ ସିତାରର ପର୍ଦ୍ଦା ଏବଂ

ବଂଶୀର ପାର୍ଶ୍ୱସ୍ଥ ଛିଦ୍ରମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରେ ସଂଯତ କରି ଭିନ୍ନ ଭିନ୍ନ ସ୍ୱରମାନ ଶୁଣାଯାଏ, ଭାରତୀୟ ସଙ୍ଗୀତ ବିଜ୍ଞାନରେ ଲେଖାଅଛି ଯେ, ସେହିପରି ଆତ୍ମାର ପ୍ରଯତ୍ନ (ଉଚ୍ଚାରଣେଚ୍ଛା)ଦ୍ୱାରା ଦୈହିକ ଉଷ୍ମତା ବା ତାପ (ତଡ଼ିତ) ବେଗ ପ୍ରାପ୍ତ ହୋଇ ସେହି ବେଗର ଉଦର— କନ୍ଦରସ୍ଥ ବାୟୁକୁ ଆଘାତ ବା ପ୍ରେରଣା କରିବାଦ୍ୱାରା ଉଭୟଙ୍କ ସଂଘର୍ଷରେ ନାଦ ବା ଧ୍ୱନି ଉତ୍ପନ୍ନ ହୁଏ ସେହି ଧ୍ୱନି ହୃଦୟବାଟେ ଗଳ ଗହରକୁ ଆସି ପୃଷ୍ଟତା ଲାଭ କରେ ଓ ବାଗ୍ଯନ୍ତ୍ରମାନଙ୍କ (ଜିହ୍ୱା, ଦନ୍ତ, ତାଳୁ ଇତ୍ୟାଦି)ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରରେ ନିଯନ୍ତ୍ରିତ ହୋଇ ସେହି ପୃଷ୍ଟନାଦ ଭିନ୍ନ ଭିନ୍ନ ସ୍ୱର (ସାରିଗାମାପାଧାନି)ରେ ପରିଣତ ହୁଏ ହୃଦୟ, କଣ୍ଠ ଓ ମୂର୍ଦ୍ଦା ଏହି ତିନି ସ୍ଥାନରୁ ଉତ୍ପନ୍ନ ତ୍ରିବିଧ କ୍ରମୋଚ୍ଚ ସ୍ୱରର ନାମ ମନ୍ଦ୍ର=(ଉଦାରା), ମଧ୍ୟ=(ମୁଦାରା) ଓ ୨ ଗୁଣ ଓ ମନ୍ଦ୍ର ଅପେକ୍ଷା ତାରର ପରିମାଣ ବା ଓଜନ ୩ ଗୁଣ ଅଟେ 

୭.ଟି ଶୁଦ୍ଧ ସ୍ୱରକୁ ବିକୃତକରି ଆଉ ୧୨:ଟି ବିକୃତ ସ୍ୱର, ଏପରି ମୋଟରେ ୧୯:ଟି ସ୍ୱରର ସୃଷ୍ଟି ହୋଇଅଛି ଏହି 'ସ୍ୱର' ମାନଙ୍କୁ ଛନ୍ଦଃ ଓ ଅଳଙ୍କାରାଦିଦ୍ୱାରା ଭୂଷିତ କରି ଗୋଟିଏ ଗୋଟିଏ ଆକୃତି ଦାନ କଲେ ସେହି ସେହି ପ୍ରକାରମାନ 'ରାଗ' ହୁଏ ଏହି ରାଗମାନ କର୍ଣ୍ଣରେ ପ୍ରବେଶ କଲେ ମନ ମୋହିତ ହୋଇ ଅନୁରାଗ ଜନ୍ମେ, ତେଣୁ ଏମାନଙ୍କର ନାମ 'ରାଗ' ହୋଇଅଛି

ଏହି ସ୍ୱରମାନଙ୍କ ମଧ୍ୟରେ ପୁଣି ୪ଟି ପ୍ରକାର ବା ବିଭାଗ ଅଛି ଯଥା—୧. ବାଦୀ (ଗୀତ ବୋଲିବା ସମୟରେ ଯେଉଁ ସ୍ୱରର ପ୍ରାଚୁର୍ଯ୍ୟ ହେତୁକ ରରାଗର ବୋଧକ ହୁଏ), ୨. ସଂବାଦୀ (ପଞ୍ଚମ ସ୍ୱରର ସମଶ୍ରୁତି), ୩. ବିବାଦୀ (ଗାନ୍ଧାର ଓ ନିଷାଦର, ଋଷଭ ଓ ଧୈବତର କ୍ରମ) ଓ ୪. ଅନୁବାଦୀ (ଋଷଭ, ଧୈବତ ଓ ଗାନ୍ଧାରର କ୍ରମ) ପ୍ରଥମୋକ୍ତ ୩ ସ୍ୱରର ଲକ୍ଷଣକୁ ସ୍ପର୍ଶ ନ କଲେ ୪ର୍ଥ ଅନୁବାଦୀ ସ୍ୱର ହୁଏ ମୂର୍ଚ୍ଛନାଦିର ଆଶ୍ରୟଭୂତ ସ୍ୱରସମୂହର ସୂବ୍ୟବସ୍ଥାର ନାମ 'ଗ୍ରାମ' କ୍ରମାନ୍ୱୟ ଆରୋହଣ ଅବରୋହଣ କ୍ରିୟା ସମ୍ୱନ୍ଧେ ସ୍ୱର ସମୂହର ନାମ ମୂର୍ଚ୍ଛନା ସ୍ୱର, ବର୍ଣ୍ଣ ଓ ମୂର୍ଚ୍ଛନାଦି ଭୂଷିତ କରି ଯେଉଁ ଧ୍ୱନି ବିଶେଷ ଉଚ୍ଚାରିତ ହୁଏ ସେହି ବିଶେଷ ବିଶେଷ ଧ୍ୱନିର ନାମ ରାଗ

ରାଗମାନ ୩ ଶ୍ରେଣୀରେ ବିଭକ୍ତ ଯଥା—ଓଡ଼ବ(୫ ସ୍ୱରର ରାଗ), ଷାଡ଼ବ (୬ ସ୍ୱର ବିଶିଷ୍ଟ) ଓ ସମ୍ପୂର୍ଣ୍ଣ (୭ମ ସ୍ୱର ବିଶିଷ୍ଟ) ସୁତରାଂ ୫ ସ୍ୱରରୁ କମ୍ରେ 'ରାଗ' ହୁଏ ନାହିଁ (ଲେଖ—ଶ୍ରୀ ମନୋମୋହନ ଘୋଷ)

ହିନ୍ଦୁ ଶାସ୍ତ୍ରକାରମାନେ 'ରାଗ'କୁ ପୁରୁଷଜାତୀୟ ବୋଲି କଳ୍ପନା କିର ପ୍ରତ୍ୟେକ ରାଗର ଅନୁଗତା ଓ କୋମଳତା ବିଶିଷ୍ଟା ୬ଟି ଲେଖାଏଁ ଭାର୍ଯ୍ୟା ବା ରାଗିଣୀ କଳ୍ପନା କିର ଅଛନ୍ତି ରାଗ ୬ ଗୋଟି ଓ ରାଗିଣୀ ୩୬: ଗୋଟି

ଯଥା—

ବ୍ରହ୍ମାଙ୍କ ମତରେ ===

୧. ଶ୍ରୀରାଗର ଭାର୍ଯ୍ୟା—ମାଳଶ୍ରୀ, ତ୍ରିବେଣୀ ବା ତ୍ରିବଣୀ, ଗୌରୀ, କେଦାରୀ, ମଧୁମାଧବୀ ଓ ପାହାଡ଼ିକା (ମତାନ୍ତରରେ—ଗାନ୍ଧାରୀ, ଶୂଭତା, ଗୌରୀ, କୌମାରୀ, ବେଲୋୟାରୀ, ବୈରାଗୀ)
୨. ବସନ୍ତ ରାଗର ଭାର୍ଯ୍ୟା—ଦେଶୀ, ଦେବଗିରୀ ବରାଟୀ, ତୋଡ଼ିକା, ଲଳିତା, ହିନ୍ଦୋଳୀ, (ମତାନ୍ତରରେ— ତୁଡ଼ୀ, ପଞ୍ଚମୀ, ଲଳିତା, ପଠମଞ୍ଜରୀ, ଗୁର୍ଜରୀ, ବିଭାଷା)
୩. ଭୈରବର ଭାର୍ଯ୍ୟା—ଭୈରବୀ ଗୁର୍ଜରୀ, ରାମକିରୀ ଗୁଣକିରୀ, ବାଙ୍ଗାଳୀ, ସୈନ୍ଧବୀ, (ସମ୍ଭବତତଃ ମାଳବ ଓ ଭୈରବ ଏକ) (ମତାନ୍ତରରେ—ଧାନସୀ, ମାଳସୀ, ରାମକିରୀ ସିନ୍ଧୁଡ଼ା, ଆଶାବରୀ, ଭୈରବୀ)

ପଞ୍ଚମ ରାଗର ସ୍ତ୍ରୀ—ବିଭାଷୀ, ଭୂପାଳୀ, କର୍ଣ୍ଣାଟୀ, ବଡ଼, ହଂସିକା, ଭାଲକୀ ବା ମାଲବୀ, ପଟମଞ୍ଜରୀ (ସମ୍ଭବତଃ କର୍ଣ୍ଣାଟ ଓ ପଞ୍ଚମ ଏକ) (ମତାନ୍ତରରେ ଭୂପାଳୀ, ରାମକେଳୀ, ଗଡ଼ା କାମୋଦୀ, ନାଟିକା କଲ୍ୟାଣୀ)

ମେଘର ରାଗିଣୀ—ମଲ୍ଲାରୀ, ସୌରଟୀ, ସାବେରୀ କୌଶିକ, ଗାନ୍ଧାରୀ, ହରଶୃଙ୍ଗାରୀ

୬. ନଟନାରାୟଣର ରାଗିଣୀ—କାମୋଦୀ, କଲ୍ୟାଣୀ, ଆଭିରୀ, ନାଟିକା, ସାରଙ୍ଗୀ, ନଟ୍ଟହମ୍ୱିରା

ମତାନ୍ତରରେ ୬ଟି ରାଗର ନାମ ଭିନ୍ନ ଭିନ୍ନ ଓ ୩୬: ରାଗିଣୀର ନାମ ମଧ୍ୟ ଭିନ୍ନ ଭିନ୍ନ ଥିବାର ଦେଖାଯାଏ କିନ୍ତୁ ସମସ୍ତେ ଶ୍ରୀରାଗକୁ ପ୍ରଥମରାଗ ଆଖ୍ୟା ଦେଇଅଛନ୍ତି ରାଗମାନେ ଯେଉଁପରି ଋତୁ ବିଶେଷରେ ଗେୟ, ରାଗିଣୀମାନେ ମଧ୍ୟ ଦିବସ ଓ ରାତ୍ରିର ଭିନ୍ନ ଭିନ୍ନ ସମୟରେ ଶୃଙ୍ଗାରାଦି ଭିନ୍ନ ରସ ସମ୍ପର୍କରେ ଗେୟ

ଉଲ୍ଲିଖିତ ୬ ରାଗ ଓ ୩୬: ରାଗିଣୀ ଛଡ଼ା ଆଉ ଯେଉଁ ରାଗ ରାଗିଣୀମାନ ବ୍ୟବହୃତ ହୁଅନ୍ତି ସେମାନେ ଏମାନଙ୍କର ପୁତ୍ର (ଉପରାଗ) ଓ ପୁତ୍ରବଧୂ (ଉପରାଗିଣୀ) ରୂପରେ କଳ୍ପିତ ମୁସଲମାନ ବାଦସାହାମାନଙ୍କ ଦରବାରରେ ହିନ୍ଦ ସଙ୍ଗୀତ ଅନୁଶୀଳନ ହଇଥିବାରୁ ଆହୁରି କେତେଗୁଡ଼ିଏ ରାଗରାଗିଣୀର ସୃଷ୍ଟି ହୋଇଅଛି ଦେଶର ନାମ ଅନୁସାରେ ମଧ୍ୟ ରାଗ ରାଗିଣୀର ସୃଷ୍ଟି ହୋଇଅଛି ଯଥା— ବଙ୍ଗାଳୀ, ଗାନ୍ଧାରୀ, ଗୁର୍ଜରୀ, ସୈନ୍ଧବୀ, ଔଡ଼୍ରୀ, କଳିଙ୍ଗୀ, କାବେରୀ, ମାଳବ, ଗୌଡ଼ୀ, କାମୋଦୀ ଇତ୍ୟାଦି

ସୁରଙ୍ଗୀର ରାଜା ସ୍ୱର୍ଗୀୟ ଶ୍ରୀଚନ୍ଦ୍ରଚୂଡ଼ାମଣି ହରିଚନ୍ଦନଙ୍କ ରଚିତ ରଙ୍ଗୀତ ସର୍ବସ୍ୱରେ ରାଗ ସମ୍ୱନ୍ଧେ ଗୁଡ଼ିଏ ଆଲୋଚନା ଅଛି

ରାଗ ଓ ରାଗିଣୀମାନଙ୍କୁ ଭାଷାରେ ସାଧାରଣତଃ ରାଗ ବୋଲାଯାଏ ଦେଶଭେଦରେ ସଙ୍ଗୀତର ରାଗାଦିର ସଂଖ୍ୟା ଏତେ ବଢ଼ି ଅଛି ଯେ, ତାହାର ସଂଖ୍ୟା ଓ ନାମୋଲ୍ଲେଖ ସହଜ ନୁହେଁ ଉଦାହରଣ ସ୍ୱରୂପ ସ୍ୱର୍ଗୀୟ ଦାମୋଦର ପଟ୍ଟନାୟକଙ୍କ

ସଂଗୃହୀତ ସଙ୍ଗୀତ ସାଗର ଓ ସଙ୍ଗୀତ ସର୍ବସାର ଆଦି ଗ୍ରନ୍ଥ ମାନଙ୍କରେ ଥିବା ସଙ୍ଗୀତମାନଙ୍କ ଆଦ୍ୟରେ ଦିଆ ଯାଇଥିବା ରାଗ ରାଗିଣୀମାନଙ୍କ ନାମରୁ ଏହା ଉପଲବ୍ଧ ହେବା ===

ଆଠଶା, ଆନନ୍ଦ, ଭୈରବୀ, ଆରବୀ, ଆଶାବରୀ, ଇମନ କଲ୍ୟାଣ, ଏରକାଲ କାମୋଦୀ, କନଡ଼ା, କରୁଣାଶ୍ରୀ, କଳଶା (ବାଣୀ), କଳହଂସ କେଦାର, କଲିଙ୍ଗଡ଼ା, କଲ୍ୟାଣୀ, କାଫି, କାମୋଦୀ, କାମ୍ଭୋଜୀ, କୀର (ବାଣା), କୁମ୍ଭକାମୋଦୀ କେଦାର, କୈଶିକ, ଖମାର, ଖମାର, ଖମ୍ୱାଜ, ଖରହର ପ୍ରିୟା, ଗୌରୀ ମନୋହାରୀ, ଘଣ୍ଟାରବ, ଚକ୍ରବାକ, ଚୋଖୀ, କଉନ୍ପୁର ତୋଡ଼ି, ଜଙ୍ଗଲା, ଜୟନ୍ତ,. ଝିଂଝଟ, ଝଞ୍ଜୋଟି ବା ଝିଂଝଟ ଖମ୍ୱାଜ, ଝିଂଝିଟ ତୋଡ଼ି, ତୋଡ଼ି ପରଜ, ଦେଶାକ୍ଷ , ଧନାଶ୍ରୀ, ନବରୋଜ, ନାଟକୁରଙ୍ଗୀ, ପରଜ ପାହାଡ଼ିଆ କେଦାର, ପୀଲୁ ପୁରବୀ, ପୂର୍ଣ୍ଣକାମୋଦୀ ପ୍ରାନ୍ତ, ବରାଡ଼ି, ବସନ୍ତ, ବସନ୍ତ ବରାଡ଼ି, ବାରୁଆଁ, ବାହାର, ବିଲାହୁରୀ, ବିହାଗ ବେଗଡ଼ା, ବେଲାଓର, ବେଲାବଳି, ବେହଗଡ଼, ବେହାଗ, ଭୈରବୀ, ଭୈରବୀ ଖମ୍ୱାଜ ମନମୋହିନୀ, ମରୁଆ, ମଳୟ ମାରୁତ, ମାରୁଆ, ମାଳବୀ, ମାଳଶ୍ରୀ, ମୁଖାବରୀ, ମୁନିବର (ବାଣୀ), ମୋହନା, ରସକୁଲ୍ୟା ରସକୁଲ୍ୟା (ବାଣୀ), ରାଜବିଜେ, ରାମକେରୀ,, ରେଗୁପ୍ତ, ଲଳିତ ଲଳିତାମୋଦୀ, ଶଙ୍କରାଭରଣ ଶୋକ କାମୋଦୀ, ଶୋକ କାମ୍ଭୋଜୀ, ଶୋକ ବରାଡ଼ୀ, ଶ୍ରୀ, ସରସ୍ୱତୀ ମନୋହାରୀ ସାବେରୀ, ସିନ୍ଧୁଭୈରବୀ, ସୁରଟ, ସୁରଟମହ୍ଲାର, ସୁରାଟ ସେହେନା, ସୌରାଷ୍ଟ୍ର, ହଂସଧ୍ୱନି, ହରିକାମୋଦୀ, ହୁସେନ

ପଣ୍ଡିତ କୁଳମଣି ଦାଶଙ୍କ ଅଳଙ୍କାର ତରଙ୍ଗିଣୀରେ ପ୍ରଦତ୍ତ କେତେକ ରାଗର ଯତିପାତ ଓ ଉଦାହରଣ: ===

୧. ଭାଟିଆରୀ—ଏହାର ପ୍ରତ୍ୟେକ ପାଦ ଆଠ ଅକ୍ଷର— ବିଶିଷ୍ଟ ଓ ଦୁଇ ପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଚତୁର୍ଥ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା—ତ୍ରିଲୋଚନ' ପୁରହର' ଶୂଳହସ୍ତ' ନାଗହାର' —ଚିତ୍ରକାବ୍ୟ
୨. ଗୁଜ୍ଜରୀ—ଏହାର ପ୍ରତ୍ୟେକ ପାଦ ନଅ ଅକ୍ଷର— ବିଶିଷ୍ଟ ଓ ଦୁଇପାଦରେ ଏକପଦ ହୁଏ ବୋଲିବା ଭଙ୍ଗୀରେ କେତେବେଳେ ତୃତୀୟ ଓ ଶେଷ ଅକ୍ଷର ଉପରେ, କେତେବେଳେ ବା ପଞ୍ଚମ ଓ ଶେଷ ଅକ୍ଷର ଉପରେ, ଯତିପାତ ହୁଏ ଯଥା—କାଳଚକ୍ରର ଆବର୍ତ୍ତନେ, ଭୂଞ୍ଜନ୍ତି ସୁଖ ଦୁଃଖ ଜନେ—ସାହିତ୍ୟ ପ୍ରସଙ୍ଗ
୩. ଚକ୍ରକେଳି—ଏହାର ପ୍ରତ୍ୟେକ ପାଦ ଏକାଦଶ ଅକ୍ଷରବିଶିଷ୍ଟ ଓ ଦୁଇପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ଯଥା—ଆସଇ ଶିଶିର ଅନ୍ତେ, ଦିଶଇ ଧରଣୀ ଚାରୁ କେମନ୍ତେ—ମଧୂସୂଦନ ବସନ୍ତ
୪. କେଦାର ଚକ୍ରକେଳି—ଏହା ମଧ୍ୟ ଚକ୍ରକେଳି ପରି ଏକାଦଶ ଅକ୍ଷରବିଶିଷ୍ଟ ଯେତେବେଳେ ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ, ସେତେବେଳେ ଏହା କେଦାରଚକ୍ରକେଳି ନାମରେ ଅଭିହିତ ହୁଏ ଯଥା— ନବବିଧାତା' ମଦନ ହୋଇଲା' ନବଯୌବନ' ସୃଷ୍ଟି ଭିଆଇଲା'—ଭଞ୍ଜ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ
୫. ମାଳବ—ଚକ୍ରକେଳି ଓ କେଦାର ଚକ୍ରକେଳିକୁ ବେଳେବେଳେ ମାଳବ ନାମରେ ଅଭିହିତ କରାଯାଏ
୬. ଭୂପାଳ—ଏହାର ପାଦ ଦ୍ୱାଦଶ ଅକ୍ଷର— ବିଶିଷ୍ଟ ଓ ଦୁଇପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ଯଥା—ଶ୍ରୀରାମ ମଧୁର ମୂର୍ତ୍ତି ଦେଖି ରାମା' ପଚାରନ୍ତି ସଖୀଙ୍କିଜ'ନକ ଜେମା' କେବଣ ଦେଶ ନୃପତ' କାହା ସୂତ', ଦେଖିଲାବେଳୁଁ କାତର' ହୁଏ ଚିତ—ବିଚିତ୍ର ରାମାୟଣ
୭. ବିଭାସ କେଦାର—ଏହା ମଧ୍ୟ ଦ୍ୱାଦଶ ଅକ୍ଷର— ବିଶିଷ୍ଟ ଓ ଏହାର ଦୁଇପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଷଷ୍ଠ ଓ ଦ୍ୱାଦଶ ଅକ୍ଷର ଉପରେ ଯତିପାତ ହୁଏ ଯଥା—ଭ୍ରୂଭଙ୍ଗରେ ଯାଙ୍କ' କମ୍ପିଲା ଭୂତଳ, ମକ୍ଷି ତଡ଼ିବାକୁ' ଏବେ ନାହିଁ ବଳ' ଦ୍ୱିସପ୍ତ ଭୃବନ' ମଣିଲେ ଯେ ଅଳ୍ପ,' ଆଶ୍ରିଲେ ସେ' ସପ୍ତଖଣ୍ଡର ତଳୁ'— ରାଧାନାଥ ନନ୍ଦିକେଶ୍ୱରୀ
୮. କଳହଂସକେଦାର—ଏହାର ଚାରିପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦ ଦ୍ୱାଦଶ ଅକ୍ଷରବିଶିଷ୍ଟ ଦ୍ୱିତୀୟ ଓ ଚତୁର୍ଥ ପାଦ ଶେଷରେ 'ଯେ' ବା 'ସେ' ଗୋଟିଏ ଅକ୍ଷର ଅଧିକା ଥାଏ ପ୍ରତ୍ୟେକ ପାଦର ସପ୍ତମ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା—ମାଳବେ ହିମଋତୁ' ଲୋକନ କରି', ଏକାଳେ ବିଦେଶତ' ଲୋକ ନ କରି' ଯେ କରିବ ନାହିଁ କୁନ୍ଦେ' ରସିକ ବର', କାନ୍ତା ମୋ ଏହା ଭାବେ' ରସିକ ବର' ଯେ.—ଭଞ୍ଜ ପ୍ରେମସୁଧାନିଧି
୯. ଚିନ୍ତାଦେଶାକ୍ଷ—ଏହାର ଦୁଇ ପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦ କ୍ରୟୋଦଶ ଅକ୍ଷରବିଶିଷ୍ଟ ଏବଂ ପ୍ରତିପାଦର ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତାପାତ ହୁଏ ଯଥା—ବିଭାକର ବଂଶୀଶୁଣି,' ପୁଲକ ବହି, ବିଭାକର ଲଗ୍ନ ବୁଝି ବଶିଷ୍ଠେ କହି' ବିନ୍ୟାସ କଲେ ସେ ବାଣୀ' ସନ୍ଧ୍ୟା— ବସାନେ' ବସାଇବା ମଣ୍ଡପରେ' କନ୍ୟା ସୁମନେ' —ଭଞ୍ଜ ବୈଦେହୀଶବିଳାସ
୧. ଆଶାବରୀ—ପ୍ରତ୍ୟେକ ପାଦ ଚତୁର୍ଦ୍ଦଶ ଅକ୍ଷର ବିଶିଷ୍ଟ ଓ ଦୁଇପାଦରେ ଏକ ପାଦ ହୁଏ ପ୍ରତ୍ୟେକ ପାଦର ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ କେହି କେହି କହନ୍ତି ଏହାର ପ୍ରତ୍ୟେକ ପାଦର ତୃତୀୟା, ଷଷ୍ଠ, ଅଷ୍ଟମ ଓ ଶେଷାକ୍ଷର ଉପରେ, ଯତି ପଡ଼େ ଯଥା—(କ) କେତେ' କଥା ସ୍ନେହମୟୀ' ଜନନୀ ତୁମ୍ଭର,' ବାଲ୍ୟେ ଶିଖା'ଇଲେ ପାଞ୍ଚି' ତୁମ୍ଭରି ମଙ୍ଗଳ'—ସାହିତ୍ୟପାଠ


(ଖ) ଛନ୍ଦକ' ନିସ୍ତବ୍ଧ' ଚାହିଁ' ଅଛି ଏକ ଧ୍ୟାନେ', ଦୁର୍ବଳ' ଶରୀର' କଥା ଶୁଭୁ ନାହିଁ କାନେ' ସାହିତ୍ୟ ପାଠ

୧୧. ରାମକେରୀ—ପ୍ରତ୍ୟେକ ପାଦ ଷୋଡ଼ଷ ଅକ୍ଷର— ବିଶିଷ୍ଟ, ଦୁଇ ପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ନବମ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା— କଳାକଳେବର କହ୍ନାଇ' ସଙ୍ଗେ ରୋହିଣୀ ସୁତ' କରନ୍ତି ମଥୁରା ବିଜୟେ' ଦାଣ୍ଡେ ଦେଶ ସଙ୍ଗାତ କଳାକଳେବର ଚଉତିଶା
୧୨. ଖଣ୍ଡକାମୋଦୀ—ଏହାର ପ୍ରତ୍ୟେକ ପାଦ ସପ୍ତଦଶ ଅକ୍ଷରବିଶିଷ୍ଟ ଏବଂ ଦୁଇ ପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା—ଭେଡ଼ା ଅଖ୍ୟାଧାରୀ ବୃକ୍ଷହୀନ ଭୂମି ସମୁଦ୍ର ଦାଢ଼େ', ଦ୍ୱୀପ ପ୍ରାୟେ ଯହିଁ' କ୍ଷୁଦ୍ର ଜନପଦ' ଭାସେ ଆଷାଢ଼େ' ରାଧାନାଥ ଉଷା
୧୩. କାଳୀ—ଏହାର ପ୍ରତ୍ୟେକ ପାଦ ସପ୍ତଦଶ ଅକ୍ଷର— ବିଶିଷ୍ଟ ଦୁଇ ପାଦରେ ଏକ ପଦ ହୁଏ. ପ୍ରତ୍ୟେକ ପାଦର ପଞ୍ଚମ, ଦଶମ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା—ମିତ ଅନ୍ତରେ' କୃଷ୍ଣ କାତରେ' କୁଞ୍ଜ ଭିତରେ ବସି', ମନୋଦୁଃଖରେ' ବୋଲନ୍ତି ଖରେ' ଉଦୟ ଖରେ ଶଶୀ' ସାମନ୍ତ ସିଂହାର ବିଦଗ୍ଧଚିନ୍ତାମଣି
୧୪. କୁମ୍ଭକାମୋଦୀ—ଏହାର ପ୍ରତ୍ୟେକ ପାଦ ଅଷ୍ଟାଦଶ ଅକ୍ଷରବିଶିଷ୍ଟ ଦୁଇପାଦରେ ଏକ ପଦ ହୁଏ ଓ ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ, ପଞ୍ଚଦଶ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା—ବୋଲନ୍ତି ନନ୍ଦନେ' ଶୁଣଗୋ ଜନନୀ' ଅପୂର୍ବ ଚରିତ', ରାମକୃଷ୍ଣ ବେନି' ଦୂତ ପେଷିଛନ୍ତି କହିବେ' ଉଦନ୍ତ' ଭକ୍ତଚରଣ ମଥୁରାମଙ୍ଗଳ

କେହି କେହି କହନ୍ତି ଏହି ବୃତ୍ତର ପ୍ରତ୍ୟେକ ପଦ ଚାରିପାଦବିଶିଷ୍ଟ

୧୫. ଦୀର୍ଘକାମୋଦୀ—ଏହାର ପ୍ରତ୍ୟେକ ପାଦ ଅଷ୍ଟାଦଶ ଅକ୍ଷରବିଶିଷ୍ଟ ଦୁଇ ପାଦରେ ଏକ ପଦ ହୁଏ, ପ୍ରତ୍ୟେକ ପାଦର ଅଷ୍ଟମ, ଦ୍ୱାଦଶ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା—ପ୍ରତ୍ୟକ୍ଷ ଦେବତା ବୋଲି' ମଣିବ ହେ' ଜନନୀ ଜନକେ' କରିବ ତାହାଙ୍କ ସେବା' ପ୍ରାଣପଣେ ବାଳିକା ବାଳକେ' ମଧୂସୂଦନ ସାହିତ୍ୟପ୍ରସଙ୍ଗ
୧୬. ବଙ୍ଗଳାଶ୍ରୀ—ଏହାର ପ୍ରତ୍ୟେକ ପାଦ ବିଂଶ ଅକ୍ଷରବିଶିଷ୍ଟ ଓ ଦୁଇ ପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଯଥା—ବହୁ ଗୁଣାକର' ଉତ୍କଳ ଭାସ୍କର' ପ୍ରତାପୀ ନୃପପୁଙ୍ଗବ' ହେ ପ୍ରତାପରୁଦ୍ର' ବଢ଼ାଇଛ କ୍ଷୁଦ୍ର"—ଜାତିର ଗୁଣଗୌରବ"— ସାହିତ୍ୟପାଠ
୧୭. ମତିଆରୀ—ଏହାର ପ୍ରତ୍ୟେକ ପାଦ ଏକବିଂଶ ଅକ୍ଷରବିଶିଷ୍ଟ ଓ ଦୁଇ ପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ଯଥା—କେ ବୃଦ୍ଧ ଗଉଡ଼' ଗୋପମହାକୁଡ଼' ତିନି କୁଜ ତାର' ପିଠି ହେ' ପିନ୍ଧି କଳାଜଙ୍ଘି' ଦୋସଡ଼ା ଦୋରଙ୍ଗୀ' ଦୂରୁ ଚାହେଁ ମିଟି' ମିଟି ହେ' ଚାଲେ ନଇଁ ନଇଁ ଖଣ୍ଡେଦୂର ଯାଇ' ଭିଡ଼ିଣ ପାକୁଆ' ପାଟି ହେ' କଉତୁକେ ବୋଲେ' ମୋ ସଙ୍ଗେ ଯୁଝିଲେ' ଭାଙ୍ଗିପକାଇବି ପିଠି ହେ'—କୃଷ୍ଣଲୀଳା
୧୮. ପୋଇ—ଏହାର ପ୍ରତ୍ୟେକ ପାଦ ଦ୍ୱାବିଂଶ ଅକ୍ଷର— ବିଶିଷ୍ଟ ଓ ଦୁଇ ପାଦରେ ଏକ ପାଦ ହୁଏ ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ଯଥା—ଶ୍ରୀକୃଷ୍ଣ ଚରିତ' ଶୁଣି ପରୀକ୍ଷିତ' ଆନନ୍ଦେ ନୟନୁ' ବହେ ଜଳ', ପୁଲକ ଶରୀର, ଯୋଡ଼ି ବେନି କର' ପଡ଼ିଲା ମୁନିଙ୍କ' ପାଦତଳ କୃଷ୍ଣଲୀଳା
୧୯. କାମୋଦୀ—ଏହାର ପ୍ରତ୍ୟେକ ପଦରେ ଛଅଗୋଟି ପାଦ ଥାଏ ପ୍ରଥମ ପାଦରେ ୨୩: , ଦ୍ୱିତୀୟ ପାଦରେ ୨୪: , ତୃତୀୟ ପାଦରେ, ୪, ଚତୁର୍ଥ ଓ ପଞ୍ଚମ ପାଦରେ ୯ ଲେଖାଏଁ ଓ ଷଷ୍ଠ ପାଦରେ ୨୪:ଟି ଅକ୍ଷର ଥାଏ ଯତିପାତର କ୍ରମ ନିମ୍ନରେ ଦିଆଗଲା

ପ୍ରଥମ୭+୭+୩+୬+: , ଦ୍ୱିତୀୟ, ୭+୭+୩+୬+୧: ,ତୃତୀୟ୪, ଚତୁର୍ଥ ଓ ପଞ୍ଚମ ୭+୨: , ଷଷ୍ଠ ଦ୍ୱିତୀୟ ପଦର ଅନ୍ୟରୂପ ଷଷ୍ଠ ପାଦ ଉତ୍ତାରୁ ପୁନରପି ତୃତୀୟ ପାଦର ଆବୃତ୍ତି ହୁଏ

ଯଥା—୧ ସୁଧୀରେ ଘେନ ଧୀରେ' ଛାନ୍ଦ କଳା ନିଧିରେ' ତୁଳସୁ' ସ୍ୱାଦୁ' ସୂଧାଦାୟୀ', ୨ ସ୍ପର୍ଶେ ଆଲ୍ହାଦକର ଜୀବ ତାପ ନିକର,' ଆନନ୍ଦା'ବ୍ଧ ବର୍ଦ୍ଧନ ହୋଇ' ହେ' ୩ ଧୀରଜନେ', ୪ ହୃଦକୁମୁଦ ମୂଦ' ହେବ, ୫ ତମସକୁଳ କ୍ଷୟ' ଯିବ,' ୬ ରାଧାକୃଷ୍ଣ ନୂତନ' ମିଳନ ସୂଯତନ', ଶ୍ରବଣେ ସୁଗତି ଲଭିବ' ହେ' ଧୀରଜନେ ସାମନ୍ତସିଂହାର ବିଦଗ୍ଧ— ଚିନ୍ତାମଣି

୨. ଖଣ୍ଡକାମୋଦୀ—ଏହା ଠିକ୍ କାମୋଦୀ ବୃତ୍ତର ଅନୁରୂପ କାମୋଦୀ ରାଗର ଦ୍ୱିତୀୟ ପାଦର ଓ ଷଷ୍ଠ ପାଦର ଶେଷ ଅକ୍ଷରଦ୍ୱୟ ଏବଂ ତୃତୀୟ ପାଦଟି ଏଥିରେ ନ ଥାଏ ଶେଷ ପାଦରେ 'ହେ' ନ ଥାଏ ତେଣୁ ଏହା ପଞ୍ଚପାଦ ବିଶିଷ୍ଟ ଯଥା—୧ଚାହୁଁ ଚାହୁଁ ସୂନୀଳ' ସମୁଦ୍ରେ ତୋ ସଲିଳ' ଢ଼ାଳି' ତୁ ଦେଲୁ ମହାପୂରେ,' ୨ ଅନନ୍ତ ସିନ୍ଧୁ ସଙ୍ଗେ' ମିଶି ଗଲୁକି ରଙ୍ଗେ,' ସକଳ' ଭେଦ ଫିଙ୍ଗି ଦୂରେ,' ୩ ଲହରୀ ହୀରକର' ୪ ତୋ କଣ୍ଠେ ତହୁଁ ପାରାବାର,' ୫ ଲମ୍ୱାଇ ମହାନନ୍ଦେ' ଗାଏ ଗାୟତ୍ରୀ
ଛନ୍ଦେ', ତୋ ସଙ୍ଗେ' ସଙ୍ଗୀତ ଉଦାର' ମଧୂସୂଦନ ନଦୀପ୍ରତି 

୨୧. ମାଳିନୀ—ପ୍ରାଚୀନ ଓଡ଼ିଆ ଛାନ୍ଦ ପୁସ୍ତକମାନଙ୍କରେ ଏଭଳି ବୃତ୍ତ ଦେଖାଯାଏ ନାହିଁ, ଏହାର ପ୍ରତ୍ୟେକ ପଦ ଚାରିପାଦବିଶିଷ୍ଟ. ପ୍ରଥମ ପାଦରେ ଦଶଗୋଟି, ଦ୍ୱିତୀୟ ପାଦରେ ଷୋଳଗୋଟି, ତୃତୀୟ ଓ ଚତୁର୍ଥ ପାଦରେ ଚଉଦ ଗୋଟି ଲେଖାଏଁ ଅକ୍ଷର ଥାଏ ଯତିପାତର ନିୟମ ଯଥା—ପ୍ରଥମ ପାଦ—୪+୬: , ଦ୍ୱିତୀୟପାଦ—୮+୮: , ତୃତୀୟ ଓ ଚତୁର୍ଥ ପାଦ ୮+୬: .—ଯଥା, ୧ ଆସ ନାଥ' ଅଗତିର ଗତି,' ୨ ତୁମ୍ଭ ବିନା ଏ ସଂସାରେ' ମରଇଁ ମୁଁ ହାହାକାରେ',୩ ତାର ମୋତେ ମହାପ୍ରଭୃ' ଦେଇଣ ସୁମତି,' ୪ ଅନନ୍ତ ଦୟା ତୁମ୍ଭର' ଅନନ୍ତ ଶକତି' ମଧୂସୂଦନ ଜୀବନଚିନ୍ତା
୨୨. ରସକୁଲ୍ୟା—ଏହାର ପ୍ରତ୍ୟେକ ପଦ ଛଅ ପାଦ ବିଶିଷ୍ଟ ପ୍ରଥମ ଦ୍ୱିତୀୟ ଓ ତୃତୀୟ ପାଦରେ ୧୧: ଗୋଟି ଲେଖାଏଁ ଅକ୍ଷର ଥାଏ ଏବଂ ତହିଁରେ ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଚତୁର୍ଥ ପାଦ ବାର ଅକ୍ଷର ବିଶିଷ୍ଟ, ତହିଁରେ ଷଷ୍ଠ, ଏକାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ପଞ୍ଚମ ପାଦ ନଅ ଅକ୍ଷରବିଶିଷ୍ଟ ତହିଁରେ ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ଏବଂ ଷଷ୍ଠ ପାଦ ୨୧: ଅକ୍ଷର ବିଶିଷ୍ଟ, ତହିଁରେ ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ, ବିଂଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ
୧. ନୀରବନ୍ତେ ରାମ' ଦେବ ବିମାନ'
୨. ଇଚ୍ଛା ଜାଣି ବେଗେ' ଉଳ୍ମା ସମାନ'
୩. ତାରାପଥୁ ଖସେ' ଅବନୀ ତଳ'
୪. ଅନମ୍ୱର ଦେଶ ଦିଶେ ଉଜ୍ୱଳ ସେ
୫. ଅନାଉଲେ ବିସ୍ମ'ୟରେ' ଯେ'
୬. ଆନନ୍ଦେ ମଗନ' ଅସୋଧ୍ୟାନିବାସୀ'

ଭରତଙ୍କ ଅନୁ'ଚରେ' ଯେ' ମଧୂସୂଦନ ଅଯୋଧ୍ୟା ପ୍ରତ୍ୟାଗମନ

୨୩. ଆଷାଢ଼ଶୁକ୍ଳ (ବାଣୀ)—ଏହାର ପ୍ରତ୍ୟେକ ପଦ ଛଅ ପାଦବିଶିଷ୍ଟ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ପାଦରେ ଏଗାର ଗୋଟି ଲେଖାଏଁ ଅକ୍ଷର ଥାଏ ଓ ପ୍ରତି ପାଦର ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ପଞ୍ଚମ ପାଦରେ ଛଅ ଗୋଟି ଅକ୍ଷର ଥାଏ ଏବଂ ତାହାର କେବଳ ଶେଷ ଅକ୍ଷର ଉପରେ ଯତି ପଡ଼େ

ଯଥା—ରସିକମାନେ' ଶୁଣ ଦେଇ ମନ' ରମଣୀ ମଣି' ଦିନୁ ଦିନୁ କ୍ଷୀଣ' ରତି ପତି ଛାତି କରତିକାରରେ' ରସହାସ ଗ୍ରା'ସ ବେଶ ବାସରେ', ରହିତ ଆଦର' ରସଳସା ସା'ରେ ନିଶି ବାସର' ସାମନ୍ତସିଂହାର ବିଦଗ୍ଧ ଚିନ୍ତାମଣି

୨୪. ଶଙ୍କରାଭରଣ—ଏହାର ପ୍ରତ୍ୟେକ ପଦ ଚାରି ପାଦବିଶିଷ୍ଟ ପ୍ରଥମ ଦ୍ୱିତୀୟ ଓ ଚତୁର୍ଥ ପାଦରେ ୧୪: ଗୋଟି ଲେଖାଏଁ ଅକ୍ଷର ଥାଏ ଓ ପ୍ରତ୍ୟେକ ପାଦର ଅଷ୍ଟମ ଏକାଦଶ, ଦ୍ୱାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ତୃତୀୟ ପାଦଟି ଆଠ ଅକ୍ଷରବିଶିଷ୍ଟ ଓ ଏହାର ଦ୍ୱିତୀୟ, ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ

ଯଥା—ଦାଣ୍ଡରେ ଶୁଭିଲା ରାମ' କୃଷ୍ଣ ବେ'ନି' ଭାଇ' ଅକ୍ରୂର ଆସିଛି ତାଙ୍କୁ' ଘେନି ଯି'ବା' ପାଇଁ' ରାଜା' ପରଜା ସ'ହିତେ' ସଜ ହୋଇଥାଅ କାଲି' ଚଳିବା' ପ୍ରଭାତେ' ଭକ୍ତଚରଣ ମଥୁରାମଙ୍ଗଳ

୨୫. ଚୋଖି—ଏହାର ପ୍ରତ୍ୟେକ ପଦ ଚାରିପାଦବିଶିଷ୍ଟ; ପ୍ରଥମ ଓ ଦ୍ୱିତୀୟ ପାଦରେ ୨୯: ଗୋଟି ଲେଖାଏଁ, ତୃତୀୟ ପାଦରେ ୯ ଗୋଟି ଓ ଚତୁର୍ଥ ପାଦରେ ୧୩: ଗୋଟି ଅକ୍ଷରର ଥାଏ ଯତିପାତର କ୍ରମ ନିମ୍ନରେ ପ୍ରଦର୍ଶିତ ହେଲା ପ୍ରଥମ ଓ ଦ୍ୱିତୀୟ୬+୨+୬+ ୨+୮+୫;ତୃତୀୟ: ୬+୩: ; ଚତୁର୍ଥ୬+୨+୫:

ଯଥା—୧ ବିତଳକୁ ଆଲି'ଙ୍ଗନ' କରି ଜାହ୍ନବୀ ଶୋ'ଭନ' ହରେ ସୁରବର ତାପ' ଚାରୁ ଧାରା ସେ' ୨ ବହେ ମକର କେ'ତନ' ଉଚ୍ଛନ୍ନ ରରତି ସ'ମାନ' ପୂରତି ହୋଇଛି ପୁଣି'ଅଶେଷ ରସେ '

୩. ବିଦ୍ୟ ହୈମବତୀ' ପଦରେ'
୪. ବିଷକଣ୍ଠ ତୋଷ' ଦାନୀ' ବେନି ମତରେ' ଭଞ୍ଜ ବୈଦେହୀବିଳାସ
୨୫. ଘଣ୍ଟାରବ—ଏହାର ପ୍ରତ୍ୟେକ ପଦରେ ତିନି ଗୋଟି ପାଦ ଥାଏ ପ୍ରଥମ ଓ ଦ୍ୱିତୀୟ ପାଦରେ ଆଠ ଗୋଟି ଲେଖାଏଁ ଅକ୍ଷର ଓ ତୃତୀୟ ପାଦରେ କୋଡ଼ିଏ ଗୋଟି ଅକ୍ଷର ଥାଏ ପ୍ରଥମ ଓ ଦ୍ୱିତୀୟରେ କେବଳ ଶେଷ ଅକ୍ଷର ଉପରେ ଓ ତୃତୀୟ ପାଦରେ ଷଷ୍ଠ, ଦ୍ୱାଦଶ ଓ଼ ଶେଷ ଅକ୍ଷର ଉପରେ ଯତି ପଡ଼େ

ଯଥା— ୧ ମାଣବକ ଖେଳା ପରେ

୨. ମାତି ସେ ଶସ୍ତ୍ର ଶାସ୍ତ୍ରରେ'
୩. ମନ୍ଥ ଶାସ୍ତ୍ର ଅବ୍ଧି' ମାନସକୁ ଚୋଧି' ମହାସେନ ଦର୍ପ ହରେ'— ଗୋଲୋକି ଇନ୍ଦୁରେଖା
୨୭. ଜୟନ୍ତ—ଏହାର ପ୍ରତ୍ୟେକ ପଦ ତିନିପାଦବିଶିଷ୍ଟ ପ୍ରଥମ ଓ ଦ୍ୱିତୀୟ ପାଦରେ ଚଉଦ ଗୋଟି ଲେଖାଏଁ ଅକ୍ଷର ଥାଏ ଏବଂ ସେ ଦୁଇ ପାଦରେ ଅଷ୍ଟମ, ଦ୍ୱାଦଶ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ତୃତୀୟ ପାଦଜ ଛଅଗୋଟି ଅକ୍ଷରବିଶିଷ୍ଟ, ତାହାର ଦ୍ୱିତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ


ଯଥା—୧ ଧୀରେ ଘେନ କାନନରେ' କୃଷ୍ଣ ବିଳମ୍ୱିତ'

୨. ବାତ୍ସଲ୍ୟ ମମତା ଘେନି' ଭାଳୁଛନ୍ତି' ମାତ'
୩. କଳା' ମାଣିକରେ' ସାମନ୍ତସିଂହାର ବିଦଗ୍ଧଚିନ୍ତାମଣି
୨୮. ଲଳିତ କାମୋଦୀ—ଏହାର ପ୍ରତ୍ୟେକ ପଦରେ ଚାରି ଗୋଟି ପାଦ ଥାଏ ଅକ୍ଷର ସଂଖ୍ୟା ଓ ଯତିପାତର କ୍ରମ ନିମ୍ନରେ ପ୍ରଦର୍ଶିତ ହେଲା

ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପାଦ—୨+୨+୨+୨+୨+୩=୧୫:

ତୃତୀୟ ପାଦ—୩+୫+୨+୨+୩=୧୫: ଯଥା—ଧୀରେ'ରାଧା' କର' ଧରି' କହୁ'ଛନ୍ତି' ଦୂତିକି' ଜୀବ'ନ ନେ'ବାକୁ' ଲଗା'ଇଛୁ' ପାପ' ପ୍ରୀତିକି' ଦୂତିଗୋ' ପ୍ରାଣବନ୍ଧୁରେ' କହ'ଯାଇ ଏତିକି' ଦୀକ୍ଷା' କରି'ଛନ୍ତି' ପରା' ନାରୀମରା' ରୀତିକି ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି

୨୯. ପାହାଡ଼ିଆ କେଦାର—ଏହାର ପାଞ୍ଚ ପାଦରେ ଏକ ପଦ ହୁଏ ପ୍ରଥମ, ଦ୍ୱିତୀୟ ଓ ପଞ୍ଚମ ପାଦ ୩୫: ଅକ୍ଷର— ବିଶିଷ୍ଟ ୩ୟ ୪ର୍ଥ ପାଦରେ ବାର ଗୋଟି ଲେଖାଏଁ ଅକ୍ଷର ଥାଏ ଏହା ପଠ ହେଲାବେଳେ ପ୍ରତ୍ୟେକ ପାଦର ଶେଷରେ ହେ, ଗୋ ବା ଯେ ମଧ୍ୟରୁ କୌଣସି ଗୋଟିଏ ଲାଗେ ପ୍ରଥମ, ଦ୍ୱିତୀୟ ଓ ୫ମ ପାଦର ଦଶମ, ବିଂଶ, ତ୍ରିଂଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ୩ୟ ଓ ୪ର୍ଥ ପାଦ ଶେଷରେ ଯତି ପଡ଼େ ପ୍ରଥମ ପାଦର ଶେଷ ଅକ୍ଷର ଯାହା, ଦ୍ୱିତୀୟ ପାଦର ଶେଷ ଅକ୍ଷର ତାହା ହୁଏ ଓ ତୃତୀୟ , ଚତୁର୍ଥ ପାଦର ଅକ୍ଷର ଯାହା ହୁଏ, ପଞ୍ଚମ ପାଦର ଶେଷ ଅକ୍ଷର ତାହା ହୁଏ

ଯଥା—୧ ଘେନ ବିଦୁଷ ଅପୂର୍ବରସ' ରଣ ଉଦୋଗେ ଅଙ୍ଗ ନରେଶ'

ଡ଼େଙ୍ଗୁରା ବାଜେ ଦେଶ ବିଦେଶ' ସଇନ ସାଜେ' ଯେ,

୨. ଆସେ କେ ମଲ୍ଲ ଧରିଣ ଭଲ୍ଲ' କୃପାଣ ପାଣି ଶୋଭା ଅତୁଲ' ଅଙ୍ଗେ ଫଳକ ଦୋଳେ ବର୍ତ୍ତୃଳ' ମଦେ ଗରଜେ; ଯେ,
୩. ଦଉପେ କେ ଉନ୍ନତ ତ୍ରିଶୂଳ ଧରେ' ଯେ,
୪. ଖରଶାଣ ତରବାରୀ କାହା କରେ' ଯେ
୫. କେ ବାଣାସନ ଧରି ଶୋଭନ' ଖଞ୍ଜ ତୁଣୀରେ ଶର ଯତନ' ସାଞ୍ଜୁ ବର୍ମ୍ମରେ କେବା ଭୂଷଣ' ମାତି ମତରେ' ଯେ ଗୋଲୋକ ଇନ୍ଦୁରେଖା
୩. କଉଶିକ—ଏହାର ପ୍ରତ୍ୟେକ ପଦରେ ପାଞ୍ଚଗୋଟି ପାଦ ଥାଏ ପ୍ରଥମ, ଦ୍ୱିତୀୟ ଓ ପଞ୍ଚମ ପାଦ ୨୧: ଅକ୍ଷର ବିଶିଷ୍ଟ ତୃତୀୟ ପାଦରେ ପାଞ୍ଚ ଓ ଚତୁର୍ଥ ପାଦରେ ୯ଟି ଅକ୍ଷର ଥାଏ ଯତିପାତର କ୍ରମ ନିମ୍ନରେ ଦିଆଗଲା

ପ୍ରଥମ, ଦ୍ୱିତୀୟ ଓ ପଞ୍ଚମ ପାଦରେ—୩+୩+୩+୩+୩+୩+୩: ;

୩ୟ ରେ—୨+୩: ;ଚତୁର୍ଥରେ—୩+୩+୩:

ଯଥା—୧ ମନ୍ତ୍ରି ମୁ' ଖୁ ଶୁଣି' କୋପେ ବିଶେଷ୍ୟ - ଶପାଣି' ପୁଷ୍କକ' ଯାନେ ବି' ଜେ କଲା'

୨. ଧନୁଶ'ର ଧରି' ଆକାଶେ' ରହିଣ' ସୁବଳ' ଗିରିକି' ଚାହିଁଲା'
୩. ଡ଼ୋଳେ' ଦେଖିଲା'
୪. ଦୁର୍ବାଦ'ଳ ରାମ' ଶରୀର'
୫. ସଂସାର' ଶୋଭାକି' ଘେନି ଅ'ବତାର' ମଦନ' ଯାର ପା'ରିଚାର' ବିଶ୍ୱନାଥ ବିଚିତ୍ର ରାମାୟଣ
୩୧. ବସନ୍ତ—ଏହାର ପ୍ରତ୍ୟେକ ପଦରେ ଛଅଗୋଟି ପାଦ ଥାଏ ପ୍ରତ୍ୟେକ ପାଦରେ ୧୪: ଗୋଟି ଲେଖାଏଁ ଅକ୍ଷର ଥାଏ ପ୍ରଥମ ପାଦର ଶେଷ ଅକ୍ଷର ସହିତ ଦ୍ୱିତୀୟ ପାଦର ଶେଷ ଅକ୍ଷର, ତୃତୀୟ ପାଦର ଶେଷ ଅକ୍ଷର ସହିତ ଚତୁର୍ଥ ପାଦର ଶେଷ ଅକ୍ଷର, ପଞ୍ଚମ ପାଦର ଶେଷ ଅକ୍ଷର ସହିତ ଷଷ୍ଠ ପାଦର ଶେଷ ଅକ୍ଷରର ଯତିପାତ ହୁଏ ଆହୁରି ମଧ୍ୟ ପ୍ରତ୍ୟେକ ପାଦର ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ

ଯଥା—ହର ଧନୁ ଭଗ ରାମ' ରାମନେତ୍ରୀ ବିଭା' ଲେଖିଲେ ଚାତୁରୀ ଆଳୀ' ଆଳି କରି ଶୋଭା', ଭାଗୁରାମ ରାମବାଦ' ବିଥୀରେ ଯେମନ୍ତ', ବୋଧେ ରଘୁବର ବର'—ବରଣୀର ଚିତ୍ତ' ମଧୁଶଯ୍ୟା ଶଯ୍ୟାଶୋଭା' କୁଳ ଦୀପ ଛୁଇଁ' ରାମ ସୀତା ଚିତ୍ର ଚିତ୍ର' ବିଧାନେ ଚିତ୍ରାଇ' ଗୋଲୋକ ଇନ୍ଦୁ ରେଖା

୩୨. କନଡ଼ା—ଏହାର ପ୍ରତ୍ୟେକ ପଦରେ ସାତ ପଦ ଥାଏ ଏହାର ପାଦମାନଙ୍କର ଯତିପାତ ଓ ପାଦମାନ ପ୍ରତ୍ୟେକ କେତେ ଅକ୍ଷର, ତାହା ନିମ୍ନରେ ପ୍ରଦତ୍ତ ହେଲା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପାଦର ଶେଷ ଅକ୍ଷର ଏକ ପଞ୍ଚମ, ଷଷ୍ଠ ଓ ସପ୍ତମ ପାଦରର ଶେଷ ଅକ୍ଷର ଏକ

ପ୍ରଥମ—୬+୬+୯=୨୧:

ତୃତୀୟ—୬+୬+୮+୧=୨୧:

ଦ୍ୱିତୀୟ, ପଞ୍ଚମ ଓ ଷଷ୍ଠ—୨+୯=୧୧:

ଚତୁର୍ଥ—୩ =୩:

ସପ୍ତମ—୬+୬+୩+୫+୧=୨୧:

ଯଥା—୧ କୁମାର ବିଳାସ' ନବଛାନ୍ଦେ ରସ' ସୁଧୀର ଧୀର କରି ଚିତ୍ତ'

୨. କରି' କରିଗତ ନିଶି ଆଗତ'
୩. କଣ୍ଠେ ନାଈ ତାରା' ମଦନ ବିଭୋରା' ମୋହିଲା ରଙ୍ଗେ ଜଗତ'ସେ'


୪. କାମିନୀ'
୫. କଳା'କର ମଥାମଣି ମଥାରେ'
୬. କହେ' ରଙ୍ଗେ ତରୁଣ ଦମ୍ପତିରେ'
୭. କରନାଁ ବିଳମ୍ୱ' କର ସଙ୍ଗରଙ୍ଗ' ବିନୋଦେ' ମନମଥରେ' ଗୋ' ଗୋଲୋକ ଇନ୍ଦୁ ରେଖା
୩୩. ଧନାଶ୍ରୀ—ଏହାର ପ୍ରତ୍ୟେକ ପଦରେ ପାଞ୍ଚ ପାଦ ଥାଏ ପ୍ରଥମ ପାଦରେ କୋଡ଼ିଏ ଅକ୍ଷର, ଦ୍ୱିତୀୟ ପାଦରେ ୨ ଅକ୍ଷର; ତୃତୀୟ ପାଦରେ ହେ,ରେ ବା ଗୋ ସହିତ ଆଉ ଦୁଇଟି ଅକ୍ଷର; ଚତୁର୍ଥ ଓ ପଞ୍ଚମ ପାଦରେ ଦଶଗୋଟି ଲେଖାଏଁ ଅକ୍ଷର ଥାଏ ପାଦମାନଙ୍କର ଶେଷ ଅକ୍ଷର ଉପରେ ଯତିପାତ ହୁଏ
୧. ତରତର ହୋଇ ସଜନୀଏ ଲୋଡ଼ୁ ଧୀରମଣିଙ୍କ ଉତ୍ତର '
୨. ତରଳ ନୟନୀ ସମବେଦନାରୁ ଏତିକି ମାତର ତର'
୩. ହେ ଧୀର'
୪. ତରସ୍ଥ ନୁହ କଥା ଭିତର'
୫. ତରଳିଛ ଜାଣୁ ବୃହତ୍ତର' ଗୋଲୋକ ଇନ୍ଦୁ ରେଖା
୩୪. ଚିନ୍ତାକାମୋଦୀ—ଏହାର ଚାରି ପାଦରେ ଗୋଟିଏ ପଦ ହୁଏ ପ୍ରଥମ ଓ ଦ୍ୱିତୀୟ ପାଦରେ କୋଡ଼ିଏ ଗୋଟି ଲେଖାଏଁ ଅକ୍ଷର ଥାଏ ତୃତୀୟ ପାଦରେ ସାତ— ଗୋଟି ଓ ଚତୁର୍ଥ ପାଦରେ ଦଶଗୋଟି ଅକ୍ଷର ଥାଏ ପାଦମାନଙ୍କରେ ଶେଷ ଯତିପାତ ହୁଏ ପ୍ରଥମ ଓ ଦ୍ୱିତୀୟ ପାଦର ଚତୁର୍ଥ ଓ ଦ୍ୱାଦଶ ଅକ୍ଷର ଉପରେ, ତୃତୀୟ ଓ ଚତୁର୍ଥ ପାଦର ଦ୍ୱିତୀୟ ଅକ୍ଷର ଉପରେ ଅଧିକା ଯତି ପଡ଼େ

ଯଥା—୧ ତିକେ ସମ' ତାକୁ ହୁଅନ୍ତା ସୀତାଂଶୁ ନ ଥିଲେ ନାନା ମୂରତି'

୨. ତୀବ୍ର ଚିନ୍ତା' ମନେ ଜାତ ଭାବି ହୟ'— ଗ୍ରୀବ ଅପସରା ପତି'
୩. ତିମି'ରେ ବୁଡ଼େ ମତି'
୪. . ତିରି'ଦଶ ପତି ନେତ୍ର ଅତି' ଗୋଲେକ ଇନ୍ଦୁରେଖା]

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କଟୁସ୍ୱାଦ; ଦ୍ରବ୍ୟର ବିଶେଷ — ୧. Pungent or acrid taste.

(ଯଥା— ଲଙ୍କାମରିଚର ରାଗ)

୨. କଟୁତା; କଡ଼ାଗୁଣ — ୨. Pungency; acridity; acuteness.

(ଯଥା—ରାଇସୋରିଷ ତେଲର ରାଗ ଅନ୍ୟ ସୋରିଷ ତେଲର ରାଗ ଅପେକ୍ଷା ବେଶି)

୩. ଦୁଃସହତା — ୩. Unbearableness.

ବିଶେଷଣ - ସମ୍ପାଦନା

୧. କଟୁସ୍ୱାଦ— ଯୁକ୍ତ —୧. Pungent; acrid; very hot (in taste).
୨. ଦୁଃସହ; ତୀବ୍ର —୨. Unbearable.