ବ୍ରହ୍ମ
- ବେଦୋକ୍ତ ବିରାଟ ପୁରୁଷ; ପରମ ପୁରୁଷ; ପରମେଶ୍ଵର; ପରବ୍ରହ୍ମ; ନିରାକର ବ୍ରହ୍ମ
- ଏ ଜଗତର ସୃଷ୍ଟିକର୍ତ୍ତା; ବ୍ରହ୍ମା; ବିଧାତା
- ବ୍ରାହ୍ମଣ
- ଯଜ୍ଞାଦି ଅନୁଷ୍ଠାନରେ ନିୟୋଜିତ ପ୍ରଧାନ ପୁରୋହିତ
- ଧର୍ମ ଶାସ୍ତ୍ର ପ୍ରଣେତା ଋଷି ବିଶେଷ
- ଜ୍ୟୋତିଷୋକ୍ତ ୨୭ ଯୋଗ ମଧ୍ୟରୁ ଏକ ଯୋଗ; ପଞ୍ଚବିଂଶତିତମ ଯୋଗ
- ବେଦ
- (କ) ଓଁକାର; ପ୍ରଣବ (ଖ) ବେଦ ମନ୍ତ୍ର
- ବ୍ରହ୍ମତେଜଃ; ତତ୍ ସତ୍; ତତ୍ତ୍ଵ; ସତ୍, ଚିତ୍ ଓ ଆନନ୍ଦ
- ଏକ ସଂଖ୍ୟା
- ତପସ୍ୟା
- ବ୍ରହ୍ମଚର୍ଯ୍ୟ; ବୀର୍ଯ୍ୟ ଧାରଣ; କୁମାର ବ୍ରତାବଲମ୍ବନ
- ଜୈନମାନଙ୍କର ପ୍ରଧାନ ସେବକ ବିଶେଷ
- ମନୁଷ୍ୟର ଅତ୍ମା
- ମନୁଷ୍ୟର ମନ
- ପେଟ; କ୍ଷଧାତୁରିତା
- ବଙ୍ଗୀୟ କାୟସ୍ଥମାନଙ୍କ ଉପାଧି ବିଶେଷ
- ଭରତର ପୂର୍ବବର୍ତ୍ତୀ ଦେଶ ବିଶେଷ
- ବ୍ରହ୍ମ ରାକ୍ଷସ; ବ୍ରାହ୍ମଣର ପ୍ରେତବ୍ରହ୍ମ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ବୈଦିକ ସଂସ୍କୃତ - ବି—(ବୃନ୍ହ. ଧାତୁ=ବୃଦ୍ଧି ପାଇବା; ଦୀପ୍ତି ପାଇବା+କରଣ ବା କର୍ତ୍ତୃ. ମନ୍. ନିପାତନ; ବ୍ରହ୍ମନ୍ ଶବ୍ଦ ୧ମା. ୧ବ; ଯାହାଙ୍କଦ୍ୱାରା ମନୁଷ୍ୟାଦି ଜଗତ୍ ବୃଦ୍ଧି ପାଉଅଛି, ବା ଯେ ନିଜର ତେଜଦ୍ୱାରା ଜଗତରେ ଦୀପ୍ତି ପାଉଅଛନ୍ତି)
ସମ୍ପାଦନା- ୧. ବେଦୋକ୍ତ ବିରାଟ ପୁରୁଷ; ପରମ ପୁରୁଷ; ପରମେଶ୍ୱର; ପରଂବ୍ରହ୍ମ; ନିରାକାର ବ୍ରହ୍ମ —୧. God; the Godhead; the Supreme Being.
[ ଦ୍ର—ଜଗତର କାରଣ ଏକମାତ୍ର ନିତ୍ୟଚେତନ ସତ୍ତା ବ୍ରହ୍ମ ଅଟେ ଏହା ସତ୍, ଚିତ୍, ଆନନ୍ଦ ସ୍ୱରୂପ ତତ୍ତ୍ୱ ଅଟେ ଜଗତରେ ଏହାର ଅତିରିକ୍ତ ଆଉ ଯାହା ସବୁ ପ୍ରତୀତ ହୁଏ ତାହା ସବୁ ଅସତ ଓ ମିଥ୍ୟା ଅଟେ ବ୍ରହ୍ମ ସଚ୍ଚିଦାନନ୍ଦ, ଅଖଣ୍ଡ, ନିତ୍ୟ, ନିର୍ଗୁଣ ଓ ଅଦ୍ୱିତୀୟ ଅଟେ; ଏହା ବ୍ରହ୍ମର ସ୍ୱରୂପ ଲକ୍ଷଣ ବ୍ରହ୍ମ ଜଗତର କାରଣ ଅଟେ; ଏହା ବ୍ରହ୍ମର ତଟସ୍ଥ ଲକ୍ଷଣ ଅଟେ ଜଗତ୍ ବ୍ରହ୍ମର ପରିଣାମ ବା ବିକାର ନୁହେଁ (ଅର୍ଥାତ୍, ବ୍ରହ୍ମ ଜଗତରେ ପରିଣତ ହୋଇ ନାହିଁ); ଏହି ଜଗତ୍ ବ୍ରହ୍ମର ବିବର୍ତ୍ତ ଅଟେ (ଅର୍ଥାତ୍, ବ୍ରହ୍ମ ଜଗତ୍ ରୂପେ ପ୍ରତୀତ ହେଉଅଛି, ଅର୍ଥାତ୍ ଜଗତ୍ ବ୍ରହ୍ମର ଅସତ୍ ବା ମିଥ୍ୟା ବା ଭ୍ରମ ରୂପ ଅଟେ) ବ୍ରହ୍ମ ଛଡା ଆଉ ସବୁ ନିଥ୍ୟା ଓ ଭ୍ରମ ଅଟେ ଓ ଆଉ କାହିଁରେ ପାରମାର୍ଥିକ ସତ୍ତା ନାହିଁ ବ୍ରହ୍ମର ସମ୍ୟକ୍ ନିରୂପଣକାରୀ ଆଦିଗ୍ରନ୍ଥ ଉପନିଷଦ ଅଟେ ଏଥିରେ 'ନେଳି ନେତି' (ଏହା ବ୍ରହ୍ମ ନୁହେ, ଏହା ବ୍ରହ୍ମ ନୁହେ) ପ୍ରଣାଳିରେ ବ୍ରହ୍ମର ସ୍ୱରୂପକୁ ବୁଝାଇବାକୁ ଚେଷ୍ଟା କରା ଯାଇଅଛି ତତ୍ତ୍ୱମସି (ତାହା ତୁମ୍ଭେ ଅଟ) ଏହି ବଚନଦ୍ୱାରା ଆତ୍ମାର ଓ ବ୍ରହ୍ମର ଅଭେଦ ବ୍ୟ଼୍ୟଞ୍ଜିତ କରା ଯାଇଅଛି ବ୍ରହ୍ମ ସମ୍ୱନ୍ଧୀୟ ଏହି ଜ୍ଞାନର ପ୍ରାଚୀନ ନାମ 'ବ୍ରହ୍ମ ବିଦ୍ୟା' ପରେ ବ୍ୟାସଦେବ 'ବହ୍ମ— ସୂତ୍ର'ରେ ବ୍ରହ୍ମକୁ ବ୍ୟବସ୍ଥିତ ରୂପେ ପ୍ରତିପାଦିତ କରି ଅଛନ୍ତି ବ୍ରହ୍ମସୂତ୍ର ବେଦାନ୍ତ ଦର୍ଶନର ଆଧାର ଅଟେ ହିନ୍ଦୀ - ଶବ୍ଦସାରଗର ]
- ୨. ଏ ଜଗତର ସୃଷ୍ଟିକର୍ତ୍ତା; ବ୍ରହ୍ମା; ବିଧାତା —୨. Brahmā the Creator of the universe.
[ ଦ୍ର—ଶାସ୍ତ୍ର ମତେ ବ୍ରହ୍ମଙ୍କର ଜନ୍ମ ମୃତ୍ୟୁ ନାହିଁ ମାତ୍ର ବ୍ରହ୍ମାଙ୍କର ଜନ୍ମ ମୃତ୍ୟୁ ଅଛି]
- ୩. ବ୍ରାହ୍ମଣ —୩. A Brāhmaṇa.
- ୪. The chief priest officiating at a vedic rite.
- ୫. ଧର୍ମ ଶାସ୍ତ୍ର ପ୍ରଣେତା ଋଷି ବିଶେଷ —୫. Name of a Hindu lawgiver sage.
- ୬. ଜ୍ୟୋତିଷୋକ୍ତ ୨୭: ଯୋଗ ମଧ୍ୟରୁ ଏକ ଯୋଗ;
ପଞ୍ଚବିଂଶତିତମ ଯୋଗ —୬. One of the ୨୭ astrological conjunctions.
[ ଦ୍ର—ଏହା ଶୁଭ ଯୋଗ]
- ୭. ବେଦ —୭. The Bedas.
- ୮. (କ) ଓଁକାର; ପ୍ରଣବ, (ଖ) ବେଦ ମନ୍ତ୍ର —୮. (a) The mystic vedic syllable 'Om' (b) A vedic formula or incantation.
- ୯. ବ୍ରହ୍ମତେଜଃ; ତତ୍ ସତ୍; ତତ୍ତ୍ୱ; ସତ୍; ଚିତ୍ ଓ ଆନନ୍ଦ — ୯. The Holy spirit; the Essence of the Energy of the Creator; the Great Divine Unknown; the Divine Spark pervading the universe.
- ୧. ଏକ ସଂଖ୍ୟା — ୧୦. The number one.
- ୧୧. ତପସ୍ୟା —୧୧. Religious austerities.
- ୧୨. ବହ୍ମଚର୍ଯ୍ୟ; ବୀର୍ଯ୍ୟ ଧାରଣ; କୁମାର ବ୍ରତାବଲମ୍ୱନ —୧୨. Celebacy; the practice of restraining one's animal passions and the flow of the semen virile.
- ୧୩. ଜୈନମାନଙ୍କର ପ୍ରଧାନ ସେବକ ବିଶେଷ —୧୩. Name of a principal attendant of the J&aline;i̱na saints.
ବିଶେଷଣାର୍ଥ - ବ୍ରହ୍ମ (ବୈ.ଭା: ବୃହ୍ - ବଢିବା, ପ୍ରସାରିତ ହେବା + ମ - ଯେ ଯୋଗ୍ୟ, ଯେ ହୁଏ)
ସମ୍ପାଦନା- 0। ବଢିବାର ଯୋଗ୍ଯ, ପ୍ରସାରିତ ହେବାର ଯୋଗ୍ୟ, ଯେ ବଢେ ।
- the expanding one.
- 1। ମହାକାଶର ଗୁଣବାଚକ ନାମ ଯେହେତୁ ଏହା ନିରନ୍ତର ବଢୁଅଛି
- qualitative name of the space as it is expanding continuously after Bigbang
- 2। ଓଡିଆ ଦର୍ଶନ ଶାସ୍ତ୍ରରେ ସଂସାରର ମୌଳିକ ପଦାର୍ଥ - the ground substance of this universe in the Oriya philosophical tradition.
- 3। ଏକ ମୌଳିକ ତତ୍ତ୍ବ - an element (philosophical)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ମନୁଷ୍ୟର ଆତ୍ମା —୧. The soul of a man.
(ଯଥା—ଏ କାମ କରିବାକୁ ଆଉ ମୋ ବ୍ରହ୍ମ ଡାକୁ ନାହିଁ)
- ୨. ମନୁଷ୍ୟର ମନ —୨. Man's mind.
- ୩. ପେଟ; କ୍ଷଧାତୁରତା —୩. Hungriness; hunger
[ ଦ୍ର—ବ୍ରହ୍ମକୁ ଚିହ୍ନିବା ଲୋକ, ଏଥିରୁ ଦୁଇଟି ଅର୍ଥ ସୂଚିତ ହୁଏ, ଯଥା—୧ ନିଜର ବ୍ରହ୍ମକୁ ଚିହ୍ନିବା ଲୋକ ବା ପେଟୁ ୨ ପରର ଭୋକଶୋଷ ଜାଣି କ୍ଷୁଧାତୁରକୁ ଅନ୍ନାଦି ଦେବା ଲେକ ]
- ୪. ବଙ୍ଗୀୟ କାୟସ୍ଥମାନଙ୍କ ଉପାଧି ବିଶେଷ —୪. A title of Bengalee Kāyasthas.
- ୫. ଭାରତର ପୂର୍ବବର୍ତ୍ତୀ ଦେଶ ବିଶେଷ —୫. The country of Burma.
(ଉ—ଶ୍ୱେତ ଗଜ ନିଷେବିତ ନୀଳ ଇରାବତୀଧୌତ ବ୍ରହ୍ମେ ରାଧାନାଥ. ମହାଯାତ୍ରା)
- ୬. ବ୍ରହ୍ମ ରାକ୍ଷସ; ବ୍ରାହ୍ମଣର ପ୍ରେତ (ହିନ୍ଦୀ - ଶ) —୬. The ghost of a dead Brāhmaṇa.