ବାଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଏକପ୍ରକାର କଉଡ଼ି ଖେଳ —୧. A kind of indoor game with cowries.
୨. ଭୂମି ପରିମାଣ ବିଶେଷ; ୨ ଏକର୍ ବା ମାଣ —୨. A unit of ୨୦ acres of land.
୩. (ବଙ୍ଗଳାରୁ ଅନୁକୃତ)—ଗିନା; କଟରା; ତାଟିଆ —୩. Saucer; cup.
୪. ମାରବାଡ଼ୀ— ମାନଙ୍କ ବ୍ୟବହୃତ ପିଣ୍ଡାକାର ରୁଟି —୪. A kind of bread resembling a ball.

[ଦ୍ରଷ୍ଟବ୍ୟ —ଅଟାକୁ ଦଳି ଗୋଟିଏ ଲେଖାଏଁ ଚେପଟା ପିଣ୍ଡାକାର କରି ତାକୁ ଗରମ ପାଉଁଶରେ ପୋତିବାକୁ ହୁଏ ତତ୍ପରେ ତାହାକୁ କାଢ଼ି ଘିଅରେ ବୁଡ଼ାଇ ରଖିବାକୁ ହୁଏ ଏହାକୁ ବାଟି ବୋଲାଯାଏ ଏହା ଗୁରୁପାକ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ସଂସ୍କୃତ - କଟୀ) ସମ୍ପାଦନା

୧. ଗୁଲି (ଦେଖ) - — ୧. Guli (See).
୨. ଏକପ୍ରକାର ଗୁଲି ବା ମାର୍ଗୁଲି ଖେଳ —୨. A kind of game with balls of marble or glass.

[ଦ୍ରଷ୍ଟବ୍ୟ —ଏହା ୨ ପ୍ରକାର ଯଥା—ଗାତଖେଳ ଓ ବନ୍ଦିଖେଳ ୧ମ ପ୍ରକାର ଖେଳରେ ଭୂଇଁରେ ଗୋଟିଏ ଗାତ ଖୋଳିବାକୁ ହୁଏ ଗାତଟି ସାଧାରଣତଃ ୧/୨: ଇଞ୍ଚ ଗଭୀର ହୁଏ ଖେଳାଳିମାନେ ସମସଂଖ୍ୟକ ୨ ଦଳ ହୁଅନ୍ତି ପ୍ରଥମ ଦଳ ଆଗ ଖେଳି ନିଜର ବାଟିକୁ ଟିପି (ଆଙ୍ଗୁଠିଦ୍ୱାରା ଫିଙ୍ଗି) ଅନ୍ୟ ଦଳର ବାଟିରେ ବଜାଇବାକୁ ଚେଷ୍ଟା କରନ୍ତ ଶେଷରେ ଯେଉଁ ଖେଳାଳିର ବାଟି ବିପକ୍ଷର ବାଟିରେ ବାଜି ଗାତରେ ପଡ଼େ ସେ ଜିତେ

୨ୟ ପ୍ରକାର ଖେଳ ବନ୍ଦିଖେଳରେ ଭୂଇଁରେ ଗୋଟିଏ ଚତୁଷ୍କୋଣ କ୍ଷେତ୍ର ବାଟିବାକୁ ହୁଏ ତହିଁ ମଧ୍ୟରେ ଏକ ଦଳ ଖେଳାଳୀଙ୍କର କେତେ ଗୁଡ଼ିଏ ବାଟିକୁ ଧାଡ଼ି କରି ରଖିବାକୁ ହୁଏ ଅନ୍ୟ ଦଳ ଜଣଜଣ ହୋଇ ବାଟିକୁ କ୍ଷେତ୍ରମଧ୍ୟସ୍ଥ ବାଟିମାନଙ୍କୁ ଲକ୍ଷ୍ୟ କରି ନିଜ ନିଜର ବାଟିକୁ ଫୋପାଡ଼ନ୍ତି ଯେଉଁ ଖେଳାଳୀର ବାଟି କ୍ଷେତ୍ର ମଧ୍ୟସ୍ଥ ବାଟିରେ ବାଜେ ସେ ଜିଣେ ବାଟି ନ ବାଜିଲେ ତାହା ପଡ଼ିବା ଥାନରୁ ପୁଣି ଉକ୍ତ ବାଟିକୁ ଟିପି ବିପକ୍ଷର ବାଟିକୁ ମାରିବାକୁ ହୁଏ]

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - ସମ୍ପାଦନା

୧. ପଇଲା (ଦେଖ) - — ୧. Paliā (See).
୨. ୮୪: ଠାରୁ ୧ ତୋଳା ଓଜନ —୨. A standard of weight varying from ୮୪ to ୧୦୦ Tolas.