ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଉତ୍କଳର ପ୍ରସିଦ୍ଧ ସ୍ଵର୍ଗୀୟ ସାହିତ୍ୟ ସେବକ ଓ କବିଫକୀରମୋହନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଉତ୍କଳର ପ୍ରସିଦ୍ଧ ସ୍ୱର୍ଗୀୟ ସାହିତ୍ୟ— ସେବକ ଓ କବି —A late poet and literary genius of Orissa.

[ଦ୍ରଷ୍ଟବ୍ୟ —ବାଲେଶ୍ୱର ସହର ନିକଟସ୍ଥ ମଲ୍ଲିକାଶପୁରରେ ବିଖ୍ୟାତ ସେନାପତି ଉପାଧିକ ଖଣ୍ଡାୟତ ବଂଶରେ ୧୮୪୩: ମସୀହା ଜାନୁଏରୀ ମାସ ୧୭: ତାରିଖରେ ଫକୀରମୋହନଙ୍କ ଜନ୍ମ ଫକୀର— ମୋହନଙ୍କ ପୂର୍ବପୁରୁଷଗଣ ଓଡ଼ଶାର ସ୍ୱାଧୀନ ନରପତିମାନଙ୍କ ଅଧୀନ ସୈନ୍ୟ ଓ ସେନାପତି ଥାଇ ଦେଶର ମାନଗୌରବ ରକ୍ଷାପାଇଁ ଲଢ଼ିଥଲେ ତାଙ୍କର ଯୋଗ୍ୟ ବଂଶଧର ଫକୀରମୋହନ ସେନାପତିଙ୍କଠାରୁ ଭିନ୍ନରୀତି ଓ ଭିନ୍ନଭାବରେ ଜାତିର ଉନ୍ନତିପାଇଁ ଲଢ଼ି ଜୀବନ ଶେଷ କରି ଯାଇ ଅଛନ୍ତି ତାଙ୍କର ପିତା ଲକ୍ଷ୍ମଣଚରଣ ସେନାପତି ଗରିବ ଥିଲେ ସେହି ଗରିବ ଘରେ ବଢ଼ି ଫକୀରମୋହନଙ୍କୁ ଦୁଃଖ ବିପଦରୁ ବହୁ କଶାଘାତ ସହିବାକୁ ପଡ଼ିଥିଲା ତାଙ୍କର ବୟସ ଅଢ଼େଇ ବର୍ଷ ପୂର୍ଣ୍ଣ ନ ହେଉଣୁ ସେ ପିତୃମାତୃହୀନ ହୋଇପଡ଼ିଲେ ଓ ଆଈଙ୍କ ଘରେ ରହି ପ୍ରତିପାଳିତ ହେଲେ ସେଠାରେ ମଧ୍ୟ ସେ ନାନାପ୍ରକାର ରୋଗ ଓ କଷ୍ଟ ଭୋଗ କରିଥିଲେ ନଅ ବର୍ଷ ବୟସରେ ଗାଆଁ ଚାହାଳିରେ ତାଙ୍କ ପଢ଼ା ଆରମ୍ଭ ହେଲା ସେ ସମୟରେ ଅଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷାର ଗନ୍ଧ ନ ଥିଲା ଏଡ଼ିଶା ବଙ୍ଗଦେଶ ସଙ୍ଗେ ମିଶି ରହିଥିବା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବଙ୍ଗଳୀ ପ୍ରଭାବ ବେଶି ଥିଲା ବଙ୍ଗଳୀମାନେ ଅଡ଼ିଶାରୁ ଅଡ଼ିଆଭାଷା ଉଠାଇ ଦେଇ ବଙ୍ଗଳା

ଚଳାଇବାକୁ ନାନ ଉପାୟ ଅନୁଧାବନ କରୁଥିଲେ ତେଣୁ ସେ ସମୟରେ ଓଡ଼ିଶା ପିଲା ପଢ଼ିବା ପାଇଁ ଖାଣ୍ଟି ଓଡ଼ିଆ ଅବଧାନେ ମିଳୁ ନ ଥାନ୍ତି 

ଫକୀରମୋହନ ପିଲାବେଳେ ଭାରି ଚଗଲା ଥିଲେ; ମାତ୍ର ପଢ଼ାରେ ତାଙ୍କର ଖୁବ୍ ମନ ଥିଲା ବେଶିଦିନ ସେ ପଢ଼ି ପାରି ନ ଥିଲେ ସେ ସମୟରେ ବାଲେଶ୍ୱରରେ ସରକାରଙ୍କ କଟକଣାରେ ସମୁଦ୍ର ପାଣିରୁ ଲୁଣ ମରା ଯାଉଥିଲା ଦରିଦ୍ର ଥିବାରୁ ୧୩: ବର୍ଷ ବୟସରେ ଫକୀରମୋହନ ପାଠ ଛାଡ଼ି ଲୁଣ ଠିକାଦାରି ସିରସ୍ତାରେ ସାମାନ୍ୟ କିଛି ଦରମାରେ ଚାକିର କଲେ କିଛିଦିନ ପରେ ତାଙ୍କ ଭାଗ୍ୟ ଫେରିଲା ସେ ବାରବାଟୀ ଭଙ୍ଗୋତ୍କଳ ସ୍କୁଲରେ କେତେ— ଦିନେ ପଢ଼ି ସେ ସ୍କୁଲରେ ଅଢ଼େଇ ଟଙ୍କା ବେତନରେ ଶିକ୍ଷକତା କଲେ ସେତେବେଳେ ସମଗ୍ର ଓଡ଼ିଶାରେ ଆଠଗୋଟି ମାତ୍ର ସ୍କୁଲ ଥିଲା ସେହି ଛୋଟିଆ ସ୍କୁଲଟିରେ ପାଠ ପଢାଉଥିବା ବେଳେ ସେ ସଂସ୍କୃତ ଭଲ କରି ପଢ଼ିଥିଲେ ସେହି ସମୟରେ କବିବର ରାଧାନାଥଙ୍କ ସହ ତାଙ୍କର ପରିଚୟ ଘଟିଥିଲା କେତେ ଦିନ ପରେ ସେ ବାଲେଶ୍ୱର ପାଦ୍ରୀମାନଙ୍କ ପରିଚାଳିତ ସ୍କୁଲରେ ଦଶ ଟଙ୍କା ବେତନରେ ପ୍ରଧାନ ଶିକ୍ଷକ ହେଲେ

ଫକୀରମୋହନଙ୍କୁ ୨୩: ବର୍ଷ ବୟସ ହେଲା ବେଳେ ଓଡ଼ିଶାରେ ଭୀଷଣ ନଅଙ୍କ ଦୁର୍ଭିକ୍ଷ (୧୮୬୬: ସାଲରେ) ପଡ଼ିଲା ସେତେବେଳେ ସେ କଲିକତାର ବିଖ୍ୟାତ ଖବରକାଗଜମାନଙ୍କରେ ଓଡ଼ିଶାର ଦୁର୍ଦ୍ଦଶା ବିଷୟ ଲେଖି ଭାରତର ବିଭିନ୍ନ ପ୍ରଦେଶର ଲୋକଙ୍କର ସାହାଯ୍ୟ ଓ ସହାନୁଭୂତି ପ୍ରାର୍ଥନା କରି ଥିଲେ ଆଗରୁ କୁହାଯାଇଛି, ଓଡ଼ିଶାରୁ ଓ଼ଡ଼ିଆଭାଷା ଓ ଓଡ଼ିଆ ସାହିତ୍ୟରେ ଲୋପ ସାଧନ କରି ବଙ୍ଗ ସାହିତ୍ୟ ପ୍ରଚାର ପାଇଁ ଏବଂ ସେହି ଭାବରେ ବଙ୍ଗଦେଶର କଳେବର ବୃଦ୍ଧି କରିବା ପାଇଁ ଓଡ଼ିଶା ପ୍ରବାସୀ ବଙ୍ଗାଳୀମାନେ ଭାରି କଳ୍ପନା ଜଳ୍ପନା କରୁଥିଲେ ଫକୀରମୋହନ ସେମାନଙ୍କ ବିପକ୍ଷରେ ଅଣ୍ଟାଭିଡ଼ି ଠିଆ ହେଲେ ସେ ନିଜେ ବାଲେଶ୍ୱରରେ ବହୁକଷ୍ଟ ସହି ଗୋଟିଏ ଛାପାଖାନା ବସାଇଲେ ଏବଂ ସମ୍ୱାଦବାହିକା ଓ ବୋଧଦାୟିନୀ ନାମକ ଦୁଇଟି ଓଡ଼ିଆ ପ୍ରକାଶ କଲେ ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବଙ୍ଗାଳୀମାନେ ଯେଉଁ ଫନ୍ଦି ଖେଳୁଥିଲେ ଫକୀରମୋହନ ଏବଂ ତାଙ୍କର ସହକର୍ମୀ ଗୌରୀଶଙ୍କର, ରାଧାନାଥ ପ୍ରଭୃତିଙ୍କଦ୍ୱାରା ତାହା ପଣ୍ଡ ହୋଇଥିଲା ଖାଲି ଏତିକି ନୁହେଁ, ଏମାନଙ୍କ ଆନ୍ଦୋଳନ ସାର୍ଥକ ହୋଇଥିଲା ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ବୋଲି ସରକାର ସ୍ୱୀକାର କଲେ ଓଡ଼ିଆର ବିଦ୍ୟାଳୟମାନଙ୍କରେ ଓଡୢଆ ପଢ଼ାଗଲା ଓଡ଼ିଆ ଜାତିର ଜୀବନ ରହିଲା

ଫକୀରମୋହନ ପିଲାଦିନୁ ଉଦାର ମତବାଦୀ ଥିଲେ ସମାଜର ନାନା ଅନାଚାରକୁ ସେ ସୁଖ ପାଉ ନ ଥିଲେ ଅସ୍ପୁଶ୍ୟତା ଓ ସ୍ତ୍ରୀ— ଜାତିର ଶିକ୍ଷାହୀନତାରେ ସେ ବ୍ୟଥିତା ହେଉଥିଲେ

ଫକୀରମୋହନ ରାଜ କାର୍ଯ୍ୟରେ ବଡ଼ ସୁଦକ୍ଷ ଥିଲେ ସେ ବହୁ ଗଡ଼ଜାତରେ ଦେବାନୀ କର୍ଯ୍ୟ କରିଥିଲେ ୧୮୭୨: ମସିହାରେ ପ୍ରଥମେ ସେ ନୀଲଗିର ରାଜ୍ୟର ଦେବାନ ହେଲେ ଦିବାନ ହୋଇ ରାଜ୍ୟର ଉନ୍ନତି ଓ ରାଜବଂଶୀୟ ବ୍ୟକ୍ତିମାନଙ୍କ ଶିକ୍ଷାଲାଭ ଦିଗରେ ସେ ମନପ୍ରାଣ ଲଗାଇ କାର୍ଯ୍ୟ କରୁଥିଲେ ତାଙ୍କ କାର୍ଯ୍ୟ କୁଶଳତାରେ ସମସ୍ତେ ଖୁସି ଥିଲେ ନୀଳଗିରି ଦେବାନୀ ପରେ ସେ କଟକଜିଲ୍ଲାର ଡମପଡ଼ାରେ କିଛିଦିନ ଦେବାନୀ କାର୍ଯ୍ୟ କଲେ ତା ପରେ ଢେଙ୍କାନାଳ ରାଜ୍ୟର ସହକାରୀ ମାନେଜର ହେଲେ ଢେଙ୍କାନାଳରେ ଥିବାବେଳେ ସେ ସାତକାଣ୍ଡ ବାଲ୍ମୀକି ରାମାୟଣ ଓଡ଼ିଆରେ ଅନୁବାଦ କରିଥଲେ ଢେଙ୍କାନାଳ ଛାଡ଼ି ଦଶପଲ୍ଲା ଓ ପାଲଲହଡ଼ାରେ କେତେଦିନ ଲେଖାଏଁ ଦେବାନୀ କାର୍ଯ୍ୟ କରି ଫକୀରମୋହନ କେନ୍ଦୁଝରର ଦେବାନ ହେଲେ ତାଙ୍କରି ଅମଳରେ କେନ୍ଦୁଝରରେ ବିଖ୍ୟାତ ଭୁୟାମେଳି ହୋଇଥିଲା ସେ ଯେପରି ବୁଦ୍ଧି ଖଟାଇ ମେଳିଆମାନଙ୍କ ଅତ୍ୟାଚାରରୁ ରାଜ୍ୟ ଏବଂ ରାଜପରିବାରଙ୍କୁ ରକ୍ଷା କରିଥିଲେ ଓ ନିଜକୁ ଘୋର ବିପଦରେ ପକାଇ ମେଳି ଶାନ୍ତ କରିଥିଲେ ତାହା ବଡ଼ ବିଚିତ୍ର ସେହିଠାରେ ଥିଲାବେଳେ ଦିନେ ବାଟରେ ବାଲେଶ୍ୱରଠାରୁ ଆନନ୍ଦପୁରକୁ ହାତୀରେ ଯାଉଥିବା ସମୟରେ ଉତ୍କଳଭ୍ରମଣ ପୁସ୍ତକଟି ଲେଖିଥିଲେ ଫକୀରମୋହନ ଏକେଶ୍ୱରବାଦୀ ଥିଲେ ଥରେ ମାନ୍ଦ୍ରାଜର ଏକେଶ୍ୱରବାଦି— ସମ୍ମିଳନୀରେ ସେ ଓଡ଼ିଶା ପକ୍ଷରୁ ପ୍ରତିନିଧିରୂପେ ଏକାକୀ ଯାଇ ଯୋଗ ଦେଇଥିଲେ ଶେଷ ଜୀବନର ସେ ବହୁଦିନ କଟକରେ କଟାଇଥିଲେ କଟକରେ ଥାଇ ସେ ବୌଦ୍ଧାବତାର କାବ୍ୟ ଏବଂ ପୁଷ୍ପମାଳା ପ୍ରଭୃତି କବିତା ଲେଖିଥିଲେ

ଫକୀରମୋହନ ଓଡ଼ିଆ ସାହିତ୍ୟର ଜଣେ ଯୁଗପରିବର୍ତ୍ତକ ସେ ସର୍ବଜନବୋଧ୍ୟ ଭାଷାରେ ଗଦ୍ୟ ଓ କବିତା ଲେଖୁଥିଲେ କି ପଦ୍ୟ. କି ଗଦ୍ୟ. କି ଗଳ୍ପ, କି ଉପନ୍ୟାସ, ସବୁଥିରେ ସେ ନୂତନତ୍ୱ ଦେଖାଇ ଅଛନ୍ତି ତାଙ୍କର ମାମୁଁ, ଲଛମା, ଛମାଣ ଆଠଗୁଣ୍ଠ ଓଡ଼ିଆ— ଭାଷାରେ ମାନବ ଚରିତ୍ର ଚିତ୍ରଣବିଷୟରେ ଅମୂଲ୍ୟ ରତ୍ନ ଏହା ବ୍ୟତୀତ ସେ ମହାଭାରତ, ଭଗବଦ୍ଗୀତା, ଅବସର ବାସରେ, ପ୍ରାୟଶ୍ଚିତ୍ତ, ଗଳ୍ପସ୍ୱଳ୍ପ, ପୂଜାଫୁଲ ପ୍ରଭୃତି ବହୁତ ଓଡ଼ିଆ ଗ୍ରନ୍ଥ ରଚନା କରି ଅଛନ୍ତି

ସେ ଜଣେ ପ୍ରକୃତ ରସିକ ଏବଂ ଉଦାରମନା ଥିଲେ ଅଛନ୍ତି ପର— ଦୁଃଖରେ ତାଙ୍କର ହୃଦୟ ତରଳି ପଡ଼ୁଥିଲା ତାଙ୍କର ଗୁଣ ଚିହ୍ନି ବାମଣ୍ଡାର ରାଜା ତାଙ୍କୁ "ସରସ୍ୱତୀ" ଉପାଧି ଦେଇଥିଲେ ତାଙ୍କର ଉତ୍କଳଖଣ୍ଡରେ ସୁପରିଚିତ ଆଉ ଗୋଟିଏ ଉପାଧି ଉତ୍କଳର ବ୍ୟାସକବି ମୃତ୍ୟୁର ତିନି ମାସ ପୂର୍ବରୁ ଫକୀପମୋହନ କଟକରେ ଉତ୍କଳ ସମ୍ମିଳନୀର ସଭାପତି ଆସନ ଅଳଙ୍କୁତ କରିଥିଲେ ୧୯୧୮: ମସିହା ଜୁନ ମାସ ୧୪: ତାରିଖ ରଜସଂକ୍ରାନ୍ତି ଦିନ ୭୬: ବର୍ଷ ବୟସରେ ତାଙ୍କର ମୃତ୍ୟ ହୋଇଥିଲା ]