ପାଣି
- ଜଳ
- ଜଳୀୟ ପଦାର୍ଥ; ରସ; ଦ୍ରବ ପଦାର୍ଥ
- ପଣା; ପାନୀୟ ବସ୍ତୁ ଯଥା: ପଇଡ଼ ପାଣି, ସୋଡ଼ା ପାଣି
- ପାଏନ୍ (ସମ୍ବଲପୁର ଓ ଦେଦିନୀପୁର ଅଞ୍ଚଳର ଲୋକେ ପାଣିକୁ ପାଏନ୍ ଉଚ୍ଚାରଣ କରନ୍ତି)
- ବଳଦର ଚାଷ ବା ଶଗଡ଼ କାର୍ଯ୍ୟରେ ଲାଗିବାର ବର୍ଷ ବା କାଳ
- କମାରମାନେ ଲୁହାକୁ ପାଣିରେ ବୁଡ଼ାଇବାର କ୍ରିୟା
- ବ୍ରାହ୍ମଣମାନଙ୍କର ବଂଶୋପାଧିବିଶେଷ
- ପୁରୁଷର ବୀର୍ଯ୍ୟ; ରେତଃ
- ସ୍ତ୍ରୀରଜଃ; ରକତ ପାଣି
- ସ୍ତ୍ରୀ ରେତଃ
- ବର୍ଷା
- ବନ୍ୟାଜଳ
- ଜଳବାୟୁ
- ଜଳର ଗଭୀରତା
- ପିତୃଲୋକଙ୍କୁ ତର୍ପଣ ଉପଲକ୍ଷରେ ଦିଆଯିବା ଜଳ
ପାଣି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ପଣ୍ ଧାତୁ=ବ୍ୟବହାର କରିବା+କରଣ ଇ; ଅଥବା ପଣ୍ ଧାତୁ=କ୍ରୟବିକ୍ରୟ କରିବା+କରଣ. ଇ; ତୁଳ. ଲାଟିନ୍—ପଲ୍ମା; ଜର୍ମାନ୍—ଫୁଲ୍ହେନ୍; ପ୍ରାଚୀନ ଇଂରାଜୀ— ଫଲ୍ଗ ତୁଳ ଇଂରାଜୀ - ପାମ୍=କରତଳ;)
ସମ୍ପାଦନା- ୧. କର; ହାତ — ୧. Hand.
- ୨. କହୁଣିଠାରୁ ଆଙ୍ଗୁଠି ପର୍ଯ୍ୟନ୍ତ ହସ୍ତାଂଶ —୨. The part of the hand between the elbow and the fingers.
- ୩. କୁଳିକ ବୃକ୍ଷ; କୋଇଲିଖିଆ ଗୁଳ୍ମ — ୩. Ruella Longifolia (plant).
- ୪. (+ଅଧିକରଣ). ଇ— ଦୋକାନ; ହାଟ; କ୍ରୟବିକ୍ରୟ ସ୍ଥାନ — ୪. A place of sale; shop; market. (M.W.).
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ; ପ୍ରା. ପାଣି)
ସମ୍ପାଦନା- ୧. ଜଳ — ୧. Water.
- ୨. ଜଳୀୟ ପଦାର୍ଥ; ରସ; ଦ୍ରବ ପଦାର୍ଥ — ୨. Liquid; juice; sap.
ଯଥା—ଘାଆରୁ ଭାରି ପାଣି ଦେଉଛି
- ୩. ପଣା; ପାନୀୟ ବସ୍ତୁ — ୩. A drink.
ଯଥା—ସୋଡ଼ା ପାଣି; ପଌଡ଼ ପାଣି
[ ଦ୍ର— ସମ୍ୱଲପୁର, ସୋନପୁର ଓ ମେଦିନୀପୁର ଆଦି ଅଞ୍ଚଳରେ ଲୋକେ 'ପାଣି'କୁ 'ପାଏନ୍' ରୂପେ ଉଚ୍ଚାରଣ କରନ୍ତି ]
- ୪. ବଳଦର ଚାଷ ବା ଶଗଡ଼ କାର୍ଯ୍ୟରେ ଲାଗିବାର ବର୍ଷ ବା କାଳ; କାଟ —୪. A period of one season or year in which a bullock works in plough or cart.
ଯଥା—ମୋ ଦାମୁଡ଼ିଟି ତିନି ପାଣିର ହେଲାଣି
- ୫. କମାରମାନେ ଲୁହାକୁ ବା ଅସ୍ତ୍ରଶସ୍ତ୍ରକୁ ଦୃଢ଼ କରିବାପାଇଁ ତାତିଲା ବା ଦରତାତିଲା ଲୁହାକୁ ପାଣିରେ ବୁଡ଼ାଇବାର କ୍ରିୟା — ୫. The process of tempering iron or weapon with water.
- ୬. (ସଂସ୍କୃତ - ପାଣୀ) ବ୍ରାହ୍ମଣମାନଙ୍କର ବଂଶୋପାଧିବିଶେଷ — ୬. A family-title of Brāhmaṇas;
- ୭. ପୁରୁଷର ବୀର୍ଯ୍ୟ; ରେତଃ —୭. Semen virile.
- ୮. ସ୍ତ୍ରୀରଜଃ; ରକତପାଣି —୮. Menstrual flux.
- ୯. ସ୍ତ୍ରୀରେତଃ —୯. The semen of females.
- ୧. ତେଜଃ; ସରସପଣ —୧୦. Vigour.
ପୂର୍ବପରି ମୁଖରେ ନାହିଁ ଆଉ ପାଣି କୃଷ୍ଣସିଂହ. ମହଭାରତ ଉଦ୍ଯୋଗ
- ୧୧. ବର୍ଷା —୧୧. Rain.
ପାଣି କହୁଛି ମୁଁ, ପବନ କହୁଛି ମୁଁ କୁନ୍ତଳାକୁମାରୀ. ନଅତୁଣ୍ତୀ
- ୧୨. ବନ୍ୟାଜଳ —୧୨. Flood water.
- ୧୩. ଜଳବାୟୁ —୧୩. Climate.
ଯଥା—ମୋ ଦେହରେ କଲିକତାର ପାଣି ଗଲା ନାହିଁ
- ୧୪. ଜଳର ଗଭୀରତା —୧୪. Depth of water.
ପାଣି ନ ଦେଖି ଲଙ୍ଗଳା ହେବା ନ୍ୟାୟ ଢଗ
ଯଥା— ଏ ପୋଖରୀରେ କାତେ ପାଣି, ପୁରୁଷେ ପାଣି, ପହଁରାଏ ପାଣି
- ୧୫. ପିତୃଲୋକଙ୍କୁ ତର୍ପଣ ଉପଲକ୍ଷରେ ଦିଆଯିବା ଜଳ — ୧୫. Oblation of water offered to the spirits of one's decreased ancestors.
ଯଥା—ତା କୁଳରେ ପାଣି ଦେବାକୁ କେହି ରହିଲେ ନାହିଁ
[ ଦ୍ର—ପାଣିର ସଂସ୍କୃତ ପର୍ଯ୍ୟାୟ—ଜଳ, ପୟଃ, ନୀର, ଉଦକ, ଉଦ, ଭସ୍, ଅପ୍, ଜୀବନ, ଅମ୍ୱୁ, ଅର୍ଣ୍ଣଃ, କ୍ଷୋଦ, ପଦ୍ମ, ତୋୟ, ବାରି, ଅମ୍ଭ, କବନ୍ଧ, ସଲିଳ. ବନ, ବାଃ, ଘୃତ, ମଧ, ପୁରୀଷ, ପିପ୍ପଳ, କ୍ଷୀର, ବିଷ, ରେତ, କଶ, ବୁସ୍, ତୁଗ୍ୟା, ସୁକ୍ଷେମ, ଧରୁଣ, ସୁରା, ଅରବିନ୍ଦ, ଧନୁନ୍ଧତୁ, ଜାମି, ଆୟୂଧ, କ୍ଷୟ, ଅହି, ଅକ୍ଷର, ସ୍ରୋତ, ତୃପ୍ତି, ପୟ, ସର, ଭେଷଜ, ସହ, ଓଜ, ସୁଖ, କ୍ଷତ୍ର, ଶୁଭ, ଯାଦୁ, ଭୂତ, ଭୂବନ, ଭବିଷ୍ୟତ୍, ବ୍ୟୋମ, ଯଶ, ମହଃ, ସର୍ଣ୍ଣୀକ, ସ୍ୱୃତିକ, ସତୀନ, ଗହନ, ଗଭୀର, ଗଭଳଂଗ, ଈମ, ହବି, ସଦନ, ଋତ, ଯୋନି, ସତ୍ୟ, ରୟି, ସତ୍, ପୂର୍ଣ୍ଣ, ସର୍ବ, ଅକ୍ଷିତ, ବର୍ହି, ନାମ, ସର୍ପି, ପବିତ୍ର, ଅମୃତ, ଇନ୍ଦୁ, ସ୍ୱଃ, ସର୍ଗ, ସଂବଭ, ବସୁ, ତୂପ, ଶୁକ୍ର, ତେଜଃ, ଜଳାଷ, କମଳ, କୀଳାଳ, ପାଥ, ପୁଷ୍କର, ସର୍ବତୋମୁଖ, ପାନୀୟ, ମେଘପୁଷ୍ପ, ସଳ, ଜଡ଼, କ, ଅଂଧ, ନାର, କୁଶ, କାଣ୍ତ, ସବର, ସର, କର୍ବୁର, ବ୍ୟୋମ, ସଂବ, ଇରା, ବାଜ, ତାମର, କଂବଳ, ସ୍ୟନ୍ଦନ, କ୍ଷର, ଊର୍ଜ, ସୋମ, ମହତ୍—ହିନ୍ଦୀ - ଶ. ]