ପଣା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରପାନକ)

ସମ୍ପାଦନା
୧. ଗୁଡ଼ ବା ନବାତ ମିଶ୍ରିତ ପାନୀୟ; ସରବତ୍ — ୧. Sherbat; syrup; solution of sugar.

ଏହା କହି ପଣା ପଇଡ଼ ନାନା ଖଜା ଖୁଆଇଲା ହରି ନେବାରୁ ତାଙ୍କ ମଜ୍ଜା—କୃଷ୍ଣସିଂହ. ମହାଭାରତ. ବନ

[ଅନେକ ପ୍ରକାରର ପଣା ହୁଏ; ଯଥା— ଛେନାପଣା, ଗୁଡ଼ପଣା, କନ୍ଦପଣା, ଚିନିପଣା, ପଇଡ଼ପଣା, ଦୁଧ ପଣା ଇତ୍ୟାଦି ଜଗନ୍ନାଥଙ୍କ ଭୋଗ ହେବା ପ୍ରପାନକକୁ ଅଧରପଣା କହନ୍ତି]

୨. ପେୟ ଦ୍ରବ୍ୟ —୨. A drink.
୩. ପଣିବା (ଦେଖ) - —୩. Paṇibā (See)
୪. ପଣା ସଂକ୍ରାନ୍ତି (ଦେଖ) - — ୪. Paṇā saṁkrānti (See)

ପଣା! ଆମ୍ୱ ପାଚେ ବଶା ଢଗ

ଦେଶଜ - ବିଶେଷଣ -

ସମ୍ପାଦନା

କୁଟିବା ନିମନ୍ତେ ଢିଙ୍କିମୁଣ୍ଡା ଗାତରେ ଭରା ହୋଇଥିବା —Filled in the pounding receptacle of a Ḍhiṅki.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

ସମ୍ପାଦନା

ଆଖୁ ଦୋରୁଅ — Juice pressed from sugarcane.