ଟିପେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିପଦୀ) ସମ୍ପାଦନା

୧. ତିନିଗୋଡ଼ିଆ ଷ୍ଟୁଲ୍ — Tripod.
୨. ଶଗଡ଼ର ଝୁରାମୁଣ୍ଡିକୁ ଟେକି ଧରିବାର ଠିଆ ବା ଠେଁସ — ୨. A forked prop to support the front- point of a standing card (so as to make the body of the cart parallel with the ground).

[[]] ୩ ଟିପା ]] (୪): (ଦେଖ) - ୩. Ṭipā (୪) (See)

୪. ଟିପା କାଠି (ଦେଖ) - ୪. Ṭipā kāṭhi (See)
୫. ଦୁଇ ମୁଣ୍ଡରେ ଶୋଲ ବନ୍ଧା ହୋଇଥିବା ଦଉଡ଼ି — ୫. A contrivance having two bunches of pithy stems of cork attached to the both ends of a string and used as a buoy to keep a person a float in water; a float.

[ଦ୍ରଷ୍ଟବ୍ୟ —ଖଣ୍ଡେ ଦଉଡ଼ିର ଦୁଇ ମୁଣ୍ଡରେ ଶୋଲ ବିଡ଼ା ଦୁଇଟା ବନ୍ଧା ହୋଇଥାଏ ଲୋକେ ଏହା ଉପରେ ବସିଲେ ଏହା ପାଣିରେ ବୁଡ଼ି ନ ଯାଇ ଭାସେ ଓ ମନୁଷ୍ୟ ପାଣିରେ ବୁଡ଼ିଯାଏ ନାହିଁ]

୬. (ବଣିଆ ଶବ୍ଦ) ତିନି ଗୋଟି ଗୋଡ଼ ଥିବା ଏକପ୍ରକାର ଛୋଟ ଚଉକି —୬. A three legged stool used by goldsmiths.

[ଦ୍ରଷ୍ଟବ୍ୟ —ଏହା ୧ ଫୁଟ ଉଚ୍ଚ; ବଣିଆମାନେ ଏହା ଉପରେ ଛୋଟ ଛୋଟ ସୁନା ରୂପାର ବସ୍ତୁ ରଖି ଏହାକୁ ବସିବା ସ୍ଥାନର ସାମନାରେ ଡ଼େକ୍ସ ରୂପେ ବ୍ୟବହାର କରନ୍ତି]