ଅଇଁଠା
ଧ୍ୱନି | (file) |
(ପ୍ରାଦେଶିକ ଅଇଣ୍ଠ)
- ଖାଦ୍ୟ ପାତ୍ରରେ ବଳି ପଡ଼ିଥିବା ଖିଆଯାଇଥିବା ଖାଦ୍ୟ ।
- ଉଦାହରଣ:
- ଆଜି ଖୁଦ ଯାଉ କାଲି ଗଇଁଠା,
- ପଅର ଦିନକୁ ଦାରି ଅଇଁଠା । (ଢଗ)
- ଯେଉଁ ଖାଦ୍ୟ ବସ୍ତୁର କେତେକ ଅଂଶ ଆଗରୁ ଖିଆଯାଇଛି ।
- ଖାଇ ସାରିବା ପରେ ଖାଇବା ସ୍ଥାନରେ ବଳିପଡ଼ିଥିବା ପତ୍ର ବା ବାସନ ଓ ତହିଁ ନିକଟରେ ବିଞ୍ଚି ହୋଇ ପଡ଼ିଥିବା ଖାଦ୍ୟ ଦ୍ରବ୍ୟର କଣାମାନ ।
- ଯଥା: କାଲି ରାତିର ଅଇଁଠା କେହି ଉଠେଇ ନାହିଁ ।
- ଉଦାହରଣ:
- ଅଇଁଠା ଉଠାଇବାରେ କିଁପା ଅଛୁ ମାତି ।
[୧]
- ରାଜାଙ୍କ ଅଇଁଠା ଉଠାଇବା ଚାକର
- ପୁରୁଷ ଓ ସ୍ତ୍ରୀର ନାମ ବିଶେଷ
ଦେଶଜ ବିଶେଷଣ
ସମ୍ପାଦନା- ଉଚ୍ଛିଷ୍ଟ, ଖିଆଯାଇଥିବା ବଳକା ଖାଦ୍ୟ
- ଆଗରୁ ଅଂଶତ ଖିଆଯାଇଥିବା ଖାଦ୍ୟ
- ଖାଇବା ପରେ ଖାଇବା ପାତ୍ରରେ ବଳିପଡ଼ିଥିବା (ଖାଦ୍ୟପାତ୍ର, ପତ୍ର ଓ ଖାଦ୍ଯର କଣା)
- ଉଦାହରଣ:
- ଯାଚିଲେ ନ ଖାନ୍ତି ଖଣ୍ଡ ଶାକର
ବୁଲି ଚାଟୁଥାନ୍ତି ଅଇଁଠା ପତର । (ଢଗ)
- ତୁଣ୍ଡ ବା ପାଟିଦେଇ ଖିଆଯାଇଥିବା ସ୍ପୃଷ୍ଟ
- ଖାଇସାରିବା ପରେ ଧୁଆହୋଇନଥିବା (ମୁହଁ ବା ହାତ)
- ଯେଉଁ ଲୋକ ଖାଇସାରିବା ପରେ ମୁହଁ ବା ହାତ ଧୋଇ ନ ଥାଏ
- ଉଦାହରଣ:
- ନିଶ୍ଚେ ତୁମ୍ଭେ ଅଇଣ୍ଠା ହୋଇ ଆସିଅଛ,
ଏକଥା ମନରେ ସୁମର ମୁନିବଛ ।
[୨]
- ଉଚ୍ଛିଷ୍ଟ ଖାଦ୍ୟ କଣା ଯହିଁରେ ଲାଗିଥାଏ (ଯଥା, ବାସନ)
ଲକ୍ଷଣାର୍ଥ
ସମ୍ପାଦନାଅନ୍ୟ ବ୍ୟକ୍ତି ଦେଇ ଆଗରୁ ଖିଆଯାଇଥିବା[୩] ପୃ. ୫
- ଅଇଁଠା ଅଣ୍ଡୋଳ
ଦେଶଜ ବିଶେଷଣ: ଅଇଁଠା ଲାଗିବା ଯୋଗୁଁ ଅପବିତ୍ର
- ଯଥା- ଏ ପିଲାଟା ଅଇଁଠା ଅଣ୍ଡୋଳ ହୋଇଛି[୩] ପୃ. ୫
- ଅଇଁଠା କଇଁଠା
ଦେଶଜ ବିଶେଷ୍ୟ
- ଅଇଁଠା ଇଣ୍ଡୋଳ = ଅଇଁଠା କଇଁଠା
ପ୍ରାଦେଶିକ ଗଡ଼ଜାତ
- ଅଇଁଠା କଇଁଠା
- ଗ୍ରାମଜ ବିଶେଷ୍ୟ (ଅନର୍ଥକ ଅର୍ଥରେ ୨ୟ ସହଚର): ଉଚ୍ଛିଷ୍ଟ ଲାଗିଥିବା ବାସନ ଆଦି
- ଗ୍ରାମଜ ବିଶେଷଣ: ଉଚ୍ଛିଷ୍ଟ ଲାଗିଥିବା (ବହୁବଚନ)[୩] ପୃ. ୬
- ଅଇଁଠା ଉଠାଇବା
ଦେଶଜ କ୍ରିୟା କୌଣସି ଜନ ଖାଇଥିବା ସ୍ଥାନରୁ ଆବଶିଷ୍ଠ ଓ ଛାଡ଼ିଯାଇଥିବା କିବା ଭୂମିପତିତ ଖାଦ୍ୟକଣା ଓ ପାତ୍ରକୁ ଉଠାଇ ସେ ସ୍ଥାନକୁ ପରିଷ୍କାର କରିବା
- ଅଇଁଠା ଉଠିବା
- ଦେଶଜ ବିଶେଷଣ: ଖାଇଥିବା ସ୍ଥାନରୁ ଅଇଁଠା ପତ୍ର ଆଦି ଉଠାଇ ନେବା
- ଅଇଁଠା କରିବା
ଦେଶଜ କ୍ରିୟା: ପାତ୍ରରେ ଥିବା କୌଣସି ଖାଦ୍ୟଦ୍ରବ୍ୟର ଏକାଂଶକୁ ଖାଇ ପତ୍ରରେ ଥିବା ସମୁଦାୟ ପଦାର୍ଥକୁ ଉଚ୍ଛିଷ୍ଟରେ ପରିଣତ କରିବା
- ଅଇଁଠା ଖାଇବା
ଦେଶଜ କ୍ରିୟା
ସମ୍ପାଦନା- ପରର ଉଚ୍ଛିଷ୍ଟ ଭୋଜନ କରିବା
- (ଗାଳିରେ ବ୍ୟବହାର କରାଯାଉଥିବା) ପରର ଆଶ୍ରିତ ହୋଇ ଭୋଜନ ମାରିବା
- (ଲକ୍ଷଣାର୍ଥ) ଅନ୍ୟର ଉପଭୁକ୍ତା ସ୍ତ୍ରୀକୁ ସଙ୍ଗମ କରିବା
- (ଲକ୍ଷଣାର୍ଥ, ଗାଳି) କୌଣସି ଘୃଣ୍ୟ କାମ (ଯଥା- ଚୋରି, ପ୍ରତାରଣା) କରିବା
- ଅଇଁଠାଖାଇ
- ଦେଶଜ ବିଶେଷଣ (ସ୍ତ୍ରୀ) ଗାଳି: ଅଇଣ୍ଠାଖିଆର ସ୍ତ୍ରୀଲିଙ୍ଗ
- ଉଦାହରଣ: ଅଇଣ୍ଠାଖାଇ କୁକୁରୀ ଆଉ ଖଣ୍ଡିଏ ଅଇଁଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବ ପତ୍ର ଗୋଡ଼ରେ ଦଳିଦେଇଯାଏ ।
[୪]
- ଉଦାହରଣ: ଅଇଣ୍ଠାଖାଇ କୁକୁରୀ ଆଉ ଖଣ୍ଡିଏ ଅଇଁଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବ ପତ୍ର ଗୋଡ଼ରେ ଦଳିଦେଇଯାଏ ।