ସନ
ସନ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ସନ୍ ଧାତୁ=ସେବା କରିବା+କରଣ. ଅ)
ସମ୍ପାଦନା- ୧. ହସ୍ତିକର୍ଣ୍ଣାସ୍ଫାଳନ; ହାତୀର କାନ ହଲାଇବା — ୧. The fanning or waving of the ears by an elephant.
- ୨. ଘଣ୍ଟା ପାଟଳୀ ବୃକ୍ଷ — ୨. A tree; Schebra Swietenidoes (tree)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ପୁଂ)
ସମ୍ପାଦନାସନାତନର ଡାକ ନାମ —Name for calling Sanātana.
ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ)
ସମ୍ପାଦନାସ୍ୱନ; ଶବ୍ଦ —Voice.
[ଉ—କମ୍ୱୁସନ ଘନ, ମଧୁ ଲୁବ୍ଧେ ଅଳି କୁସୁମ ବନ ପ୍ରାଚୀ. ପ୍ରତାପ. ଶଶିସେଣା]
ବୈଦେଶିକ - ବିଶେଷ୍ୟ - (ଆରବୀ - ସନ)
ସମ୍ପାଦନା- ୧. ସାଲ; ବର୍ଷ; ଅବ୍ଦ — ୧. Year.
[ଦ୍ରଷ୍ଟବ୍ୟ —ଯଯାତିକେଶରୀଙ୍କ ରାଜତ୍ୱକାଳରୁ ଉତ୍କଳରେ ଏକ ସନ ପ୍ରଚଳିତ ହୋଇ ଆସୁଅଛି ଭାଦ୍ର ମାସ ଶୁକ୍ଳ ଦ୍ୱାଦଶୀ ଦିନଠାରୁ ଏହି ସନର ବର୍ଷାରମ୍ଭ ସେଦିନ ସମଗ୍ର ଉତ୍କଳରେ 'ସୁନିଆ' ନାମରେ ଖ୍ୟାତ— କୃପାସିନ୍ଧୁ. ଉତ୍କଳ ଇତିହାସ
ଦେଶୀୟ ଅବ୍ଦ ଗଣନା ଓ ଇଂରାଜୀ ଅବ୍ଦ ଗଣନା ମତେ କୌଣସି ସଂଖ୍ୟକ ଅବ୍ଦ ପୂର୍ବେ 'ସନ' ଶବ୍ଦ ଲେଖାଯାଏ, ଏବଂ ସାଧାରଣତଃ ସବୁ ପ୍ରକାରର ଅବ୍ଦ ପରେ ' ସାଲ' ଶବ୍ଦ ଓ ଇଂରାଜ୍ୟବ୍ଦ ପରେ 'ମସିହା' ଲେଖାଯାଏ ଯଥା (ଦେଶୀୟ) ସନ ୧୩୩୩: ସାଲ୍, ସନ ୧୯୨୬ ସାଲ ବା ସନ ୧୯୨୬ ମସିହା, (ଇଂରାଜୀ) ସନ ୧୯୩୮ ମସିହା କରଣ ଓ ମୋହିରିମାନେ ଏହି 'ସନ' ଓ 'ସାଲ ଶବ୍ଦକୁ ଯତାକ୍ରମେ 'ସ୍ନ' ଓ 'ସ୍ଳା' ବୋଲି ଲେଖନ୍ତି ଯଥା—ସ୍ନ ୧୩୩୩ ସ୍ଳା=ସନ ୧୩୩୩ ସାଲ]
- ୨. ମୁଦ୍ରା ଉପରେ ଛାପା ଥିବା ବର୍ଷର ସଂଖ୍ୟା ୨. The number of the year stamped on a coin.
[ଦ୍ରଷ୍ଟବ୍ୟ —ସନ ଗଣନା ସମ୍ୱନ୍ଧରେ ନାନା ଦେଶରେ ନାନା ପ୍ରକାରର ରୀତି ଓ ଭାରତର ବିଭିନ୍ନ ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରଥା ପ୍ରଚଳିତ ଥିବା ଦେଖାଯାଏ ଯଥା— ଯେଉଁଦିନ ୧-୯-୧୯୩୭ , ସେଦିନ ସଂବତ ୧୯୯୪ , ଶତାବ୍ଦ ୧୮୫୯ , ଦିଲ୍ଲୀଶ୍ୱରାବ୍ଦ ୧୩୪୪ , ଉତ୍କଳାବ୍ଦ ୧୩୪୪ , ବଙ୍ଗାବ୍ଦ ୧୩୪୪ , ଫସଲୀ ୧୩୪୪ ]
- ୩. ସଂବତ୍ ବା ବିକ୍ରମାବ୍ଦ—କାଳକ୍ରମରେ ଦେଖିବାକୁ ଗଲେ ସଂବତ୍ ବା ବିକ୍ରମାବ୍ଦ ଭାରତରେ ଅଧୁନା ପ୍ରଚଳିତ ସବୁ ସନମାନଙ୍କ ମଧ୍ୟରେ ପୁରାତନ ଏହା ଖ୍ରୀଷ୍ଟ ପୂର୍ବ ୫୭: ବର୍ଷଠାରୁ ଆରବ୍ଧ ହୋଇଥିଲା ଏ ଶବ୍ଦ ପ୍ରଥମେ ମାଳବ ଦେଶରେ ଚଳୁଥିଲା ବିକ୍ରମାଦିତ୍ୟ (ମତାନ୍ତରରେ କନିଷ୍କ) ଶକ ବା ହୁନମାନଙ୍କୁ ପରାସ୍ତ କରି ଭାରତରେ ରାଜ୍ୟ ବିସ୍ତାର କରିବା ସମୟରେ ଏହି ଅବ୍ଦକୁ ରାଜ୍ୟରେ ଚଳାଇଲେ ('ବିକ୍ରମାଦିତ୍ୟ' ତଳେ ନୋଟ୍ ଦେଖ); ଏହି ଅବ୍ଦକୁ ମାରବାଡ଼ୀ ଓ ପଣ୍ଡିତମାନେ ବ୍ୟବହାର କରନ୍ତି ଏହା ପ୍ରତି ବର୍ଷ ଚୈତ୍ର ଶୁକ୍ଳପକ୍ଷ (ଶୁଦୀ) ପ୍ରତିପଦ ଦିନ ଆରବ୍ଧ ହୋଇ ପରବର୍ତ୍ତୀ ଚୈତ୍ର କୃଷ୍ଣପକ୍ଷ (ବଦୀ) ଅମାବାସ୍ୟା ଦିନ ଶେଷ ହୁଏ ଏହି ବର୍ଷର ମାସମାନ ଗୌଣଚାନ୍ଦ୍ରମାନ ଅନୁସାରେ ଗଣା ହୁଏ ମାରବାଡ଼ୀମାନେ ଏହି ଅନୁସାରେ ସନ ଗଣନା କରନ୍ତି; କିନ୍ତୁ ରାମନବମୀ (ଚୈତ୍ର ଶୁକ୍ଳ ନବମୀ) ଦିନ ସେମାନଙ୍କର ଖାତା ଆରମ୍ଭ କରନ୍ତି ସୌରମାନ ବର୍ଷ ଗଣନା ସଙ୍ଗେ ଏହାକୁ ସମାନ କରିବାକୁ ଏଥିରେ ମଳ ମାସ ଗଣନା କରାଯାଏ ଏ ବର୍ଷର ଦିନ ସଂଖ୍ୟା ୩୬ ଦିନ
- ୪. ଇଂରେଜୀ ସନ ବା ଖ୍ରୀଷ୍ଟିଆନ୍ ସନ ଖ୍ରୀଷ୍ଟାବ୍ଦ— ଯିଶୁଖ୍ରୀଷ୍ଟଙ୍କ ଜନ୍ମଠାରୁ ଏହା ଗଣା ହୋଇ ଆସୁଅଛି ପାଶ୍ଚାତ୍ୟ ସଭ୍ୟ ଜଗତରେ ସର୍ବତ୍ର ଏହି ଅବ୍ଦ ଚଳୁଅଛି ଏହା ଡିସେମ୍ୱର ମାସ ୩୧ ତାରିଖରେ ଶେଷ ହୁଏ ଓ ଜାନୁଆରି ମାସ ପହିଲାରେ ଆରବ୍ଧ ହୁଏ ଏ ବର୍ଷର ଦିନ ସଂଖ୍ୟା ୩୬୫ ଦିନ ସୌର ବର୍ଷର ଦିନ ସଂଖ୍ୟା ୩୬୫ ୧/୪ ଦିନ ସୌର ବର୍ଷ ସଙ୍ଗେ ଏହାକୁ ସମାନ କରିବାପାଇଁ ପ୍ରତି ଚାରି ବର୍ଷରେ ପଡ଼ିବା ଗୋଟିଏ ଲେଖାଏଁ ଲିପ୍ ଇଅର୍ (Leap year) ବର୍ଷରେ ଫେବୃଆରୀ ମାସଟି ୨୮ ଦିନିଆଁ ନ ହୋଇ ୨୯ ଦିନିଆଁ ହୁଏ ସେହି ବର୍ଷଟିର ଦିନ ସଂଖ୍ୟା ୩୬୬ ଦିନ ହୁଏ ଏ ଇଂରାଜୀ ସନ ସୌର ଗଣନାକ୍ରମେ ଗୃହୀତ ହୁଏ, ଆର୍ଥାତ ଏହା ସୌର ବର୍ଷ ଅତଏବ ପ୍ରତି ବର୍ଷ ୫ ଦିନ ୧ ଦଣ୍ଡ ୩୧ ବିପଳ ୨୪ ଅନୁପଳ ଶତାବ୍ଦରେ ଯୋଗ କଲେ ନାକ୍ଷତ୍ର ବର୍ଷ ହୁଏ ଏହି ଅବ୍ଦଦ୍ୱାରା ଦଶା ଗଣନା କରିବାକୁ ହୁଏ ବୋଲି ବରାହାର୍ଯ୍ୟ ଲେଖିଅଛନ୍ତି
- ୫. ଶତାବ୍ଦ ବା ଶାଳିବାହନାବ୍ଦ— ଶକ ବା ସିଦିଆନ୍ (Scythian) ମାନେ ଭାରତରେ ରାଜତ୍ୱ କରିବା ସମୟରେ ଶକରାଜା ଶାଳିବାହାନଙ୍କ ରାଜତ୍ୱ କାଳରୁ ଏହି ସନ ଗଣନାର ଆରମ୍ଭ ହୋଇଥିଲା ଏହା ଖ୍ରୀଷ୍ଟାବ୍ଦଠାରୁ ୭୮ ବର୍ଷ କମ, ଅର୍ଥାତ୍ ଖ୍ରୀଷ୍ଟାବ୍ଦ ୭୮ ମସିହାରେ ଏହା ଆରମ୍ଭ ହୋଇଥିଲା ବର୍ତ୍ତମାନ ମଧ୍ୟ ଭାରତରେ ଏହା ଚଳୁଅଛି ଶତାବ୍ଦ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଦିନ ଆରବ୍ଧ ହୁଏ
- ୬: ଦିଲ୍ଲୀଶ୍ୱରାବ୍ଦ— ଏହା ମୋଗଲ ବାଦସାହା ଆକବରଙ୍କଦ୍ୱାରା ଭାରତରେ ଚଳିଥିଲା ଏବଂ ଏବେ ମଧ୍ୟ ହିନ୍ଦୁମାନଙ୍କ ଗଣନାରେ ଚଳୁଅଛି ଆକବର ବାଦସାହା ହଜ୍ରୀ ୯୬୩ ସାଲ= ୧୪୭୮ ଶକାବ୍ଦରେ ଏହା ପ୍ରବର୍ତ୍ତିତ କରିଥିଲେ । ସେ ସମୟରେ ଯେଉଁ ହିଜିରୀ ସନ (୯୬୩) ହୋଇଥିଲା, ସେହି ସନର ସଂଖ୍ୟାଗଣନାରୁ ଆରମ୍ଭ କରି ସୌର ଗଣନାକ୍ରମେ ଏ ସନ ଗଣା ହୋଇ ଆସୁଅଛି ଏବଂ ଭିନ୍ନ ଭିନ୍ନ ଦେଶରେ ଚାନ୍ଦ୍ର ଓ ସୌର ଗଣନାକ୍ରମେ ଚଳୁଅଛି । ହିଜିରୀ ସନ, ଚାନ୍ଦ୍ରମାନ ଗଣନାକ୍ରମେ ହେଉଥିବାରୁ ତହିଁର ବର୍ଷକ=୩୫୪ ଦିନ ଓ ତାହା ହିନ୍ଦୁମାନଙ୍କୁ ସୌରମାନ ବର୍ଷଠାରୁ ୧୧ ଦିନ କମ
- ୫. ଉତ୍କଳାବ୍ଦ ବା ଓଡ଼ିଆ ସନ୍— ଏହା ଦଲ୍ଲୀଶ୍ୱରାବ୍ଦ; କିନ୍ତୁ ଏହା କନ୍ୟ (ଆଶ୍ୱିନ) ମାସରେ ଆରବ୍ଧ ହୁଏ ଭାଦ୍ର ଶୁକ୍ଳ ଦ୍ୱାଦଶୀ (ମୁନିଆଁ) ଦିନ ଏହାର ଆରମ୍ଭ ହୁଏ, ଅର୍ଥାତ୍, ତହିଁର ପୂର୍ବରୁ ପଡ଼ିଥିବା ସୌର ଆଶ୍ୱିନ ମାସର ପୂର୍ବବର୍ତ୍ତୀ ଦିବସମାଜ ଯଦି ୧୩୪୪ ସାଲ ହୋଇଥିବ, ତେବେ ତତ୍ପରବର୍ତ୍ତୀ ସୌର ଆଶ୍ୱିନର ଦିନମାନ ୧୩୪୫ ସାଲରେ ସୁମାରି ହେବ । ଉଦାହରଣ ସ୍ୱରୂପ ଦେଖାଯାଉ ଯେ ୧୯୩୭ ଖ୍ରୀଷ୍ଟାବ୍ଦରେ ଭାଦ୍ର ଶୁକ୍ଳ ଦ୍ୱାଦଶୀ ସୌର ଆଶ୍ୱିନର ୩ଦିନ ସୁନିଆ, ସେହି ଆଶ୍ୱିନ ବା ବନ୍ୟ ମାସର ୪ ଦିନଠାରୁ ୧୩୪୫ ସାଲ ଆରମ୍ଭ ହେଲେ ଏବଂ ତହିଁର ପୂର୍ବଦିନ କନ୍ୟା ୩ ଦିନ ୧୩୪୪ ସନରେ ଗଣନା ହେଲା ଓ କନ୍ୟ ୪ ଦିନ ୧୩୪୫ ସନରେ ଗଣନା ହେଲା ପୁରୀ ରାଜାଙ୍କର ନୂତନ ଅଙ୍କ ମଧ୍ୟ ସେହି ଦିନଠାରୁ ଗଣାଯାଏ କିନ୍ତୁ ଦେବତାମାନଙ୍କ ପୂଜାରେ କନ୍ୟ ସଂକ୍ରାନ୍ତିଠାରୁ ନୂଆସନ ଗଣାଯାଏ ଓଡ଼ିଶାରେ ପ୍ରଳିତ ସବକୁ ମଧ୍ୟ ଫସଲି ବା ବିଲାୟତି ବର୍ଷ ବୋଲାଯାଏ (କିନ୍ତୁ ଜ୍ୟୋତିଷ ମତରେ ସୂର୍ଯ୍ୟଦେବତାଙ୍କର ବାର୍ଷିକ ଗତି ଓ ମନୁଷ୍ୟ— ମାନଙ୍କର ପରମାୟୁ ବତ୍ସର ସୌର ଚୈତ୍ର ୩ ଦିନ ଶେଷ ହୋଇ ପଣାସଂକ୍ରାନ୍ତିଠାରୁ ନୂତନ ବର୍ଷ ଆରମ୍ଭ ହୁଏ ଓଡ଼ିଶା ପ୍ରଜାସତ୍ୱ ଆଇନ ଅନୁସାରେ ବର୍ଷ ଗଣନା ମଧ୍ୟ ସୌର ବୈଶାଖ ୧ ଦିନଠାରୁ ଆରମ୍ଭ ହୋଇଥାଏ
- ୬. ବଙ୍ଗାବ୍ଦ ବା ବଙ୍ଗୀୟ ସନ— ଏହା ମଧ୍ୟ ଆକବର ବାଦାସାହାଙ୍କ ପ୍ରବର୍ତ୍ତିତ ସନ ଏହି ସନ ଓ ଚଟ୍ଟଗ୍ରାମରେ ପ୍ରଚଳିତ "ମଗୀ" ସନ ସୌରମାନ ଗଣନାରେ ଗୃହୀତ ହୁଏ କିନ୍ତୁ ଏହା ମହାବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ନ ହୋଇ ତହିଁରେ ପରଦିନଠାରୁ ବୈଶାଖ ୧ ବୋଲି ଗଣାଯାଏ ଓଡ଼ିଶା ସନରେ ସଂକ୍ରାନ୍ତି ସୌର ମାସର ୧ ଦିନ; କିନ୍ତୁ ବଙ୍ଗଳା ସନରେ ସଂକ୍ରାନ୍ତି ପୂର୍ବବର୍ତ୍ତି ସୌରମାସର ଶେଷ ଦିନ ଅଟେ । ଉଦାହରଣ ସ୍ୱରୂପ—ଖ୍ରୀ ୧୯୨୬ ସାଲର ୧୩ ତାରିଖ ଅପ୍ରେଲ ମହ ବିଷ୍ମବ ସଂକ୍ରାନ୍ତି ଓଡ଼ିଶାରେ ୧୩୩୩ ସାଲର ବୌଶାଖ ୧ ଦିନ (କାରଣ ଓଡ଼ିଶାରେ ୧୩୩୩: ସନ ଗତ କନ୍ୟ ବା ସୌ ଆଶ୍ୱିନରୁ ଆରମ୍ଭ ହୋଇଥିଲା;) କିନ୍ତୁ ଉକ୍ତ ଖ୍ରୀ ୧୯୨୬ର ୧୩ ଅପ୍ରେଲ ବଙ୍ଗଳାରେ ୧୩୩୨: ସାଲର ଚୈତ୍ର ୩ ଦିନ ଅଟେ ତହିଁଆରଦିନ ବଙ୍ଗାବ୍ଦର ଆରମ୍ଭ ଅର୍ଥାତ୍ ଖ୍ରୀ ୧୯୨୬ ସାଲ ୧୪ ଅପ୍ରେଲ= ନୂତନ ବଙ୍ଗାବ୍ଦ ୧୩୩୩ର ବୌଶାଖ ୧ ଦିନ ହେଲା ଏଥିରୁ ଦେଖାଯିବ ଯେ, ଓଡ଼ିଶାରେ ଆଶ୍ୱିନ [ମୁନିଆ] ଠାରୁ ଯେଉଁ ନୁଆ ସନ ଆରମ୍ଭ ହୋଇଥାଏ, ବଙ୍ଗଦେଶରେ ସେହି ନୁଆ ସନ ପରବର୍ତ୍ତୀ ବିଷୁବ ସଂକ୍ରାନ୍ତିର ପରଦିନଠାରୁ ଆରମ୍ଭ ହୁଏ ଓଡ଼ିଶାରେ ସୁନିଆ ଦିନ ନବ ବର୍ଷାରମ୍ଭ ଖ୍ରୀଷ୍ଟାବ୍ଦ ୧୯୨୬ ସାଲ ସୁନିଆଁର ପୂର୍ବଦିନ [୧୮—୯—୨୬ ] ଓଡ଼ିଶା ୧୩୩୩: ସାଲର ଶେଷ ଦିନ, କିନ୍ତୁ ତତ୍ପରବର୍ତ୍ତୀ ବିଷୁବ ସଂକ୍ରାନ୍ତି [୧୩—୪—୨୭ ] ବଙ୍ଗଳା ୧୩୩୩ ସାଲର ଶେଷ ଦିନ ହୋଇଥିଲା
- ୭. ଫସଲୀ ସନ ବା ଅମଳୀ ସନ—ଫସଲ ଆମଦାନୀ ଶସ୍ୟକର୍ତ୍ତନ [ବା ଅମଳ] ଅନୁସାରେ ଏହି ବର୍ଷର ଗଣନା ହୁଏ ବଙ୍ଗଦେଶରେ ମହାବିଷୁବ ସଂକ୍ରାନ୍ତିର ପରବର୍ତ୍ତୀ ଦିନଠାରୁ, ଓଡ଼ିଶାରେ ଭାଦ୍ର ଶୁକ୍ଳ ଦ୍ୱାଦଶୀ (ସୁନିଆ) ଠାରୁ ଓ ଉତ୍ତରଭାରତରେ ୧ ଚାନ୍ଦ୍ର ଆଶ୍ୱିନଠାରୁ ଫସଲୀ ସନ ଗଣାଯାଏ ଦେଖିବାକୁ ଗଲେ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରରେ ଫସଲି ସନର ଗଣନା ହୁଏ
- ୮. ବିଲାୟତୀ ସନ—ଯେଉଁ ଫସଲୀ ସନ ୧ ସୌର ଆଶ୍ୱିନ (କନ୍ୟ)ରୁ ଆରମ୍ଭ ହୁଏ, ତାହାର ନାମ ବିଲାୟତୀ ସନ ଓଡ଼ିଶାରେ ଦେବପୂଜା ଆଦି ବିଲାୟତୀ ସନ ଗଣନା— କ୍ରମେ ଧରାଯାଏ ଏହାର ସଂଖ୍ୟା ଗଣନା ସମ୍ରାଟ ଆକବରଙ୍କ ପ୍ରବର୍ତ୍ତିତ ସନ ଅନୁସାରେ ହୁଏ । କିନ୍ତୁ, ଉତ୍ତର ଭାରତରେ ଫସଲୀ ସନ ଆଶ୍ୱିନ କୃଷ୍ଣ ପ୍ରତିପଦଠାରୁ ଆରମ୍ଭ ହୁଏ
- ୯. ହିଜିରୀ ସନ ବା ମୁସଲମାନୀ ସନ ବା ମହମ୍ମଦୀୟ ସନ—ମହମ୍ମଦ ଶତ୍ରୁମାନଙ୍କ ଅତ୍ୟାଚାରରେ ମକ୍କାଠାରୁ ମଦିନାକୁ ଯାତ୍ରା କରିବା ଦିନ (ଖ୍ରୀ, ୬୨୨ ଜୁଲାଇ ୧ ତାରିଖ) ଠାରୁ ଏହି ସନ ଗଣନା ଆରମ୍ଭ ହୋଇଥିଲା ଏହି ସନ ଚାନ୍ଦ୍ରମାନ ବର୍ଷ ୧୨ ଚନ୍ଦ୍ରୋଦୟରେ ଏକ ବର୍ଷ=୩୫୪ ଦିନ । ଅମାବାସ୍ୟା ପରେ ପ୍ରଥମେ ଯେଉଁ ଦିନ ସନ୍ଧ୍ୟାବେଳେ ଦ୍ୱିତୀୟାର ଚନ୍ଦ୍ର ଦେଖାଯାଆନ୍ତି, ସେହି ଦିନର ପର ଦିନଠାରୁ ମାସର ଗଣନା ଆରମ୍ଭ ହୋଇ ତତ୍ପରବର୍ତ୍ତୀ ଦ୍ୱିତୀୟାର ଚନ୍ଦ୍ର ଦର୍ଶନ ପଯ୍ୟନ୍ତ ଏକ ମାସ ହୁଏ
- ବଙ୍ଗାବ୍ଦ ଓ ଖ୍ରୀଷ୍ଟାବ୍ଦରେ ସୌର ଗଣନା ଚକ୍ରମେ ୧ ବର୍ଷ =୩୬୫: ଦିନ ଭାରତରେ ଚାନ୍ଦ୍ରମାନ ଗଣନା ଅନୁସାରେ ଯେଉଁ ବର୍ଷ ଗଣତି ହୁଏ, ସେଥିରେ ପ୍ରତି ଚାନ୍ଦ୍ରବର୍ଷ ସୌରବର୍ଷଠାରୁ ୧୧: ଦିନ କମ୍ ଦେବାରୁ ୩ ବର୍ଷ ଅନ୍ତରରେ ଗୋଟିଏ ଲେଖାଁଏ ମଳ ମାସ ବା ଅଧିମାସ ପୁରାଇ ଚାନ୍ଦ୍ର ବର୍ଷ ସଙ୍ଗେ ସୌର ବର୍ଷର ମେଳ କରାଯାଏ, ଓ ସେହି ହେତୁ ଏ ଦୁଇପ୍ରକାର ଗଣନାରେ ଋତୁର ସମତା ରକ୍ଷା କରାଯାଏ କିନ୍ତୁ ହିଜ୍ରୀ ସନ ଚାନ୍ଦବର୍ଷ ଥିବାରୁ ସେହି ଗଣନା ଅନୁସାରେ ସୌର ବର୍ଷ ଅପେକ୍ଷା ହିଜରୀ ସନର ଯେଉଁ ୧୧: ଦିନ ପ୍ରତି ବର୍ଷ କମ୍ ହୁଏ, ତାହା ପୂରଣ କରା ନ ଯିବାରୁ ହିଜରୀ ସନର ମାସମାନ ପ୍ରତିବର୍ଷ ଏକ ଋତୁରେ ପଡ଼େ ନାହିଁ; ସେଥିଯୋଗୁ ମୁସଲମାନଙ୍କ ପର୍ବମାନ ଭିନ୍ନ ଭିନ୍ନ ଋତୁରେ ପଡ଼େ ଯଥା— ଥରେ ଖରାଦିନ ମହରମ୍ ପଡ଼େ; ୨୩: ବର୍ଷ ବାଦ ତାହା ବର୍ଷାଦିନ ପଡ଼େ; ଫେର୍ ୨୩: ବର୍ଷାବାଦ ତାହା ଶରତ୍ କାଳରେ, ପରେ ଶୀତକାଳରେ, ପୁଣି କେତେବଷ ପରେ ବସନ୍ତ କାଳରେ ପଡ଼େ
- ଆହୁରି ମଧ୍ୟ ଦେଖାଯାଏ ଯେ, ଆକବର ବାଦସାହା ତାଙ୍କ ରାଜତ୍ୱର ଆରମ୍ଭ ଅର୍ଥାତ୍ ୧୫୫୬ ଖ୍ରୀଷ୍ଟାବ୍ଦରେ =ଶକାବ୍ଦ ୧୪୬୮ରେ ଚଳୁଥିବା ହିଜରୀ ୯୬୩ ସନକୁ ଭାରତରେ ସମାନ ସଂଖ୍ୟକ ସନ ୯୬୩ ବୋଲି ପ୍ରଥମେ ଚଳାଇଥିଲେ ସେହି ଦିନଠାରୁ ୧୯୩୭ ପର୍ଯ୍ୟନ୍ତ ହିନ୍ଦୁଙ୍କ ଗଣନାକ୍ରମେ ୧୩୪୫ ହୋଇଥିଲେ କିନ୍ତୁ ହିଜରୀ ସନ ହିନ୍ଦୁମାନଙ୍କ ସନଠାରୁ ପ୍ରତିବର୍ଷ ୧୧ ଦିନ କମ୍ ଥିବାରୁ ସେଦିନ ହିଜ୍ରୀ ୧୩୫୬ ସମ= ଶତାବ୍ଦ ୧୮୫୯ =୧୯୩୭ ଖ୍ରୀଷ୍ଟାବ୍ଦରେ=ଓଡ଼ିଆ ସନ ବା ଦିଲ୍ଲୀଶ୍ୱରାବ୍ଦ ୧୩୪୪ =ବିକ୍ରମାବ୍ଦ ୧୯୪୪ ହେଲା ଅର୍ଥାତ୍, ଆକବର ବାଦ୍ସାହାଙ୍କ ରାଜତ୍ୱ ଆରମ୍ଭ (୧୫୫୬ ଖ୍ରୀଷ୍ଟାବ୍ଦଠାରୁ ହିନ୍ଦୁ ଓ ଖ୍ରୀଷ୍ଟାନ୍ ଗଣନା କ୍ରମେ ୩୮୧ ବର୍ଷ ଗତ ହୋଇଅଛି; କିନ୍ତୁ ମୁସଲମାନ ଗଣନାକ୍ରମେ ୩୯୩ ବର୍ଷ ଗତ ହୋଇଅଛି; ଅନ୍ୟ କଥାରେ କହିବାକୁ ଗଲେ, କିନ୍ତୁ ଓ ଖ୍ରୀଷ୍ଟାନଙ୍କ୍ ଗଣନାକ୍ରମେ ୩୮୧ ବର୍ଷ=ହିଜ୍ରୀ ଗଣନାକ୍ରମେ ୩୯୩ ବର୍ଷ, ଅର୍ଥାତ୍ ହିନ୍ଦୁଙ୍କର ୩୧ ବର୍ଷ= ହିଜ୍ରୀ ୩୨ ବର୍ଷ; କାରଣ, ମୁସଲମାନ ବର୍ଷ ପ୍ରତିବର୍ଷ ହିନ୍ଦୁ ଓ ଖ୍ରୀଷ୍ଟାନ୍ ଗଣନା ଅନୁସାରେ ୧୧ ଦିନ ଲେଖାଏଁ କମି ହେବାରୁ ପ୍ରତି ୩୧ ବର୍ଷରେ ୩୬୫ ଦିନ ଲେଖାଁଏ କମିଯାଇଛି । ହିଜ୍ରୀ ସନର ପ୍ରଥମ ମହରମ ଓ ଶେଷମାସ୍ ଜେଲ୍ ହଜ୍ଜ ଅଟେ
- ୧୦. ପୁରୀ ଗଜପତିରାଜାଙ୍କା ଅଙ୍କ— ପୁରୀର ରାଜାମାନେ "ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବ କୋଟ କର୍ଣ୍ଣାଟ କଳବର୍ଗେଶ୍ୱର" ଥିବା ସମୟରୁ ପ୍ରତି ରାଜାଙ୍କ ରାଜତ୍ୱର ଆରମ୍ଭରୁ ଏହି ଅଙ୍କ ଗଣନା କରାଯାଏ ପୁରୀର ରାଜାମାନେ ବର୍ତ୍ତମାନ ସ୍ୱାଧୀନ ରାଜତ୍ୱ ହରାଇ ଅଛନ୍ତି ଇଂରାଜ ଗଭର୍ଣ୍ଣମେଣ୍ଟ ପୁରୀର ପ୍ରତ୍ୟକ ରାଜାଙ୍କ ବ୍ୟକ୍ତିଗତ ଭାବରେ 'ପୁରୀପତି' 'ଗଜପତି ମହାରାଜା' ବା 'ଠାକୁର ରଜା' ବୋଲି କହନ୍ତି ।
- ଏହି ଅଙ୍କ ପ୍ରତିବର୍ଷ ସୁନିଆଁ (ଭାଦ୍ର ଶୁକ୍ଳ ଦ୍ୱାଦଶୀ) ଠାରୁ ଗଣନା କରାଯାଏ; କିନ୍ତୁ ଏହାର ମାସର ଓ ଦିନର ଗଣନା ସୌରଗଣନା ଅଟେ ଯଥା— ଚାନ୍ଦ୍ର, ଭାଦ୍ର ମାସ= ସୌର ସିଂହ ମାସ ଆଶ୍ୱିନ=କନ୍ୟ କାର୍ତ୍ତିକ=ତୁଳ
- ଏହି ସନର ବିଶେଷତ୍ୱ ଏହି ଯେ, ସୌର କନ୍ୟ ମାସର ଯେଉଁ ଦିବସ (ଭାଦ୍ର ଶୁକ୍ଳ ଦ୍ୱଦଶୀ) ସୁନିଆଁ ପଡ଼ିବ, ସେହି ଦିନ ସେହି ତାରିଖ ଧରିବାକୁ ହେବ ତତ୍ ପୂର୍ବଦିନ ପୂର୍ବବର୍ତ୍ତୀ ଅଙ୍କନ ପୂର୍ବ ତାରିଖ ଧରାଯାଏ ଯଥା—ଖ୍ରୀଃ ୧୯୨୬ର ସୁନିଆଁ (୧୯୯୧୯୨୬ ) ସୌର ଆଶ୍ୱିନ ବା କନ୍ୟ ମାସର ୪ ଦିନ ହୋଇଥିଲା ଏବଂ ସେହିଦିନକୁ ପୁରୀର ନୂତନ (ବର୍ତ୍ତମାନ) ରାଜା ରାମଚନ୍ଦ୍ର ଦେବଙ୍କର ରାଜତ୍ୱର ୧ମ ବର୍ଷ ଅର୍ଥାତ ୩ ଅଙ୍କ ବୋଲାଗଲା ଓ ହିନ୍ଦୁମାନଙ୍କ ଦିଲ୍ଲୀଶ୍ୱରାବ୍ଦ ୧୩୩୪ ସନ ମଧ୍ୟ ସେହିଦିନ ଆରମ୍ଭ ହେଲା
- ତହିଁର ପୂର୍ବଦିନ (୧୮୯୨୬ ରେ) ଲେଖା ଯାଇଥିଲା ୧୩୩୩ ସାଲ, ମୁକୁନ୍ଦଦେବଙ୍କ ୫୫: ଅଙ୍କ କନ୍ୟ (ଆଶ୍ୱିନ) ୩ ଦିନ ଓ ସେଦିନ (୧୯୯୨୬ ) ଲେଖାଗଲା ୧୩୩୪ ସାଲ ରାମଚନ୍ଦ୍ର ଦେବଙ୍କ (ରାଜତ୍ୱର ପ୍ରଥମ ବର୍ଷ ବା) ୩ ଅଙ୍କ କନ୍ୟ ୪ ଦିନ
- ଏହି ଅଙ୍କର ଗଣନାରେ ଆଉ ଗୋଟିଏ ବିଶେଷତ୍ୱ ଏହି ଯେ, ନୂଆ ରାଜାଙ୍କ ରାଜତ୍ୱରେ ୧ମ ବର୍ଷ ୩ ଅଙ୍କ ବୋଲି ଗଣାଯାଏ ତତ୍ପରେ ୬, ୧୬ , ୨୬ , ୩୬ , ୪୬ , ୫୬: ଇତ୍ୟାଦି ସଂଖ୍ୟା ଗଣନା କରାଯାଏ ନାହିଁ, ଅର୍ଥାତ ୫ଅଙ୍କ ପରେ ୭ ଅଙ୍କ, ୧୫ ଅଙ୍କ ପରେ ୧୭ ଅଙ୍କ, ୨୫ ଅଙ୍କ ପରେ ୨୭ ଅଙ୍କ ଗଣା ହୁଏ ୧ ଅଙ୍କ ଗଣାଯାଏ; କିନ୍ତୁ ୨୨ ୩, ୪, ୫, ୧ ଅଦି ୧ ଥର ଗୁଣିତିକ ଅଙ୍କମାନଙ୍କ ସଂଖ୍ୟା ଗଣାଯାଏ ନାହିଁ; ଅର୍ଥାତ୍ ୧୯ ପରେ ୨୧ ଅଙ୍କ, ୨୯ ପରେ ୩୧ ଅଙ୍କ ଗଣାଯାଏ ଉଦାହରଣ ସ୍ୱରୂପ ଦେଖାଯାଉ ଯେ, ୧୯୨୬ ସନ ସୁନିଆଁ ପୂର୍ବେ ସ୍ୱର୍ଗୀୟ ମୁକୁନ୍ଦଦେବ ମହାରାଜାଙ୍କର ୫୫ ଅଙ୍କ ହୋଇଥିଲା ମୁକୁନ୍ଦଦେବ ବଞ୍ଚି ଥିଲେ ଏ ସୁନିଆ ପରେ ମୁକୁନ୍ଦଦେବଙ୍କର ୫୬ ଅଙ୍କ ନ ହୋଇ) ୫୭ ଅଙ୍କ ହୋଇଥାନ୍ତି; କିନ୍ତୁ ମୁକୁନ୍ଦଦେବ ସୁନିଆଁ ପୂର୍ବରୁ ମୃତ ହେବାରୁ ରାମଚନ୍ଦ୍ରଦେବ ରାଜା ହେଲେ ସୁନିଆଁ ପୂର୍ବର ସନ ଆରମ୍ଭଠାରୁ ମୁକୁନ୍ଦଦେବଙ୍କର ୫୫ ଅଙ୍କ ଚଳୁଥିଲା ଏଥିମଧ୍ୟରୁ ମୁକୁନ୍ଦଦେବ ସ୍ୱର୍ଗପ୍ରାପ୍ତ ହେଲେ ଓ ରାମଚନ୍ଦ୍ର ଦେବ ରାଜା ହେଲେ ମଧ୍ୟ ସୁନିଆଁ ପର୍ଯ୍ୟନ୍ତ ସ୍ୱର୍ଗୀୟ ମୁକୁନ୍ଦଦେବଙ୍କର ୫୫ ଅଙ୍କ ଚଳିଲା ଓ ସୁନିଆଁ ପରେ ନୂଆ ରାଜା (ରାମଚନ୍ଦ୍ରଦେବ)ଙ୍କ ରାଜତ୍ୱର ପ୍ରଥମ ବର୍ଷ ଅର୍ଥାତ୍ ରାମଚନ୍ଦ୍ର ଦେବଙ୍କ ୩ ଅଙ୍କ ବୋଲି ଗଣାଯାଏ ନୁଆଁ ରାଜାଙ୍କର ୨ ଅଙ୍କ ଗଣାଗଲା ନାହିଁ
- ପୁରୀ ରାଜାଙ୍କର ବଂଶାନୁଗତ ନାମକରଣରେ ମଧ୍ୟ ବିଶେଷ୍ୱତ ଅଛି ଯଥା—ପୁରୀର ଗଜପତି ରାଜାମାନେ ଯଥାକ୍ରମେ ରାମଚନ୍ଦ୍ର ଦେବ, ବୀରକେଶ୍ୱରୀ ଦେବ, ଦିବ୍ୟସିଂହ ଦେବ ଓ ମୁକୁନ୍ଦଦେବ ଏହି ନାମ ଚାରୋଟି ମାତ୍ର ଗ୍ରହଣ କରନ୍ତି ଏହି ୪ଟି ନାମ ପର୍ଯ୍ୟାୟକ୍ରମେ ରାଜାମାନଙ୍କୁ ପ୍ରଦତ୍ତ ହୋଇ ଆସୁଅଛି]