ସତ୍ୟଆମ୍ୱ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସତ୍ୟାମ୍ୱ(ମ୍ୱା)—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - ବିଂ. (ସଂ ସତ୍ୟ ଓ ଆମ୍ର) ସମ୍ପାଦନା

ନାଗେଶ୍ୱରାଦି ବର୍ଗର ସୁଠାମ ଶ୍ୟାମଳ ତରୁ; ବିଶେଷ —Garcina Xanthochymus (a tree).

[ଦ୍ରଷ୍ଟବ୍ୟ —ଏହି ଗଛ ତମାଳ ଗଛ ପରି ଚିରଶ୍ୟାମଳ ଓ ସ୍ଥୂଳ— ସ୍କନ୍ଧ ଗଛ ଏଥିର ଫଳ ନେଙ୍ଗଡ଼ା ଆମ୍ୱ ବା କେନ୍ଦ ଫଳ ପରି ଗୋଲ କଞ୍ଚା ଫଳ ଖଟା; ଫଳ ପାଚିଲେ ଈଷତ୍ ମିଠା ଓ ଖଟା ଲାଗେ ଓ ହଳଦିଆ ବା ନାରଙ୍ଗୀ ବର୍ଣ୍ଣ ବା ପାଚିଲା ଆମ୍ୱର ବର୍ଣ୍ଣ ଧରେ ପତ୍ର ଗୁଡ଼ିକ ଆମ୍ୱ ପତ୍ରଠାରୁ ବଡ଼, କିନ୍ତୁ ମୋଟା ଓ ଚିକ୍କଣ ଫୁଲ ଧଳା ଓ ସୁଗନ୍ଧ ବସନ୍ତ କାଳରେ ଫୁଲ ଫୁଟେ ବର୍ଷା ଓ ଶରତ୍ କାଳରେ ଫଳ ପାଚେ ପାଚିଲା ଫଳକୁ ଗରିବ ଲୋକେ ଖାଆନ୍ତି ଏବଂ ଆମ୍ୱିଳ ତରକାରୀ କରନ୍ତି କଞ୍ଚା ଫଳକୁ କେହି କେହି କାଟି ଆଚାର କରନ୍ତି ଫଳ ଭିତରେ ଗୁଡ଼ିଏ ଖୋସା ବା ବିରୁଡ଼ା ଥାଏ ଓ ବଉଳ ମଞ୍ଜିଠାରୁ ବଡ଼ ଓ କଳା କଳା ଅନେକଗୁଡ଼ିଏ ଲମ୍ୱ ମଞ୍ଜି ଥାଏ ଏହାର ଡ଼ାଳମାନ ଘନ ଓ ପତ୍ରମାନ ମଧ୍ୟ ଘନସନ୍ନଦ୍ଧ ଓଡ଼ିଶାର ସ୍ଥାନେ ସ୍ଥାନେ ଓ ଗଡ଼ଜାତରେ ଏ ଗଛ ମନକୁ ଜନ୍ମେ ଚଟ୍ଟଗ୍ରାମ, ଆସାମ, ବ୍ରହ୍ମଦେଶ, ଓ ଦାକ୍ଷିଣାତ୍ୟରେ ଏ ଗଛ ହୁଏ

ଏହାର ଅପକ୍ୱ ଫଳ ଅମ୍ଳ, ଧାରକ, ବାୟୂନାଶକ, ଉଷ୍ଣ— ବୀର୍ଯ୍ୟ, ଗୁରୁ ଓ ପିତ୍ତ ବର୍ଦ୍ଧନ ଏହାର ପକ୍ୱ ଫଳ—ଦୀପକ, ରୁଚିଜନକ, ଲଘୁ, ଉଷ୍ଣବୀର୍ଯ୍ୟ, କଫ ଓ ବାୟୂନାଶକ

ଏହାର ବୀଜର ତୈଳ ତିକ୍ତ, ଅମ୍ଳ—ମଧୁର, ପାଚକ, ରୁଚିକାରକ, ବଳକର, ସାରକ; କୃମି, କୁଷ୍ଠ ଓ ବ୍ରଣ ରୋଗରେ ଉପକାରକ]

[[]] ୨ କୁସୁମ ]] ୨ (ଦେଖ) - — ୨. Kusuma ୨ (See)