ସଜାଡ଼ିବା
ସଜାଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ବିଗାଡ଼ିବା—ବିପରୀତ)
(ସଜାଡ଼ିବା—ଣିଜନ୍ତରୂପ)
ଦେଶଜ - କ୍ରି. (ସଂସ୍କୃତ - ସସଜ୍ ଧାତୁ)
ସମ୍ପାଦନା- ୧. ସଜ୍ଜିତ କରିବା — ୧. To furnish.
- ୨. ସୁସଜ୍ଜିତ କରିବା — ୨. To equip; to fit up.
[ଉ—ଆଣିଥିଲୁ ଭାଳି କେତେ କଥା, ଘନପ୍ରଭା ସୂନଗଭା ଅତି ଯତନେ ସଜାଡ଼ିଲେ କବିସୂର୍ଯ୍ୟ. ସଙ୍ଗୀତ]
- ୩. ନିର୍ମାଣ କରିବା —୩. To build.
(ଉ—ଶୂନ୍ୟ ଗଗନେ ସଜାଡ଼ି ନିବାସ, ଉଡ଼ୁଛୁ ଖାଲି ବାଆରେ—ଭିକାରୀ— ଚରଣ. ଗୀତଲହରୀ]
- ୪. ସର୍ଜ୍ଜନ କରିବା —୪. To create.
(ଉ—ନାଭିର ଉପରକୁ ବଜ୍ରେ ଦୃଢ଼ କରି, ସଜାଡ଼ିଛନ୍ତି ତୁମ୍ଭ କାୟା ତ୍ରିପୁରାରି କୃଷ୍ଣସିଂହ. ମହାଭାରତ. ବନ)
- ୫. ମରାମତ କରିବା; ସୁସଂସ୍କୃତ କରିବା — ୫. To repair.
- ୬. ବିଶୃଙ୍ଖଳ ବସ୍ତୁକୁ ସୁସୃଙ୍ଖଳ କରିବା —୬. To set right.
- ୭. ସୁବିନ୍ୟସ୍ତ କରିବା; ଯଥାସ୍ଥାନାବସ୍ଥିତ ବା ଯଥାବସ୍ଥାବସ୍ଥିତ କରିବା — ୭. To arrange well.
- ୮. ରୁଗ୍ଣ ଶରୀରକୁ ରୋଗମୁକ୍ତ କରିବା —୮. To cure (a person of illness).
- ୯. ପରିଷ୍କୃତ ପରିଚ୍ଛନ୍ନ କରିବା —୯. To make neat and clean.
- ୧. ଫିଟି ଯାଇଥିବା କାଳ, ଲୁଗା ପଟା ଆଦିକୁ ସୁବିନ୍ୟସ୍ତ କରିବା —୧୦. To re-arrange the hair or dress which has been out of order.
- ୧୧. ଅସୁବିଧାଗ୍ରସ୍ତ ବିଷୟକୁ ସୁବିଧାଜନକ କରିବା —୧୧. To set matters right.
- ୧୨. ଯତ୍ନପୂର୍ବକ କୌଣସି କାର୍ଯ୍ୟ କରିବା — ୧୨. To do a thing with care.