ସଙ୍ଖୁଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଅସଙ୍ଖୁଡି, ନିସଙ୍ଖୁଡି, ଅମୁଣିଆବିପରୀତ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଙ୍କର, ସଙ୍କାର=ସଂମ୍ମାର୍ଜନୀକ୍ଷିପ୍ତ ଧୂଳି, ଆବର୍ଜନା; କିମ୍ୱା ସମ୍+କୃ ଧାତୁ=ପାକ କରିବା, ସିଦ୍ଧ କରିବା ଅର୍ଥ ଯୁକ୍ତ 'ସଂସ୍କାର' ଶବ୍ଦଜାତ, କିମ୍ୱା ସଂସ୍କୃତ - ସକ୍ଷାର) ସମ୍ପାଦନା

୧. ଜଳପକ୍ୱ ଖାଦ୍ୟ (ଭାତ, ଡାଲି, ତିଅଣ, ଜଳପକ୍ୱ ପିଠା ପ୍ରଭୃତି) —୧. Any food boiled in water (i.e. rice, curry etc).
୨. ଉଚ୍ଛିଷ୍ଟ ଖାଦ୍ୟ —୨. Rice and curry which has already been partaken of and left on the dish.

ବିଶେଷଣ - ସମ୍ପାଦନା

୧. ରନ୍ଧା ହୋଇଥିବା (ଅନ୍ନ ବ୍ୟଞ୍ଜନାଦି) —୧. boiled (rice, cnrry etc).
୨. ସଙ୍ଖୁଡି ରଖା ଯାଇଥିବା (ବାସନ) — ୨. (a pot) In which rice etc, have been kept, after taking of the meal.

[ଦ୍ରଷ୍ଟବ୍ୟ —ସାଧାରଣତଃ ଜଳରେ ସିଦ୍ଧ ଖାଦ୍ୟକୁ ସଙ୍କୁଡି ଓ କଳରେ ସିଦ୍ଧ ନ ହୋଇ ଘୃତାଦିରେ ପକ୍ୱ ହୋଇଥିବା ଖାଦ୍ୟକୁ ନିସଙ୍ଖୁଡି ବୋଲାଯାଏ ଉଦାହରଣସ୍ୱରୂପ ଭାତ, ଡାଲି, ତିଅଣ, ମଣ୍ଡା, ଏଣ୍ଡୂରି, ଚକୁଳି, ଚାଉଳଖିରି ଆଦି ସଙ୍ଖୁଡି; ଏବଂ ମିଠେଇ, କାକରା, ଆରିସା, ଗହମ— ଖିରି, ଚୂଡା, ଭୁଜା, ଉଖୁଡା, ଗହମ ତିଆରି ଘୃତପକ୍ୱ ପିଠା ପ୍ରଭୃତି ଜଳଖିଆ ସାମଗ୍ରୀ ନିସଙ୍ଖୁଡି ସଙ୍ଖୁଡି ଜିନିସକୁ ଅନ୍ୟ ଲୋକ ବା ଶୂଦ୍ରାଦି ଛୁଇଁ ଦେଲେ ତାହା ମାରା ହୋଇଯାଏ; କିନ୍ତୁ ନିସଙ୍ଖୁଡି ପଦାର୍ଥରେ ସ୍ପର୍ଶ ଦୋଷ ଲାଗେ ନାହିଁ ଏ ସଙ୍ଖୁଡି ନିସଙ୍ଖୁଡିର ବାରଣ ସମ୍ୱନ୍ଧରେ କେତେଗୁଡିଏ ବିଚିତ୍ର ଦେଶାଚାର ମଧ୍ୟ ଚଳେ ଯଥା— ଭଜା କିମ୍ୱା ତରକାରୀ ଲୁଣ ପଡି ରନ୍ଧା ହୋଇଥିଲେ ତାହା ସଙ୍ଖୁଡି (ସଂସ୍କୃତ - ସକ୍ଷାର) ହୋଇଥାଏ, ଲୁଣ ନ ପଡିଲେ ତାହା ନିସଙ୍ଖୁଡି ଥାଏ ଚାଉଳର ଓ ବିରିର ପିଠା ସଙ୍ଖୁଡିରେ ଗଣ୍ୟ ହୁଏ; କିନ୍ତୁ ଗହମ ଅଟାର ପିଠା ଓ ରୁଟି ନିସଙ୍ଗୁଡି ଅଟେ ସଙ୍ଗୁଟି ପଦାର୍ଥକୁ ଖାଇବା ପୂର୍ବରୁ ବ୍ରାହ୍ମଣ ଚଳୁ କରେ; କିନ୍ତୁ ନିସଙ୍ଖୁଡି ଖାଦ୍ୟ ପାଇଁ ଚଳୁର ଆବଶ୍ୟକତା ପଡେ ନାହିଁ ସଙ୍ଖୁଡି ହେଉ ବା ନିସଙ୍ଖୁଡି ହେଉ, କୌଣସି ଖାଦ୍ୟକୁ ଜଣେ ବ୍ୟକ୍ତି ପ୍ରଥମେ ଖାଇଲେ ଅବଶିଷ୍ଟ ଖାଦ୍ୟ ଅଇଠା (ଉଚ୍ଛିଷ୍ଟ) ହୁଏ କିନ୍ତୁ ସଙ୍ଖୁଡି ପଦାର୍ଥ ଅଇଁଠା ହେବାର ନିୟମ ବଡ କଡା ନିସଙ୍ଖୁଡି ପଦାର୍ଥ ଅଇଣ୍ଠା ହେବା ସମ୍ୱନ୍ଧିରେ ସେତେ କଡା ନିୟମ ନାହିଁ]