ସଉକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଉକି(ଖି)ନ୍ (ନି), ସଉକି (ଖି) ନିଆ—ଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ସୌଖୀନ୍, ତୁଳ. ଆ ସୌକା) ସମ୍ପାଦନା

୧. ଯେ କୌଣସି ବିଶେଷ ବସ୍ତୁ ବା ପୋଷାକପ୍ରତି ସର୍ବଦା ବିଶେଷ ଆଗ୍ରହାନ୍ୱିତ — ୧. Having a fancy or special liking for a particular thing or dress
୨. ବିଳାସପୂର୍ଣ୍ଣ —୨. Luxurious; sportive.
୩. ଉଜ୍ଜ୍ୱଳ ପୋଷାକ ଆଦିର ପ୍ରିୟ —୩. Very fond of gala dress.
୪. ବିଳାସପ୍ରିୟ —୪. Gallant; fond of luxury.
୫. ରସଜ୍ଞ; ରସିକ —୫. Witty; humorous.
୬. ସୁଖେଚ୍ଛୁ —୬. Seeking pleasure; desirous of pleasure.
୭. ଫୁଲ୍ ବିସିନି —୭. Foppish.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସୌଖ୍ୟ, ଆରବୀ - ସୌକ୍=ଆଗ୍ରହ) ସମ୍ପାଦନା

୧. କୌଣସି ବିଶେଷ ବସ୍ତୁ ପ୍ରତି ଆଗ୍ରହ ବା ଅଦର —୧. Special liking or fancy to any particular thing.
୨. ମଉଜ ବା ଅୟସ; ସୁଖଭୋଗ; ବିଳାସ —୨. Ease; enjoyment; Iuxurious living.
୩. (ପୁଂ. ଓ ସ୍ତ୍ରୀ) ରସିକ ବ୍ୟକ୍ତି —୩. A fop; a gallant; a beaux or belle.
୪. ବିଳାସୀ ବ୍ୟକ୍ତି —୪. A person given ti dalliance or luxury.

[ଦ୍ରଷ୍ଟବ୍ୟ —ଲୋକବିଶେଷଙ୍କର (ପୁରୁଷ ବା ସ୍ତ୍ରୀଙ୍କର) ବିଶେଷ ବସ୍ତୁ (ଯଥା—ପୋଷକ, ସାଜ, ଅଳଙ୍କାର, ପାଚିଲା ଗାମୁଛା, ପାଳିତ ଜୀବ ପ୍ରଭୃତିପ୍ରତି 'ସଉକି' ଥିବା ଦେଖାଯାଏ

'ପୋଷାକ ସଉକି' ମାନେ ଚକଚକିଆ ପୋଷାକ ପିନ୍ଧିବା ଓ ଦେଖାଇ ହେବାପାଇଁ ବ୍ୟଗ୍ର ହୁଅନ୍ତି

'ବାଳ ସଉକି' ମାନେ ନାନାପ୍ରକାରେ କେଶବିନ୍ୟାସ କରି ଓ ବାଳକୁ ଭିନ୍ନ ଭିନ୍ନ ପ୍ରକାରେ ମାଙ୍ଗ କାଟି ପାନିଆ ସାହାର୍ଯ୍ୟରେ ତୈଳାଦିଦ୍ୱାରା ସଜିତ କରିବାରେ ମାତି ଥାଆନ୍ତି

ଏହିପରି 'ଲୁଗା ସଉକି' 'ଜୋତା ସଉକି' 'ନୋଳି ସଉକି' 'କୁତ୍ତା ସଉକି' 'ଦାଢ଼ି ସଉକି' 'ମୁଛ ସଉକି' ଦେଖାଯାଆନ୍ତି

'ବଟୁଆ ସଉକି' ମାନେ ପାନ ଖାଇବାପାଇଁ ରଙ୍ଗିନ ବଟୁଆରେ ରୁଖର ଘୁଙ୍ଗୁରଲଗାଭୁଣ୍ଡି ଲଗାଇ ଉକ୍ତ ବଟୁଆକୁ ଅଣ୍ଟାରେ ଖୋଷି ସର୍ବସାଧାରଣଙ୍କ ଦୃଷ୍ଟି ତହିଁପ୍ରତି ଆକର୍ଷଣ କରନ୍ତି

'ମୁଦି ସଉକି' ମାନେ କଥା କଥାକେ ହାତର ମୁଦ୍ରିକା— ଯୁକ୍ତ ଆଙ୍ଗୁଠିମାନଙ୍କୁ ଲୋକଙ୍କ ଆଗରେ ହଲାଇ ହୁଅନ୍ତି ଏବଂ ନୋଳିସଉକିମାନେ କଥା କହୁ କହୁ ବା ବାଦ୍ୟ ବଜାଉ ବଜାଉ ମୁଣ୍ଡକୁ ଇତସ୍ତତଃ ସଞ୍ଚାଳିତ କରି ଆପଣା ନୋଳି ପ୍ରତି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତି 'ପାଚିଲା ଗାମୁଛା ସଉକି' ମାନେ ଗାମୁଛା ପଚାଇବା (ଅର୍ଥାତ୍ ପାଣି, ତୋଡ଼ାଣି, ସୋରିଷ ତେଲ, ପଇଡ଼ ପାଣି, ସପୁରି ଚୁପଡ଼ାରସ, ମହୁ ଆଦି ସାହାର୍ଯ୍ୟରେ ରେଙ୍ଗାଇବା) ପାଇଁ ବହୁ କଷ୍ଟ ଓ ବ୍ୟୟ ସ୍ୱୀକାର କରନ୍ତି, ଦେହରେ ସୋରିଷ ତେଲ ଛଡ଼ା ଅନ୍ୟ ତେଲ ଲଗାଇଲେ ପାଚିଲା ଗାମୁଛାରେ ଦାଗ ଲାଗିଯିବ [ଧଳାଚିତି ବା କଳାଚିତି ମାରିଯିବା] ବୋଲି ପ୍ରାଣାନ୍ତେ ସୁଦ୍ଧା ଦେହରେ ସୋରିଷ ତେଲ ଛଡ଼ା ଅନ୍ୟ ତେଲ ଲଗାନ୍ତି ନାହିଁ ଓ ଉକ୍ତ ରଞ୍ଜିତ ଗୋମୁଛାରେ ଦାଗ ଲାଗିଗଲେ ସେମାନଙ୍କ ମନରେ ପୁତ୍ରଶୋକରୁ ବଳି ଶୋକ ଜାତ ହୁଏ

ଏହିପରି ନାନାପ୍ରକାର ସଉକି ଅଛନ୍ତି କେହି ଘର ସାଜାଇବାରେ, କେହି ବା ଜୀବଜନ୍ତୁ ପାଜିବାରେ 'ସଉକି' ହୁଅନ୍ତି ଘୋଡ଼ା ସଉକି, ପାରା ସଉକି, ଗୋବରା ଚଢ଼େଇ ସଉକି, ମେଣ୍ଢା ସଉକି ପ୍ରଭୃତି କେତେଭଳିର ସଉକି ଅଛନ୍ତି

'ମାଇପି ସଉକି' ଓ 'ବେଶ୍ୟା ସଉକି' ମାନେ ନିଜେ ଚିରା କନା ପିନ୍ଧି ଓ ପୈତୃକ ସମ୍ପତ୍ତି ନଷ୍ଟ କରି ମଧ୍ୟ୍ୟ ନିଜ ନିଜର ପ୍ରଣୟିନୀମାନଙ୍କୁ ଅୟସରେ ରଖାଇବାପାଇଁ ପ୍ରାଣ ଉତ୍ସର୍ଗ କରନ୍ତି

'ନାଟୁଆ ସଉକି' ମାନେ ନାଟୁଆ ପିଲାଙ୍କୁ ଆପଣା ସ୍ତ୍ରୀ— ବାଳକଙ୍କ ଅପେକ୍ଷା ବେଶି ଆଦର ଓ ସ୍ନେହ କରିବା ଦେଖାଯାଏ

ଏ ସବୁ ଛଡ଼ା ବିଶେଷ ବିଶେଷ ଆମୋଦର ମଧ୍ୟ ସଉକି [ପ୍ରିୟ] ଲୋକ ଦେଖାଯାଆନ୍ତି ଯଥା—ନାଟ ସଉକି, ପାଲା ସଉକି, ଆଖଡ଼ା ସଉକି, ପଶାଖେଳ ସଉକି, ଗୀତ ସଉକି ଇତ୍ୟାଦି]