ସଂକୁଚିତ
ସଂକୁଚିତ
ଉଚ୍ଚାରଣ
ସମ୍ପାଦନା(ସଙ୍କୁଚିତ—ଅନ୍ୟରୂପ)
(ସଂଙ୍କୁଚିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ସମ+କୁଚ ଧାତୁ=ଗୋଟାଇ ନେବା; ଗୁଡ଼ାର ନେବା+କର୍ମ. ତ)
ସମ୍ପାଦନା- ୧. ସଂକୀର୍ଣ୍ଣ; ଯେଉଁ ବିସ୍ତୃତ ପଦାର୍ଥକୁ ଗୋଟାଇ ନିଆ ଯାଇଥାଏ — ୧. Contracted.
- ୨. ମୁଦ୍ରିତ— ନିମୀଳିତ —୨. Closed.
- ୩. ଗୁଡ଼ିଆ ହୋଇଥିବା — ୩. Wound up.
- ୪. ଅପ୍ରସାରିତ —୪. Not spread out or expanded.
- ୫. କୁଣ୍ଠିତ; ସଂକୋଚ ପ୍ରାପ୍ତ —୫. Hesitating.
- ୬. ସଂକ୍ଷିପ୍ତ —୬. Abridged.
- ୭. କୁଞ୍ଚି କୁଞ୍ଚି ହୋଇଥିବା —୭. Shrivelled up; wrinkled.