ଷଡ୍ୱର୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଷଟ୍+ବର୍ଗ) ସମ୍ପାଦନା

୧. ଷଡ୍ରିପୁ (ଦେଖ) - — ୧. Shaṟḍ̠-ripu (See)
୨. ଧର୍ମ, ଅର୍ଥ, କାମ, ମୋକ୍ଷ, ଲୋକାଚାର ଓ ତତ୍ତ୍ୱଜ୍ଞାନରୂପ ମନୁଷ୍ୟର ଛଅଟି ଉଦ୍ଦେଶ୍ୟ —୨. The six aims of a man in this world.
୩. ଜ୍ୟୋତିଷୋକ୍ତ ରାଶିର ଛଅ ପ୍ରକାର ଭାଗ —୩. Six different parts of the Zodiacal signs according to astrology.

[ଯଥା—୧ କ୍ଷେତ୍ର (ମେଷ ଓ ବୃଶ୍ଚିକ ମଙ୍ଗଳର କ୍ଷେତ୍ର, ବୃଷ, ଓ ତୁଳା ଶୁକ୍ରର କ୍ଷେତ୍ର, ମିଥୁନ ଓ କନ୍ୟା ବୁଧର କ୍ଷେତ୍ର, କର୍କଟ ଚନ୍ଦ୍ରର କ୍ଷେତ୍ର, ଧନୁ ଓ ମୀନ ବୃହସ୍ପତିର କ୍ଷେତ୍ର ଓ ମକର ଓ କୁମ୍ଭ ଶନିର ଓ ସିଂହ ରବିର କ୍ଷେତ୍ର ଅଟେ); ୨ ହୋରା (ରାଶିର ଅର୍ଦ୍ଧାଂଶ);୩ ଦ୍ରେକ୍କାଣ (ରାଶିର ଏକ ତୃତୀୟାଂଶ); ୪ ନବାଂଶ (ରାଶିର ଏକ ନବମାଂଶ); ୫ ଦ୍ୱାଦଶାଂଶ (ରାଶିର ଏକ ଦ୍ୱାଦଶାଂଶ), ୬ ତ୍ରିଶାଂଶ (ରାଶିର ଏକତ୍ରିଂଶାଂଶ) ଷଡ୍ୱର୍ଗ ଅଟେ]

୧. କ୍ଷେତ୍ର:—ମେଷ ଓ ବୃଶ୍ଚିକ ମଙ୍ଗଳର, ବୃଷ ଓ ତୁଳା ଶୁକ୍ରର, ମିଥୁନ ଓ କନ୍ୟା ବୁଧର, କର୍କଟ ଚନ୍ଦ୍ରର, ସିଂହ ରବିର, ଧନୁ ଓ ମୀନ ବୃହସ୍ପତିର ଏବଂ ମକର ଓ କୁମ୍ଭ ଶନିର କ୍ଷେତ୍ର ବା ଗୃହ ଅଟେ ଯେଉଁ ଲଗ୍ନରେ ଜାତକ ଜନ୍ମ ହୋଇଥାଏ ତାହାର ଅଧିପତି ଗ୍ରହର କ୍ଷେତ୍ରରେ ତାହାର ଜନ୍ମ ହୋଇଅଛି ବୋଲି ସ୍ଥିର ହେବ; ଯଥା, କାହାର ମେଷ ଲଗ୍ନରେ ଜନ୍ମ ହେଲେ ତାହାର ମଙ୍ଗଳର କ୍ଷେତ୍ରରେ ଜନ୍ମ ହୋଇଛି ବୋଲି ଧରାଯିବ
୨. ହୋରା—ରାଶିର ଅର୍ଦ୍ଧାଂଶ ବା ୧୫: ଅଂଶ; ବିଷମ ରାଶିର ଆଦ୍ୟ ହୋରାର ଅଧିପତି ରବି ଓ ଶେଷ ହୋରାର ଅଧିପତି ଚନ୍ଦ୍ର ଅଟନ୍ତି ସମ ରାଶିର ଆଦ୍ୟ ହୋରାଧିପତି ଚନ୍ଦ୍ର ଓ ଶେଷ ହୋରାଧିପତି ରବି ଅଟନ୍ତି
୩. ଦ୍ରେକ୍କାଣ—ରାଶିର ଏକ ତୃତୀୟାଂଶ ବା ୧ ଅଂଶ ପ୍ରଥମ ଦଶାଂଶର ଅଧିପତି ସେହି ରାଶିର ଅଧିପତି; ଦ୍ୱିତୀୟ ଦଶାଂଶର ଅଧିପତି ସେହି ରାଶିର ପଞ୍ଚମ ରାଶିର ଅଧିପତି, ତୃତୀୟ ଦଶାଂଶର ଅଧିପତି ସେହି ରାଶିର ନବମ ରାଶିର ଅଧିପତି ଅଟନ୍ତି
୪. ନବାଂଶ—ରାଶିର ଏକନବମାଂଶ ବା ୩ଅଂଶ ୨); ଚରରାଶିମାନଙ୍କର ସେହିମାନଙ୍କଠାରୁ, ସ୍ଥିରରାଶିମାନଙ୍କର ନବମରୁ ଓ ଦ୍ୱାତ୍ମିକ ରାଶିମାନଙ୍କର ପଞ୍ଚମରୁ ନବାଂଶାଧିପତି ଗଣିବାକୁ ହୁଏ


୫. ଦ୍ୱାଦଶାଂଶ—ରାଶିର ଦ୍ୱାଦଶ ଭାଗରୁ ଏକ ଭାଗ ବା ୨ ଅଂଶ ୩, ରାଶିର ଅଧିପତି ପ୍ରଥମ ଦ୍ୱାଦଶାଂଶର ଅଧିପତି ଅଟନ୍ତି, ଏହି କ୍ରମରେ ଗଣିବାକୁ ହୁଏ
୬. ତ୍ରିଶାଂଶ—ରାଶିର ତିରିଶ ଭାଗରୁ ଭାଗେ ବା ୧ ଅଂଶ ବିଷମ ରାଶିର ପ୍ରଥମ ୫ ଅଂଶରେ ମଙ୍ଗଳର, ତା ପରେ ୫ ଅଂଶରେ ଶନିର, ତା ପରେ ଆଠ ଅଂଶରେ ବୃହସ୍ପତିର, ତା ପରେ ୭ ଅଂଶରେ ବୁଧର ଓ ଶେଷ ୫ ଅଂଶରେ ଶୁକ୍ରର ଅଧିକାର ସମ ରାଶିରେ ପ୍ରଥମ ୫ ଅଂଶରେ ଶୁକ୍ରର, ତା ପରେ ୭ ଅଂଶରେ ବୁଧର, ତା ପରେ ୮ ଅଂଶରେ ବୃହସ୍ପତିର, ତା ପରେ ୫ ଅଂଶରେ ଶନିର ଓ ଶେଷ ୫ ଅଂଶରେ ମଙ୍ଗଳର ଅଧିକାର

ଷଡ୍ ବର୍ଗଫଳ—ଷଡ୍ୱର୍ଗର ଅଧିପତିମାନଙ୍କୁ ନେଇ ବିଭିନ୍ନ ଶୁଭାଶୁଭ ନିଶ୍ଚିତ କରାଯାଏ ଶୁଭ ଗ୍ରହର ଷଡ୍ୱର୍ଗରେ ଜନ୍ମ ହେଲେ ଜାତକ ସୁନ୍ଦର, ଖ୍ୟାତିମାନ୍ ଓ ଧନଯୁକ୍ତ ହୁଏ ଅଶୁଭ ଗ୍ରହର ଷଡ୍ୱର୍ଗରେ ଜନ୍ମ ହେଲେ ଜାତକ କୁତ୍ସିତ ଓ ଅଳ୍ପ ଧନଯୁକ୍ତ ହୁଏ

ସ୍ଥିର ରାଶି—ବୃଷ, ସିଂହ, ବୃଶ୍ଚିକ ଓ କୁମ୍ଭ

(ଜ୍ୟୋତିଷବିଶାରଦ ଶ୍ରୀ ବାଇକୋଳି ମହାପାତ୍ରଙ୍କ ଲିଖିତ)