ଶେଣି
ଶେଣି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ରେଣୀ)
ସମ୍ପାଦନାଚାଳଘରର ଖୁଣ୍ଟ ଉପରେ ବା କାନ୍ଥ ଉପରେ ଲମ୍ୱ ବାଗରେ ଦିଆଯିବା ଲମ୍ୱ କାଠ, ଯହିଁ ଉପରେ ରୁଆମାନ ଆଡ଼ ବାଗରେ ପଡ଼େ —Roof plate; pole plate; wall plate; wooden plates put over the pillars and over which the rafters are put cross-wise in a thatched house.
[ଚଦ୍ର—ସାଧାରଣ ନାଆଚାଳିଆ ଘରର ମଥାନରେ ଗୋଟିଏ ଶେଣି ଓ ଦୁଇ ପାଖ କାନ୍ଥ ଉପରେ ଦୁଇଟି ଶେଣି ଏପରି ତିନି ଗୋଟିଏ ଶେଣି ପଡ଼େ ମଜଭୂତିଆ ଘର କରିବାକୁ ଓରା ଉପରେ ଖୁଣ୍ଟି ବସାଇ ସେ ଖୁଣ୍ଟି ଉପରେ ଆହୁରି ଅଧିକ ଯୋଡ଼ା ଶେଣି ପକାଇବାକୁ ହୁଏ ତାହାହେଲେ ପାଞ୍ଚଶେଣିଆ, ସାତ ଶେଣିଆ ଓ ନଅnଶେଣିଆ ଘର ହୁଏ
ବଖରାଏ ଘର ତିଆରି କରିବାକୁ ହେଲେ ପ୍ରଥମେ ମଝିରେ ଉଚ୍ଚ (ତୁଳିଆ) ଖୁଣ୍ଟ ଓ ଦୁଇ ପାଖରେ ଦୁଇଟି
ଲେଖାଏଁ ଛୋଟ (ପାରିଆ) ଖୁଣ୍ଟ (posts) ପୋତାଯାଏ ପାରିଆ ଖୁଣ୍ଟଦ୍ୱୟର ଉପରେ ଆଡ଼ ବାଗରେ' ଉରା (cross- beams ବା tie beam) ପଡ଼େ ଉକ୍ତ ତୁଳିଆ ଖୁଣ୍ଟ (king post) ସଙ୍ଗେ ଆଡ଼ବାଗରେ ସଂଯୁକ୍ତ ହୁଏ ଉରା ପଡ଼ି ସାରିଲେ ଉଭୟ ପାଖରେ ପାରିଆ ଖୁଣ୍ଟମାନଙ୍କ ଉପରେ ଲମ୍ୱ ବାଗରେ ଓ ତୁଳିଆ ଖୁଣ୍ଟ ଉପରେ ଲମ୍ୱ ବାଗରେ ଶେଣି (roof plate ବା wall plate) ପକାଯାଏ ତୁଳିଆ ଶେଣିଟି ଉଚ୍ଚତମ ଶେଣି ସେହି ତୁଳିଆ ଶେଣି ଉପରେ ପାରିଆ ଶେଣି ପର୍ଯ୍ୟନ୍ତ ରୁଅ (Rafter) ମାନଙ୍କୁ ଆଡ଼ବାଗରେ ଲମ୍ୱାଇବାକୁ ହୁଏ; ରୁଆମାନଙ୍କ ଉପରେ ପତଳା କଳା ପାରି ସେ ବତା (ପାରେଣିବତା)କୁ ରୁଅ ସଙ୍ଗେ ଦଉଡ଼ି, ବତା ବା ଦ୍ୱାରା ବେତାରିବାକୁ ହୁଏ ତା ଉପରେ ଛଣ ଆଦି ଛଣିଆ କଲେ ଚାଳ ନିର୍ମାଣ କର୍ମ ଶେଷ ହୁଏ
ଶେଣି ଦୁଇ ପ୍ରକାର ଯଥା—ତଳିଆ ବା ମଥାନ ଶେଣଇ ଓ ପାରିଆ ଶେଣି ତାଳ ଗଛରେ ଲମ୍ୱ ଗଣ୍ଡିକୁ ଚିରି ଯେଉଁ ଶେଣି କରାଯାଏ ତାହାକୁ ତାଳଶେଣି କହନ୍ତି ତାଳଶେଣି ଅନ୍ୟ ଜାତୀୟ କାଠର ଶେଣି ଅପେକ୍ଷା ମଜବୁତ ଓ ବହୁକାଳସ୍ଥାୟୀ ଏମନ୍ତେ କି, ଦେଉଳମାନଙ୍କରେ ଯେଉଁ ତାଳ ଶେଣୀ ଓ ଅଡ଼ଧାରଣମାନ ଦିଆଯାଇ ତା ଉପରେ ପଥର ବୋଝ ଲଦା ହୁଏ, ଉକ୍ତ ଶେଣିମାନ ହଜାର ବର୍ଷରେ ସୁଦ୍ଧା ଶତରା ବା ଉଈଖିଆ ବା ପୋକ ଲତା ନ ହେବା ଦେଖାଯାଇ ଅଛି ଏଥିପାଇଁ ପ୍ରାବାଦ ଅଛି ଯେ—
"ପୋତାଶାଳ (ଅର୍ଥରେ ପୋତା ଯାଇଥିବା ଶାଳକାଠ, ଅର୍ଥାତ୍ ଯେଉଁ ଘରେ ଶାଳୁଅ କାଠରେ ଖୁଣ୍ଟ ଦିଆଯାଇ ଥାଏ), ଉଭା ତାଳ (ଯେଉଁ ଘରେ ତାଳକାଠର ଉରା ହୋଇଥାଏ—ଅର୍ଥାତ, ତାଳଶେଣୀ ଲାଗିଥାଏ), ରୁଅ ଦେନ୍ତାଳ (ହେନ୍ତାଳକାଠରେ ରୁଆଥିବା ଘର), ଗୁଣ୍ଠି ବେତାଳ (ବେତଦ୍ୱାରା ଯେଉଁ ଘରର ରୁଆ ଉପରେ ପାରିଣୀବତା ବିଞ୍ଚା ହୋଇଥିଏ), ଘରଣୀ ଗେତାଳ (ଯେଉଁ ଘରେ ଗୃହିଣୀ ସବୁ ବିଷୟରେ ସାବଧାନ ଥାଆନ୍ତି), ତେବେ ସେ ଘରଯାଏ ଅପାରକାଳ"]