ଶୁଝିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଧ୍ ଧାତୁରୁ) ସମ୍ପାଦନା

୧. (ସକର୍ମକ) ଋଣ ପରିଶୋଧ କରିବା; ଋଣ ଶୁଝିବା —୧. To repay or pay off a debt.
୨. (ସକର୍ମକ)
ଧାରେ ପରିଶୋଧ କରିବା; ଧାର ଶୁଝିବା —୨. To repay a loan.

ଅନୁବାଦ ସମ୍ପାଦନା

୩. (ସକର୍ମକ) ଖେଳରେ ଜୀତିବାଦ୍ୱାରା ପ୍ରଥମେ ଜୀତିବା ବ୍ୟକ୍ତିକୁ ବୋଝ ପରିଶୋଧ କରିବା —୩. To retrieve or make up one's loss in a game by winning subsequently.

[ଦ୍ରଷ୍ଟବ୍ୟ —କଉଡ଼ି ଖେଳରେ ମୋ ଉପରେ ତାଙ୍କର ୩ ବୋଝ ହୋଇଥିଲା ମୁଁ ସେ ତିନି ବୋଝ ଶୁଝି ତାଙ୍କ ଆହୁରି ଦୁଇ ବୋଝ ଦେଲି]

ଅନୁବାଦ ସମ୍ପାଦନା

୪. (ଅକର୍ମକ) (ବର କନ୍ୟାଙ୍କର ଜାତକମାନ) ମେଳ ବା ଅନୁକୁଳ ଅବସ୍ଥା ଗଣନାଦ୍ୱାରା ଦେଖାଯିବା —୪. To appear after calculation to tally each other (said of the horoscopes of bride and bridegroom elect).

[ଉ—ପାତ୍ର ପାତ୍ରିଙ୍କ ଜାତକ ନ ଶୁଝିବାରୁ ବିବାହ ପ୍ରସ୍ତାବ ଭାଙ୍ଗିଗଲା]

ଅନୁବାଦ ସମ୍ପାଦନା

୫. ବିବାହ ଆଦି ପାଇଁ ଅନୁକୁଳ ଦିବସ ମିଳିବା — ୫. To be found out suitably (said of an auspicious day being found out for some ceremony).

[ଉ—ଏ ବର୍ଷ ମୋ ନାତିର ବ୍ରତଘର ପାଇଁ ଗୋଟିଏ ଦିନ ସୁଝିଲା ନାହିଁ]

ଅନୁବାଦ ସମ୍ପାଦନା

୬. (ସକର୍ମକ) (ବୁଝିବା କ୍ରିୟାର ସହଚର ରୂପେ ବ୍ୟବହୃତ) କୌଣସି ବିଷୟ ଉତ୍ତମରୂପେ ବା ନିଃସନ୍ଦେହରୂପେ ହୃଦୟଙ୍ଗମ କରିବା —୬. To understand or comprehend a thing fully.

[ଉ—ବୁଝି ସୁଝି କାମ କଲେ ପରେ ପ୍ରମାଦରେ ପଡ଼ିବା ହୁଏ ନାହିଁ]