ଶୁକ୍ରାଚାର୍ଯ୍ୟ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା=ଶୁକ୍ର+ଆଚାର୍ଯ୍ୟ)

ସମ୍ପାଦନା

ମୁନିବିଶେଷ; ଦୈତ୍ୟ ଗୁରୁ; ଭାଗ ବ; ଉଶନାଃ —Name of a sage; the spritiual preptor of the demous in the Hindu mythology.

[ଦ୍ରଷ୍ଟବ୍ୟ —ଶୁକ୍ର ଭାଗୁମୁନିଙ୍କ ପୁତ୍ର ବୋଲି କଥିତ ମତାନ୍ତରରେ ଏ ମହାଦେବଙ୍କ ଉପସ୍ଥ ଦ୍ୱାରରୁ ବହିର୍ଗତ ହୋଇଥିବାରୁ ଏହାଙ୍କ ନାମ 'ଶୁକ୍ର' ହୋଇଥାଏ ଏହାଙ୍କର ଦୁଇ ପୁତ୍ର ଷଣ୍ଢ ଓ ଅମର୍କ ଏବଂ ଦୁଇ କନ୍ୟା ଦେବଯାନୀ ଓ ଅରଜା ବଳି ରାଜାଙ୍କ ଦାନ ସମୟରେ ଏ ଦାନ ବିଷୟେର ବ୍ୟାଘାତ ଆଟାଇବାରୁ ଏହାଙ୍କର ଗୋଟିଏ ଆଖି ନଷ୍ଟ ହୋଇଥିଲା ଏଥିପାଇଁ ଏହାଙ୍କୁ 'କଣା ଶୁକ୍ର' ବୋଲାଯାଏ ଏବଂ କଣା ଲୋକଙ୍କୁ ବ୍ୟଙ୍ଗ୍ୟୋକ୍ତି କରି 'ଶୁକ୍ର' ନାମରେ ଡକାଯାଏ

ଏ ମୃତସଞ୍ଜୀବନୀ ମନ୍ତ୍ରଦ୍ୱାରା ଦେବାସୁର ଯୁଦ୍ଧରେ ନିହତ ରାକ୍ଷସମାନଙ୍କୁ ଜୀଆଁଇଥିଲେ ଏହାଙ୍କଠାରୁ ଏହି ବିଦ୍ୟା ଶିକ୍ଷା କରିବାପାଇଁ ଦେବତାମାନେ ଦେବଗୁରୁ ବୃହସ୍ପତ୍ତିଙ୍କ ପୁତ୍ର କଚଙ୍କୁ ଏହାଙ୍କ ନିକଟକୁ ପଠାଇଥିଲେ କଚ ଏହାଙ୍କ ଗୃହରେ ଶିଷ୍ୟରୂପେ ରହିବାବେଳେ ଶୁକ୍ରକନ୍ୟା ଦେବଯାନୀଙ୍କ ଅନ ରାଗଭାଜନ ହୋଇଥିଲେ କଚ ମୃତସଞ୍ଜୀବନୀ ବିଦ୍ୟା ଶିଖିବାପାଇଁ ଆସିଥିବା କଥା ଜାଣିପାରି ଅସୁରମାନେ କଚଙ୍କୁ ୩ ଥର ବଧ କଲେ କିନ୍ତୁ ଦେବଯାନୀଙ୍କ ଅନୁରୋଧରେ ଶୁକ୍ର କଚଙ୍କୁ ୩ ଥର ଯାକ ଜୀଆଁଇଲେ ଦଣ୍ଡକ ଦେଶର ପରାଜା ଶୁକ୍ରଙ୍କର ଅନ୍ୟ କନ୍ୟା ଅରଜାଙ୍କ ପ୍ରତି ବଳପ୍ରକାଶ କରିବାରୁ ଶୁକ୍ରଙ୍କ ଶପରେ ଉକ୍ତ ରାଜା ଭସ୍ମୀଭୂତ ହେଲେ ଓ ତାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହେଲା ରାଜା ଯଯାତି ଶୁକ୍ରଙ୍କ କନ୍ୟା ଦେବଯାନୀଙ୍କୁ ବିବାହ କଲେ କିନ୍ତୁ ଯଯାତି ତାଙ୍କର ଅନ୍ୟ ପତ୍ନୀ ଶର୍ମିଷ୍ଠାଙ୍କପ୍ରତି ପକ୍ଷପାତ ଆଚରଣ କରିବାକୁ ଶୁକ୍ରଙ୍କ ଅଭିଶାପରେ ଯଯାତି ଅକାଳରେ ଜରାଗ୍ରସ୍ତହୋଇଗଲେ (ଯଯାତି ଦେଖା) ଶୁକ୍ରମୁନି ନୀତୀଶାସ୍ତ୍ରର ପ୍ରଣେତା ଅଟନ୍ତି]