ଶାଗ
ଶାଗ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବି—(ସଂ ଶାକ)
ସମ୍ପାଦନା- ୧. ଶାକ (ଦେଖ) - —୧. Ṡāka (See)
- ୨. (ଜୟପୁର) ବ୍ୟଞ୍ଜନ; ତିଅଣ —୨. Curry.
[ଦ୍ରଷ୍ଟବ୍ୟ —ସାଧାରଣତଃ କେତେକ ବୃକ୍ଷ ଓ ଗୁଳ୍ମ ଏବଂ ଲତା— ମାନଙ୍କର କୋମଳ ପତ୍ର, ଯାହାକୁ ଅଗ୍ନି ଉତ୍ତୋପରେ ପାକ କରି ଅନ୍ନାଦି ସଙ୍ଗରେ ଖିଆଯାଏ, ତାକୁ ଶାଗ ବୋଲାଯାଏ ହିନ୍ଦୀରେ ସବୁପ୍ରକାରର ପରିବା ଓ ପରିବାର ତିଅଣକୁ ଶାଗ ବୋଲାଯାଏ ଅନେକ ପ୍ରକାରର ଗୁଳ ଶାଗରୂପେ ବ୍ୟବହୃତ ହୁଏ ଯଥା—
କୃଷିଦ୍ୱାରା ଉତ୍ପନ୍ନ: ===
- ୧. ଲେଉଟିଆ—ଏହା ତିନି ପ୍ରକାର—(ସଂସ୍କୃତ - ତଣ୍ଡୁଳୀୟ) (କ) ସାଧାରଣ (ଖ) କାଣି (ଗ) କଣ୍ଟା
- ୨. କୋଶଳା— ଏହା ପାଞ୍ଚପ୍ରକାର—(କ) ଲଟା, (ଖ) ଡେଙ୍ଗା, (ଗ) ଚେକା, (ଘ) ଧଳା, (ଙ) ନାଲି
- ୩. ଖଡ଼ା ବା ମାରିଷ—ଏହା ଚାରି ପ୍ରକାର—(କ) ଖାରି ବା ଖାରିଆ ବା ଗୋବରିଆ, (ଖ) ମିଠା, (ଗ) ନାଲି, (ଘ) କଣ୍ଟାମାରିଷ
- ୪. ପୁରୁଣି— ଏହା ତିନି ପ୍ରକାର—(ସଂ ପୁନର୍ନବା) (କ) ଶେତ ବା ଛେତ, (ଖ) ନାଲି, (ଗ) ନେଳି
- ୫. ପାଳଙ୍ଗ—ଏହା ତିନି ପ୍ରକାର—(ସଂସ୍କୃତ - ପାଲଙ୍କ୍ୟା; ବଂ—ପାଲମ୍) (କ) ମିଠା, (ଖ) ଖଟା, (ସଂ ଚୁକ୍ରା) (ଗ) ଜଳବେତ ବା ନଇବେତ, (ଜଳ ବେତସ)
- ୬. ପିଡ଼ଙ୍ଗ—(ସଂ ପୃକ୍କା)
- ୭. ବଥୁଆ—ଏହା ଦୁଇ ପ୍ରକାର—(ସଂ ବାସ୍ତୁକ, ଶାକରାଟ୍) (କ) ଧଳା, (ଖ) ନାଲି ବା ଟାଙ୍ଗୀ (ସଂ ରକ୍ତ ବା ଗୌଡ଼ ବାସ୍ତୁକ)
- ୮. ବିଲାତୀ ମଦରଙ୍ଗା
- ୯. ଚାକୁଣ୍ଡା (ସଂ ଚକ୍ରମର୍ଦ୍ଦ)—ଏହା ଦୁଇ ପ୍ରକାର—(କ) ସାଧାରଣ, (ଖ) ଭାର୍କୁଣ୍ଡା
- ୧. କୋବି—ଏହା ତିନି ପ୍ରକାର—(କ) ବନ୍ଧା (ଏହାର ପତ୍ର ଖାଦ୍ୟ), (ଖ) ଫୁଲ (ଏହାର ଫୁଲ ଖାଦ୍ୟ), (ଗ) ଉଲ୍ (ଏହାର ମୂଳ ଖାଦ୍ୟ)
- ୧୧. ପୋଇ (ସଂସ୍କୃତ - ପୋତକୀ, ଉପୋଦକୀ)
ବିନା କୃଷିରେ ପଡ଼ିଆରେ ଜାତ: ===
- ୧. କନାଶିରି ବା କାନିଶିରି
- ୨. ବାଲୁବାଲୁଆ
- ୩. ଲାଜକୋ(କୁ)ଳି (ସଂସ୍କୃତ - ଲଜ୍ଜାକୁଳା; ବଂ—ଲଜ୍ଜାଳ୍ୱ)
- ୪. ଗୟସ
- ୫. ପିତାଶାଗ (ସଂ ଗ୍ରୀଷ୍ମ ସୁନ୍ଦରକ, ବଙ୍ଗାଳୀ - ଗୀମେଶାକ୍)
- ୬. ନାଳନାଳୁଆ
- ୭. ମୁଠିଶାଗ (ବଂ—ଗିମା)
- ୮. ଆମଳିତି (ସଂସ୍କୃତ - ଅମ୍ଳଲୋଣିକା, ଚାଙ୍ଗେରୀ)
- ୯. ଲୁଣ ଶାଗ (ବଂ—ନୁନା, ସଂସ୍କୃତ - ଲୋଣୀ) ଏହା (କ) ସାଧାରଣ ଓ (ଖ) ବଡ଼ ଲୁଣୀ ଭେଦରେ ଦୁଇ ପ୍ରକାର)
ପାଣିରେ ଓ ପାଣି କୂଳରେ ଜାତ: ===
- ୧. କଳମ ବା କଳମ୍ୱ [ସଂ କଳମ୍ୱୀ, ବଙ୍ଗାଳୀ - କଲମୀ]
- ୨. ସୁନୁସୁନିଆ [ସଂସ୍କୃତ - ସୁନିଷଣ୍ଡ, ବଙ୍ଗାଳୀ - ସୁସ୍ନି]
- ୩. ହିଡ଼ି— ମିଚା ବା ହିଡ଼ିହିଡ଼େ଼ଇ ବା ହିଡ଼ିମିଚି ବା ହିରିହିରେଇ [ସଂସ୍କୃତ - ହିଲମୋଚିକା, ବଂ ହିଂଚା]
- ୪. ମଦରଙ୍ଗା [ସଂସ୍କୃତ - ଶାଳିଞ୍ଚ, ବଙ୍ଗାଳୀ - ଶାଲିଞ୍ଚ ବା ଶାଞ୍ଚେଶାକ]
- ୫. କୋଇଲେଖା [ସଂସ୍କୃତ - କୋକିଳାକ୍ଷ]
ଗୁଳ୍ମ ଓ ଲତା, ଯାହାର କୋମଳ ପତ୍ର, ଡଙ୍କ ଓ ଫୁଲ ଓ ଡାଙ୍ଗ ଶାଗରୂପେ ବ୍ୟବହୃତ ହୁଏ: ===
- ୧. ମୂଳା [ସଂସ୍କୃତ - ମୂଳକ]
- ୨. ଗେଙ୍ଗୁଟି [ସଂସ୍କୃତ - ଙ୍ଘଣ୍ଟା କର୍ଣ୍ଣ; ବଙ୍ଗାଳୀ - ଘେଁଟୁ]
- ୩. ବୋଇତି କଖାରୁ
- ୪. କନ୍ଦମୂଳ
- ୫. ପର୍ବତ କାଉଁରିଆ
- ୬. ସୋରିଷ [ସଂସ୍କୃତ - ସର୍ଷପ]
- ୭. ଲାଉ [ସଂସ୍କୃତ - ଅଲାବୁ]
- ୮. ଧନିଆ [ସଂ ଧନ୍ୟାକ]
- ୯. ନଳିତା [ସଂସ୍କୃତ - ପଟ୍ଟଶାତ]
- ୧. ଯୁଆଣୀ [ସଂସ୍କୃତ - ଯବାନୀ]
- ୧୧. କଲରା [ସଂସ୍କୃତ - କାରବେଲ୍ଲ]
- ୧୨. ଲଙ୍କାମରିଚ
- ୧୩. ପୋଟଳ [ସଂସ୍କୃତ - ପଟୋଳ]
- ୧୪. ବିଲାତୀ ଆଳୁ
- ୧୫. କଇଞ୍ଚି କାକୁଡ଼ି [ସଂସ୍କୃତ - ବିମ୍ୱ]
- ୧୬. ପୁଦିନା ବା ପୋଦନା [ସଂ ରୋଚନୀ]
- ୧୭. ବୁଟ [ସଂସ୍କୃତ - ଚଣକ]
- ୧୮. ଚଣା [ସଂ ଚଣକ]
- ୧୯. ମଟର [ସଂସ୍କୃତ - କଳାୟ ଶାକ]
- ୨. ସାରୁ [ସଂ କଚୁ]
ବଡ଼ ଗଛ, ଯହିଁର କୋମଳ ପତ୍ର ଓ କଢ଼ ଶାଗରୂପେ ବ୍ୟବହୃତଃ ===
- ୧. ନିମ୍ୱ [ସଂସ୍କୃତ - ନିମ୍ୱ]
- ୨. ବରଡ଼ା [ଗଡ଼ଜାତରେ]
- ୩. ଶଜନା [ସଂ ଶୋଭାଞ୍ଜନ]
- ୪. ଝୁମ୍ପୁଡ଼ି,
- ୫. ମୂଷଳିଆ [ଗଡ଼ଜାତରେ]
- ୬. ଧନିଚା,
- ୭. ଭଦ— ଭଦଳିଆ
ଯେଉଁ ବନ୍ୟ ଗୁଳ୍ମାଦିର ପତ୍ର ଶାକରୂପେ ବ୍ୟବହୃତ ହୁଏ, ତାହାର ନାମ ଜଣା ନ ଥିଲେ କିମ୍ୱା ନାନା ଜାତୀୟ ଗୁଳ୍ମର ପତ୍ରକୁ ମିଶାଇ ଶାଗରୂପେ ବ୍ୟବହୃତ ହେଲେ ତାହାକୁ ଅନାମନା ବା ଅନାବନା ଶାଗ କହନ୍ତି ଏହା ଛଡ଼ା ସାଧାରଣ ଲୋକେ ଅନ୍ୟାନ୍ୟ ବୃକ୍ଷ ଗୁଳ୍ମାଦିର ପତ୍ରକୁ ଶାଗ ରୂପେ ବ୍ୟବହାର କରନ୍ତି ଓ ଦୁର୍ଭକ୍ଷ ସମୟରେ ଅନ୍ନାଭାବ— ଗ୍ରସ୍ତ ଗରିବ ଲୋକେ ପଡ଼ିଆରେ ଜନ୍ମୁଥିବା ନାନା ଗୁଳ୍ମର ପତ୍ରାଦିକୁ ଶାଗରୂପେ ଖାଆନ୍ତି