ଶରତ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - (ଫା) ବିଶେଷ୍ୟ - (କଚିରିଆ) (ଆରବୀ - ଶର୍ତ୍ତ)

ସମ୍ପାଦନା

କୌଣସି କଥାବାର୍ତ୍ତା ବା ଚୁକ୍ତିର ଆନୁଷାଙ୍ଗିକ ନିୟମ ବା ଅଙ୍ଗ — Condition or terms of any contract.

[ଯଥା ସନ୍ଧି ଶରତ୍, ପଟାର ଶରତ୍]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶରତ୍ଚନ୍ଦ୍ର)

ସମ୍ପାଦନା

ଶରଚ୍ଚନ୍ଦ୍ରର ଡ଼ାକ ନାମ —Name for calling Ṡarachchandra.

=== ସଂସ୍କୃତ - ବିଶେଷ୍ୟ - (ମୂଳଶବ୍ଦ)

(ସଂସ୍କୃତ - ଶରତ୍ ଶବ୍ଦର ପ୍ରଥମା ବିଭକ୍ତିର ୧ ବଚନରେ 'ଶରଦ୍' ହୁଏ, ମାତ୍ର ଓଡ଼ିଆରେ ସାଧାରଣତଃ ପ୍ରଥମା ବିଭକ୍ତିରେ 'ଶରତ୍' ଶବ୍ଦ ବ୍ୟବହୃତ ହୁଏ) ===

ଋତୁ ବିଶେଷ; ବର୍ଷାର ପରବର୍ତ୍ତୀ ଓ ହେମନ୍ତର ପୂର୍ବବର୍ତ୍ତୀ ଋତୁ; ଆଶ୍ୱିନ ଓ କାର୍ତ୍ତିକ ଏହି ଦୁଇ ମାସ (ମତାନ୍ତର ଭାଦ୍ର ଓ ଆଶ୍ୱିନ ମାସ ଦ୍ୱୟ) —Autumn season (months of Āṡawina and Kārttika or Bhādra and Āṡawina).

[ଦ୍ରଷ୍ଟବ୍ୟ —ବୈଦିକ କାଳରେ ଓ ବୈଦ୍ୟକ ଗ୍ରନ୍ଥ ମତରେ ଭାଦ୍ର ଓ ଆଶ୍ୱିନ ମାସକୁ ଶରତଋତୁ ବୋଲା ଯାଉଥିଲା; ବର୍ତ୍ତମାନ ଆଶ୍ୱିନ ଓ କାର୍ତ୍ତିକକୁ ଶରଦ୍ଋତୁ ବୋଲାଯାଏ (ହିନ୍ଦୀ - ଶ ଓ ବିଶ୍ୱକୋଷ) ମାଧବଚାର୍ଯ୍ୟଙ୍କ ପ୍ରଣୀତ କାଳମାଧବ ନାମକ ଗ୍ରନ୍ଥରେ ଇଷ (ଆଶ୍ୱିନ) ଓ ଊର୍ଚ୍ଚ (କାର୍ତ୍ତିକ) ମାସଦ୍ୱୟକୁ ଶରତ୍କାଳ ବୋଲା ଯାଇଅଛି]