ଶଣ୍ଢେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ଶଣ୍ଡ) ସମ୍ପାଦନା

୧. (ସକର୍ମକ) ଏକ ପଦାର୍ଥକୁ ବା ବ୍ୟକ୍ତିକୁ ଆଣି ଅନ୍ୟ ପଦାର୍ଥ ବା ବ୍ୟକ୍ତି ସହିତ ଜୁଟ କରାଇଦେବା; ଜୁଟାଇବା —୧. To cause a thing or person to meet another.

ଅନୁବାଦ ସମ୍ପାଦନା

୨. (ଅକର୍ମକ) (ବୃକ୍ଷାଦି) ଗଜାଇବା; କୁଆଁଦେବା; ଶଣ୍ଡାଦେବା —୨. To send forth new stems sprout or shoots; to sprout.

ଅନୁବାଦ ସମ୍ପାଦନା

୩. ପୁରୁଷ (ପର ପୁରୁଷ ବା ଜାର)ର ନେଇ ସ୍ତ୍ରୀ ଲୋକ (ପର ସ୍ତ୍ରୀ ବା ପରବଧୁ ଆଦି)ର ନିକଟରେ କାମ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ପହୁଞ୍ଚାଇବା —୩. To act as a panderer; to secure amorous meeting between a woman and a lover.

ଅନୁବାଦ ସମ୍ପାଦନା

୪. (ଗଛଆଦି) ଶଣ୍ଢା ହୋଇ ବଢ଼ିବା; ବହ୍ଲାଇବା(ଦ୍ର—ଗଛମାନ ଶଣ୍ଢାଇଲେ ସେଥିରେ ଫଳ ଧରେ ନାହିଁ); ବହ୍ଲା ହୋଇ ବଢ଼ିବା —୪. To grow overluxuriantly (said of palnts which do not bear fruit owing to over growth.)

ଅନୁବାଦ ସମ୍ପାଦନା

୫. (କୌଣସି ସ୍ତ୍ରୀ) ଅତିରିକ୍ତ ରୂପେ ସ୍ଥୂଳ ଓ ମାଂସଳ ହେବା —୫. (A woman) To grow excessively fat.

[ଦ୍ରଷ୍ଟବ୍ୟ —ଏପରି ହେଲେ ସ୍ତ୍ରୀ ଗର୍ଭ ଧାରଣ କରିବାକୁ ଅକ୍ଷମା ହୁଏ]

ଅନୁବାଦ ସମ୍ପାଦନା

୬. ମକମକେଇବା; ହମହମେଇବା; (କୌଣସି ସ୍ତ୍ରୀ) ବିଶେଷ କାମାତୁରା ହୋଇ ନିକଟରେ ଉପସ୍ଥିତ ପୁରୁଷ ସଙ୍ଗମାର୍ଥ ନେତ୍ରବକ୍ର ବିକାରାଦିଦ୍ୱାରା ଉଦ୍ୱେଗ ବା ଅସ୍ଥିରତା ପ୍ରକାଶ କରିବା — ୬. (A woman) To show signs of excessive eagerness for satiating her lust with any man appearing before her.