ଶଚି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶଚ୍ ଧାତୁ=କହିବା+କର୍ତ୍ତ ଅ+ସ୍ତ୍ରୀ ଇ, ଈ; ଯେ ମଧୁର ବାକ୍ୟ କହନ୍ତି)

ସମ୍ପାଦନା
୧. ଇନ୍ଦ୍ରଙ୍କ ପତ୍ନୀ; ଇନ୍ଦ୍ରାଣୀ —୧. The wife of Indra, the king of gods.

[ଦ୍ରଷ୍ଟବ୍ୟ —ଏ ଦାନବରାଜ ପୁଲୋମାଙ୍କ କନ୍ୟା ଇନ୍ଦ୍ରଙ୍କ ଔରସରେ ଏହାଙ୍କର ଯେଉଁ ପୁତ୍ର ହୋଇଥିଲେ ତାର ନାମ ଜୟନ୍ତ ଇନ୍ଦ୍ର ପଦ ତପସ୍ୟାଦ୍ୱାରା ଲଭ୍ୟ, ଅତଏବ କାଳକ୍ରମେ ଅନେକଙ୍କ ଭାଗ୍ୟରେ ଇନ୍ଦ୍ରତ୍ୱ ମିଳେ କିନ୍ତୁ ଯେ ଇଚ୍ଛା ସେ ଇନ୍ଦ୍ର ହୁଅନ୍ତି, ଶଚୀ ଇନ୍ଦ୍ରଙ୍କର ପଦବୀସଂଶ୍ଳିଷ୍ଟା (official) ପତ୍ନୀ ଏଥିପାଇଁ ଢଗ ଅଛି— କେତେ ଇନ୍ଦ୍ର ଗଲେଣି ଏକା ଶଚୀ ବସିଛି]

୨. ଶତମୂଳୀ; ଶତାବରୀ; ଛତଉରୀ —୨. The climbing asparagus; Asparagus Racemosus
୩. ସ୍ପୃକ୍କା; ପିଡ଼ଙ୍ଗଶାଗ (ହିନ୍ଦୀ - ଶ) —୩. Trigonella Corniculata.
୪. ବକ୍ତୃତ୍ୱ ଶକ୍ତି; ବଗ୍ନିତା (ହିନ୍ଦୀ - ଶ) —୪. Eloqence.
୫. ପ୍ରଜ୍ଞା; ବୁଦ୍ଧି; ଅକଲ (ହିନ୍ଦୀ - ଶ) —୫. Intelligence.

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଶ୍ରୀଚୈତନ୍ୟଦେବଙ୍କର ମାତା ଓ ଜଗନ୍ନାଥ ମିଶ୍ରଙ୍କର ପତ୍ନୀ —୧. The name of the mother of Ṡrī Ch&aline;i̱tanya.

[ଦ୍ରଷ୍ଟବ୍ୟ — ଶ୍ରୀଚୈତନ୍ୟଙ୍କ ମାତା ଶଚୀଦେବୀଙ୍କ ସାଂସାରିକ ଜୀବନ ସୁଖମୟ ନ ଥିଲା ଏକାଦିକ୍ରମେ ତାଙ୍କର ଆଠଗୋଟି କନ୍ୟା ଜନ୍ମି ଗୋଟିକ ପରେ ଗୋଟିଏ ସମସ୍ତେ ଶିଶୁ ଅବସ୍ଥାରେ ମରି ଯାଇଥିଲେ; ନବମ ଗର୍ଭରେ ବିଶ୍ୱରୁପ ଜନ୍ମିଥିଲେ ଓ ସେ ବାଲ୍ୟକାଳରେ ସନ୍ୱ୍ୟାସୀ ହୋଇ ଗୃହତ୍ୟାଗପୂର୍ବକ କେଉଁଆଡ଼େ ଚାଲିଗଲେ; ଦଶମ ଗର୍ଭରେ ଶ୍ରୀଚୈତନ୍ୟ ଜନ୍ମଗ୍ରହଣ କଲେ ଶଚୀଦେବୀ ଚୈତନ୍ୟଙ୍କର ବାଲ୍ୟ— କାଳରେ ବିଧବା ହେଲେ ଶଚୀଦେବୀ ଚୈତନ୍ୟଙ୍କ ବିବାହ କରାଇଲେ ଓ ପ୍ରଥମା ପୁତ୍ର ମୃତା ହେବାରୁ ମାତା ପୁତ୍ରକୁ ପନର୍ବାର ବିଷ୍ଣୁପ୍ରିୟାନାମ୍ନୀ ବାଳିକାଙ୍କ ସହିତ ବିବାହିତ କରାଇଲେ କିନ୍ତୁ ଏହାର ଅଳ୍ପ ଦିନ ପରେ ଚେତନ୍ୟ ସନ୍ନ୍ୟାସୀ ହୋଇ ଗୃହତ୍ୟାଗ କଲେ ଏବଂ ଶଚୀ— ଦେବୀ ପୁତ୍ରବଧୂଙ୍କ ସହିତ ପୁତ୍ର ବିରହ—ଦୁଃଖରେ କାଳା— ତିପାତ କଲେ ଚୈତନ୍ୟଦେବଙ୍କ ପୂର୍ବପୁରୁଷ ମଧୁକର ମିଶ୍ର ଉତ୍କଳାଧିପତି କପିଳନ୍ଦ୍ରଦେବଙ୍କ ଭୟରେ ଯାଜପୁରରୁ ଯାଇ ବଙ୍ଗଦେଶର ଶ୍ରୀହଟ୍ଟରେ ବାସ କରିଥିଲେ ଶ୍ରୀହଟ୍ଟରେ ଚତନ୍ୟଦେବଙ୍କ ପିତା ଜଗନ୍ନାଥ ମିଶ୍ର ଜନ୍ମଗ୍ରହଣ କର— ଥିଲେ

୨. (ସ୍ତ୍ରୀ)—ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ —୨. A name given to females.
୩. (ପୁଂ)—ଶଚୀନ୍ଦ୍ରର ଡ଼ାକନାମ —A name given to femals calling a male named Ṡachīndra.