ଶଗଡ଼ ପଛକେ କିଆବାଡ଼ର (ଗୋହିରି) ପଡ଼ୁ (ପଶୁ), ଶଗଡ଼ଆର ମୂଲ ମାରା ହବନାହିଁ

ଶଗଡ଼ ପଛକେ କିଆବାଡ଼ର (ଗୋହିରି) ପଡ଼ୁ (ପଶୁ), ଶଗଡ଼ଆର ମୂଲ ମାରା ହବନାହିଁ

ଉଚ୍ଚାରଣ

ସମ୍ପାଦନା
  • ରୋ.ଟ୍ରା. — Ṡagaṟḍ̠a pachhake kiābāṟḍ̠are paṟḍ̠u,(paṡu),ṡagaṟḍ̠iāra mūla (bhṟḍ̠) mārā heba nāhiñ
  • ଆଇ.ପି.ଏ. — ʃˈʌɡʌr.ˌɔ pˈʌtʃʰʌkˌew kˈiabˌar.ʌɾˌɔ ɡˈohiɾˌi pˈʌr.u pˈʌʃu ʃˈʌɡʌr.ˌʌaɾˌɔ mˈuːlɔ mˈaɾa hˈʌbʌnˌahĩ

ଅନୁବାଦ

ସମ୍ପାଦନା

ପ୍ରବଚନ—କୌଣସି ବ୍ୟକ୍ତି କୌଣସି ଦ୍ରବ୍ୟକୁ ସ୍ଥାନାନ୍ତରକୁ ନେବା ପାଇଁ କୌଣସି ଶଗଡ଼ିଆ ସଙ୍ଗେ ଭଡ଼ାର ଚୁକ୍ତି କରି ଉକ୍ତ ପଦାର୍ଥକୁ ଶଗଡ଼ରେ ବୋଝାଇ କରି ବାଟରେ ଯାଉଥିବାବେଳେ ବା ନେଉଥିବାବେଳେ ଅକସ୍ମାତ୍ ଯେବେ ଉକ୍ତ ଗା଼ଡ଼ି ଶଗଡ଼ସରିରୁ ଗଡ଼ିପଡ଼ି ସଡ଼କ ପାର୍ଶ୍ୱସ୍ଥ ଯେବେ ଉକ୍ତ କିଆବାଡ଼ରେ ପଡ଼ିଯାଏ ଓ ତନ୍ନିବନ୍ଧନ ବାହିତ ଦ୍ରବ୍ୟମାନ ବୁଣିଯାଏ କିମ୍ୱା ନଷ୍ଟ ହୋଇଯାଏ, ତେବେ ସେ କ୍ଷତି ଦ୍ରବ୍ୟସ୍ୱାମୀ ସହେ କିନ୍ତୁ ଶଗଡ଼ିଆ ସଙ୍ଗେ ଚୁକ୍ତି ହୋଇଥିବା ଭଡ଼ା ଶଗଡ଼ିଆ ଛାଡ଼େ ନାହିଁ ଆର୍ଥାତ୍, ଲୋକସାନ ହେଲେ ଦ୍ରବ୍ୟସ୍ୱାମୀ ତାହା ସହେ ଓ ଶଗଡ଼ିଆକୁ ଚୁକ୍ତି ହୋଇ ଥିବା ଭଡ଼ା ଦେବାକୁ ବାଧ୍ୟ ହୁଏ କାରଣ, ଲାଭ ଖାଇ— ଥାଆନ୍ତା ଦ୍ରବ୍ୟସ୍ୱାମୀ, କ୍ଷତି ସହିବ ସେହି କିନ୍ତୁ ଶଗଡ଼ିଆ ଲାଭର ଭାଗୀ ନୁହେଁ, କ୍ଷତିରେ ଭାଗୀ ହେବା ଅବା କାହିଁ କି ? — A proverb meaning 'A carrier must be given his hire even if the cart overturns on the roadside and the articles are spoiled thereby. The owner of the article has to suffer the loss occasioned by the mishap and not the cartman. This is applied to cases where out of two person engaged in a transaction, one person takes the risk and the other takes no risk but gets his wages.