ଶକ୍ତୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ସକ୍ତୂ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଶବ୍ ଧାତୁ=ବୋଲିବା+କର୍ମ. ତୁ) ସମ୍ପାଦନା

ଛତୁ; ଛତୁଆ; ଯବ ଗୋଧୂମାଦିର ଚୂର୍ଣ୍ଣ, ଯାହା ଖାଦ୍ୟରୂପେ ବ୍ୟବହୃତ ହୁଏ —Corn meal.

[ଦ୍ରଷ୍ଟବ୍ୟ —କଞ୍ଚା ଶସ୍ୟାଦିର ଚୂର୍ଣ୍ଣକୁ ଚୂନା ବା ଅଟା ବୋଲାଯାଏ ଏ ଚୂନାକୁ ବା ଅଟାକୁ ଅଗ୍ନି ସାହାର୍ଯ୍ୟରେ ସିଦ୍ଧ କଲେ ଖିଆଯାଏ କିନ୍ତୁ ଶସ୍ୟାଦିକୁ ପ୍ରଥମେ ଭାଜି ପରେ ଚୂନା କଲେ ଉକ୍ତ ଚୂନାକୁ ଶକ୍ତୁ ବା ଛତୁଆ ବୋଲାଯାଏ ଏହାକୁ ନ ରାନ୍ଧି ପାଣିରେ ଚକଟି ଖିଆ ଯାଇ ପାରେ ଯେଉଁ ଶସ୍ୟରୁ ଛତୁ କରାଯାଏ, ତାକୁ ସେହି ଶସ୍ୟର ଶକ୍ତୁ ବୋଲାଯାଏ ଯଥା—ଯବ ଶକ୍ତୁ, ମୃଦୁ ଶକ୍ତ, ଗୋଧୂମ ଶକ୍ତୁ ଇତ୍ୟାଦି]