ଶକୁନ୍ତଳାଖ୍ୟାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(୬ଷ୍ଠୀ ତତ୍; ଶକୁନ୍ତଳା+ଆଖ୍ୟାନ) ସମ୍ପାଦନା

୧. କଣ୍ୱଋଷିଙ୍କ ପାଳିତା କନ୍ୟା ଶକୁନ୍ତଳାଙ୍କ ବୃତ୍ତାନ୍ତ —୧. The story of Ṡakuntaḻā, the foster daughter of Kaṇva.
୨. କାଳିଦାସଙ୍କ ରଚିତ ନାଟକ —୨. A drama by Kālidāsa namedଅଭିଜ୍ଞାନ ଶକୁନ୍ତଳମ୍ or the story of the lost ring.

[ଦ୍ରଷ୍ଟବ୍ୟ —ଏହରା ପୂର୍ଣ୍ଣ ନାମ ଅଭିଜ୍ଞାନ ଶକୁନ୍ତଳମ୍ ଏଥିରେ କଣ୍ୱମୁନିଙ୍କ ଅନୁପସ୍ଥିତିରେ ମହାରାଜ ଦୁଷ୍ୟନ୍ତ ମୃଗୟାର୍ଥେ ଆଶ୍ରମରେ ଉପସ୍ଥିତ ହେବାଠାରୁ ଆରମ୍ଭ କରି ଶକୁନ୍ତଳାଙ୍କ ସଙ୍ଗେ ତାଙ୍କର ମିଳନ, ଗାନ୍ଧର୍ବ ମତରେ ବିବାହ, ଦୁର୍ବାସାଙ୍କ ଅଭିଶାପ, ଶକୁନ୍ତଳାଙ୍କର ଗର୍ଭଧାରଣ, ମୁଦ୍ରିକା ପ୍ରସଙ୍ଗ ଓ ଦୁଷ୍ୟନ୍ତଙ୍କ ରଜାଧାନୀକୁ ଶକୁନ୍ତଳାଙ୍କ ଗମନ ଓ ସେଠାରେ ଦୁଷ୍ୟନ୍ତଙ୍କଦ୍ୱାରା ପ୍ରତ୍ୟାଖ୍ୟାତା ହୋଇ ସେଠାରୁ ପ୍ରସ୍ଥାନ, ଏବଂ ଶେଷରେ ଇନ୍ଦ୍ରଙ୍କ ରାଜଧାନୀରେ ଦୁଷ୍ୟନ୍ତଙ୍କ ସହିତ ଶକୁନ୍ତଳା ଓ ସ୍ୱତନୟ ଭରତଙ୍କ ମିଳନ ଆଦି ବୃତ୍ତାନ୍ତ ଅତ୍ୟନ୍ତ ମଧୁର ଓ ପ୍ରାଣସ୍ପର୍ଶୀ ଭାଷାରେ ବର୍ଣ୍ଣିତ ହୋଇଅଛି କାଳିଦାସଙ୍କର ଏହି ନାଟକକୁ ପାଠ କରି ବିଖ୍ୟାତ ଜର୍ମାନ୍ ପଣ୍ଡିତ ମାକ୍ସ୍ ମୁଲାର ଓ ଗେଟେ ଅତ୍ୟନ୍ତ ମୁଗ୍ଧ ହୋଇ ପୃଥିବୀର ସାହତ୍ୟରେ ତାହାକୁ ଅତି ଉଚ୍ଚ ସ୍ଥାନ ପ୍ରଦାନ କରିଅଛନ୍ତି ଗେଟେ କହିଅଛନ୍ତି—'ସ୍ୱର୍ଗର ଅନୁପମ ମାଧୁରୀ ଓ ପବିତ୍ରତା ଅନୁଭବ କରିବାକୁ ଇଚ୍ଛା କଲେ 'ଶକୁନ୍ତଳା'—ଏହି ଚାରୋଟି ଅକ୍ଷର ଉଚ୍ଚାରଣ କର ଶୁକୁନ୍ତଳା ତଳେ ଟୀକା ଦେଖ]