ଶକୁନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) ସମ୍ପାଦନା

୧. ଗୃଧ୍ର ପକ୍ଷୀ; ଶାଗୁଣା —୧. The vulture.
୨. ଚିଲ — ୨. The white headed red kite; Falco ater; the Pondichery eagle (M.W.)
୩. ପକ୍ଷୀ —୩. Bird.
୪. ଜ୍ୟୋତିଃଶାସ୍ତ୍ରୋକ୍ତ କରଣବିଶେଷ — ୪. Name of one of the ୧୧ astrological conjuntions (considered as auspicious); name of the eigth karaṇa. (M.W.)

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ଶାସ୍ତ୍ରୋକ୍ତ ୧୧: ଗୋଟି କରଣ ମଧ୍ୟରୁ ଅଷ୍ଟମ ଏହା ଶୁଭ]

୫. ବିକୁକ୍ଷି ରାଜାଙ୍କ ପାଞ୍ଚ ପୂତ୍ରରୁ ଏକ —୫. Name of one of the ୫ sons of king Bikukshi.
୬. ସୁବଳ ରାଜାଙ୍କ ପୁତ୍ର; ସୌବଳ; ଦୂର୍ଯ୍ୟୋଧନଙ୍କ ମାମୁଁ; ଧୃତରାଷ୍ଟ୍ର ପତ୍ନୀ ଗାନ୍ଧାରୀଙ୍କ ଭାଇ (ଏହାର ଅପଭ୍ରଂଶ ଶଙ୍କୁନି) —୬. Name of the maternal uncle Drjyodhana.
୭. କୁକୁଡ଼ା —୭. a cock (Apte).
୮. କୃଷ୍ଣଙ୍କଦ୍ୱାରା ନିହିତ ଅସୁରବିଶେଷ —୮. Name of a demons killed by Ṡrīkṛushṇa.
୯. ନାଗବିଶେଷ (ହିନ୍ଦୀ - ଶ.) — ୯. Name of a mythological serpent.
୧. ହରିଣାକ୍ଷର ପୁତ୍ର ଓ ବୃକର ପିତା; ଦୈତ୍ୟବିଶେଷ (ହିନ୍ଦୀ - ଶ) —୧୦. Name of a mytholgical
demon.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ) ସମ୍ପାଦନା

ପର ଘରେ କଳହ ଓ ଅନର୍ଥ ଆଦିର ବୀଜ ବୁଣିବା ବ୍ୟକ୍ତି — A person who sows dissension amongst other persons.

[ଦ୍ରଷ୍ଟବ୍ୟ —ଦୂର୍ଯ୍ୟୋଧନଙ୍କ ମାମୁଁ ଶକୁନି ଅଧିକାଂଶ ସମୟ ହସ୍ତିନା ନଗରରେ ରହୁଥିଲେ ଓ ଭଣଜାଙ୍କର ମନ୍ତ୍ରିତ୍ୱ କରୁଥିଲେ ଏ ଅସତ୍ ପ୍ରକୃତିକ ଏବଂ ପରର ଅନିଷ୍ଟ ସାଧନରେ ସର୍ବଦା ଆସକ୍ତ ରହୁଥିଲେ ଗାନ୍ଧାର (ଆଧୁନିକ କାନ୍ଦାହାର) ଦେଶାଧିପତି ସୁବଳ ଏହାଙ୍କ ପିତା ଗାନ୍ଧାରୀ 'ଉଆଁସୀ କନ୍ୟା' ଥିବାରୁ ତାଙ୍କର ବୈଧବ୍ୟ ଯୋଗ ଅନିବାର୍ଯ୍ୟ ଦେଖି ପିତା ସୁବଳ ପ୍ରଥମେ ତାଙ୍କୁ ଗୋଟିଏ ଶାହାଡ଼ା (ଶାଖାଟେ) ଗଛ ସଙ୍ଗେ ବିବାହ କରାଇ ଦେଲେ କିନ୍ତୁ ସଙ୍ଗେ ସଙ୍ଗେ ସେ ଶାହାଡ଼ା ଗଛଟି ମରିଗଲା ଏହି ପ୍ରକାରେ ଗାନ୍ଧାରୀଙ୍କର ବୈଧବ୍ୟ ଦଶା କୁଟିଯିବା ପରେ ଧୃତରାଷ୍ଟ୍ରଙ୍କ ସହିତ ତାଙ୍କର ବିବାହ ହେଲା ଦୂର୍ଯ୍ୟୋଧନଙ୍କ ସଙ୍ଗେ ଭୀମଙ୍କର କଳହ ହେବାରୁ ଏବଂ ଦୂର୍ଯ୍ୟୋଧନ ଭୀମଙ୍କୁ ଅପମାନ ଦେବାରୁ ଭୀମ ଦୂର୍ଯ୍ୟୋଧନଙ୍କୁ ଗୋଳକ ପୁତ୍ର (ବିଧବା ପୁତ୍ର) ବୋଲି କହିଲେ ଦୁର୍ଯ୍ୟୋଧନ ଏଥିରେ ମର୍ମାହତ ହୋଇ ଏଥିର କାରଣ ଅନୁସନ୍ଧାନ କଲେ, ଏବଂ ମାତାଙ୍କଠାରୁ ତାଙ୍କ ବିବାହପ୍ରସଙ୍ଗନୀୟ ପୂର୍ବୋକ୍ତ କଥା ଅବଗତ ହୋଇ ପ୍ରତିହି ସାସାଧନାର୍ଥ ସୁବଳ ରାଜା ଓ ତାଙ୍କର ପରିବାରବର୍ଗଙ୍କୁ ଧ୍ୱଂସ କରିବା ନିମିତ୍ତ ଉପାୟ ଚିନ୍ତାକଲେ ଥରେ ସେମାନଙ୍କୁ କପଟରେ ନିମନ୍ତ୍ରଣ କରିଆଣି ଗୋଟିଏ ଅମୂହାଁ ଘରେ ପୂରାଇ ଅନାହରରେ ମାରିପକାଇଲେ ଶେଷକୁ କେବଳମାତ୍ର 'ଶକୁନି' ବଞ୍ଚି ରହିଲେ ଶକୁନି ସର୍ବଜ୍ଞ ଥିଲେ ଏବଂ ଦୂର୍ଯ୍ୟୋଧନ ତାଙ୍କର ବିଚକ୍ଷଣତା ସମ୍ୱନ୍ଧେ ନାନ ପ୍ରମାଣ ପାଇ ତାଙ୍କୁ କାରାରୁ ମୁକ୍ତି ଦେଇ ମନ୍ତ୍ରି—ପଦରେ ବରଣ କଲେ ଶକକୁନି ଆପଣାର ମୃତ ପିତାଙ୍କ ଅସ୍ଥିକକୁ ସଂଗ୍ରହ କରି ସେହି ଅସ୍ଥିରେ ପଶାକାଠି ତିଆରିକରି ରଖିଲେ ସେ ପଶାକାଠିର ଏହି ଅସାଧାରଣ ଗୁଣ ଥିଲା ଯେ, ଶକୁନି ଯାହା ଦାନ ଡ଼ାକୁଥିଲେ ତହିଁରେ ସେ ଦାନ ପଡ଼ୁଥିଲା ଦୂର୍ଯ୍ୟୋଧନ ଶକୁନିଙ୍କର ବଂଶ ନାଶ କରିଥିବାରୁ ସେ ଦୂର୍ଯ୍ୟୋଧନଙ୍କର ବଂଶ ନିର୍ମୂଳ କରିବେ ବୋଲି ମନେ ମନେ ଦୃଢ଼ସଂକଳ୍ପ କଲେ ଏବଂ ଉପରେ କପଟ ବନ୍ଧୁତାର ଛଳନା କରି ଦୂର୍ଯ୍ୟୋଧନଙ୍କୁ ମନ୍ତ୍ରଣାଁ ଦେଲେ ତାଙ୍କରି ମନ୍ତ୍ରଣାରେ ଦୂର୍ଯ୍ୟୋଧନ ପାଣ୍ଡବମାନଙ୍କର ଅନିଷ୍ଟ ସାଧନ କରିବାକୁ ଉତ୍ତେଜିତ ହେଲେ ଶକୁନି ଦ୍ୟୁତକ୍ରୀଡ଼ାରେ (ପଶା— ଖେଳରେ) ଅତ୍ୟନ୍ତ ନିପୁଣ ଥିଲେ ତାଙ୍କରି ପ୍ରରୋଚନାରେ ଦୂର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପଣ ରଖି ପଶା ଖେଳିବାକୁ ଡ଼ାକିଲେ ଉପଯୁକ୍ତ ପଶାକାଠିଦ୍ୱାରା 'କପଟଦ୍ୟୁତ' ଖେଳି ଶକୁନି ଯୁଧିଷ୍ଠିରଙ୍କୁ ପରାଜିତ କରି ପାଣ୍ଡବମାନଙ୍କୁ ରାଜଚ୍ୟୁତ ଓ ବନବାସୀ କରାଇଲେ ପାଣ୍ଡବମାନେ ବନବାସରୁ ଫେରି ଆସିବା ପରେ ଏହାଙ୍କ ପ୍ରରୋଚନାରେ ଦୂର୍ଯ୍ୟୋଧନ ସେମାନଙ୍କୁ ବିନା ଯୁଦ୍ଧରେ ପାଞ୍ଚଖଣ୍ଡି ଗ୍ରାମ ତ ଦୂରର କଥା, ସୂଚ୍ୟଗ୍ର— ପରିମିତ ସ୍ଥାନ ସୁଦ୍ଧା ଛାଡ଼ିଦେବାକୁ ରାଜି ହେଲେ ନାହିଁ ଏହାର ଫଳସ୍ୱରୂପ ମହାଭାରତ ଯୁଦ୍ଧ ଆରମ୍ଭ ହେଲା ଓ ସେଥିରେ ଶକୁନିଙ୍କ ପିତୃହନ୍ତା ଦୂର୍ଯ୍ୟୋଧନ ନିହତ ହେଲେ ଓ ଶେଷରେ କୁରୁକୁଳ ଓ ପାଣ୍ଡକୁଳ ଧ୍ୱଂସ ହେଲେ ଏହି ରୂପେ ଶକୁନି ନିଜର ପିତୃଋଣ ପରିଶୋଧ କଲେ କିନ୍ତୁ କୁରୁକ୍ଷେତ୍ର ଯୁଦ୍ଧର ଅଷ୍ଟାଦଶ ଦିବସରେ ସେ ନିଜେ କନିଷ୍ଠ ପାଣ୍ଡବ ସହଦେବଙ୍କଦ୍ୱାରା ନିହତ ହେଲେ ଶକୁନିଙ୍କ ଚରିତ୍ର ଏହି ଦୁର୍ଗୁଣ ଏପରି ବିଖ୍ୟାତ ଯେ, ଯେଉଁ ବ୍ୟକ୍ତି ପରର ଅନିଷ୍ଟ ଘଟାଏ ଓ ପର ଘରେ କଳି ଅନର୍ଥ ଲଗାଏ, ଲୋକେ ତାକୁ 'ଶକୁନି' ବା 'ଶଙ୍କୁନି' ବୋଲି ନାମ ଦିଅନ୍ତି ଓ କଥାରେ କହନ୍ତି —'ତାକୁ ଆସି ଶକୁନି ମାମୁଁ ମିଳଛି' ଅର୍ଥାତ୍ ବାହ୍ୟ ବନ୍ଧୁତା ଦେଖାଇ ଭିତରେ ଭିତରେ ଏ ତାହାର ଅନିଷ୍ଟ ସାଧନ କରୁଛି]