ଶକୁନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ଶକ୍ ଧାତୁ=ପାରଗ ହେବା+କର୍ତ୍ତୃ. ଉନ) ସମ୍ପାଦନା

୧. ପକ୍ଷୀ —୧. Bird.
୨. ଗୃଧ; ଶାଗୁଣା — ୨. Vulture.
୩. ଶଙ୍ଖଚିଲ —୩. The white-headed kite.
୪. ଉତ୍ସବାଦି ସମୟର ଗୀତ; ମଙ୍ଗଳ ଗାନ —୪. Invocatory songs sung on auspicious occasions and festivals.
୫. ନିମିତ୍ତ; ଶୁଭାଶୁଭ ସୂଚକ ପୂର୍ବ ଲକ୍ଷଣ (ଯଥା—ବାହୁ ସ୍ପନ୍ଦନ, ଚକ୍ଷୁଃସ୍ମ୍ଫୂରଣ, ଯାତ୍ରା ଅଅନୁକୂଳ ସମୟରେ ପଶୁ ପକ୍ଷୀ ଆଦି ଦର୍ଶନ) —୫, Omen; augery; auspicious premonitory indications (e.g. throbbing of the arms and eyes, seeing particular birds and beasts while starting on a journey).
୬. ଶୁଭସୂଚକ ପୂର୍ବ ଲକ୍ଷଣ — ୬. A lucky omen (M.W.).

ସଂସ୍କୃତ - ବିଶେଷଣ - ସମ୍ପାଦନା

ଶୁଭ— ଲକ୍ଷଣଯୁକ୍ତ —Auspicious; indicating good luck (M.W.)

[ଦ୍ରଷ୍ଟବ୍ୟ —କେତେକ ଚିହ୍ନ ଓ ଲକ୍ଷଣରୁ ଭାବୀ ଶୁଭାଶୁଭ ଜଣା ପଡ଼ିବାର ବିଶ୍ୱାସ ଅଳ୍ପ ବହୁତ ସବୁ ଜାତି ମଧ୍ୟରେ ଆବହ— ମାନ କାଳରୁ ଚଳି ଆସୁଅଛି ହିନ୍ଦୁମାନଙ୍କର ବିଶ୍ୱାସ ଅନୁସାରେ ପୁରୁଷ ପକ୍ଷରେ ଦକ୍ଷିଣ ବାହୁ ସ୍ପନ୍ଦନ, ଦକ୍ଷିଣ ଚକ୍ଷୁ ସ୍ପୁରଣ ଓ ସ୍ତ୍ରୀ ପକ୍ଷରେ ବାମ ବାହୁ ଓ ବାମ ଚକ୍ଷୁ ସ୍ପୁରଣ ଶୁଭ ଶକୁନ୍ ଅଟେ ମନୁଷ୍ୟର ବାମ ଭାଗରେ ଚାଳ ଉପରୁ ଝିଟିପିଟି ଖସି ପଡ଼ିବା ଯାତ୍ରା ଅନୁକୂଳ ସମୟରେ ଜଳପୂର୍ଣ୍ଣ କୁମ୍ଭ, ବାମ ପାଖରେ ଶବ, ବିଲୁଆ ଓ ଯାତ୍ରା କାଳରେ ଶଙ୍ଖଚିଲ, ଭଦଭଦଳିଆ ପକ୍ଷୀ, ନେଉଳ, ମାଛ ଓ ଓ ଦଧି ଦେଖିବା ଶୁଭ ଶକୁନ ଅଟେ ପୁରୁଷର ବାମ ବାହୁ ଓ ବାମ ଚକ୍ଷୁସ୍ଫୂରଣ, ଦକ୍ଷିଣ ଅଙ୍ଗରେ ପଲ୍ଲୀପତନ, ଯାତ୍ରା ଅନୁକୂଳ ସମୟରେ ଆଗରେ ସାପ, ତୈଳଭାଣ୍ଡବାହୀ ତେଲି, ଡ଼ାହାଣ ପାଖରେ ବିଲୁଆ ଓ ଶବ, ତୁଚ୍ଛା ମାଠିଆ, ହାଣ୍ଡି ବୋଝ ଘେନି ଆସୁଥିବା କୁମ୍ଭାର ଯାତ୍ରା ସମୟରେ ମାର୍ଜାର ଯୁଦ୍ଧ, କୁଟୁମ୍ୱଙ୍କ ମଧ୍ୟରେ କଳହ, କ୍ରନ୍ଦନ ଓ ଏକାକୀ ଯାଉ ଥିବା ବୃଦ୍ଧ ବ୍ରାହ୍ମଣ ଦେଖିବା ରାତିରେ ଘର ପାଖେ ପେଚା ବୋବାଇବା, ଆପଣ ମୁଣ୍ଡରେ ପେଚା ବା କୂଆ ବସିଯିବା ଘର ଚାଳ ଉପରେ ଶାଗୁଣା ବସିଯିବା, ସକାଳୁ ଉଠି କୃପଣ ଓ ଆଣ୍ଠୁକୁଡ଼ା ଲୋକର ମୂହଁ ଚାହିଁବା ଇତ୍ୟାଦି ସମସ୍ତଙ୍କ ପକ୍ଷରେ ଅଶୁଭ ଶକୁନ ଶୁଭାଶୁଭ ଶକୁନ ସମ୍ୱନ୍ଧରେ କେତେଗୁଡ଼ିଏ ପ୍ରବାଦ ଓ ଶ୍ଳୋକ ଅଛି ଶକୁନର ଅର୍ଥ ପକ୍ଷୀ ପୂର୍ବେ ପକ୍ଷୀମାନଙ୍କର ଗତିବିଧିରୁ ଲୋକେ ଶୁଭାଶୁଭ ନିର୍ଣ୍ଣୟ କରୁଥିବାରୁ ଶକୁନର 'ଶୁଭାଶୁଭ ଜ୍ଞାପକ ଚିହ୍ନ ଅର୍ଥ' ଚଳି ଅଛି କାକମାନଙ୍କର ରାବ ଓ ଗତିବିଧି ଦେଖି ଭବିଷ୍ୟତ୍ ନିର୍ଣ୍ଣୟ କରାଯାଏ ଓ ଶକୁନ ଦେଖି ଭବିଷ୍ୟତ ବିଷୟ ଆଗରୁ ଜାଣି ପାରିବା ବିଦ୍ୟାକୁ 'କାକ ଚରିତ୍ର' ବୋଲାଯାଏ ଏମନ୍ତ କି, ଆପଣାର ମୃତ୍ୟୁକାଳ ଜାଣିବାର ମଧ୍ୟ କେତେଗୁଡ଼ିଏ ଶକୁନ ହିନ୍ଦ ଶାସ୍ତ୍ରରେ ଅଛି]