ଲଙ୍ଗଳ ମୁଣ୍ଡା
ଲଙ୍ଗଳ ମୁଣ୍ଡା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଙ୍ଗଳ ମୁଣ୍ଡା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳ+ମୁଣ୍ଡ; ସଂସ୍କୃତ - ନାମ, କୁଟକ, ନିରୀଷ)
ସମ୍ପାଦନା- ୧. ଯେଉଁ କାଷ୍ଠରେ ଲଙ୍ଗଳ ଲୁହା ସଂଲଗ୍ନ କରାଯାଏ —୧. The blade-piece of a plough.
- ୨. ବଢ଼େଇଦ୍ୱାରା ହଣାହଣି ଓ ତଞ୍ଚାତଞ୍ଚି କରି ଲଙ୍ଗଳର ମୁଣ୍ଡ ତିଆରି କରିବା ପାଇଁ ଯେଉଁ ତ୍ରିକୋଁଣାକାର କାଠ ରଖା ଯାଏ —୨. An unhewn triangular and rough block of wood kept for being finished into a plough-piece.
[ଦ୍ରଷ୍ଟବ୍ୟ —କୃଷିର ଭିନ୍ନ ଭିନ୍ନ କର୍ମପାଇଁ ଲଙ୍ଗଳମୁଣ୍ଡାକୁ ସରୁ'ବା ଚଉଡ଼ା କରାଯାଏ ପଡ଼ିଆ ଭାଙ୍ଗିବା, ପ୍ରଥମ ଓଡ଼ ଚାଷ କରିବା, ଦ୍ୱିତୀୟ ଓଡ଼ ଚାଷ କରିବା ଓ ବେଉଡ଼ିବା ପାଇଁ ଭିନ୍ନ ଭିନ୍ନ ଆକାରର ଲଙ୍ଗଳମୁଣ୍ଡା ବ୍ୟବହୃତ ହୁଏ ତାହାର ମଧ୍ୟ ଭିନ୍ନ ଭିନ୍ନ ନାମ ଅଛି ଯଥା ===
- ୧. କଢ଼ାଣମୁଣ୍ଡା—ଯେଉଁ ଲଙ୍ଗଳଦ୍ୱାରା ପ୍ରଥମେ ପଡ଼ିଆ ଜମିକୁ ଚାଷ କରାଯାଏ; ଏହାର ଫଳକ ସରୁ
- ୨. ଦୂହୁ(ଉ)ଡ଼ମୁଣ୍ଡା, ଦେଉ(ଓ)ଡ଼ମୁଣ୍ଡା. ଦୋଅ(ଓ)ଡ଼ ମୁଣ୍ଡା—ଯେଉଁ ଲଙ୍ଗଳଦ୍ୱାରା ଥରେ ଚାଷ ହୋଇଥିବା ଜମିକୁ ଦ୍ୱିତୀୟଥର ଚାଷ କରାଯାଏ ଏହା କାଢ଼ାଣମୁଣ୍ଡା ଅପେକ୍ଷା ବେଶି ଚଉଡ଼ା ହୁଏ
- ୩. ବୁଣାମୁଣ୍ଡା—ଯେଉଁ ଲଙ୍ଗଳମୁଣ୍ଡାଦ୍ୱାରା ପୂର୍ବରୁ ଦୁଇ ତିନିଥର ଚାଷ ହୋଇଥିବା କ୍ଷେତ୍ରରେ ସିଆର କଟା ଯାଇ ଧାନ ବୁଣାଯାଏ
- ୪. ଗୋଡ଼ିଙ୍ଗିମୁଣ୍ଡା—କଙ୍କରମୟ ଜମିକୁ ଚାଷ କରିବାପାଇଁ ବ୍ୟବହୃତ ଅତି ସରୁ ଲଙ୍ଗଳମୁଣ୍ଡା
- ୫. ବିଅଡ଼ ବା ବେଉଡ଼ା ମୁଣ୍ଡା—ଯେଉଁ ସରୁ ଲଙ୍ଗଳମୁଣ୍ଡାଦ୍ୱାରା ବିଲକୁ କାଦୁଅ କରି ବେଉଡ଼ିବାକୁ ବା ବେଉଷଣ କରିବାକୁ ହୁଏ]