ଲଙ୍ଗର୍ କରିବା
ଲଙ୍ଗର୍ କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଙ୍ଗର୍ କରିବା
|
ଲଙ୍ଗର୍ ଖଟା(ଟେ)ଇବା,ଲଙ୍ଗର୍ ପକା(କେ)ଇବା,ଲଙ୍ଗର ଭିଡ଼ିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଚଳୁଥିବା ଜାହାଜର ଗତିକୁ ରୁଦ୍ଧ କରିବା ପାଇଁ ଓ ରୁଦ୍ଧଗତିବିଶିଷ୍ଟ ଜାହାଜକୁ ଏକ ସ୍ଥାନରେ ସ୍ଥିର ଭାବରେ ରଖିବା ପାଇଁ ଜାହାଜରେ ରଖାଯାଇଥିବା ଲଙ୍ଗରକୁ ପାଣିକୁ ଫିଙ୍ଗିବା, (ଯେପରିକି, ଲଙ୍ଗଲର ଅଙ୍କୁଶ ଜଳର ତଳ ଦେଶରେ ଥିବା ଦୃଢ଼ ମାଟିକୁ ଜାବୁଡ଼ି ଧରିବ) —୧. To anchor a ship or boat; to cast or let down the anchor.
[ଦ୍ରଷ୍ଟବ୍ୟ —ଲଙ୍ଗର କରିବା କ୍ରିୟାର ବ୍ୟବହାର—ଜାହାଜ ଅମୁକ ସ୍ଥାନରେ ଲଙ୍ଗର କଲା]
- ୨. (ଲକ୍ଷଣାର୍ଥ) କୌଣସି ସ୍ଥାନରେ କିଛି— କାଳ ରହିବାର ବ୍ୟବସ୍ଥା କରିବା —୨. (figurative) To make arrangements for staying at a place for some time.
- ୩. (ଲକ୍ଷଣାର୍ଥ) ନିଜର ଗତିକୁ ରୁଦ୍ଧ କରିବା —୩. (figurative) To stop one's own motion.