ବିଶେଷଣ (ସଂସ୍କୃତ) ସମ୍ପାଦନା

  • ସ୍ପର୍ଶ କରିଥିବା
  • ସଂଯୁକ୍ତ, ମିଳିତ; ଲାଗିଥିବା
  • ନିଯୁକ୍ତ
  • ଲଜ୍ଜିତ
  • ଲାଖିଥିବା
  • ଅବ୍ୟବହିତ ପରେ ଘଟିବା
  • ଶୁଭସୁଚକ

ବିଶେଷଣ (ସଂସ୍କୃତ) ସମ୍ପାଦନା

  • ସ୍ତୁତିପାଠକ; ବନ୍ଦୀ
  • ମଦମତ୍ତ ହସ୍ତୀ
  • ଗ୍ରହମାନଙ୍କ କକ୍ଷ ଯେଉଁ ବିନ୍ଦୁରେ ଦିଗ୍ ବଳୟ ସଙ୍ଗେ ମିଳିତ ହୁଏ
  • ସୂର୍ଯ୍ୟର ବା ଅନ୍ୟ ଗ୍ରହର ଉଦୟ
  • ସୂର୍ଯ୍ୟଙ୍କର ଏକ ରାଶିରୁ ରାଶ୍ୟାନ୍ତରକୁ ସଞ୍ଚାର ବା ସଂକ୍ରମଣ କାଳ
  • ମେଷାଦି ରାଶିର ଉଦୟ କାଳ
  • ବିବାହ ଲଗ୍ନ; ବିବାହ ନିମନ୍ତେ ନିରୁପିତ ମୁହୁର୍ତ୍ତ
  • ଜନ୍ମ ଲଗ୍ନ; ଜନ୍ମ ସମୟରେ ଉଦିତ ହୋଇଥିବା ରାଶି
  • ଉପଯୁକ୍ତ ସମୟ ବା ମୁହୂର୍ତ୍ତ
  • ଶୁଭ ମୁହୂର୍ତ୍ତ
  • ବିବାହଲଗ୍ନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ଲଗ୍ ଧାତୁ= ସଂଯୁକ୍ତ ହେବା+କର୍ତ୍ତୃ.ତ) ସମ୍ପାଦନା

୧. ସ୍ପର୍ଶ କରିଥିବା —୧. Touching; coming in contract with.
୨. ସଂଯୁକ୍ତ, ମିଳିତ, ଲାଗିଥିବା — ୨. Joined to; adhering to; connected with.
୩. ନିଯୁକ୍ତ —୩. Engaged in; busy with;closely occupied with.
୪. (ଲସ ଧାତୁ+କର୍ତ୍ତୃ. ତ)ଲଜ୍ଜିତ —୪. Ashamed.
୫. ଲାଖି ଥିବା —୫. Clung to; adhered to; stuck.
୬. ଅବ୍ୟବହିତ ପରେ ଘଟିବା —୬. Following closely; impending. (Apte)
୭. ଶୁଭସୂଚକ — ୭. Auspicious. (Apte).

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ସ୍ତୁତିପାଠକ; ବନ୍ଦୀ —୧. Pancigyrist; bard; minstrel.
୨. ମଦମତ୍ତ ହସ୍ତୀ —୨. An elephant in rut. (Apte).
୩. ଗ୍ରହମାନଙ୍କ କକ୍ଷ ଯେଉଁ ବିନ୍ଦୁରେ ଦିଗ୍ୱଳୟ ସଙ୍ଗେ ମିଳିତ ହୁଏ —୩. The point of intersection where the horizon and the path of a planet meet. (Apte).
୪. ସୂର୍ଯ୍ୟର ବା ଅନ୍ୟ ଗ୍ରହର ଉଦୟ —୪. The rising of the sun or of the planets. (Apte).
୫. (+ଅଧି. ତ)ସୂର୍ଯ୍ୟଙ୍କର ଏକ ରାଶିରୁ ରାଶ୍ୟାନ୍ତରକୁ ସଞ୍ଚାର ବା ସଂକ୍ରମଣ କାଳ — ୫. Time of the sun passing from one zodical sign to another.
୬. ମେଷାଦି ରାଶିର ଉଦୟ କାଳ —୬. The time of rising of any of the zodical signs.

[ଦ୍ରଷ୍ଟବ୍ୟ —ପୃଥିବୀ ଦିନରାତି ୨୪: ଘଣ୍ଟାରେ ଥରେ ଆପଣା ଅକ୍ଷ ଚାରିପାଖେ ବୁଲି ଆସେ ଏହି ୨୪: ଘଣ୍ଟାରେ ଏହା ମେଷ ଆଦି ୧୨:ଟି ରାଶିକୁ ପାରି ହୁଏ ଯେତିକି ସମୟ ପୃଥିବୀ ଏକ ରାଶିରେ ରହେ ତାକୁ ଉକ୍ତ ରାଶିର ଲଗ୍ନ ବୋଲାଯାଏ କୌଣସି ରାଶିକୁ ଟପି ଯିବାକୁ ପୃଥିବୀକୁ ଅଳ୍ପ ସମୟ ଓ କେଉଁ ରାଶିକୁ ଟପିବାକୁ ବେଶି ସମୟ ଲାଗେ ଯଥା—ମୀନ ରାଶିର ଲଗ୍ନକାଳ ପ୍ରାୟ ୩ ୩/୪ଦଣ୍ଡ,କନ୍ୟାର ପ୍ରାୟ ୫: ୧/୨ ଦଣ୍ଡ, ବୃଶ୍ଚିକର ପ୍ରାୟ ୫ ୩/୪ ଦଣ୍ଡ (ହିନ୍ଦୀ - ଶ) ରାଶିଚକ୍ରର ଯେଉଁ ଅଂଶ ପୂର୍ବକ୍ଷତିଜ (ଦିଗ୍ୱଳୟ)ରେ ସଂଲଗନ୍ନ ହେବା ପରି ଦେଖା ଯାଉଥାଏ, ତାହାକୁ ଲଗ୍ନ କହନ୍ତି ଠିକ୍ ସେହି ସମୟରେ ଯେଉଁ ଅଂଶ ପଶ୍ଚିମ କ୍ଷିତିଜ ସଂଲଗ୍ନ ତାହାର ନାମ 'ଅସ୍ତଲଗ୍ନ' ମସ୍ତକର ଊର୍ଦ୍ଧ୍ୱଦେଶରେ ଯେଉଁ ରାଶିର ଯେତିକି ଅଂଶ ଥିବ, ତାହାର ନାମ"ଦଶମଲଗ୍ନ" ବା ଦଶମୋଦୟ ରାଶିଚକ୍ର ସମଗ୍ର ଆକାଶ ବ୍ୟାପି ଅବସ୍ଥାନ କରୁଅଛି ଆକାଶରେ ଏକ ଅଂଶ (degree)ର ଉଦୟକାଳ ପରିମାଣ, ଅର୍ଥାତ୍ ଏହାର ଭୁ—ଖ ଯୋଗବୃତ୍ତ (horizon)ରେ ସଂଲଗ୍ନ ଭାବେ ଅବସ୍ଥିତି କାଳ ଘ୨୪: x ୬ମିନିଟ/୩୬: ଅଂଶ=୪ମିନିଟ ଏହିପରି ପ୍ରତ୍ୟକ ଲଗ୍ନର ମୋଟ ଅବସ୍ଥାନର ପରିମାଣ ୪ x ୩= ୧୨: ମିନିଟ ବା ୨ ଘଣ୍ଟା ଅର୍ଥାତ୍ ୫ଦଣ୍ଡ ]

ଉକ୍ତ ୫ ଦଣ୍ଡ ସମସ୍ତ ଲଗ୍ନର ସ୍ଥିତିକାଳ ହେଲେହେଁ ସମସ୍ତ ଦେଶର କ୍ରାନ୍ତିବୃତ୍ତ, ରବିକକ୍ଷା ଅଥବା ଅପମରା (ecliptic) ସହିତ ବିଷୁବର ବକ୍ରତା (obliquity)ଥିବା ହେତୁ ଏକ ସ୍ଥାନରେ କୌଣସି ସମୟରେ କ୍ରାନ୍ତି ବୃତ୍ତ 'ସିଧା' ଭାବେ ଓ ଅନ୍ୟ ସମୟରେ ତେରଛା ଭାବେ ଉଦିତ ହୁଏ କ୍ରାନ୍ତିବୃତ୍ତର ଗୋଟିଏ ଅଂଶ ଦକ୍ଷିଣରେ ତେରଛା ଭାବେ ଉଦିତ ହେବା ପାଇ ଯେତେ ସମୟ ଲାଗେ, ଉତ୍ତରରେ ସେହି ଆବଶ୍ୟକ ହୁଏ ତେଣୁ ବିଭିନ୍ନ ସ୍ଥାନର ଲଗ୍ନମାନ ନ୍ୟୂନାଧିକ ହୁଏ ଅକ୍ଷାଂଶ ଓ ଅୟନାଂଶ ଲଗ୍ନମାନର ବୃଦ୍ଧିହ୍ରାସର ପ୍ରଧାନ କାରଣ 

ପ୍ରାଚୀନକାଳରେ ଅୟନାଂଶର ପରିମାଣ ଯେତେବେଳେ 'ଶୂନ୍ୟ' ଥିଲା, ତେତେବେଳେ ଲଗ୍ନମାନର ପରିମାଣ (ବିଷୁବରେଖୀୟ ବା ଲଙ୍କୋଦୟ) ନିମ୍ନରୂପେ ଥିଲା ମେଷ—ମୀନ ଦ୩/୫୪: କର୍କଟ—ଧନୁ ଦ୫/୩୮: ବୃଷ—କୁମ୍ଭ ଦ୪/୨୩: ସିଂହ—ବିଛା ଦ୫/୩୫: ମିଥୁନ—ମକର ଦ୫/୮ କନ୍ୟା—ତୁଳା ଦ୫/୨୨: ବର୍ତ୍ତମାନ ଳଙ୍କୋଦୟର ପରିମାଣ (ସାୟନ) ମେଷ—ଦ୪/୩୮: —ତୁଳା—ଦ୪/୩୮: ବୃଷ—ଦ୪/୪୯: —ବିଛା—ଦ୪/୫୯: ମିଥୁନ—ଦ୫/୨୩: —ଧନୁ—ଦ୫/୨୩: କର୍କଟ—ଦ୫/୨୩: —ମକର—୫/୨୩: ସିଂହ—ଦ୪/୫୯: —କୁମ୍ଭ—ଦ୪/୫୯: କନ୍ୟା—ଦ୪/୩୮: —ମୀନ—ଦ୪/୩୮:

ବର୍ତ୍ତମାନ "କ୍ରୟୋବିଂଶତି"ଅୟନାଂଶକୁ ଧରି ଶ୍ରୀପୁରୁଷତ୍ତମ କ୍ଷେତ୍ର (୧୯/୪୮):ର ଯେଉଁ ଲଗ୍ନମାନ ସ୍ଥିର କରାଯାଇଛି ତାହାର ପରିମାଣ(ସାୟନ)

ମେଷ—ଦ୪/୧୭: —ତୁଳା— ;ଦ୫/୩ ବୃଷ—ଦ୪/୫୬: —ବିଛା—ଦ୫/୩୮: ମିଥୁନ—ଦ୫/୧୫: —ଧନୁ—ଦ୫/୧୬: କର୍କଟ—ଦ୫/୩୫: —ମକର—ଦ୪/୩ ସିଂହ—ଦ୫/୨୪: —କୁମ୍ଭ—ଦ୪/୧ କନ୍ୟା—ଦ୫/୨୧: —ମୀନ—ଦ୩/୫୩:

ଲଗ୍ନକୁ ଧରି ସମସ୍ତ କାର୍ଯ୍ୟ କରାଯାଏ ଲଗ୍ନ ଜାତକର ଦ୍ୱାଦଶଭାବରୁ ପ୍ରଥମ ଭାବ ଏହାର ପର୍ଯ୍ୟାୟ ତନୁ, ଉଦୟ, ମୂର୍ତ୍ତି, ଅଙ୍ଗ ଇତ୍ୟାଦି ଶରୀରର ସଂଜ୍ଞା

ଲଗ୍ନକୁ ସୂକ୍ଷ୍ମଭାବେ ଗଣନା କରିବା ଲାଗି ହୋରା (ଲଗ୍ନାର୍ଦ୍ଧ), ଦ୍ରେକ୍କାଣ (ଦଶମାଂଶ ଅର୍ଥାତ୍, ରାଶିର ଏକ ଦଶମାଂଶ) ନହବାଂଶ (ରାଶିର ବାରଭାଗରୁ ଭାଗେ ବା ଅଂ ୩/୨),: ଓ ତ୍ରିଶାଂଶ (ରାଶିର ତିରିଶି ଭାଗରୁ ଭାଗେ ବା୧ ଅଂଶ)ର ଗଣନା କରାଯାଏ ଲଗ୍ନର କାଳ— ବିଶେଷ ହେତୁ ତାହାର କ୍ଷୁଦ୍ର କ୍ଷୁଦ୍ରମାନ ଅର୍ଥାତ୍ 'ଷଡ଼ବର୍ଗ'; ରୂପେ ଧରିବାକୁ ହୁଏ ଠିକ୍ କେତେ ଅଂଶରେ ଲଗ୍ନ ହେଲା ତାହା ସୁସ୍ପଷ୍ଟ ଧରି ପାରିଲେ ଗଣନା ଠିକ୍ ରହେ

ବିବାହ, ବ୍ରତ,ଜନ୍ମେ—ଜାତକ, ଯାତ୍ରା; ଏ ସମସ୍ତ ଲଗ୍ନର ବଳାବଳ ଉପରେ ନିର୍ଭର କରେ

ପଞ୍ଜିକାରେ ପ୍ରତ୍ୟେକ ଦିନର ଉଦୟାସ୍ତ କାଳୀନ ସାୟନ ଲଗ୍ନ ଭୁକ୍ତି ଦିଆ ଯାଇଥାଏ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତଠାରୁ ଆବଶ୍ୟକ କାଳ କେତେ ଗତ ହୋଇଅଛି, ତାହାକୁ ଧରି, ତହିଁରେ ସ୍ଥାନୀୟ ଲଗ୍ନ ପରିମାଣ ପରପର କ୍ରମେ ମିଶାଇ ଆଣିଲେ, ଲଗ୍ନ ଠିକ୍ କେତେ ଭୋଗ ହୋଇଅଛି, ତାହା ଜଣାଯାଏ

ଉଦାହରଣ—ସନ ୧୩୪୨: ସାଲ ଶ୍ରାବଣ ୩ ଦିନ (ଖ୍ରୀ ୧୯୩୫: ଜୁଲାଇ ୧୮: ତାରିଖ) ହିବା ଦ ୧୫: /୧ ସମୟର ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ଲଗ୍ନଭୋଗ ଜାଣିବା ଆବଶ୍ୟକ ପଡ଼ିଲା ପଞ୍ଜିକାରୁ ଦେଖାଗଲା, ସେଦିନର ଉଦୟ ଲଗ୍ନ ଭୁକ୍ତି କର୍କୟଟ ଦ : /୧୫: ; କର୍କଟ ଲଗ୍ନମାନ ଭୁକ୍ତି—ଦ : /୧୫;: କର୍କଟ ଲଗ୍ନମାନ ଦ୫/୩୫: ଏଥିରୁ ଭୋଗ ହୋଇଥିବା ଦ : /୧୫: ବାଦ୍ ଦେଲେ ଅବଶିଷ୍ଟ ଦ୫/୨,ପରଲଗ୍ନ ସିଂହ ଦ୫/୨୪: ; ଉଭୟର ମିଶ୍ରଣ ଦ୧/୪୪: , ପରଲଗ୍ନ କନ୍ୟା ଦ୫/୨୧: ମଧ୍ୟରେହିଁ ଦ ୧୫: /୧ ଅନ୍ତର୍ଭୁକ୍ତ ହେବା ହେତୁ ଦ୧୫: /୧— ୧/୪୪: =କନ୍ୟା ଭୋଗ ଦ୪/୨୬: ଲତା ଲଗ୍ନଟି ୩ ଅଂଶ, ଭୋଗ କାଳ ଦ୫/୨୧: , ତେବେ ଭୋଗ ଦ୪/୨୬:କୁ ଲଗ୍ନଭୋଗ ଅଂଶ କେତେ ? ଏହି ତ୍ରୈରାଶିକ ଅନୁପାତ ଏହିପରି— ଭୋଗ—ଦ୪/୨୬: ଲି ବା ୨୬୬: x୩/ଲଗ୍ନମାନ ଦ୫/୨୧: ବା ୩୨୧: =୨୪: ଅଂ୫୨: କଳା

ଜାତକରେ ଲଗ୍ନ ପ୍ରଧାନ ଉପକରଣ ଅଟେ ଲଗ୍ନଠାରୁ ଲଗ୍ନରେ ସମସ୍ତ ଭାବ ଗଣନା କରାଯାଏ କେଉଁ ଲଗ୍ନରେ ଜନ୍ମ ହେଲେ ଫଳ କଅଣ ହେବ, ତାହା ଜ୍ୟୋତିର୍ବିଦ୍ମାନେ ସ୍ଥିର କରିଅଛନ୍ତି ମେଷ ଲଗ୍ନରେ ଜନ୍ମ ହେଲେ

ପ୍ରଚଣ୍ଡକୋପଃ କୃପାଣୋଽତିଲୁବ୍ୱୋ, ବିଦେଶଯାତ୍ରାନ୍ୱିତଲୋକପୂଜ୍ୟଃ ଭୃତ୍ୟେ ନୃଶଂସା ସ୍ଖଳିତପ୍ରତିଜ୍ଞଃ, ବିଭାନ୍ୱିତୋ ମେଷ ବିଲଗ୍ନ ଜାତଃ

ମେଷଲଗ୍ନରେ ଜାତ ବ୍ୟକ୍ତି—କ୍ରୋଧୀ, କୃପଣ, ଲୋଭୀ, ବିଦେଶଗାମୀ. ଲୋକପୂଜ୍ୟ,ପରସେବକ, ନିଷ୍ଠୁର, ଚଞ୍ଚଳ ମତି ଓ ଧନଶାଳୀ ହୁଏ

ଶ୍ରଃ ସୁଖୀ କ୍ଳେଶସହାରିହନ୍ତା କୃତୀ ଗୃହୀ ସଞ୍ଚୟବିତ୍ତଯୁକ୍ତଃ ସୁଦୀର୍ଘଜୀବୀ ସ୍ଥିରମତ୍ର ସମ୍ପତ୍ ସୁପୁଷ୍ପମୂର୍ତ୍ତିର୍ବୃଷଲଗ୍ନଜାତଃ


ବୃଷ ଲଗ୍ନରେ ଜାତ ବ୍ୟକ୍ତି ଶୌର୍ଯ୍ୟଶାଳୀ, ସୁଖୀ, କ୍ଳେଶସହିଷ୍ଣୁ, ଶତ୍ରୁଘାତୀ, କୃତୀ. ଗୃହୀ, ସଞ୍ଚିତଧନଯୁକ୍ତ, ଦୀର୍ଘାୟୂଃ, ସ୍ଥିରମିତ୍ର, ସ୍ଥିରସମ୍ପଦ୍ ଓ ରମଣୀୟ ମୂର୍ତ୍ତି ଯୁକ୍ତ ହୁଏ

ମୃଦୁର୍ବିନୀତୋ ପ୍ରିୟମଞ୍ଜୁଭାଷୀ ବିମାତୃକୋ ଗୀତମନା ବଦାନ୍ୟଃ ସମସ୍ତପୂର୍ଜ୍ୟୋ ନରଦେବମନ୍ତ୍ରୀ ସୁଖାନ୍ୱିତୋ ଯୁଗ୍ମନରଃ ପ୍ରଜାତଃ

ମିଥୁନ ଲଗ୍ନରେ କାତ ବ୍ୟକ୍ତି ମୃଦୁ, ବିନୟୀ, ପ୍ରୀତି— ଜନକ ଓ ମନୋହରଭାଷଣକାରୀ, ମାତୃହୀନ, ଗୀତପ୍ରିୟ, ବଦାନ୍ୟ, ଲୋକପୂଜ୍ୟ, ରଜମନ୍ତ୍ରୀ ଓ ସୁଖୀ ହୁଏ

ମେଧାନ୍ୱିତଃ କ୍ଷିପ୍ରଗତିଃ ସୁକର୍ମା ସୁଗୁପ୍ତ—ବିଦ୍ୟା—ଧନ—ଭୋଗ ସମ୍ପତ୍ ବିପକ୍ଷହନ୍ତା ତୁରଗପ୍ରତୀକଃ ସ୍ତ୍ରୈଣେୟକଃ କର୍କି ବିଲଗ୍ନ ଜାତଃ

କର୍କଟ ଲଗ୍ନରେ ଜାତ ବ୍ୟକ୍ତି ମେଧାବୀ, କ୍ଷିପ୍ରଗାମୀ, ସୁକର୍ମା, ଗୁପ୍ତବିଦ୍ୟା ଓ ଗୁପ୍ତଧନୟକ୍ତ, ଶତ୍ରୁଘାତୀ ଓ ଅଶ୍ୱପରି ସ୍ତ୍ରୀଲୋଲୁପ ହୁଏ

ବିଦ୍ୟାସୁତାର୍ଥୋଜ୍ଝିତ ପାମରାଧି ର୍ନରେଶମାନୀ ପ୍ରଶସମ୍ଭବିଷ୍ଣୁ ଧର୍ମଚ୍ୟୁତୋ ମାଂସରୁଚି କଦର୍ଯ୍ୟଃ ସ୍ୱଳ୍ପେକ୍ଷଣଃ ସିଂହ ଗୃହେ ପ୍ରସୂତଃ

ସିଂହ ଲଗ୍ନ ଜାତ ବ୍ୟକ୍ତି ଭାର୍ଯ୍ୟା, ପୁତ୍ର ଓ ଧନହୀନ, ଦୁଷ୍ଟହେତୁକପୀଡ଼ିତ, ରାଜମାନ୍ୟ, ପ୍ରଶଂସନୀୟ, ଧର୍ମହୀନ, ମାଂସଲୋଲୁପ, କଦାକାର ଓ ଅଳ୍ପଦୃଷ୍ଟି ହୁଏ

ଗନ୍ଧର୍ବଦ୍ୟାନିପୁଣୋଽତିଦକ୍ଷୋ ଯଥାର୍ଥଭାଷୀ ବହୁକାବ୍ୟବେତ୍ତା ଭୋକ୍ତ ତିଦାତା ସୁତ ବିତ୍ତୟକ୍ତୋ ଧୀରଃ ସୁଶୀଳୋ ଯୁବତୀପ୍ରଜାତଃ

କନ୍ୟା ଲଗ୍ନ ଜାତ ବ୍ୟକ୍ତି ସଙ୍ଗୀତ ନିପୁଣ, କର୍ମପଟୁ, ଯଥାର୍ଥବାଦୀ, ବହୁକାବ୍ୟଜ୍ଞ, ଭୋକ୍ତା, ଅତିଦାତା, ସୁତ— ବିତ୍ତାଦିଯୁକ୍ତ, ଧୀର ଓ ସଚ୍ଚରିତ୍ର ହୁଏ

ସୁତାର୍ଥଦେହାନୁଗତଃ କଦର୍ଯ୍ୟୋ ବିଲୋଲୁପଃ ଶୀଳବିବର୍ଜିତଶ୍ଚ, କ୍ରୁରୋଽସମାଙ୍ଗୀ ସୁତବିତ୍ତହୀନୋ ମେଧାନ୍ୱିତ ସ୍ତୌଳି ବିଲଗ୍ନ ଜାତଃ

ତୁଳା ଲଗ୍ନ ଜାତ ବ୍ୟକ୍ତି ପୁତ୍ର, ଅର୍ଥ ଓ ସୁଗଠିତ ଦେହଯୁକ୍ତ, କୃପଣ, ଦୁଃଶୀଳ, ଖଳ, ଅସମାଙ୍ଗ, ପୁତ୍ରୋ— ପାର୍ଦିତ ଧନହୀନ ଓ ମେଧାବୀ ହୁଏ

ଦୀନୋଽତିଜୀର୍ଣ୍ଣଃ ପୃଥୁନମ୍ର ଗାତ୍ରଃ ପରାନ୍ନଭୋଜୀ ସୁଖବର୍ଜିତଶ୍ଚ ଶୂରୋଽସହିଷ୍ଣୁଃ ସୁତବିତ୍ତ ପୂର୍ଣ୍ଣଃ କୁଚେଳଧାରୀ ଶୁଫକୀଟଜ୍ନା

ବୃଶ୍ଚିକ ଲଗ୍ନଜାତ ବ୍ୟକ୍ତି ଦୀନସୁଭାବ, ଅବଳ ଓ ପୃଥୁଳ ଶରୀରଧାରୀ, କୁବ୍ଜ, ପରାନ୍ନଭୋଜୀ, ସ୍ୱଖହୀନ, ଶୂର, ଅସହିଷ୍ଣୁ ଓ ଧନାଦିଯୁକ୍ତ ଓ କୁତ୍ସିତ ବସ୍ତ୍ର ପରିଧାନ କରେ

ଚାପୋଭବଃ ସର୍ବଗୁଣାକରଃ ସ୍ୟାତ୍ ସମସ୍ତ ବିଦ୍ୟାନିପୁଣୋଽତିଦାତା, ନରେଶପୂଜ୍ୟଃ ସକଳାର୍ଥଯୁକ୍ତଃ ପରୋପକାରୀ ସୁତନୁଃ ସୁଶୀଳଃ

ଧନୁଲଗ୍ନ କାତ ବ୍ୟକ୍ତି ସକଳଗୁଣ ଶାଳୀ, ସର୍ବବିଦ୍ୟାକୁଶଳ, ଅତିଦାତା, ରାଜପୂଜ୍ୟ, ଧନଶାଳୀ, ପରୋପକାରୀ, ସୁତନୁ ଓ ସୁଶୀଳ ହୁଏ

ଦକ୍ଷୋଽତିଧୈର୍ଯ୍ୟଃ ପ୍ରଣତୋପକାରୀ ସ୍ୱେଚ୍ଛାବିହାରୀ ମଖରୋଽତିଗର୍ବୀ ସୁସ୍ପଷ୍ଟଦନ୍ତୋଷ୍ଠମୁଖଃ ପ୍ରସିଦ୍ଧଃ ବିଶୁଦ୍ଧଚେତା ମକରୋଭବଃ ସ୍ୟାତ୍

ମକରଲଗ୍ନଜାତ ବ୍ୟକ୍ତି ଦକ୍ଷ, ଅତିଧୀର, ପ୍ରଣତ ବ୍ୟକ୍ତିର ଉପକାରୀ, ସ୍ୱେଚ୍ଛାଚାରୀ, ମୁଖର, ଉଦାରସ୍ୱଭାବ, ସୁସ୍ପଷ୍ଟ ଦନ୍ତ ଓ ଓଷ୍ଠ ମୁଖ ବିଶିଷ୍ଟ, ଅତିଗର୍ବିତ ଓ ବିଶୁଦ୍ଧାନ୍ତଃକରଣବିଶିଷ୍ଟ ହୁଏ

କୁମ୍ଭୋଭବୋ ମୂର୍ଖତରଃ କୁକର୍ମା କୁଳାଧମଃ କ୍ରୂରତମୋଽଳସାତ୍ମା ସୂଚ୍ୟଗ୍ରଘୋଣୋ ମଳିନୋଽବିବେକୀ ନୀଚାନ୍ୱିତୋ ନୀରଗତିଃ କଦର୍ଯ୍ୟଃ

କୁମ୍ଭ ଲଗ୍ନ ଜାତି ବ୍ୟକ୍ତି ମୂର୍ଖ, କୁକର୍ମା, କୁଳାଧମ, ଦୁଷ୍ଟ, ଅଳସ, ତୀକ୍ଷ୍ଣନାକାଯୁକ୍ତ, ମଳିନ, ଅବିବେକୀ, ନୀଚ— କର୍ମାସକ୍ତ, ଅଳ୍ପ ଗତି ଓ କୁପଣ ହୁଏ

ଶାସ୍ତ୍ରାନ୍ତରେ— କୁମ୍ଭଲଗ୍ନେ ସମୁଭୂତଶ୍ଚଳଚିତ୍ତୋଽତିସୌହୃଦଃ ପରଦାରରତୋ ନିତ୍ୟଂ ସତ୍ତ୍ୱକାୟୋ ମହାସୁଖୀ

ଶାସ୍ତ୍ରାନ୍ତରରେ ଦେଖାଯାଏ—କୁମ୍ଭ ଲଗ୍ନ ଜାତ ବ୍ୟକ୍ତି ଚଞ୍ଚଳମନା, ବନ୍ଧୁ ଯୁକ୍ତ, ପରଦାରାସକ୍ତ, ସତ୍ତ୍ୱଯୁକ୍ତଶରୀର ଓ ମହାସୁଖୀ ହୁଏ

ବିଜ୍ଞାନବୃଦ୍ଧିଃ ସ୍ଫୁଟ ନାସିତୃକାକ୍ଷୋ ଧନ୍ୟଃ ସ୍ୱବ୍ୱାନ୍ତୋଭବ ବୃତ୍ତି ଯୁକ୍ତିଃ କନ୍ଦର୍ପ ବିଦ୍ୟା ନିପୁଣୋଽତିଧୀରୋ ଭୋଗାନ୍ୱି ତୋ ମାନ ବିଲଗ୍ନ ଜାତଃ

ମୀନଲଗ୍ନଜାତ ବ୍ୟକ୍ତି ବିଜ୍ଞାନବୁଦ୍ଧିଯୁକ୍ତ, ତୀକ୍ଷ୍ଣ ନାସିକା ଯୁକ୍ତ, ଧନ୍ୟ, ଆବିଷ୍କୃତ ଉତ୍ତମ ଜୀବିକାଦ୍ୱାରା ପ୍ରାପ୍ତ ଧନ ଭୋଗୀ, ରତିଶାସ୍ତ୍ରୀଭିଜ୍ଞ, ଅତି ଧୀର ଓ ଭୋଗଶାଳୀ ହୁଏ —ଜ୍ୟୋତିର୍ବିଦ୍ ଶ୍ରୀ ବାଇକୋଳି ମହାପାତ୍ରଙ୍କ ସଂକଳିତ]

୭. ବିବାହ ଲଗ୍ନ; ବିବାହ ନିମନ୍ତେ ନିରୂପିତ ମୂହର୍ତ୍ତ — ୭. The moment fixed for the ceremony of marriage.
୮. ଜନ୍ମ ଲଗ୍ନ; ଜନ୍ମ ସମୟରେ ଉଦିତ
ହୋଇ ଥିବା ରାଶି —୮. The zodiacal sign which is in the ascendant at the birth of a child.

୯. ଉପଯୁକ୍ତ ସମୟ ବା ମୁହୂର୍ତ୍ତ — ୯. Opportune moment.
୧. ଶୁଭ ମୂହୂର୍ତ୍ତ — ୧୦. An auspicious or lucky moment (Apte).

[ଦ୍ରଷ୍ଟବ୍ୟ —ସନ୍ତାନ ଭୂମିଷ୍ଠ ହେବା ସମୟରେ ଦ୍ୱାଦଶ ରାଶି ମଧ୍ୟରୁ ଯେଉଁ ରାଶିର ଊଦୟ ହେଉଥାଏ, ସନ୍ତାନର ସେହି ଲଗ୍ନ ଜନ୍ମଲଗ୍ନ, ହୁଏ ଅହୋରାତ୍ର ମଧ୍ୟରେ ୧୨: ରାଶି ଯଥାକ୍ରମେ ପୂର୍ବ ଦିଗରେ ଉଦିତ ହୁଏ ପ୍ରତ୍ୟେକ ରାଶିର ଉଦୟ କାଳକୁ ଲଗ୍ନ ବୋଲା— ଯାଏ ବିବାହ, ବ୍ରତ, ଚୁଡ଼ାକର୍ମ ଆଦି ସମସ୍ତ କାର୍ଯ୍ୟ ପାଇଁ ଶୁଭ ଓ ଅଶୁଭ ଲଗ୍ନ ଅଛି ]

୧୧. ବିବାହ — ୧୧. Marriage.