ଲକ୍ ଲକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ପତଳା ଓ ସରୁ ଜିନିଷ (ଯଥା— ସରୁଆ ପତଳା ଖଣ୍ଡା)କୁ ହରାଇଲେ, ତାହାର ଏ ପାଖକୁ ସେ ପାଖକୁ ନଇଁଯିବା ଅବସ୍ଥା — ୧. Brandishing or flourishing of a thin blade.
୨. ଭାତ ବା ତିଅଣ ସିଝାଯିବା ପରେ ଅଧିକ କ୍ଷଣ ନିଆଁ ଉପରେ ବସି ପାଣି କମିଗଲେ ତହିଁରୁ ଯେଉଁ ଫୁଟିବା ଶବ୍ଦ ବାହାରେ —୨. The sound made by rice etc. while boiling in the pot after the water becomes lessened.

[ଦ୍ରଷ୍ଟବ୍ୟ —ଭାତ ଉପଯୁକ୍ତ ପାଣିରେ ସିଝାଯିବା ପରେ ପାଣି କମି ହୋଇଗଲା, ସେ ଭାତକୁ ନ ଗାଳିଲେ ଭାତ ଲକ୍ଲକ୍ ହୁଏ, ଅର୍ଥାତ୍ ବେଶି ସିଝି କଅଁଳିଆ ହୋଇଯାଏ ତିଅଣ ମଧ୍ୟ ଏହିପରି ଲକ୍ଲକ୍ ହୋଇ ଅତିରିକ୍ତ ରୂପରେ ସିଝାଯାଏ ଏହାକୁ ଭାତ ଲକେଇ ହେଲା ବା ତିଅଣ ଲକେଇ ହେଲା ବୋଲି କହନ୍ତି ନଡ଼ିଆ ରସକୁ କିମ୍ୱା ଲହୁଣୀକୁ ଚୁଲିରେ ବସାଇ, ସେଥିରୁ ଜଳୀୟାଂଶ ମରିଗଲେ , ତାହା ଲକ୍ଲକ୍ ଶବ୍ଦ କରେ; ସେହି ଲକ୍ ଲକ୍ ଶବ୍ଦରୁ ଜଣାପଡ଼େ ଯେ, ଉକ୍ତ ରସ ବା ଲହୁଣୀରୁ ପାଣି ମରିଗଲା ବା ଘିଅ ନିର୍ଜଳ ହେଲା ଏହାକୁ ଘିଅ ଲକ୍ଲକେଇବା କହନ୍ତି]

ଅନୁବାଦ ସମ୍ପାଦନା

୩. ପତଳା ଜିନିଷ (ଯଥା— ପତଳା ଟିଣର ଡ଼ବା, ପତଳା ସବାରି ବାଉଁଶ) ଉପରେ ବେଶି ଭାତ ଦେଲେ, ତାହା ଚିପି ହୋଇ ଯିବା ଓ ଭାତ, କମାଇ ଦେଲେ ପୁଣି ସ୍ଥିତିସ୍ଥାପକ ହେବା ଅବସ୍ଥା — ୩. The state of a thin thing receding under perssure and regaining its original position when pressure is removed.

[ଦ୍ରଷ୍ଟବ୍ୟ — ପତଳା ଟିଣଡ଼ିବାକୁ ଚିପିଲେ ତାହା ଲକ୍ଲକ୍ ହୁଏ]