ଲକ୍ଷ୍ମୀପାଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ସ୍ତ୍ରୀଲୋକମାନେ ଘରର ତଳେ ଚିତା ବା ପିଠଉ ପାଣିଦ୍ୱାରା ଅଙ୍କିତ କରିବାଲକ୍ଷ୍ମୀଙ୍କର କଳ୍ପିତ ପାଦ ଚିହ୍ନଦ୍ୱୟ —୧. The picture of foot marks drawn on the ground or floor representing the foot prints of Goddess Lakshmī.
୨. ସୁଲକ୍ଷଣଯୁକ୍ତ ଓ ସୁନ୍ଦର ପାଦ —୨. Graceful foot.
୩. ଯେଉଁ ବ୍ୟକ୍ତିର ଆଗମନ ଯୋଗୁଁ କୌଣସି ସ୍ଥାନରେ ସୌଭାଗ୍ୟର ଉଦୟ ହୁଏ, ସେଭଳି ଭାଗ୍ୟବାନ୍ ପୁରୁଷ ବା ଭାଗ୍ୟବତୀ ସ୍ତ୍ରୀର ଗୋଡ଼ —୩. The feet of a person whose advent at a place is accompanied with the dawning of prosperity.

[ଦ୍ରଷ୍ଟବ୍ୟ — ଲୋକବିଶ୍ୱାସ ଯେ—ଲକ୍ଷ୍ମୀବନ୍ତ ପୁରୁଷ ବା ଲକ୍ଷ୍ମୀବତୀ ସ୍ତ୍ରୀଙ୍କର ପାଦ ଯେଉଁ ସ୍ଥାନରେ ପଡ଼େ, ସେ ସ୍ଥାନର ସୌଭାଗ୍ୟ ବୃଦ୍ଧି ହୁଏ; ଓ ଲକ୍ଷ୍ମୀଛଡ଼ା ଲୋକଙ୍କ ପାଦ ପଡ଼ିଲେ ସେ ସ୍ଥାନରୁ ସୌଭାଗ୍ୟ ନାଶ ହୁଏ ଏଥିପାଇଁ ଢ଼ଗ ଅଛି—ପାଦେକେ ଶିରୀ, ପାଦକେ ହତଶିରୀ କୌଣସି ପରିବାରରେ ଗୋଟିଏ ସନ୍ତାନ ଜନ୍ମିଲେ ବା ନବବଧୁ ଆସିଲେ, ସେ ପରିବାରର ସୌଭାଗ୍ୟ ବୃଦ୍ଧି ହେବାର ଦେଖି ଲୋକେ କହନ୍ତି ଯେ, ତା ଘରେ ଲକ୍ଷ୍ମୀ ପାଦ ପଡ଼ିଲା, ଅର୍ଥାତ୍ ଉକ୍ତ ବ୍ୟକ୍ତିର ଘରେ ଲକ୍ଷ୍ମୀ ପାଦ ପଡ଼ିବାରୁ ତାହାର ଶ୍ରୀବୃଦ୍ଧି ହେଲା]