ଲଉଣା ଗଜପତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ନଉଣା ଗଜପତି ଉତ୍କଳର ପ୍ରାଚୀନ ନନ୍ଦପୁର [ଆଧୁନିକ ଜୟପୁର]ର କେତେ ନରପତିଙ୍କ ଉପାଧି —Title of some of the Rajas of ancient Nandapur (now Jeypore.) of Utkal.

[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଶେଷ ପାଦରେ ପ୍ରାଚୀନ ନନ୍ଦପୁର ରାଜ୍ୟର ରାଜା ବିଶ୍ୱନାଥ ଗଜପତିଙ୍କ ବଂଶଧରମାନେ 'ନଉଣା ଗଜପତି' ନାମରେ ଅଭିହିତ ହେଲେ ଓ ଉକ୍ତ ଉପାଧି ସହିତ ଗୋଲକୁଣ୍ଡା ନିଜାମ୍ ଉଲ୍ ମୂଲକ୍ ପ୍ରଦତ୍ତ ଝାଡ଼ଖଣ୍ଡଙ୍କ ବାଦସା ଉପାଧି ମଧ୍ୟ ଧାରଣ କଲେ ଅଦ୍ୟାବଧି ତାଙ୍କ ବଂଶଧର (ଜୟପୁର ମହାରାଜ)ମାନେ ଏହି ଉପାଧି ନିଜ ନିଜର ଜନ୍ମପତ୍ରିକା ମାନଙ୍କରେ ବ୍ୟବହାର କରୁଅଛନ୍ତିଃ—

ଶ୍ରୀମନ୍ ମହାମଣ୍ଡଳେଶ୍ୱର ମହୋଗ୍ରପ୍ରତାପ ବିଷମ ସମର ଶ୍ରୀ ବିଜୟ ବିରାଧିବୀର ଶ୍ରୀ ନଉଣା ଗଜପତି ଝାଡ଼ଖଣ୍ଡ ବାଦସା ଲକ୍ଷେ ରାଜା ମୁକୁଟମଣିଶ୍ରୀ ରାଜାଧିରାଜ ମହାରାଜ ଶ୍ରୀ ବୀରାଧି ବୀରବର

ଜୟପରୁରେ ବର୍ତ୍ତମାନ ମିଳୁଥିବା ପ୍ରାଚୀନ ତାଳପତ୍ର ପୁସ୍ତକମାନଙ୍କରୁ ପୁରୀରେ ଜୟପୁର ରାଜାମାନେ ପାଉଥିବା ସମ୍ମାନ ମଧ୍ୟରେ ପୁରୀ ରାଜ ଜୟପୁର ରାଜାମାନଙ୍କର 'ନଉଣା ଗଜପତି' ପଦ ସ୍ୱୀକାର କରିଥିବାର ପ୍ରମାଣ ମିଳୁ ଅଛି— କୁମାର ଶ୍ରୀ ବିଦ୍ୟାଧର ସିଂହଦେଓ—ଉତ୍କଳ ସାହିତ୍ୟ— ୧୩୪୩: ଆଷାଢ଼]