ର(ଡ୍ଡ଼ି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଟ୍ ଧାତୁଜ ରଟିତ) ସମ୍ପାଦନା

୧. ଉଚ୍ଚ ଶବ୍ଦ — ୧. A loud sound.

(ଉ —ଏହି ସମୟରେ ଆକାଶେ ବାଦ୍ୟ ରଡ଼ି କୃଷ୍ଣସିଂହ. ମହାଭାରତ. ବନ)

୨. ଗର୍ଜନ ଶବ୍ଦ —୨. Roaring sound; yelling.
୩. ଉଚ୍ଚ ଡାକ; ଚିତ୍କାର —୩. A halloo; shout.
୪. ମୁଖୋଚ୍ଚାରିତ କର୍କଶ ଶବ୍ଦ —୪. Braying; croaking.
୫. ଉଚ୍ଚୌଃସ୍ୱରରେ କାନ୍ଦ ବୋବାଳି; ଡକା —୫. A loud wailing; screaming.

(ଉ—ବ୍ୟାକୁଳରେ ଛାଡ଼ି ରଡ଼ି ଘୋର, ବ୍ରଣ ପୂରିଲା ଯହୁ ଶରୀର ଭଞ୍ଜ. ବୈଦେହୀଶବିଳାସ)

[ଦ୍ରଷ୍ଟବ୍ୟ —ସାଧାରଣତଃ କର୍କଶ ଓ କର୍ଣ୍ଣକଟୁ, ଉଡ଼ି ଓ କିଛିକାଳସ୍ଥାୟୀ ଶବ୍ଦକୁ ରଡ଼ି ବୋଲାଯାଏ]