ରୋକ୍ ଠୋକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ରୋକ=ନଗଦ ଟଙ୍କା ଦେଇ ବସ୍ତୁକ୍ରୟ+ଧ୍ୱନ୍ୟନୁକାରୀ ସହଚର—ଠୋକ୍) ସମ୍ପାଦନା

୧. ନଗଦାନଗଦି; ଠଣାଠଣ; ନଗଦ ଦାମ୍ ଆଦାନପ୍ରଦାନପୂର୍ବକ; ଦସ୍ତବଦସ୍ତ; ହାତେ ହାତେ (ଟଙ୍କା ଦେବା) —୧. In cash; in ready money.
୨. କୌଣସି କାର୍ଯ୍ୟ ସଙ୍ଗେସଙ୍ଗେ ବା ତତ୍କ୍ଷଣାତ୍ ମୀମାଂସା କରିବା ପ୍ରକାରେ; ଠୋଓଠା; ଠକ୍ଠାକ୍; ଠାକାଠକ୍; ପଟାପଟ — ୨. Readily; promptly (doing a thing); immediately.

[ଯଥା—ଖରିଦ ଦ୍ରବ୍ୟର ଦାମ ରୋକ୍ଠୋକ୍ ଦେଇଦେବା]

ବିଶେଷଣ - ସମ୍ପାଦନା

୧. ନଗଦ ଦିଆଯିବା (ଧନ) —୧. (amount) paid in cash.

[ଉ—ପାତ୍ରେ ଟିକିଏ ତେଜରେ କହିଲେ— ମୋର ଦୁଇ କନ୍ୟା ସକାଶେ ରୋକ୍ଠୋକ୍ ଦୁଇ ହଜାର ପାଇଛି—ଫକୀରମୋହନ ଗଳ୍ପସ୍ୱଳ୍ପ ]

୨. ସଙ୍ଗେ ସଙ୍ଗେ ମୀମାଂସିତ ବା କୃତ (କର୍ମ) —୨. (act) Decided or done immediately; promptly or readily done.

[ଯଥା—ମୋ କଥାର ରୋକ୍ଠୋକ୍ ଜବାବ ଦିଅ ]