ରୁଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୁହ ଧାତୁ ଣିଚ=ରୋପି ଧାତୁ) ସମ୍ପାଦନା

୧. ଚାଳଘରର ମଥାନଠାରୁ ଚାଳର ଓଳି ପର୍ଯ୍ୟନ୍ତ ଶେଣିମାନଙ୍କ ଉପରେ ଆଡ଼ ବାଗରେ ଲମ୍ୱିତ କାଠ ବା ବାଊଁଶ —୧. Refters of a thatched house.

[ଉ— ପୋତାଶାଳ, ଉଭା, ତାଳ, ରୁଅ ହେନ୍ତାଳ, ଘରଣୀ ଚେତାଳ, ତେବେ ସେ ଘରଯାଏ ଅପାର କାଳ ପ୍ରବଚନ ]

[ଦ୍ରଷ୍ଟବ୍ୟ —ଚାଳ ଘରର କାନ୍ଥମାନଙ୍କ ଉପରେ ବା ପାରିଆ ଖୁଣ୍ଟ ଉପରେ ପ୍ରଥମେ ଶ୍ରେଣୀମାନ ଦିଆଯାଏ ଚାଳଘରର ମଥାନରେ ଥିବା ଶ୍ରେଣୀ ଓ ପାରିଆ ଖୁଣ୍ଟ ଉପରେ ପଡ଼ିଥିବା ଶ୍ରେଣୀ ଉପରେ ଆଡ଼ ବାଗରେ ଗଡ଼ାଣିଆ କରି ରୁଅମାନ ପକାଯାଏ ସେ ରୁଅମାନଙ୍କ ଉପରେ ବତା ବିଚ୍ଛାଇ ବତାମାନଙ୍କ ସଙ୍ଗେ ରୁଅମାନଙ୍କୁ କାମୁଡ଼ା ଦେଇ ଦଉଡ଼ିରେ ବା ଲଇରେ ଗଣ୍ଠି ଭିଡ଼ି ତା ଉପରେ ଛଣରେ ଛପରବନ୍ଦି କରାଯାଏ]

୨. ଚଣ୍ଡୀ ଆଦି ଦୀର୍ଘ ସ୍ତୋତ୍ରକୁ ମୂଳଠାରୁ ଶେଷ ପର୍ଯ୍ୟନ୍ତ ଥରେ ଆବୃତ୍ତି — ୨. Recitation of a long prayer from the beginning to the end.

(ଯଥା— ସେ ପ୍ରତିଦିନ ୩ରୁଅ ଚଣ୍ଡୀ ପଢ଼ନ୍ତି ସେ ନିତ୍ୟ ୩ରୁଅ ସହସ୍ର ନାମ ଗୁଣନ୍ତି)