ରାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ରସ୍ ଧାତୁ=ସଦ୍ଦ କରିବା+ଭାବ. ଅ) ସମ୍ପାଦନା

୧. ଶଦ୍ଦ — ୧. Sound.
୨. କୋଳାହଳ; କଳରବ —୨. Noise; hubbub.
୩. ଗୋପନାରୀ ମଣ୍ଡଳ ପରିବେଷ୍ଟିତ ରାଧା— କୃଷ୍ଣଙ୍କର ଯୁଗଳ ନୃତ୍ୟା ଲୀଳା; ଗୋପୀଗଣ ମଧ୍ୟରେ ଶ୍ରୀକୃଷ୍ଣ— ଙ୍କର ରାଧିକାଙ୍କ ସହିତ ନୃତ୍ୟ ବିଳାସ —୩. A sport or pastime consisting of the Gopīs dancing in a circle round the pair Rādhā Kṛushṇa.
୪. ପ୍ରେମୋଦ୍ଦୀପକ ନୃତ୍ୟ ବିଶେଷ — ୪. An amorous dance.

[ ଦ୍ର—ଶ୍ରୀକୃଷ୍ଣଙ୍କର ରାଧାଙ୍କ ସଙ୍ଗେ ବର୍ଣ୍ଣିତ କ୍ରୀଡ଼ାକୁ ଯେଉଁମାନେ ଆଧ୍ୟାତ୍ମିକ ଓ ପବିତ୍ର ଅର୍ଥରେ ଗ୍ରହଣ କରନ୍ତି ସେମାନେ ରାସ କ୍ରିଡ଼ାର ବର୍ଣ୍ଣନାରୁ ବୁଝନ୍ତି ଯେ, ଶ୍ରୀକୃଷ୍ଣ ଭଗବାନ୍ (ପୁରୁଷ) ଓ ରାଧିକା ପ୍ରକୃତି ଓ ୧୬: ସହସ୍ର ଗୋପାଙ୍ଗନା ପୃଥିବୀର ଅସଂଖ୍ୟ ଭକ୍ତ ନରନାରୀଙ୍କ ପ୍ରାଣ ରାସକ୍ରୀଡ଼ା ସମୟରେ ରାଧାକୃଷ୍ଣ ମଝିରେ ନୃତ୍ୟ କରନ୍ତି ଓ ତାଙ୍କ ଚାରି ପାଖରେ ମଣ୍ଡଳାକାରହୋଇ ୧୬: ସହସ୍ର ଗୋପୀ ନୃତ୍ୟ କରନ୍ତି ଓ ପ୍ରତ୍ୟେକ ଗାପୀଙ୍କ ସଙ୍ଗେ ଗୋଟିଏ ଶ୍ରୀକୃଷ୍ଣ ବିରାଜିତ ହୋଇ ନୃତ୍ୟ କରୁ ଥାଆନ୍ତି ସେହି ରାସ ପ୍ରତିଦିନ ବୈକୁଣ୍ଠରେ ଘଟୁଅଛି ପୁରାଣରେ ଅଛି ଯେ, ସ୍ତ୍ରୀମୂର୍ତ୍ତି ଧାରଣ ନ କଲେ ରାସ ଦେଖିବାର ଶକ୍ତି କାହାର ନାହିଁ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ବୃନ୍ଦାବନରେ ଯେଉଁ ରାସ

କ୍ରୀଡ଼ା କାର୍ତ୍ତିକ ପୂର୍ଣ୍ଣିମା ସମୟରେ କରିଥିଲେ ତାକୁ ଶରଦ୍ରାସ ଓ ବସନ୍ତ ସମୟରେ କରିଥିବା କ୍ରୀଡ଼ାକୁ ବସନ୍ତ ରାସ ବୋଲାଯାଏ]