ରଗଡ଼ିବା
ରଗଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାରଗଡ଼ିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଦ୍ରଗଡ଼=ଢକ୍କା ବିଶେଷ; ସଂସ୍କୃତ - ଘର୍ଷଣ)
ସମ୍ପାଦନା- ୧. (ଶ୍ରୁତିକଟୁ ଘର୍ଷଣ ଶବ୍ଦ ସୂଚକ) ଚକିରେ ମୁଗ ଆଦିକୁ ଖଣ୍ଡ ଖଣ୍ଡ କରି ପେଷିବା —୧. To grind or split corn into pieces with the hand mill.
(ଯଥା—ମୁଗ, ବିରି, ଚାଉଳ, କୋଳଥ, ଆଦି ରଗଡ଼ିବା)
- ୨. ଦଳିବା; ବାଟିବା; ପେଷିବା; ମଳିବା —୨. To grind to scour; to bruise.
(ଯଥା—ଭାଙ୍ଗ ରଗଡ଼ିବା, ପତି ରଗଡ଼ିବା ଚୂନ ପତ୍ର ରଗଡ଼ିବା, ଇତ୍ୟାଦି
- ୩. ଚୋବାଇବା —୩. To chew.
(ଯଥା—ସେ ପାଏ ବୁଟଭଜା ରଗଡ଼ି ଦେଲା)
- ୪. ଅନ୍ୟର କକାନକକୁ ମୋଡ଼ିବା —୪. To rub or
press another's ears.
- ୫. (ଦୁଇ ପାଟିର ଦାନ୍ତକୁ) ପରସ୍ପର ସହିତ ଘଷିବା —୫. To grind (the teeth).
(ଉ—ହସ୍ତରେ ହସ୍ତ ପେଷି ଦନ୍ତ ରଗଡ଼ିଲେ କୃଷ୍ଣସିଂହ. ମହାଭାରତ. ସଭା)
- ୬. (ବାସନ ଓ ଅଙ୍ଗ ପ୍ରଭୃତି) ଘଷିବା; ମାଜିବ —୬. To rub; to scour.
(ଉ— କେତେକ ଜଣ ସୁନ୍ଦରୀ ମୁଖର ଆହୁରି ସୌନ୍ଦର୍ଯ୍ୟ ବଢ଼ାଇବା ନିମନ୍ତେ ପଣନ୍ତକନିରେ ମୂହଁ ରଗଡ଼ୁ ଅଛନ୍ତି ଫକୀରମୋହନ. ଛମାଣ. ଆଠଗୁଣ୍ଠ)