ରଖିବା
ରଖିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା[ରଖା (ଖେ)ଇବା—ଣିଜନ୍ତରୂପ]
ଦେଶଜ - କ୍ରି.—(ସଂସ୍କୃତ - ରକ୍ଷ ଧାତୁ; ସଂସ୍କୃତ - ରକ୍ଷଣ ପ୍ରାକ୍ଖରଣ)
ସମ୍ପାଦନା- ୧. ବିପଦରୁ ରକ୍ଷା କରିବା; ବିପଦରେ ପଡ଼ିବାକୁ ନ ଛାଡ଼ିବା —୧. To protect a person from danger.
[ଉ—ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁକି ପ୍ରାଣ କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଚ. ଗୀତ]
- ୨. ଉପସ୍ଥିତି ବିପଦରୁ ମୁକ୍ତ କରାଇବା; ଉଦ୍ଧାର କରିବା —୨. To deliver from danger; to free a person from danger.
- ୩. (ଶାରି ଶୁଆ ଆଦି ଜୀବଙ୍କୁ) ପାଳନ କରିବା; ପାଳିବା; ପୋଷିବା —୩. To keep; to domesticate.
- ୪. ନିଜର ସେବାର୍ଥ କୌଣସି ବ୍ୟକ୍ତିକୁ କରିବା; କୌଣସି ବ୍ୟକ୍ତିକୁ ଭୃତ୍ୟରୂପେ ନିଯୁକ୍ତ କରିବା; ଚାକିରି ରଖିବା —୪. To take a person into service; to engage a person as a servant; to retain a person in service.
[ଉ—ପଇସ ଦେଇ ମୁଁ ରଖିଲି ଦାସୀ, ସେ ହେଲା ସାଆନ୍ତାଣୀ ମୁଁ ହେଲି ବାସୀ ଢଗ]
- ୫. ଜୀଆଇଁ ରଖିବା; ମାରି ନ ପକାଇବା; ବଞ୍ଚାଇବା —୫. To cause to live.
[ଉ— କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ, ଚିରାୟୁ ରଖିଲା ଜରତୀରେ କବିସୂର୍ଯ୍ୟ କିଶୋରୀ ଚମ୍ପୂ କି. ଗୀତ]
- ୬. ମୃତ୍ୟୁ ଖରୁ ରକ୍ଷା କରିବା —୬. To save one's life.
[ଉ—ରଖେ ହରି ମାରେ କିଏ? ମାରେ ହରି ରଖେ କିଏ?—ଢଗ]
- ୭. (ପୁରୁଷ ପକ୍ଷରେ) କୌଣସି ସ୍ତ୍ରୀକୁ ବିବାହ ନ କରି ସ୍ତ୍ରୀରୂପେ ବ୍ୟବାହାର କରିବା —୭. To keep or entertain a concubine or a mistress.
- ୮. (ସ୍ତ୍ରୀ ପକ୍ଷରେ) କୌଣସି ପୁରୁଷକୁ ବିବାହ ନ କରି ଆପଣାର ସ୍ୱାମୀରୂପେ ପାଖରେ ରଖାଇବା — ୮. To keep a man as one's paramour.
- ୯. ଜଗିବା —୯. To guard; to keep watch.
[ଉ—ବିବିଧ ବିରୂପାସୁରୀ, ଯାହା ଦେଖି ଭୟ କରି, ସେମାନେ ଏବେ ଅଛନ୍ତି ରଖିରେ ବିଶ୍ୱନାଥ. ବିଚିତ୍ର ରାମାୟଣ]
- ୧. (ଆଦେଶ) ପାଳନ କରିବା —୧୦. To obey or carry out (an order).
- ୧୧. (କୌଣସି ବ୍ୟକ୍ତିର ଅନୁରୋଧ) ଅନୁସାରେ କାର୍ଯ୍ୟ କରିବା; କଥା ରଖିବା —୧୧. To act according to (a person's request.)
- ୧୨. ନିଜ କୃତ ପ୍ରତିଜ୍ଞା ବା ସତ୍ୟ ବା ପ୍ରତିଶ୍ରୁତି ପାଳନ କରିବା; ସତ୍ୟ ପାଳିବା —୧୨. To keep one's promise.
- ୧୩. (ଅନ୍ତଃକରଣରେ କପଟ, କ୍ରୋଧ, ଆଶା ଆଦିକୁ) ପୋଷଣ କରିବା; ସ୍ଥାନ ଦେବା —୧୩. To entertain (certain feelings in the mind).
[ଉ—ଚମତ୍କାର କଥା ଦେଖି ପେଟରେ କପଟ ରଖି କବିସୂର୍ଯ୍ୟ. କିଶୋରୀଚମ୍ପୂ ଚ ଗୀତ]
- ୧୪. ଅନ୍ୟ ବ୍ୟକ୍ତିର ଇଚ୍ଛା ଅନୁସାରେ କାର୍ଯ୍ୟ କରି ତାହାକୁ ପ୍ରସନ୍ନ କରାଇବା —୧୪. To keep a person in good humour; to humour a person; to please a person by following his desires.
- ୧୫. (କୌଣସି କଥାକୁ) ନ ଭୃଲିବା; ସ୍ମୃତିରେ ଚିରସ୍ଥାୟୀରୂପେ ସ୍ଥାନ ଦେବା —୧୫. To remember; not to forget.
[ଉ—ଗୋଳିଆ ନ ରଖି କହ ଚନ୍ଦ୍ରମୁଖୀ କବିସୂର୍ଯ୍ୟ. କିଶୋରୀଚମ୍ପୂ. ଗ ଗୀତ]
- ୧୬. ଅଟକାଇବା; ରୋଧ କରିବା; ସମ୍ଭାଳିବା — ୧୬. To check; to restrain; to stop.
(ଯଥା— ସେ ରାଗିଲେ ତାକକୁ ରଖେ କିଏ?)
- ୧୭. ସ୍ଥାପନ କରିବା; ଉପସ୍ଥାପିତ କରିବା; ଥୋଇବା —୧୭. To place.
[ଉ—ଘୃତ ଘଟକୁ ଶିଖି ଶାଖା ପାଖରେ ରଖି— କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ. ଗୀତ]
- ୧୮. ଜିମା ଦେବା ଡିପାଜିଟ୍ କରିବା; ଅନ୍ୟର ନିକଟରେ ଗଚ୍ଛିତ ରଖିବା — ୧୮. To entrust; to keep in another's custody.
[ଯଥା—ସେ ବାଙ୍କରେ ଟଙ୍କା ରଖିଅଛନ୍ତି]
- ୧୯. ନଖ କେଶ ଆଦି ନ କାଟି ତାହା ବଢ଼ିବାକୁ ଛା଼ଡ଼ିଦେବା; ବଢ଼ାଇବା —୧୯. To let a thing grow.
[ଉ—ନଖ ବାଳ ରଖି ଭାଲୁଏ ଏ କେତେ ଯୋଗୀ ହେଲେଣି? ଢଗ]
- ୨. ସଞ୍ଚୟ କରିବା; ଜମା କରିବା —୨୦. To store up; to hoard; to amass.
[ଯଥା—ଧନ ରଖିବା]
- ୨୧. ଗ୍ରହଣ କରିବା —୨୧. To accept.
[ଯଥା—ସେ ମୋଠାରୁ ବଇନା ରଖିଛି]
- ୨୨. ନିଃଶେଷ ନ କରିବା — ୨୨. Not to exhaust a thing.
[ଯଥା— ତିଅଣରେ ପାଣି ରଖିବା]
- ୨୩. ବାଟ ବା ନିର୍ଗମନ ପଥ ଛାଡ଼ିଦେବା —୨୩. To leave (an opening or outlet.)
[ଊ—ଯେ ଗାଣ୍ଡିମଣା ପିନ୍ଧେ ସେ ପରିସ୍ରା କରିବାକୁ ବାଟ ରଖେ ଢଗ]
- ୨୪. ନେଇଥିବା ବସ୍ତୁକୁ ବାପସ୍ ନ ଦେବା —୨୪. To retain; not to re-turn a thing taken.
- ୨୫. ନଷ୍ଟ ହେବାକୁ ନ ଛାଡ଼ିବା —୨୫. To maintain in fact.
- ୨୬. ଜିମା
ନେବା —୨୬. To take into custody; to keep under one's custody.
- ୨୭. ଆପଣାର ଅଧିକାରକୁ ନେବା —୨୭. To take under one's control.
- ୨୮. ବନ୍ଧକ ନେବା —୨୮. To take as a pledge.
- ୨୯. ଧନ ବଳାଇ କରି ରଖିବା —୨୯. To save (money).
- ୩. ଜମି ବା ଜୋତ ଆଦିକୁ ପ୍ରଜାଙ୍କୁ ଓ ଘରକୁ ଭଡ଼ାଦାରଙ୍କୁ ଲଗାଇବା —୩୦. To let-out (a land or house) to tenants.
- ୩୧. ଗଡ଼ାଇବା; ମୁଲତବି କରିବା —୩୧. To adjourn; to defer.
- ୩୨. ଛାଡ଼ି ଦେଇ ଯିବା —୩୨. To leave.
(ଉ—ଷଣ୍ଢ ପଛେ ପଛେ ଧାଇଁ ଶୃଗାଳ, କଥା ରଖିଗଲା ଅପାର କାଳ—ଢଗ)
[ଦ୍ରଷ୍ଟବ୍ୟ —ରଖିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ନେବା, ପକାଇବା, ଯିବା ଆଦି କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]
[ଦ୍ରଷ୍ଟବ୍ୟ ] ===