ଯୌତୁକ
ଯୌତୁକ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି(ଯୁତ=ବରକନ୍ୟା, ବିବାହ+କ+ଅ; ବରକନ୍ୟାଙ୍କଦ୍ୱାରା ବା ବିବାହକାଲରେ ପ୍ରାପ୍ତ)
ସମ୍ପାଦନା- ୧. ଔବ୍ଦାହିକ; ବିବାହ କାଳରେ ଦମ୍ପତିଙ୍କଦ୍ୱାରା ଲବ୍ଧ ଧନସମ୍ପତ୍ତି ଆଦି —୧. Dower; dowry; marriage- gift or present.
- ୨. ଅନ୍ନପ୍ରାଶନାଦି ସମୟରେ ଶିଶୁଦ୍ୱାରା ଉପହାରରୂପେ ପ୍ରାପ୍ତ ଧାନ —୨. Presents given to an infant on the occassion of its various ceremonies such as annaprāṡaṇa (taking rice for the first time).
- ୩. କନ୍ୟା ବିବାହ କାଳରେ ଯେଉଁ ଧନ ଉହହାରରୂପେ ପ୍ରାପ୍ତ ହୁଏ — ୩. Any property got by a bride on the occasion of her marriage.
[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ଅନୁସାରେ ସ୍ତ୍ରୀର ବିବାହ କାଳରେ ପ୍ରାପ୍ତ ହୋଇଥିବା ଧନ ତାହାର ଏକାଧିକାରଭୁକ୍ତ ଧନ (ସ୍ତ୍ରୀଧନ) ଅଟେ ଏ ଧନକୁ ସ୍ତ୍ରୀର ମୃତ୍ୟୁପରେ ସ୍ୱାମୀର ଉତ୍ତରାଧିକାରୀମାନେ ନ ପାଇ ତହିଁରେ ପ୍ରଥମରେ ତାହାର କନ୍ୟା ଅଧିକାରିଣୀ ହୁଏ ମୁସଲମାନ୍— ମନଙ୍କ ଯୌତୁକ ପ୍ରଥା ହିନ୍ଦୁମାନଙ୍କଠାରୁ ପୃଥକ୍ ହିନ୍ଦୁ କନ୍ୟାର ପିତ୍ରାଳୟରୁ ପାଇବା ଯୌତୁକରେ ସ୍ୱାମୀ ଓ ସ୍ତ୍ରୀ ଉଭୟେ ଅଧିକାରୀ ହୁଅନ୍ତି କିନ୍ତୁ ମୁସଲମାନ୍ ସ୍ତ୍ରୀକୁ ସ୍ୱାମୀ ନଗଦ କିମ୍ୱା ଚୁକ୍ତିଦ୍ୱାରା ଯେଉଁ ଯୌତୁକ (ଦେନ ମେହେର୍) ଦିଅନ୍ତି ବା ଦେବାକୁ ଉତ୍ସର୍ଗ ବା ଅଙ୍ଗୀକାର କରନ୍ତି, ତହିଁରେ ସ୍ୱାମୀଙ୍କ ଜୀବଦ୍ଦଶାରେ ଓ ସ୍ୱାମୀଙ୍କ ମୃତ୍ୟୁପରେ ସ୍ତ୍ରୀର ପୂର୍ଣ୍ଣ ଅଧିକାର ପ୍ରବର୍ତ୍ତେ ଓ ଏହା ବିବାହ ସମୟରେ ବା ପରେ ସ୍ତ୍ରୀକୁ ଦିଆ ନ ଯାଇ ବାକି ରହିଥିଲେ, ମୃତ ସ୍ୱାମୀଙ୍କ ତ୍ୟକ୍ତ ସମ୍ପତ୍ତିରୁ ସ୍ତ୍ରୀର ପ୍ରାପ୍ୟ ଯୌତୁକ ଆଦାୟ ନ ହେବା ପର୍ଯ୍ୟନ୍ତ ଉକ୍ତ ତ୍ୟକ୍ତ ସମ୍ପତ୍ତିକୁ ସ୍ୱାମୀଙ୍କ ଉତ୍ତରାଧକାରୀମାନେ ପାଇ ପାରନ୍ତି ନାହିଁ]
- ୪. କୌଣସି ବ୍ୟକ୍ତିର ସ୍ୱକୀୟ ଧନୟ —୪. Any private property (Apte).
ସଂସ୍କୃତ - ବିଶେଷଣ -
ସମ୍ପାଦନା- ୧. କୌଣସି ବ୍ୟକ୍ତିକ ଏକାଧିକାରି ଭୁକ୍ତ (ଧନ) —୧. (property) Rightfully or exclusive belonging to a person (Apte).
- ୨. ବିବାହ କାଳରେ ପ୍ରାପ୍ତ (ଧନ) —୨. (property) Got as dowry or marriage gift.